ଗୋଟିଏ ଦିନରେ ପଡ଼ୁଛି ନେତ୍ରୋତ୍ସବ, ନବଯୌବନ ଦର୍ଶନ ଓ ରଥଯାତ୍ରା, କେମିତି ହେବ ନୀତିକାନ୍ତି?

ଏଭଳି ସ୍ଥିତି ୧୯୭୧ ମସିହାରେ ହୋଇଥିଲା। ସେତେବେଳେ ଚତୁର୍ଦ୍ଧାମୂର୍ତ୍ତି ରଥରେ ବସିବା ବେଳକୁ ବିଳମ୍ବ ହୋଇସାରିଥିଲା। କେବଳ ରଥରେ ଦଉଡ଼ି ଲଗାଯାଇ ଟିକିଏ ବାଟ ଟଣା ହୋଇଥିଲା। କେବଳ ବଳଭଦ୍ରଙ୍କ ରଥ ଟଣା ହୋଇଥିଲା।

Jagannath Temple

ଶ୍ରୀମନ୍ଦିର ସମ୍ମୁଖ(ଫାଇଲ ଫଟୋ)

Hemant Lenka
  • Published: Sunday, 14 April 2024
  • Updated: 14 April 2024, 07:15 PM IST

Sports

Latest News

ପବିତ୍ର ପଣା ସଂକ୍ରାନ୍ତିରେ ଆଜିଠାରୁ ପ୍ରଚଳନ ହୋଇଛି ନୂତନ ପଞ୍ଜିକା। ଆଶ୍ଚର୍ଯ୍ୟର କଥା ହେଉଛି, ପଞ୍ଜିକା ଅନୁସାରେ ଚଳିତ ବର୍ଷ ଗୋଟିଏ ଦିନରେ ତିଥି ପଡୁଛି ତିନି ତିନୋଟି ବଡ଼ ଉତ୍ସବ।

ଜୁଲାଇ ୭ତାରିଖରେ ମହାପ୍ରଭୁଙ୍କ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଓ ରଥଯାତ୍ରା। ତେବେ ଶ୍ରୀଜିଉଙ୍କ ଏହି ତିନି ତିନିଟି ଉତ୍ସବର ନୀତିକାନ୍ତି କେମିତି ହେବ? ଚଳିତ ବର୍ଷ ୧୩ ଦିନିଆ ଅନବସର ପକ୍ଷ ବି ପଡୁଛି। ବାହୁଡା ଯାତ୍ରା ପର ଦିନ ସୁନା ବେଶ ନହୋଇ ତା ପରଦିନ ସୁନା ବେଶ ହେବ।

ଏହାକୁ ନେଇ ସମସ୍ତେ ଚିନ୍ତାରେ ପଡ଼ିଥିବା ବେଳେ ପଞ୍ଜିକା ଭୁଲ ହୋଇଛି ବୋଲି କହିଛନ୍ତି ବଳଭଦ୍ରଙ୍କ ବାଡ଼ଗ୍ରାହୀ। କିନ୍ତୁ ଦଇତାପତି ନିଯୋଗ ଓ ଶ୍ରୀମନ୍ଦିର ପ୍ରଶାସନ ଆଲୋଚନା ପରେ ଏ ନେଇ ବାଟ ଫିଟିବ ଆଶା କରାଯାଉଛି।

Also Read

ଆଷାଢ଼ ମାସ ଶୁକ୍ଳ ପକ୍ଷ ଦ୍ୱିତୀୟା ତିଥି ପରମ୍ପରା ଓ ବିଧି ଅନୁସାରେ ଜୁଲାଇ ୭ରେ ପାଳନ ହେବ ଘୋଷ ଯାତ୍ରା। ଅନ୍ୟପଟେ ଆଜି ପ୍ରଚଳିତ ହୋଇଥିବା ପଞ୍ଜିକା ଅନୁସାରେ ସେହି ଦିନ ବା ଜୁଲାଇ ୭ରେ ନେତ୍ରୋତ୍ସବ ଓ ନବଯୌବନ ଦର୍ଶନ ପଡ଼ୁଛି। ତେଣୁ କିଭଳି ନେତ୍ରୋତ୍ସବ ଶେଷ ହେବ ଓ ଆଉ କେତେ ବେଳେ ନବଯୌବନ ବେଶ ହେବ?

ମହାପ୍ରଭୁଙ୍କ ବିରଳ ନବଯୌନବନ ବେଶକୁ ଦର୍ଶନ କରିପାରିବେ କି ଭକ୍ତ ଗଣ? ଏହାକୁ ନେଇ ଉଠିଛି ପ୍ରଶ୍ନ। ଜୁନ ୨୨ ଦେବସାନ୍ନ ପୂର୍ଣ୍ଣିମା ଦିନରୁ ଆରମ୍ଭ ହେବ ଶ୍ରୀଜିଉଙ୍କ ଅନବସର। ଏଥର ଅନବସର ୧୩ ଦିନିଆ ପକ୍ଷ ପଡୁଛି। ଏଭଳି ସ୍ଥିତି ୧୯୭୧ ମସିହାରେ ହୋଇଥିଲା।

ସେତେବେଳେ ଚତୁର୍ଦ୍ଧାମୂର୍ତ୍ତି ରଥରେ ବସିବା ବେଳକୁ ବିଳମ୍ବ ହୋଇସାରିଥିଲା। କେବଳ ରଥରେ ଦଉଡ଼ି ଲଗାଯାଇ ଟିକିଏ ବାଟ ଟଣା ହୋଇଥିଲା। କେବଳ ବଳଭଦ୍ରଙ୍କ ରଥ ଟଣା ହୋଇଥିଲା।

ରଥଯାତ୍ରାର ଗୋଟିଏ ଦିନ ପୂର୍ବରୁ ରଥଖଳାରୁ ସିଂହଦ୍ୱାରକୁ ରଥଟଣା ହେବାର ବଧି ରହିଛି। ଏଥିପାଇଁ ମହାପ୍ରଭୁଙ୍କ ଆଜ୍ଞାମାଳ ଆସିଥାଏ। କିନ୍ତୁ ଶ୍ରୀଜିଉ ଏଥର ସେହି ସମୟରେ ଅନବସରରେ ରହିଥିବେ। ତେଣୁ ଜୁଲାଇ ୬ ତାରିଖରେ ପଟିଦିଅଁଙ୍କ ଠାରୁ ଆଜ୍ଞାମାଳ ଆସିବା ପରେ ତିନି ରଥକୁ ସିଂହଦ୍ୱାର ଅଣାଯିବ ବୋଲି କହିଛନ୍ତି ବରିଷ୍ଠ ଦଇତାପତି।

ଜୋତିର୍ବିଦ୍ ନରେଶ ଚନ୍ଦ୍ର ଦାଶ କହିଛନ୍ତି, “ଜୁଲାଇ ୭ରେ ରଥଯାତ୍ରା ପଡ଼ୁଛି। ସେହି ଦିନ ଆଷାଢ଼ ମାସ ଶୁକ୍ଳ ପକ୍ଷ ଦ୍ୱିତୀୟା ତିଥି। ପଞ୍ଜିକା ଅନୁସାରେ ନେତ୍ରୋତ୍ସବ ଓ ନବଯୌବନ ବେଶ ମଧ୍ୟ ସେହି ଦିନ ହେବ। ଯଦି ଦଇତାପତି ସେବାୟତମାନେ ରାତି ୧୨ଟାରୁ କାମ ଆରମ୍ଭ କରିବେ, ତା’ହେଲେ ନେତ୍ରୋତ୍ସବ ଓ ନବଯୌନବ ବେଶ ଶେଷ ହେବା ସହ ରଥଯାତ୍ରା ହୋଇପାରିବ।”

ସେହିପରି ବରିଷ୍ଠ ଦଇତାପତି ସେବକ ଗଣେଶ ଦାସମହାପାତ୍ର କହିଛନ୍ତି, “ନୂତନ ପଞ୍ଜିକାରେ ଯାହା ଅଛି, ସେହି ଅନୁସାରେ ଆମର ମିଟିଂ ହୋଇଥିଲା। ସେଥିରେ ହିସାବ ହେଲା ଯେ ୭ ତାରିଖ ଦିନ ଅଣସର ତାଟି ଖୋଲିବ।”

ପଞ୍ଜିକାର ପାଣ୍ଡୁଲିପିକୁ ନେଇ ଆଲୋଚନା ସମୟରେ ଗୋଟିଏ ଦିନରେ ନବଯୌବନ ଦର୍ଶନ ଓ ରଥଯାତ୍ରା ପଡୁଥିବା ଜଣାପଡ଼ିଛି। ଏହାସହ ଚଳିତ ବର୍ଷ ୧୩ ଦିନ ଧରି ଅଣସର ହେବ। ଏହି ସମୟରେ ମହାପ୍ରଭୁଙ୍କ ଗୁପ୍ତସେବା ଶେଷ କରି ରାତ୍ର ୧୨ଟାରୁ ଦ୍ୱାର ଫିଟାଯାଇ ନବଯୌବନ ଦର୍ଶନ ଓ ନେତ୍ରୋତ୍ସବ କରାଯିବ।

ଶ୍ରୀମନ୍ଦିର ପ୍ରଶାସନ ସହ ବାରମ୍ବାର ଆଲୋଚନା କରିଯାଇ ନୀତିକାନ୍ତି ବିଧିମୁତାବକ କରାଗଲେ ସଠିକ ଭାଵରେ ରଥଯାତ୍ରା ସମ୍ପନ୍ନ ହୋଇପାରିବ ବୋଲି ଜ୍ୟୋତିର୍ବିଦ୍ କହିଛନ୍ତି। ୧୯୭୧ମସିହାରେ ମଧ୍ୟ ଯେଉଁ ନୀତିକାନ୍ତି କରାଯାଇଥିଲା ତା ଭୁଲ ଥିଲା। ତେଣୁ ସେ ସମୟରେ କିଭଳି ହୋଇଥିଲା ନୀତିକାନ୍ତି ସେ ନେଇ ତର୍ଜମା ହେବା ଦରକାର ବୋଲି କହିଛନ୍ତି ବଳଭଦ୍ରଙ୍କ ବାଡଗ୍ରାହୀ ହଳଧର ଦାସମହାପାତ୍ର।

ସେ କହିଛନ୍ତି, “ନୀତିକାନ୍ତି କାହିଁକି ରାତିରେ ହେବ? ସୂର୍ଯ୍ୟ ଉଦୟ ହେଲେ ଠାକୁର ବାହାରିବେ। ତମ ମନଇଚ୍ଛା ରାତିରେ ସବୁ କରିଦେବ? ନବଯୌବନ ନୀତି ତା’ ବାଟରେ ହେବ। ସକାଳ ଧୂପ ସରିବା ପରେ ଆଜ୍ଞାମାଳ ଯିବ ଓ ରଥ ସିଂହ ଦ୍ୱାରକୁ ଆସିବ। ଦ୍ୱିତୀୟ ଦିନ ପହଣ୍ଡି ହେବେ।”

ସୁଭଦ୍ରାଙ୍କ ବାଡଗ୍ରାହୀ ରାମଚନ୍ଦ୍ର ଦାସ ମହାପାତ୍ର କହିଛନ୍ତି, “୧୯୭୧ ମସିହାରେ ନୀତିକାନ୍ତି କେମିତି ହୋଇଥିଲା, ତା’କୁ ତର୍ଜମା କରି ଦେଖାଯାଇଛି। କାରଣ ନବଯୌନବ ବେଶ ଓ ଧୂପ ପରେ ଆଜ୍ଞାମାଳ ଆସେ। ଯେହେତୁ ନବ ଯୌବନ ବେଶ ଓ ରଥଯାତ୍ରା ଗୋଟିଏ ଦିନରେ ପଡ଼ୁଛି, ତେଣୁ ଆଜ୍ଞାମାଳ ଯାଇ ରଥ ଆସିବା ସମ୍ଭବ ନୁହେଁ। ତେଣୁ ସେତେବେଳର ରେକର୍ଡ ଦେଖାଗଲା ଯେ ପଟି ଦିଅଁଙ୍କ ଠାରୁ ଆଜ୍ଞାମାଳ ଯାଇ ରଥକୁ ତା’ ପୂର୍ବଦିନ ସିଂହଦ୍ୱାର ପାଖକୁ ଅଣାଯାଇଥିଲା।”

ଏପରି ସ୍ଥିତିରେ ନୀତି ସବକମିଟି, ଛତିଶା ନିଯୋଗ ବୈଠକ ଓ ପରିଚାଳନା କମିଟି ବୈଠକରେ ଆଲୋଚନା କରାଯିବା ପରେ ନୀତିକାନ୍ତିକୁ ନେଇ ବାଟ ଫିଟିବ ବୋଲି କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story