୧.୭୫ ଲକ୍ଷ ଲୋକଙ୍କୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଦେଖାଇବେ ସରକାର: ଆସନ୍ତାକାଲିଠୁ ଆରମ୍ଭ

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଦେଖିବା ପାଇଁ ରାଜ୍ୟ ସରକାର ପ୍ରତ୍ୟେକ ପଂଚାୟତରୁ ୨୦ଜଣ ଲେଖାଏଁ ଲୋକଙ୍କୁ ବସ୍ ଯୋଗେ ପୁରୀ ଆଣିବାର ବ୍ୟବସ୍ଥା କରିଛନ୍ତି।

Puri PhotoOR

ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ସମୟରେ...

Ordigital Desk
  • Published: Wednesday, 24 January 2024
  • Updated: 24 January 2024, 10:51 PM IST

Sports

Latest News

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଦେଖିବେ ରାଜ୍ୟର ୧ ଲକ୍ଷ ୭୫ ହଜାର ଲୋକ। ରାଜ୍ୟ ସରକାରଙ୍କ ଖର୍ଚ୍ଚରେ ଆରାମଦାୟକ ବସରେ ପୁରୀ ଆସିବେ, ମହାପ୍ରଭୁଙ୍କ ଦର୍ଶନ ସହ ପରିକ୍ରମା ପ୍ରକଳ୍ପ ବୁଲି ଦେଖି ଘରକୁ ଫେରିବେ। ରାଜ୍ୟର ସମସ୍ତ ୧୪୭ଟି ବିଧାନସଭା କ୍ଷେତ୍ରରୁ ତଥା ପ୍ରତ୍ୟେକ ପଂଚାୟତରୁ ୨୦ ଜଣ ଲେଖାଏଁ ଲୋକଙ୍କ ଯିବା-ଆସିବା-ରହିବା ଓ ଖାଇବା ଆଦି ସହ ସେମାନଙ୍କ ପରିବାର ନିମନ୍ତେ ମହାପ୍ରଭୁଙ୍କ ଶୁଖିଲା ଭୋଗ ମଧ୍ୟ ସରକାର ଯୋଗାଇ ଦେବେ।

ଆସନ୍ତାକାଲି ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନମଣ୍ଡଳୀ ହିଞ୍ଜିଳିର ଭୋଟରମାନେ ଆସିବେ। ଗତ ୧୭ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ହୋଇଥିଲେ ମଧ୍ୟ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟର କ୍ଷମତାସୀନ ବିଜେଡି ସରକାର ନିଜସ୍ୱ ପ୍ରଚାର ନିମନ୍ତେ ପଂଚାୟତରୁ ଲୋକଙ୍କୁ ଆଣି ଶ୍ରୀମନ୍ଦିର ବୁଲାଇବାର ଯୋଜନା କରିଥିବା ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁସାରେ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଦେଖିବା ପାଇଁ ରାଜ୍ୟ ସରକାର ପ୍ରତ୍ୟେକ ପଂଚାୟତରୁ ୨୦ଜଣ ଲେଖାଏଁ ଲୋକଙ୍କୁ ବସ୍ ଯୋଗେ ପୁରୀ ଆଣିବାର ବ୍ୟବସ୍ଥା କରିଛନ୍ତି । ମୋଟ ୩୮୮୬ଟି ବସରେ ରାଜ୍ୟର ମୋଟ ୧ଲକ୍ଷ ୭୪ହଜାର ୭୪୦ଜଣ ଲୋକଙ୍କୁ ପୁରୀ ଅଣାଯିବ । ଜାନୁୟାରୀ ୨୫ରୁ ଫେବୃୟାରୀ ୨୦ତାରିଖ ପର୍ଯ୍ୟନ୍ତ ବିଭିନ୍ନ ନିର୍ବାଚନମଣ୍ଡଳୀର ଲୋକମାନଙ୍କୁ ପୁରୀ ଆଣିବା ପାଇଁ କାର୍ଯ୍ୟସୂଚୀ ପ୍ରସ୍ତୁତ ହୋଇଛି ।

Also Read

ଆସନ୍ତାକାଲି ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନମଣ୍ଡଳୀ ହିଞ୍ଜିଳିର ମୋଟ ୧୨୮୦ଜଣ ଲୋକଙ୍କୁ ପୁରୀ ଆଣି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବୁଲାଇ ଦେଖାଇବାର ବ୍ୟବସ୍ଥା ରାଜ୍ୟ ସରକାର କରିଛନ୍ତି । ଆସନ୍ତାକାଲି କେନ୍ଦ୍ରାପଡ଼ାର ମହାକାଳପଡ଼ା, ବାଲେଶ୍ୱରର ରେମୁଣା ଓ ବାଲେଶ୍ୱର ସଦର, ଗଞ୍ଜାମର ଭଞ୍ଜନଗର, ମୟୂରଭଞ୍ଜର ସାରସକଣା ଓ କରଞ୍ଜିଆ, କଟକର ବାଙ୍କୀ ନିର୍ବାଚନମଣ୍ଡଳୀ ସମେତ କଟକ-ବାରବାଟୀର ଲୋକଙ୍କୁ ମିଶାଇ ମୋଟ ପ୍ରାୟ ୯୯୮୦ଜଣ ଲୋକଙ୍କୁ ସରକାର ୨୨୫ଟି ବସରେ ପୁରୀ ନେଇ ଶ୍ରୀଜଗନ୍ନାଥଙ୍କ ଦର୍ଶନ ସହ ପରିକ୍ରମା ପ୍ରକଳ୍ପ ବୁଲି ଦେଖାଇବେ । ଫେବୃୟାରୀ ୨୦ତାରିଖ ମଧ୍ୟରେ ରାଜ୍ୟର ସମସ୍ତ ୧୪୭ଟି ବିଧାନସଭା ନିର୍ବାଚନମଣ୍ଡଳୀରୁ ଲୋକଙ୍କୁ ପୁରୀ ଆଣିବାକୁ ବ୍ୟବସ୍ଥା ହୋଇଛି ।

ଏଥିପାଇଁ ପଂଚାୟତିରାଜ ବିଭାଗର ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ଜ୍ୟୋତିପ୍ରକାଶ ଦାସ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି କେଉଁଦିନ କେଉଁ ନିର୍ବାଚନମଣ୍ଡଳୀର ଲୋକଙ୍କୁ କେତୋଟି ବସରେ ପୁରୀ ଅଣାଯିବ ତା’ର ସୂଚନା ଦେଇଛନ୍ତି ।

ସେହିପରି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ପ୍ରତ୍ୟେକ ପଂଚାୟତରେ ଅର୍ପଣ ରଥ ବୁଲି ସଂଗ୍ରହ କରିଥିବା ଗୁଆ,ଚାଉଳ ଓ ପଇସାକୁ ଆଜିଠୁ ଆସନ୍ତାମାସ ଫେବୃୟାରୀ ୧୯ତାରିଖ ପର୍ଯ୍ୟନ୍ତ ଜିଲ୍ଲାୱାରି ପୁରୀ ଆଣିବାର ବ୍ୟବସ୍ଥା ହୋଇଛି। ଏଥିପାଇଁ ପୁରୀରେ ଶ୍ରୀଗୁଣ୍ଡିଚା ମନ୍ଦିରରେ ଆବଶ୍ୟକ ବ୍ୟବସ୍ଥା ହୋଇଛି। ଶ୍ରଦ୍ଧାଳୁଙ୍କଠୁ ସଂଗୃହୀତ ଚାଉଳ,ଗୁଆ ଓ ଅର୍ଥକୁ କେଉଁ ଜିଲ୍ଲା କେଉଁଦିନ ଆଣି ଶ୍ରୀଗୁଣ୍ଡିଚା ମନ୍ଦିରରେ ଦାଖଲ କରିବେ ତା’ର ତାଲିକା ମଧ୍ୟ ପ୍ରଦାନ କରାଯାଇଛି। ତେବେ ଯାଜପୁର, ଗଞ୍ଜାମ, କଟକ, ବାଲେଶ୍ୱର ଓ କେନ୍ଦ୍ରାପଡ଼ା ଜିଲ୍ଲା ଦୁଇଥର ଲେଖାଏଁ ନିଜର ସଂଗୃହୀତ ଗୁଆ,ଚାଉଳ ଓ ଟଙ୍କା ଆଣି ଦାଖଲ କରିବେ ବୋଲି ଜଣାପଡ଼ିଛି। ଅନ୍ୟ ଜିଲ୍ଲାଗୁଡ଼ିକ ପାଇଁ ଗୋଟିଏ ଦିନ ଧାର୍ଯ୍ୟ ହୋଇଛି।

ସୂଚନାଯୋଗ୍ୟ, ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ଶାସକ ବିଜେଡି ରାଜ୍ୟରେ ନିଜ ସପକ୍ଷରେ ମାହୋଲ ସୃଷ୍ଟି କରିବାକୁ ଏବେ ଶ୍ରୀଜଗନ୍ନାଥଙ୍କ ଦର୍ଶନକୁ ଆଳ କରିଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story