ବିଜେଡି ଓ ମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତ୍ତି ନଷ୍ଟ କରୁଥିଲେ ନବ ଦାସ, ସେଥିପାଇଁ ମାରି ଦେଲି: ଗୋପାଳ

ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ସମସ୍ତଙ୍କ ସମ୍ମୁଖରେ ଗୁଳି ମାରି ହତ୍ୟା କରିବା ଅଭିଯୋଗରେ ଜେଲରେ ଥିବା ପୁଲିସ୍ ଏଏଆଇ ଗୋପାଳ କ୍ରିଷ୍ଣା ଦାସଙ୍କ ସ୍ୱୀକାରୋକ୍ତି ଏବେ ପଦାକୁ ଆସିଛି ।

naba das murder case PhotoOR

ନବ ଦାସ ହତ୍ୟା ମାମଲା

Ordigital Desk
  • Published: Friday, 28 July 2023
  • Updated: 28 July 2023, 09:43 PM IST

Sports

Latest News

ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ସମସ୍ତଙ୍କ ସମ୍ମୁଖରେ ଗୁଳି ମାରି ହତ୍ୟା କରିବା ଅଭିଯୋଗରେ ଜେଲରେ ଥିବା ପୁଲିସ୍ ଏଏଆଇ ଗୋପାଳ କ୍ରିଷ୍ଣା ଦାସଙ୍କ ସ୍ୱୀକାରୋକ୍ତି ଏବେ ପଦାକୁ ଆସିଛି । ନବଙ୍କ ହତ୍ୟା ପଛରେ ବହୁ ବଡ଼ବଡ଼ିଆଙ୍କ ସମ୍ପୃକ୍ତି ଓ ଷଡ଼ଯନ୍ତ୍ରର ଦିଗକୁ ଏପର୍ଯ୍ୟନ୍ତ କ୍ରାଇମବ୍ରାଂଚ ଖୋଳତାଡ଼ କରିନଥିବାବେଳେ ଗୋପାଳଙ୍କ ଜମାନବନ୍ଦୀ ଭାବେ ଏଭଳି କିଛି ତଥ୍ୟ ଉଜାଗର ହୋଇଛି ଯାହା ସିଧାସଳଖ ମୃତ ନବ ଦାସଙ୍କ ବାହୁବଳୀ ଚରିତ୍ରକୁ ଇଙ୍ଗିତ କରିବା ସହ ବିଜେଡି ଓ ମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତ୍ତି ରକ୍ଷା ପାଇଁ ଗୋପାଳ ଏପରି କଠୋର ନିଷ୍ପତ୍ତି(ହତ୍ୟା) ନେଇଥିବା ତା’ର ଜମାନବନ୍ଦୀରୁ ଜଣାପଡ଼ୁଛି ।

କ୍ରାଇମବ୍ରାଂଚ ଡିଏସପି ରମେଶ ଚନ୍ଦ୍ର ଦୋରାଙ୍କ ନିକଟରେ ଗତ ଫେବୃୟାରୀ ୧ ତାରିଖରେ ଅଭିଯୁକ୍ତ ଗୋପାଳ ତା’ର ଜମାନବନ୍ଦୀରେ କହିଛି ଯେ, ନବ ଦାସ ବହୁତ ଅନ୍ୟାୟ କରୁଥିଲେ । ସବୁ ସରକାରୀ କର୍ମଚାରୀ ଓ ପୁଲିସ ବାଲାଙ୍କୁ ଧମକଚମକ ଦେଇ ସବୁକାମ କରୁଥିଲା ଓ ଗୁଣ୍ଡାଗିରି କରୁଥିବା ତା’ର ପିଲାଙ୍କୁ ସେ ସର୍ପୋଟ କରି ସେମାନଙ୍କୁ ଥାନାରୁ ଛାଡ଼ିବା ପାଇଁ ପୁଲିସ ଉପରେ ଚାପ ପକାଉଥିଲା । ସେ ବିଜେଡି ଦଳ ଓ ମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତ୍ତି ମଧ୍ୟ ନଷ୍ଟ କରୁଥିଲା । ଗୁଣ୍ଡା ଲଗେଇ ଏଠାରେ ସମସ୍ତଙ୍କୁ ଧମକାଇ ସବୁ କାମ ନିଜେ କରୁଥିଲା । ଏଭଳିକି ବାଲି ବେପାର, ଆସ୍ ପରିବହନ ଓ ଅନ୍ୟାନ୍ୟ ଟ୍ରାନ୍ସପୋର୍ଟରେ ତାଙ୍କର ଗାଡ଼ି ଲାଗୁଥିଲା ଓ ଧମକଚମକ ଦେଇ ଆଉ କାହାର ଗାଡ଼ି ଚଲେଇ ଦେଉନଥିଲା । ତେଣୁ ସେଭଳିଆ ଲୋକ ଯଦି ବଂଚି ରୁହେ ତେବେ ସମାଜର ଅରାଜକତା ବଢ଼ିଯିବ ।

Also Read

୨୦୦୯ ମସିହାରୁ ଝାରସୁଗୁଡ଼ା ଜିଲ୍ଲାରେ ଏଏସଆଇ ଭାବେ କାର୍ଯ୍ୟରତ ଥିଲି । ବଡ଼ମାଳ ଥାନାରେ ପୋଷ୍ଟିଂ ହୋଇଥିବାବେଳେ ୨୦୧୪ ନିର୍ବାଚନ ଆଗରୁ ଏମଭି ଚେକିଂ କରୁଥିବା ସମୟରେ ନବ ଦାସଙ୍କ ଆଗରେ ଯାଉଥିବା ଗାଡ଼ିକୁ ଅଟକାଇ ଚେକିଂ କରିଥିଲି । ସେତେବେଳେ ସେହି ଗାଡ଼ିରେ କାର୍ଟୁନ ଭିତରେ ଟଙ୍କା ଦେଖିବାକୁ ପାଇଥିଲି । ସେଇଟା କାହା ଟଙ୍କା, କୁଆଡ଼େ ନେଉଛ ବୋଲି ପଚାରିବାରୁ ନବ ଦାସ ଅନ୍ୟ ଗାଡ଼ିରୁ ଓହ୍ଲାଇ ଆସି  ନାଲି ଆଖି ଦେଖାଇ ବିରକ୍ତି ପ୍ରକାଶ କରିଥିଲେ । ତା’ପରେ ନବ ଦାସଙ୍କ ପିଲାମାନେ ଏବାବଦରେ ତୁମେ ପଡ଼ ନାହିଁ ବୋଲି କହିବାରୁ ଡରି ଯାଇ ତାଙ୍କ ଗାଡ଼ିକୁ ଛାଡ଼ି ଦେଇଥିଲି । ନବ ଦାସଙ୍କ ପିଲାମାନେ ବହୁ ଆଇନ ବିରୁଦ୍ଧ କାମ କରୁଥିଲେ । ଲୋକଙ୍କ ପ୍ରତି ଅନ୍ୟାୟ କରୁଥିଲେ । ପୁଲିସ ବିଭାଗରେ ଥିବାରୁ ଏସବୁ କାରନାମାକୁ ସହି ପାରୁନଥିଲି, ତେଣୁ ତାଙ୍କର କିଛି ପିଲାଙ୍କୁ ବାଡ଼ାବାଡ଼ି କରିଥିଲି । ସେଥିପାଇଁ ନବ ଦାସ ମୋ ଉପରେ ରାଗି ଯାଇଥିଲେ । ତାଙ୍କର ପିଲାମାନେ ମୋତେ ଦେଖିନେବେ ବୋଲି ଧମକ ଦେଇଥିଲେ । କିଛିଦିନ ତଳେ ମୋର ବଡ଼ଭାଇ, ମୁଁ ଓ ମନୋଜ ବରିହା ମିଶି ଭୋଜିଭାଜ କରୁଥିଲୁ । ସେଠାରେ ମନୋଜ ବରିହା କହିଥିଲା ଦାଦା(ନବ ଦାସ) ତୁମ ଉପରେ ରାଗିଛନ୍ତି । ତୁମେ ଟିକେ ଦେଖିକି ଚଳିବ । ତୁମ ଜୀବନ ପ୍ରତି ବିପଦ ଅଛି । ସେହି କଥାଶୁଣି ମୋ ପ୍ୟାଣ୍ଟରେ ଝାଡ଼ା ପରିସ୍ରା ପଡ଼ିଗଲା । ତେଣୁ ଧୀରେ ଧୀରେ ଜୀବନକୁ ଭୟ ଆସିଲା ।

କିଛିଦିନ ତଳେ ମନ୍ତ୍ରୀଙ୍କ ପିଲାମାନେ କ୍ୱାଟର୍ସ ଆଗରେ ରାତିରେ ପରିସ୍ରା କରି ଗାଳି ଗୁଲଜ କରିଥିଲେ । ଆଜି ନହେଲେ କାଲି ମୋତେ ମାରିଦେବେ ବୋଲି ଭାବି ମୋତେ ମାରିବା ଆଗରୁ ତାଙ୍କୁ ମାରିବି ବୋଲି ନିଷ୍ପତ୍ତି ନେଲି । କ’ଣ ପାଇଁ ନବ ଦାସଙ୍କୁ ମାରିଲି ତା’ର କାରଣ ୨୫ରୁ ୩୦ଟି ଛୋଟ ମେଡ଼ିସିନ ପ୍ରେସକ୍ରିପସନ କାଗଜରେ ଲେଖିଥିଲି । ଏସବୁ କଥା ଲୋକଲୋଚନକୁ ଆଣିବା ପାଇଁ ଆଗରୁ କାଗଜରେ ଲେଖିଥିଲି । ଘଟଣାଦିନ ସେହି କାଗଜଗୁଡ଼ିକ ମୋ’ର ଅନ୍ତବସ୍ତ୍ର ଭିତରେ ଲୁଚେଇ ରଖିଥିଲି । ନିଜେ ବଂଚିବାକୁ ଯାଇ ତାଙ୍କୁ ଗୁଳି କରି ମାରିଦେଲି ବୋଲି ଗୋପାଳ ତା’ର ଜମାନବନ୍ଦୀରେ ଉଲ୍ଲେଖ କରିଥିବା ନେଇ କ୍ରାଇମବ୍ରାଂଚ ଡିଏସପି ଶ୍ରୀ ଦୋରା ରେକର୍ଡ କରିଥିବାର ଦସ୍ତାବିଜ ପଦାକୁ ଆସିଛି ।

ତେବେ ଏହି ଦସ୍ତାବିଜ ପଦାକୁ ଆସିବା ପରେ ଏହା କ୍ରାଇମବ୍ରାଂଚର ଆଉ ଗୋଟିଏ ‘ଶୁଆଶାରୀ’ ଗପ ସଦୃଶ ହୋଇଛି । ନବ ଦାସ ଯଦି ଏତେ ଅନ୍ୟାୟ ଓ ଅତ୍ୟାଚାର କରୁଥିଲେ ଓ ବାହୁବଳୀ ସାଜିଥିଲେ ତାଙ୍କୁ ୨୦୧୯ ମେ’ ମାସରେ କ୍ୟାବିନେଟ୍ ମନ୍ତ୍ରୀ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେଇଥିଲେ କେମିତି? ନବଙ୍କ ଏସବୁ କାରନାମା ସମ୍ପର୍କରେ କାହିଁକି ଗଣମାଧ୍ୟମ କିମ୍ବା ପୁଲିସ ଏପରିକି ସାଧାରଣ ଲୋକେ ତାଙ୍କ ମୃତ୍ୟୁ ପର୍ଯ୍ୟନ୍ତ ବି କେହି ଲୋକଲୋଚନକୁ ଆଣିନଥିଲେ କିମ୍ବା ମୁଖ୍ୟମନ୍ତ୍ରୀ ତାଙ୍କ ବିରୁଦ୍ଧରେ ତ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିଲେ । ଓଲଟା ସେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀଙ୍କ ନିକଟତର ହୋଇ ବ୍ରଜରାଜନଗର ଉପନିର୍ବାଚନ ସମେତ ପଶ୍ଚିମଓଡ଼ିଶାରେ ପଂଚାୟତ ଓ ପୌର ନିର୍ବାଚନ ପରିଚାଳନାରେ ପ୍ରମୁଖ ଭୂମିକା ନେଇଥିଲେ ।

ଯଦି ସେ ବିଜେଡି ଓ ମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତ୍ତି ନଷ୍ଟ କରୁଥିଲେ ତା’ହେଲେ ଗୋପାଳ କାହିଁକି ବ୍ୟସ୍ତ ହୋଇପଡ଼ିଥିଲା? ନବ ଯଦି ଏତେ ବାହୁବଳୀ ଥିଲେ ତା’ହେଲେ ଗୋପାଳ କିଭଳି ୨୦୦୯ ମସିହାରୁ ଅର୍ଥାତ୍ ୧୪ବର୍ଷ ଧରି ସେହି ଜିଲ୍ଲାରେ ଚାକିରି କରୁଥିଲା? ୨୦୧୪ ମସିହାରେ ନବଙ୍କ ସହ ଝଗଡ଼ା ହୋଇଥିଲେ ମଧ୍ୟ ୨୦୨୩ରେ ତାଙ୍କୁ ମାରିବାକୁ କିଭଳି ନିଷ୍ପତ୍ତି ନେଲା? ଯେଉଁ ପରିବହନ ବ୍ୟବସାୟ କଥା ଗୋପାଳ କହୁଛି, ସେଥିରେ ଗୋପାଳର କ’ଣ ଦେଣନେଣ ଅଛି, ନା ଗୋପାଳ ଏସବୁ ମାଧ୍ୟମରେ ତାକୁ ଅସ୍ତ୍ର କରିଥିବା ବଡ଼ବଡ଼ିଆଙ୍କ ରାଜ୍ ଖୋଲିଛି । ଯାହାକୁ କ୍ରାଇମବ୍ରାଂଚ ଚପାଇ ଦେବାକୁ ଏଭଳି ‘ଶୁଆଶାରୀ’ ଗପ ରଚନା କରିଛି ବୋଲି ସାଧାରଣରେ ଚର୍ଚ୍ଚା ।

ତେବେ ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି,  ଝାରସୁଗୁଡ଼ାର ବିଧାୟିକା ଭାବେ ନିର୍ବାଚିତ ହୋଇଥିବା ନବଙ୍କ ଝିଅ ଦୀପାଳି ରାଜନୀତିର ପଶାପାଲିରେ ଏସମସ୍ତ ଘଟଣା ଉପରେ ନିରବ ରହିବା, ତାଙ୍କ ପିତାଙ୍କୁ ହତ୍ୟା ପଛର ଷଡ଼ଯନ୍ତ୍ରକାରୀଙ୍କ ପର୍ଦ୍ଦାଫାସ ନକରିବା ବି ପରୋକ୍ଷରେ ତାଙ୍କର ଅସହାୟତାକୁ ପଦାରେ ପକାଇ ଦେଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story