ଆଜି ପବିତ୍ର ଅକ୍ଷୟ ତୃତୀୟାରେ ହୋଇଛି ଅଖି ମୁଠି ଅନୂକୂଳ। କ୍ଷେତରେ ବିହନ ବୁଣାର ଅନୁକୂଳ ସହ ଚାଷ କାମର ଶୁଭାରମ୍ଭ କରିଛି ଚାଷୀ। ସେହିପରି ଏହି ପବିତ୍ର ଦିନରେ ପୁରୀରେ ଘୋଷଯାତ୍ରା ପାଇଁ ଆଜିଠାରୁ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ରଥ ନିର୍ମାଣ।
ମଧ୍ୟାହ୍ନ ଧୂପ ବଢ଼ିବା ପରେ ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ପୂଜାପଣ୍ଡା ରଥଖଳାରେ ପହଞ୍ଚିଥିଲେ। ବନଯାଗ ବିଧିରେ ପୂଜାର୍ଚ୍ଚନା ପରେ ବିଶ୍ୱକର୍ମା ମହାରଣାଙ୍କ ଶାଢ଼ୀ ବନ୍ଧା ହୋଇଥିଲା। ତା' ପରେ ସୁନା କୁରାଢ଼ୀରେ ରଥ ନିର୍ମାଣର ଅନୁକୂଳ କରାଯାଇଥିଲା। ପ୍ରଥମେ ତାଳଧ୍ୱଜ, ପରେ ନନ୍ଦିଘୋଷ ଓ ଶେଷରେ ଦର୍ପଦଳନର ଧଉରା କାଠ ଅନୁକୂଳ କରାଯାଇଥିଲା।
Also Read
ସେହିପରି ପୁରୀରେ ଆଜିଠାରୁ ଆରମ୍ଭ ହୋଇଛି ଶ୍ରୀଜିଉଙ୍କ ଚନ୍ଦନ ଯାତ୍ରା। ନରେନ୍ଦ୍ର ପୁଷ୍କରିଣୀରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନ ମୋହନ ଓ ଶ୍ରୀଦେବୀ, ଭୂଦେବୀ ଚାପ ଖେଳୁଛନ୍ତି। ମଣି ବିମାନରେ ଝୁଲି ଝୁଲି ଶ୍ରୀଦେବୀ, ଭୂଦେବୀଙ୍କ ସହିତ ନରେନ୍ଦ୍ର ପୁଷ୍କରିଣୀକୁ ଆସିଥିଲେ ମଦନ ମୋହନ। ଆଉ ଏକ ବିମାନରେ ରାମକୃଷ୍ଣଙ୍କ ସହ ପଞ୍ଚୁପାଣ୍ଡବ ତଥା ପଞ୍ଚ ମହାଦେବ ଆସି ଜଳକ୍ରୀଡ଼ା କରିଛନ୍ତି। ପ୍ରବଳ ଗରମରୁ ରକ୍ଷା ପାଇବା ପାଇଁ ମହାପ୍ରଭୁ ନରେନ୍ଦ୍ର ପୁଷ୍କରିଣୀରେ ନୌକା ବିହାର କରନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Events & Festivals
୪୫ କୋଟି ଭକ୍ତଙ୍କ ସମାଗମର ସାକ୍ଷୀ ମହାକୁମ୍ଭ ୨୦୨୫
ଫେବୃଆରୀ ୧୧, ୨୦୨୫ ସୁଦ୍ଧା ୪୫ କୋଟି ଭକ୍ତ ମହାକୁମ୍ଭ ସ୍ନାନ ରୀତିନୀତିରେ ଅଂଶଗ୍ରହଣ କରି ଇତିହାସରେ ସବୁଠାରୁ ବଡ଼ ଧାର୍ମିକ ସମାବେଶରେ ସାମିଲ ହୋଇଛନ୍ତି। ୪୫ ଦିନ ମଧ୍ୟରେ ଭକ୍ତଙ୍କ ସଂଖ୍ୟା ୪୫ କୋଟିରେ ପହଞ୍ଚିବ ବୋଲି ରାଜ୍ୟ ସରକାର ଆଶା କରିଥିଲେ, କିନ୍ତୁ ଏହି ସଂଖ୍ୟା ଏକ ମାସ ମଧ୍ୟରେ ହାସଲ ହୋଇସାରିଛି, ଏବଂ ଆହୁରି ୧୫ ଦିନ ବାକି ଅଛି।

National
ପ୍ରୟାଗରାଜରେ ପକ୍ଷୀ ମହୋତ୍ସବ, ପୁରସ୍କାର ମିଳିବ ୨୧ ଲକ୍ଷ ଟଙ୍କା
ଚଳିତ ଫେବୃଆରୀ ୧୬ ତାରିଖରୁ ପ୍ରୟାଗରାଜଠାରେ ଆରମ୍ଭ ହେବ ୩ ଦିନିଆ ଆନ୍ତର୍ଜାତିକ ପକ୍ଷୀ ମହୋତ୍ସବ। ମହାକୁମ୍ଭ ୨୦୨୫କୁ ଆସୁଥିବା ଶ୍ରଦ୍ଧାଳୁ ତଥା ପରିଦର୍ଶକମାନଙ୍କ ପାଇଁ ଏହା ଏକ ବିଶେଷ ଆକର୍ଷଣ ହେବ। ସେମାନେ ଏଠାରେ ୨୦୦ରୁ ଅଧିକ ପ୍ରବାସୀ ଏବଂ ସ୍ଥାନୀୟ ପକ୍ଷୀମାନଙ୍କର ସମାବେଶ ଦେଖିବା ସହ ସେମାନଙ୍କ ସମ୍ପର୍କରେ ବିଶେଷଜ୍ଞଙ୍କଠାରୁ ସିଧାସଳଖ ଜ୍ଞାନ ଆହରଣ କରିବାର ସୁଯୋଗ ପାଇବେ ବୋଲି ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ବିଭାଗ ପକ୍ଷରୁ କୁହାଯାଇଛି।

Events & Festivals
ମହାକୁମ୍ଭ- ଶ୍ରଦ୍ଧାର ସମାରୋହରେ ସମ୍ମିଳିତ ହୋଇଛନ୍ତି ୩୫ କୋଟି ଜନତା
୨୦୨୫ ମହାକୁମ୍ଭ ଏକ ଆଧ୍ୟାତ୍ମିକ ଓ ସାଂସ୍କୃତିକ ପରିଦୃଶ୍ୟରେ ପରିଣତ ହୋଇଛି। ୨୦୨୫ ଫେବ୍ରୁଆରି ୩ ତାରିଖ ସୁଦ୍ଧା ୩୫ କୋଟିରୁ ଅଧିକ ଶ୍ରଦ୍ଧାଳୁ ପବିତ୍ର ସ୍ନାନ ବିଧିରେ ଅଂଶଗ୍ରହଣ କରିଛନ୍ତି। ବସନ୍ତ ପଞ୍ଚମୀର ପବିତ୍ର ଦିନରେ ୨.୩୩ କୋଟିରୁ ଅଧିକ ଶ୍ରଦ୍ଧାଳୁ ତ୍ରିବେଣୀ ସଙ୍ଗମର ପବିତ୍ର ଜଳରେ ସ୍ନାନ କରିଛନ୍ତି।

Events & Festivals
ଆସନ୍ତାକାଲିଠୁ ‘ଉତ୍କର୍ଷ ଓଡ଼ିଶା’ କନକ୍ଲେଭ: ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି, ୫ଲକ୍ଷ କୋଟି ଟଙ୍କାର ନିବେଶ ସଂଗ୍ରହ ଲକ୍ଷ୍ୟ
ଭୁବନେଶ୍ୱରର ଜନତା ମଇଦାନଠାରେ ଉତ୍କର୍ଷ ଓଡ଼ିଶା କନକ୍ଲେଭକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଦିନ ୧୧ଟାରେ ଆନୁଷ୍ଠାନିକ ଉଦଘାଟନ କରିବେ।
Events & Festivals
ଏଥର ଝଲସିବ ‘ସ୍ୱର୍ଣ୍ଣିମ ଭାରତ,ସମୃଦ୍ଧ ଓଡ଼ିଶା’ର ପ୍ରଜ୍ଞାପନ ମେଢ଼, କିଏ କେଉଁଠି କରିବେ ପତାକା ଉତ୍ତୋଳନ,କାହାକୁ ମିଳିବ ପଦକ
ଗୃହ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଚଳିତଥର ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହ ମହାତ୍ମା ଗାନ୍ଧି ମାର୍ଗରେ ପାଳନ କରାଯିବ । ଏଥିରେ ରାଜ୍ୟପାଳ ଡଃ ହରିବାବୁ କମ୍ଭମପତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସକାଳ ସାଢ଼େ ୮ଟାରେ ପତାକା ଉତ୍ତୋଳନ କରିବେ ।