ପ୍ରାଥମିକ ସ୍କୁଲ ଶିକ୍ଷକଙ୍କ ଆନ୍ଦୋଳନ ସ୍ଥଗିତ: ସରକାରଙ୍କୁ ମାସେ ମହଲତ

୧୧ ଦିନ ଧରି ରାଜ୍ୟର ପ୍ରାୟ ୧.୩୦ଲକ୍ଷ ପ୍ରାଥମିକ ସ୍କୁଲ ଶିକ୍ଷକଶିକ୍ଷୟିତ୍ରୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଥିଲେ ।

Teacher PhotoOR

ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ଆନ୍ଦୋଳନ

Ordigital Desk
  • Published: Monday, 18 September 2023
  • Updated: 18 September 2023, 07:29 PM IST

Sports

Latest News

୩ ଦଫା ଦାବି ନେଇ ଗତ ୮ତାରିଖରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିବା ପ୍ରାଥମିକ ସ୍କୁଲ ଶିକ୍ଷକ-ଶିକ୍ଷୟିତ୍ରୀ ଆଜି ସେମାନଙ୍କର ଆନ୍ଦୋଳନକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ମାସକ ମଧ୍ୟରେ ଶିକ୍ଷକ ସଂଘର ଦାବି ଉପରେ ସରକାର ସକାରାତ୍ମକ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଓ ସେଥିପାଇଁ ଆନ୍ଦୋଳନକୁ ସାମୟିକ ଭାବେ ଏକମାସ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି ବୋଲି ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ୍ କହିଛି । ୧୧ଦିନ ଧରି ରାଜ୍ୟର ପ୍ରାୟ ୧.୩୦ଲକ୍ଷ ପ୍ରାଥମିକ ସ୍କୁଲ ଶିକ୍ଷକଶିକ୍ଷୟିତ୍ରୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଥିଲେ ।

ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନର ସଂଯୋଜକ ଜ୍ୟୋତିରଞ୍ଜନ ମିଶ୍ର ‘ଓଡ଼ିଶା ରିପୋର୍ଟର’କୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଆଜି ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ମନ୍ତ୍ରିସ୍ତରୀୟ ସବକମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପ୍ରାୟ ୩ଘଣ୍ଟା ଧରି ବସିଥିଲା । ଏହି ବୈଠକରେ ଶିକ୍ଷକ ସଂଘ ଦାବିଗୁଡ଼ିକ ଉପରେ ତର୍ଜମା କରାଗଲା ।  ସରକାର ଅଧିକାଂଶ ଦାବିକୁ ମାନିବାକୁ ସହମତି ଦେଇଛନ୍ତି, ମାତ୍ର ଏଥିପାଇଁ କିଛି ସମୟ ଲୋଡ଼ିଛନ୍ତି । ଆସନ୍ତାମାସ ପ୍ରଥମ ସପ୍ତାହ ସୁଦ୍ଧା ମନ୍ତ୍ରିସ୍ତରୀୟ ସବକମିଟି ବୈଠକ ବସି ଦାବିଗୁଡ଼ିକ ଉପରେ ଆଲୋଚନା ହେବ । ସବକମିଟି ବୈଠକରେ କିଏ ସାମିଲ ହେବେ ସେନେଇ ସଂଘ ପକ୍ଷରୁ ମଧ୍ୟ ପ୍ରତିନିଧିମାନଙ୍କ ନାଁ ଦିଆଯାଇଛି । ଆଜିର ବୈଠକରେ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି, ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ ପ୍ରମୁଖଙ୍କ ସମେତ ମୁଖ୍ୟ ସଚିବ ପ୍ରଦୀପ ଜେନା, ଅର୍ଥ ସଚିବ ବିଶାଳ ଦେବ ଓ ଗଣଶିକ୍ଷା ସଚିବ ଏସ୍‌.ଅଶ୍ୱସ୍ଥି ଉପସ୍ଥିତ ଥିଲେ । ତେଣୁ ସରକାରଙ୍କ ଉପରେ ବିଶ୍ୱାସ ରଖି ଆନ୍ଦୋଳନକୁ ସାମୟିକ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ବିଶେଷକରି ଗ୍ରେଡ୍ ପେ ବୃଦ୍ଧି, ଚୁକ୍ତିଭିତ୍ତିକ ନିଯୁକ୍ତି ବ୍ୟବସ୍ଥାକୁ, ୬ବର୍ଷର ଚୁକ୍ତିଭିତ୍ତିକ ଅବଧିକୁ ଚାକିରିର ମୂଳ ଅବଧିରେ ସାମିଲ କରିବା, ପାର୍ଟଟାଇମ୍ ଶିକ୍ଷକଙ୍କ ପାରିଶ୍ରମିକ ବୃଦ୍ଧି ଆଦି ଦାବି ଉପରେ ସରକାର ସକରାତ୍ମକ ଆଭିମୁଖ୍ୟ ପୋଷଣ କରିଛନ୍ତି । ତେବେ ପୁରୁଣା ପେନସନ ଲାଗୁ କରିବାକୁ ନେଇ ସରକାର ଆଗ୍ରହ ଦେଖାଇନାହାନ୍ତି ବୋଲି ଶ୍ରୀ ମିଶ୍ର କହିବା ସହ ଯଦି ଏକମାସ ମଧ୍ୟରେ କିଛି ପଦକ୍ଷେପ ସରକାର ନନେବେ ତା’ହେଲେ ପୁଣିଥରେ ଶିକ୍ଷକ ସଂଘ ଆନ୍ଦୋଳନକୁ ଓହ୍ଲାଇବ ବୋଲି ସେ ସତର୍କ କରାଇ ଦେଇଛନ୍ତି।

Also Read

ଅନ୍ୟପକ୍ଷରେ, ରାଜ୍ୟ ଅର୍ଥମନ୍ତ୍ରୀ ଶ୍ରୀ ଆରୁଖ ଏକ ପ୍ରେସ୍ ବିବୃତ୍ତି ଜାରି କରି କହିଛନ୍ତି ଯେ, ଆଜି ମନ୍ତ୍ରିସ୍ତରୀୟ ସବକମିଟି ବୈଠକ ବସିଥିଲା ଓ ସେଥିରେ ନିଖିଳ ଉତ୍କଳ ଶିକ୍ଷକ ଫେଡେରେସନ୍ କର୍ମକର୍ତ୍ତାମାନଙ୍କ ସହ ସେମାନଙ୍କ ଦାବି ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା । ଆଗାମୀ ଦିନରେ ସେମାନଙ୍କ ଦାବିଗୁଡ଼ିକ ଉପରେ ସରକାର ସହୃଦୟତାର ସହିତ ନିରୀକ୍ଷଣ କରି ଯଥାଯୋଗ୍ୟ ଓ ବିଧିବଦ୍ଧ ପଦକ୍ଷେପ ଗ୍ରହଣ କରିବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ତେଣୁ  ଶିକ୍ଷକମାନେ ଯେଉଁ ଆନ୍ଦୋଳନ କରୁଛନ୍ତି ତାକୁ ପ୍ରତ୍ୟାହାର କରିବାକୁ ଶ୍ରୀ ଆରୁଖ ଅନୁରୋଧ କରିଛନ୍ତି।

ଉଲ୍ଲେଖଯୋଗ୍ୟ,  ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ୍ ବ୍ୟାନରରେ ୮ଟି ଶିକ୍ଷକ ସଂଘ ନିଜର ୩ଦଫା ମୁଖ୍ୟ ଦାବି ନେଇ ଆନ୍ଦୋଳନ କରୁଥିଲେ । ଆଜି ଆନ୍ଦୋଳନ ଏକାଦଶ ଦିନରେ ପହଂଚିଥିଲା । ଶିକ୍ଷକମାନଙ୍କ ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ସରକାର ପ୍ରଥମେ ନାଲିଆଖି ଦେଖାଇବା ସହ, ଅନ୍ୟ ୩ଟି ଶିକ୍ଷକ ସଂଗଠନକୁ ଆଗକୁ ଆଣିବା ଏହି ଆନ୍ଦୋଳନକୁ ସେମାନେ ସମର୍ଥନ କରୁନାହାନ୍ତି ବୋଲି ଗଣମାଧ୍ୟମକୁ ଚିଠି ଜାରି କରିବାକୁ ପଛାଇ ନଥିଲେ । ଏପରିକି ଏହି ଶିକ୍ଷକ ଆନ୍ଦୋଳନ ଯୋଗୁ ଶିକ୍ଷାଦାନ ବିଶେଷ ପ୍ରଭାବିତ ହୋଇନି ବୋଲି ଯୁକ୍ତି ବାଢ଼ି ଗଣମାଧ୍ୟମକୁ ରାଜ୍ୟ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଗତ ଶନିବାର ବୟାନ ଜାରି କରି କହିଥିଲେ ଯେ, ୧୧ଟି ଜିଲ୍ଲାରେ ଶତପ୍ରତିଶତ ଓ ବାକି ଜିଲ୍ଲାରେ ୬୦ ପ୍ରତିଶତ ସ୍କୁଲ ଖୋଲା ଅଛି ଓ ଶିକ୍ଷାଦାନ ଜାରି ରହିଛି । ଅନ୍ୟପକ୍ଷରେ ଶିକ୍ଷକ ସଂଘ ଅଭିଯୋଗ କରିଥିଲା ଯେ ରାଜ୍ୟର ପ୍ରାୟ ୫୬ହଜାର ପ୍ରାଥମିକ ସ୍କୁଲରୁ ପ୍ରାୟ ୪୫ହଜାର ସ୍କୁଲରେ ତାଲା ଝୁଲୁଛି । ଆନ୍ଦୋଳନରେ ୧.୩୦ଲକ୍ଷ ଶିକ୍ଷକଶିକ୍ଷୟିତ୍ରୀ ସାମିଲ ହୋଇଛନ୍ତି ।

ସୂଚନାଯୋଗ୍ୟ, ପ୍ରାଥମିକ ସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀମାନେ ନିଜର ୩ଦଫା ଦାବି ନେଇ ୮ତାରିଖରୁ ଧାରଣା ଓ ୧୩ତାରିଖରୁ ସମୂହ ଛୁଟିରେ ଯାଇ ରାଜ୍ୟବ୍ୟାପୀ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story