ବୁଖାରୀକୁ ରିମାଣ୍ଡରେ ନେଲା STF, ଖୋଲିବ ଆତଙ୍କୀ ପେଡ଼ି

ତେବେ ଆଗକୁ ତଦନ୍ତକାରୀ ଅଧିକାରୀ ନେଉଳପୁର ଓ ମିଲତନଗର ଗାଁକୁ ଯାଇ ଛାନଭିନ କରିବେ କି ? କାରଣ ୨୦୧୮ ମସିହାରୁ କଶ୍ମୀରରୁ ଓଡ଼ିଶା ଆସି ସନ୍ଦିଗ୍ଧ ଆତଙ୍କୀ ବୁଖାରୀ ନେଉଳପୁରର ଜଣେ ଯୁବତୀଙ୍କୁ ବିବାହ କରିଥିଲା ଏବଂ ମିଲତନଗରରେ ଭଡ଼ାଘରେ ରହୁଥିଲା।

Ishaan Bukhari PhotoOR

ଓଡ଼ିଶାରୁ ଧରା ପଡ଼ିଥିବା ଆତଙ୍କବାଦୀ

Manoranjan Sial
  • Published: Tuesday, 19 December 2023
  • Updated: 19 December 2023, 09:39 PM IST

ଫିଟିବ ସନ୍ଦିଗ୍ଧ କଶ୍ମୀରୀ ଆତଙ୍କବାଦୀ ସଇଦ ଈଶାନ ବୁଖାରୀର ଅସଲ ମୁଖା। ଖୋଲିବ ଶତ୍ରୁପକ୍ଷ ପାକିସ୍ତାନର ISI ଏଜେଣ୍ଟଙ୍କୁ ସେୟାର ହୋଇଥିବା ତଥ୍ୟର ସତ୍ୟ। ସାମ୍ନାକୁ ଆସିବ ଓଡ଼ିଶା ସହ ଦେଶବ୍ୟାପି ବହୁ ବିବାହ ନାଁରେ ଯୁବତୀଙ୍କ ଜୀବନ ସହ ଖେଳିଥିବା ନକଲି ଡାକ୍ତରର ଅସଲ ଚେହେରା। କାରଣ ଯାଜପୁର ରଗଡ଼ି ଜେଲରୁ ୫ ଦିନିଆ ରିମାଣ୍ଡରେ ଆସିଛି ବୁଖାରୀ। ଭୁବନେଶ୍ୱର କ୍ରାଇମବ୍ରାଞ୍ଚ ଅଫିସରେ ବସାଇ ଘାଣ୍ଟୁଛି STF। ସାମିଲ ହୋଇଛି କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା।

୧. ଓଡ଼ିଶାରେ ରହିବା ପଛର ଲକ୍ଷ୍ୟ ଓ ଉଦ୍ଦେଶ୍ୟ କ’ଣ ?

Also Read

୨. ୨୦୧୮ରେ ଓଡ଼ିଶା ଆସିବା ପୂର୍ବରୁ କେଉଁଠି ରହୁଥିଲା ଓ କାହିଁକି କାଶ୍ମୀର ଛାଡ଼ିଥିଲା ?

୩. ବହୁ ବିବାହ ନାଁରେ ଯୁବତୀଙ୍କୁ ମୋହରା କରି ଦେଶବିରୋଧୀ ତଥ୍ୟ ହାତେଇଛି କି ?

୪. ସୋଶାଲ୍ ମିଡ଼ିଆ ଜରିଆରେ ପାକିସ୍ତାନ ISI ଏଜେଣ୍ଟଙ୍କୁ କି ତଥ୍ୟ ସେୟାର କରିଛି ?

୫. ମିଛରେ ନିଜକୁ ଡାକ୍ତର ଦର୍ଶାଇବା ପଛରେ ଠକେଇ ଉଦ୍ଦେଶ୍ୟରେ ନା କୌଣସି ବଡ଼ ଅଘଟଣ

ପୂର୍ବରୁ ଆତ୍ମଗୋପନ ? ଏଭଳି ସମ୍ଭାବ୍ୟ ପ୍ରଶ୍ନର ଉତ୍ତର ସହ ଏକାଧିକ ବ୍ୟାଙ୍କ ଆକାଉଣ୍ଟରେ ସନ୍ଦେହଜନକ ଆର୍ଥିକ କାରବାରର ପ୍ରମାଣ ମିଳିଥିବାରୁ ସେ ସଂପର୍କରେ ମଧ୍ୟ ତଥ୍ୟ ଆଦାୟ କରିବ କ୍ରାଇମବ୍ରାଞ୍ଚ STF ଏବଂ IB। ଆଗକୁ କଶ୍ମୀର ଓ ପଞ୍ଜାବ ପୁଲିସ ସହ NIA ଓଡ଼ିଶା ଆସିପାରେ ବୋଲି କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଏସ୍‌ପି କିଶୋର କୁମାର ପାଣିଗ୍ରାହୀ କହିଛନ୍ତି।

ତେବେ ଆଗକୁ ତଦନ୍ତକାରୀ ଅଧିକାରୀ ନେଉଳପୁର ଓ ମିଲତନଗର ଗାଁକୁ ଯାଇ ଛାନଭିନ କରିବେ କି ? କାରଣ ୨୦୧୮ ମସିହାରୁ କଶ୍ମୀରରୁ ଓଡ଼ିଶା ଆସି ସନ୍ଦିଗ୍ଧ ଆତଙ୍କୀ ବୁଖାରୀ ନେଉଳପୁରର ଜଣେ ଯୁବତୀଙ୍କୁ ବିବାହ କରିଥିଲା ଏବଂ ମିଲତନଗରରେ ଭଡ଼ାଘରେ ରହୁଥିଲା। କିନ୍ତୁ ହାବଭାବ ଆଉ ସନ୍ଦେହଜନକ ଚାଲି ଚଳଣୀକୁ ଦେଖି ୨୦୧୮ରେ ସାମ୍ବାଦିକ ଶେଖ୍ ଦିଲଦାର୍ ଚାନ୍ଦ ଧର୍ମଶାଳା ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ବୁଖାରୀର ପତ୍ନୀର ପାଲଟା ଏତଲା ପରେ ସାମ୍ବାଦିକ ଦିଲଦାର୍ ପୁଲିସ ଆକ୍ରୋଶର ଶିକାର ହୋଇଥିଲେ। ଶେଷରେ ଗତ ୩ ମାସ ତଳେ ହୃଦରୋଗରେ ପ୍ରାଣ ହରାଇଥିଲେ। ସେତେବେଳେ ଯଦି ପୁଲିସ ଆକ୍ସନ ନେଇଥାନ୍ତା, ଆଜି ଏଭଳି ସ୍ଥିତି ଉପୁଜିନଥାନ୍ତା ବୋଲି କହିଛନ୍ତି ସାମ୍ବାଦିକ ଦିଲଦାରଙ୍କ ପତ୍ନୀ ଓ ଝିଅ।

ଏଣେ ସନ୍ଦିଗ୍ଧ ଆତଙ୍କୀ ବୁଖାରୀ ଧରାପଡ଼ିବା ପରଠୁ ଆତଙ୍କିତ ନେଉଳପୁର ପଞ୍ଚାୟତବାସୀ। କାରଣ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ବିହାର ଆଦି ରାଜ୍ୟର ଲୋକେ ବର୍ଷ ବର୍ଷ ଧରି ଡେରା ପକେଇଛନ୍ତି। କିଏ କେଉଁ ବୃତ୍ତିକୁ ଆପଣାଇଛନ୍ତି, କେହି ଜାଣିନାହାଁନ୍ତି। ଏପରିକି ବହୁ ଲୋକଙ୍କ ନାଁ ସରକାରୀ ଖାତା ଖତିୟାନରେ ମଧ୍ୟ ନାହିଁ। ଏହି ମଉକାରେ ମିଲତନଗରରେ ବୁଖାରୀ ଅନୁପ୍ରବେଶ କରିବା ଓ କ୍ରାଇମବ୍ରାଞ୍ଚ STF ହାବୁଡ଼ରେ ପଡ଼ିବା ପରେ ପ୍ରଶାସନର ଦାୟିତ୍ୱପଣିଆକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଲୋକେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story