ହାପି ରୋଜ ଡେ...

କୋର୍ଟଙ୍କ ରାୟର ଏକ ଫଟୋ କପିକୁ ପୋଷ୍ଟ କରି ସାଂସଦ ଅନୁଭବ ମହାନ୍ତି ଲେଖିଛନ୍ତି, ବିବାହର ୧୦ ବର୍ଷ ପୂର୍ତ୍ତି ପୂର୍ବରୁ ତାଙ୍କ ଛାଡ଼ପତ୍ର ହୋଇଯାଇଛି। ଆଜିର ଦିନରେ ଅର୍ଥାତ ୮ ଫେବ୍ରୁଆରୀରେ ଅନୁଭବ ଓ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାହ ହୋଇଥିଲା।

Anubhav Mohanty

Anubhav Mohanty

Manoranjan Sial
  • Published: Thursday, 08 February 2024
  • Updated: 08 February 2024, 08:43 PM IST

Sports

Latest News

ମୋ ପାଇଁ ଓ ମୋ ପରିବାରର ଶାନ୍ତି ପାଇଁ ଯେଉଁମାନେ ପ୍ରାର୍ଥନା କରିଥିଲେ, ସେମାନଙ୍କୁ ଧନ୍ୟବାଦ। ମୂଲ୍ୟହୀନ, ଅର୍ଥହୀନ, ହୃଦୟହୀନ, ଯନ୍ତ୍ରଣାଦାୟକ ସଂପର୍କ ଓ ମିଛ ବିବାହର ୧୦ ବର୍ଷ ପୂର୍ତ୍ତିର ଦିନକ ପୂର୍ବରୁ ଆଜି ମୋତେ ମୋ ବିବାହ ବିଚ୍ଛେଦର ଡିଗ୍ରୀ ମିଳିଛି। ତାଙ୍କ ଖୁସି ପାଇଁ ମୁଁ ପ୍ରାର୍ଥନା କରୁଛି... HAPPY ROSE DAY। ସୋଶାଲ ମିଡ଼ିଆ ‘X’ ରେ ଅଭିନେତା ତଥା ବିଜେଡି ସାଂସଦ ଅନୁଭବ ମହାନ୍ତି ଏମିତି ପୋଷ୍ଟ କରିଛନ୍ତି।

କୋର୍ଟଙ୍କ ରାୟର ଏକ ଫଟୋ କପିକୁ ପୋଷ୍ଟ କରି ସାଂସଦ ଅନୁଭବ ମହାନ୍ତି ଲେଖିଛନ୍ତି, ବିବାହର ୧୦ ବର୍ଷ ପୂର୍ତ୍ତି ପୂର୍ବରୁ ତାଙ୍କ ଛାଡ଼ପତ୍ର ହୋଇଯାଇଛି। ଆଜିର ଦିନରେ ଅର୍ଥାତ ୮ ଫେବ୍ରୁଆରୀରେ ଅନୁଭବ ଓ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାହ ହୋଇଥିଲା। ଆଉ ଏହାର ଦିନକ ପୂର୍ବରୁ ସୋଶାଲ୍ ମିଡ଼ିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି ଅନୁଭବ। ତେବେ ଆଇନଜୀବୀଙ୍କ ମତ, ଅଭିନେତ୍ରୀ ବର୍ଷା ଯଦି ଚାହିଁବେ, ଏହି ରାୟ ବିରୋଧରେ ସୁପ୍ରିମକୋର୍ଟ ଯାଇପାରିବେ। ତାଙ୍କ ପାଖରେ ଏବେ ମଧ୍ୟ ସମୟ ଅଛି।

Also Read

୨୦୧୪ ମସିହା ଫେବ୍ରୁଆରୀ ୮ ତାରିଖ। ଆଜିର ତାରିଖରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ସେଲିବ୍ରିଟି କପଲ ବର୍ଷା ପ୍ରିୟଦର୍ଶିନୀ ଓ ଅନୁଭବ ମହାନ୍ତି। କିନ୍ତୁ ବିବାହର କେଇଟା ବର୍ଷ ଭିତରେ ଉଭୟଙ୍କ ମଧ୍ୟରେ ଉପୁଜିଥିଲା ବିବାଦ। ୨୦୨୦ ମସିହାରେ ବର୍ଷାଙ୍କୁ ଛାଡ଼ପତ୍ର ଦେବାକୁ ଦିଲ୍ଲୀ ପଟିଆଲା ହାଇସ୍‌ କୋର୍ଟରେ ଆବେଦନ କରିଥିଲେ ଅନୁଭବ। ବର୍ଷାଙ୍କ ଆବେଦନ ପରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ମାମଲା କଟକ ପାରିବାରିକ ଅଦାଲତକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ଅନୁଭବ କରିଥିବା ବିବାହ ବିଚ୍ଛେଦ ଆବେଦନ ଓ ସ୍ୱାମୀ-ସ୍ତ୍ରୀ ଭାବେ ରହିବା ପାଇଁ ବର୍ଷାଙ୍କ ଆବେଦନକୁ କୋର୍ଟ ଖାରଜ କରିଦେଇଥିଲେ। ଯାହାକୁ ଚାଲେଞ୍ଜ କରି ହାଇକୋର୍ଟ ଯାଇଥିଲେ ଅନୁଭବ।

ଆଉ ଅନୁଭବଙ୍କ ଆବେଦନ ସପକ୍ଷରେ ଗତ ଡିସେମ୍ବର ୨୧ ତାରିଖରେ ହାଇକୋର୍ଟ ବିବାହ ବିଚ୍ଛେଦ ପାଇଁ ରାୟ ଶୁଣାଇଥିଲେ। ଆଉ ରାୟର ନିର୍ଦ୍ଧାରିତ ସମୟ ଭିତରେ ଏବେ ଡିଗ୍ରୀ ଅଫ୍‌ ଡିଭୋର୍ସ ପାଇଛନ୍ତି ଅନୁଭବ। ଏହାପୂର୍ବରୁ ଉଭୟଙ୍କ ମଧ୍ୟରେ ସୋଶାଲ୍‌ ମିଡ଼ିଆରେ ଚାଲିଥିଲା ତୁତୁ ମେମେ। ଦିନେ ଅନୁଭବ ଲେଖିଥିଲେ, '(ଭି) ଶସ୍ତା ଓ ହୀନ ରାଜନୀତି ବନାମ୍‌ (ଏ) ନ୍ୟାୟ'...। ଜବାବରେ ବର୍ଷା ଲେଖିଥିଲେ, ‘ହୀନ ଉଦ୍ଦେଶ୍ୟ ନେଇ ଛାଡ଼ପତ୍ର ଆବେଦନ ସଫଳ ହୁଏନି।’ ସୋଶାଲ୍‌ ମିଡ଼ିଆରେ ଅନୁଭବ-ବର୍ଷାଙ୍କ ଏଭଳି ଆକ୍ଷେପମୂଳକ ପୋଷ୍ଟକୁ ନେଇ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା ଉଭୟଙ୍କୁ।

ତେବେ ଡିଗ୍ରୀ ଅଫ୍‌ ଡିଭୋର୍ସ ପାଇଥିବା ଅନୁଭବ ଆଗକୁ କାହା ହାତ ଧରି ବାଟ ଚାଲିବେ? ଏଣେ ବର୍ଷା ଯଦି ରାୟ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବେ, ତା’ହେଲେ ପୁଣି ଗଡ଼ିବ କି ବିବାହ ବିଚ୍ଛେଦ ମାମଲା? ଏଭଳି ନାନା ପ୍ରଶ୍ନ ଉଠୁଥିବା ବେଳେ ଏ ସଂପର୍କରେ ଅନୁଭବ କିମ୍ବା ବର୍ଷାଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story