ମୁଖ୍ୟମନ୍ତ୍ରୀଙ୍କ ଧର୍ମ କ’ଣ?

ମୁଖ୍ୟମନ୍ତ୍ରୀଙ୍କ ଧର୍ମ କ’ଣ? ଏହା କୌଣସି ସ୍କୁଲ ପରୀକ୍ଷାର ପ୍ରଶ୍ନ ନୁହେଁ। ଏହା ପ୍ରତ୍ୟେକ ନାଗରିକ ଲାଗି ପ୍ରଶ୍ନ ଯେ ସତରେ ମୁଖ୍ୟମନ୍ତ୍ରୀଙ୍କ ଧର୍ମ କ’ଣ? ବହୁ ସମୟରେ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକଳାପକୁ ଅନୁଧ୍ୟାନ କଲେ ସ୍ଵାଭାବିକ ଭାବରେ ଏହି ପ୍ରଶ୍ନ ମନକୁ ଆସିଥାଏ।

Odisha Chief Minister

Odisha Chief Minister

Debendra Prusty
  • Published: Monday, 26 June 2023
  • Updated: 26 June 2023, 02:23 PM IST

News Highlights

  • ଧର୍ମନିରପେକ୍ଷତା ଏକ ପାଶ୍ଚାତ୍ୟ ପରିକଳ୍ପନା ହେଲେ ଗଣତନ୍ତ୍ର ଓ ରାଷ୍ଟ୍ରବାଦ ମଧ୍ୟ ସେଇଠୁ ଆସିଛି।
  • ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଆଦି ଗଣତାନ୍ତ୍ରିକ ପଦବୀର ଧର୍ମ ହେଉଛି ନ୍ୟାୟ ଭିତ୍ତିକ ଶାସନ।
  • ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଆଦି ପଦବୀଗୁଡ଼ିକ କୌଣସି ଧର୍ମ, ଜାତି, ବର୍ଣ୍ଣ ଓ ଭୂଗୋଳ ମଧ୍ୟରେ ଆବଦ୍ଧ ନୁହନ୍ତି। ସେମାନେ ସମ୍ବିଧାନର ମଣିଷ।

Sports

Latest News

ମୁଖ୍ୟମନ୍ତ୍ରୀ କ’ଣ ସତରେ ସମ୍ବିଧାନକୁ ପଢିଛନ୍ତି? ଏଭଳି ଏକ ଗୁରୁ ପ୍ରଶ୍ନ ପଚାରିବା ଲାଗି ପ୍ରସ୍ତୁତି ଆଦୌ ଶୂନ୍ୟରୁ ଆସିନାହିଁ। ଲଗାତର ଭାବରେ ସେହି ଭଳି କାର୍ଯ୍ୟର ଉଦାହରଣ ଆମକୁ ଦେଖିବାକୁ ମିଳୁଛି।

‘ଓଡ଼ିଶାର ମୁଖ୍ୟମନ୍ତ୍ରୀ ଜଗନ୍ନାଥଙ୍କ ରଥ ଦୌଡ଼ି ଛୁଇଁଲେ’, ‘ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଉଜ୍ଜୈନର ମହାକାଳେଶ୍ଵର ମନ୍ଦିର ଦର୍ଶନ କଲେ’, ‘ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଭେଙ୍କଟେଶ୍ଵର ମନ୍ଦିରକୁ ଦୁଇ କିଲୋ ସୁନାର ମୁକୁଟ ଦାନ କଲେ’, ‘ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଶ୍ଵ ପରିବେଶ ଦିବସରେ ଅମ୍ବାଜିଙ୍କ ମନ୍ଦିରରେ ପୂଜାର୍ଚ୍ଚନା କଲେ’ ଇତ୍ୟାଦି ଖବର ସ୍ଥାନୀୟ ଖବରକାଗଜର ଶୀର୍ଷକ ଭାବରେ ପ୍ରକାଶିତ ହୋଇଆସୁଛି।

ଏମିତି ହେଉ ନାହିଁ ତ ଯେ ମୁଖ୍ୟମନ୍ତ୍ରୀମାନେ ପରସ୍ପରର କାର୍ଯ୍ୟକୁ ଦେଖି ନିଜର ଧର୍ମ ନିଶ୍ଚିତ କରିନେଉଛନ୍ତି? ସବୁ ମୁଖ୍ୟମନ୍ତ୍ରୀ ହିନ୍ଦୁ ଧର୍ମର ଅଂଶ ଭାବରେ ବ୍ୟବହାର କରୁଥିବା କାରଣରୁ ଯେ କେହି ଉତ୍ତର ଦେବ ଯେ ମୁଖ୍ୟମନ୍ତ୍ରୀଙ୍କ ଧର୍ମ ହିନ୍ଦୁ!

ମନେ କରାଯାଉ ଯେ ଏହି ଉତ୍ତରକୁ ଆମେ ଗ୍ରହଣ କରିନେଲୁ ଯେ ନିର୍ବାଚିତ ମୁଖ୍ୟମନ୍ତ୍ରୀଙ୍କ ଧର୍ମ ହିନ୍ଦୁ। ତେବେ, ସେଥିଲାଗି ଉତ୍ପନ୍ନ ଘଟଣାମାନଙ୍କୁ କ’ଣ କହିବା? ତାହାକୁ ତେବେ ପ୍ରାକୃତିକ ଦୁର୍ବିପାକ କହିବା ନା ମଣିଷ ଦ୍ଵାରା ଘଟିଥିବା ଅପରାଧ କହିବା?

ଗଲା ୨୦୨୧ ମସିହାରେ, ଉଜ୍ଜୈନର ଶିବ ମନ୍ଦିରରେ ଅନୁଷ୍ଠିତ ହେଉଥିବା ବିଶେଷ ପର୍ବରେ ଭାଗ ନେବା ଲାଗି ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ନିଜ ପରିବାର ସହିତ ଯାଇଥିଲେ। ସେଠାରେ ଲକ୍ଷାଧିକ ଲୋକଙ୍କର ସମାଗମ ହୋଇଥିଲା। ସେଥିଲାଗି ଅନେକ ପୁଲିସ ବ୍ୟବସ୍ଥା କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଦର୍ଶନ ସାରି ଫେରିବା ପର୍ଯ୍ୟନ୍ତ ସାଧାରଣ ଭକ୍ତଙ୍କ ଦର୍ଶନ ବନ୍ଦ ରହିଥିଲା। ସେ ଦର୍ଶନ ଫେରିବା ମାତ୍ରେ ଲୋକଙ୍କୁ ଛାଡ଼ିଦିଆଗଲା। ଏହା ଦ୍ଵାରା ଦଳାଚକଟା ହେତୁ ଅନେକ ଲୋକ ଆଘାତ ପାଇଲେ।

ଲକ୍ଷାଧିକ ଲୋକଙ୍କର ଯେଉଁଠି ସମାଗମ ହେଉଛି ସେଠାରେ ମୁଖ୍ୟମନ୍ତ୍ରୀ ନିଜର ବିଶେଷ ଶକ୍ତି ପ୍ରୟୋଗ କରି ପୂଜାରେ ସାମିଲ ହେବା ଓ ତଜ୍ଜନୀତ ଦଳାଚକଟାରେ ଲୋକେ ଆହତ ହେବାକୁ ପ୍ରାକୃତିକ ଦୁର୍ବିପାକ କହିବା କି ମନୁଷ୍ୟକୃତ ଅପରାଧ କହିବା? ମୁଖ୍ୟମନ୍ତ୍ରୀଙ୍କ ଧର୍ମ ଯଦି ହିନ୍ଦୁ ତାହା ହେଲେ ତାଙ୍କର ମଧ୍ୟ ପୂଣ୍ୟ କରିବା ଓ ସ୍ଵର୍ଗରେ ସ୍ଥାନ ନିଶ୍ଚିତ କରିବାର ଆଗ୍ରହ ରହିବ ଯେଉଁ ଇଚ୍ଛା ସାଧାରଣ ହିନ୍ଦୁ ଭକ୍ତ କରିଥାନ୍ତି!

ଏହି ବର୍ଷ ରଥଯାତ୍ରା ସମୟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ରଥଯାତ୍ରାରେ ରଥର ଦୌଡ଼ି ଛୁଇଁବା ଲାଗି ରଥ ନିକଟକୁ ଯିବା ଏକ ବିରାଟ ବିପଦକୁ ଡାକିବା ନଥିଲା କି? ମୁଖ୍ୟମନ୍ତ୍ରୀଙ୍କ ଧର୍ମ ଯଦି ହିନ୍ଦୁ ତେବେ ତାଙ୍କୁ ମଧ୍ୟ ଏହି ସୁଯୋଗରେ ପୂଣ୍ୟ ଅର୍ଜନ କରିବାର ଅଛି। ଏଥିଲାଗି ଦଶ ଲକ୍ଷ ଲୋକଙ୍କୁ ନିୟନ୍ତ୍ରିତ କରିବା ପାଇଁ ପୁଲିସ ପକ୍ଷରେ ଯେ କେତେ କଷ୍ଟଦାୟକ ହୋଇଥିବ ତାହା ଅନୁମାନ କରାଯାଇପାରେ। ପୁରୀ ରଥଯାତ୍ରାରେ ଦଳାଚକଟାରେ ମାତ୍ର ୧୪ ଜଣ ଆହତ ହୋଇଛନ୍ତି। ଯଦି ଏଥିରେ ଶହ ଶହ ଲୋକଙ୍କ ମୃତ୍ୟୁ ହୋଇଥା’ନ୍ତା ତାହା ପରେ କ’ଣ ହୋଇଥା’ନ୍ତା? ଏହାପରେ କ’ଣ ଆମେ ଗ୍ରହଣ କରିଥାନ୍ତେ କି ଯେ ମୁଖ୍ୟମନ୍ତ୍ରୀଙ୍କ ଧର୍ମ ହିନ୍ଦୁ? ଏହା ପରେ ଆମେ ନିଶ୍ଚିତ ରୂପେ ଧର୍ମନିରପେକ୍ଷତାର କଥା କହିଥାନ୍ତେ। ମୁଖ୍ୟମନ୍ତ୍ରୀଙ୍କର ବିରାଟ ଜନସମାଗମକୁ ଯିବାର ଔଚିତ୍ୟ ସମ୍ପର୍କରେ ପ୍ରଶ୍ନ କରିଥାନ୍ତ, ଯାହା ଆମର ପୂର୍ବରୁ କରିବାର ଥିଲା?

ମାତ୍ର ଦଶ ବର୍ଷ ତଳେ, ୨୦୧୩ ମସିହାରେ, ମଧ୍ୟ ପ୍ରଦେଶ ସ୍ଥିତ ରତ୍ନଗଡ଼ ମନ୍ଦିର ସଂଲଗ୍ନ ପୋଲ ଉପରେ ଲକ୍ଷାଧିକ ଭକ୍ତ ମନ୍ଦିର ଆଡ଼କୁ ଯାଉଥିଲେ। ଏଥିରେ କୌଣସି କାରଣରୁ ଦଳାଚକଟା ହୋଇ ୧୧୫ ଲୋକଙ୍କର ମୃତ୍ୟୁ ହୋଇଥିଲା। ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ଵାନ ତୁରନ୍ତ ବିଚାର ବିଭାଗ ତଦନ୍ତ ଲାଗି ନିର୍ଦ୍ଦେଶ ଦେଇଥିଲେ। ସେହି ମୃତ୍ୟୁ ପଛରେ ମନ୍ତ୍ରୀ ମଣ୍ଡଳର କେଉଁ ସଦସ୍ୟ ଦାୟୀ ନୁହଁନ୍ତି ତ? କାରଣ କମିଶନର ଅଗ୍ରଗତି ସମ୍ପର୍କରେ କୌଣସି ତଥ୍ୟ ନାହିଁ।

ମୁଖ୍ୟମନ୍ତ୍ରୀମାନଙ୍କର ଏତାଦୃଶ କାର୍ଯ୍ୟ ଧାର୍ମିକ ବହୁଳତାବାଦର ନମୁନା। ମୁଖ୍ୟମନ୍ତ୍ରୀମାନେ ଅଘୋଷିତ ଭାବରେ ନିଜର ଧର୍ମ ହିନ୍ଦୁ ବୋଲି ପରୋକ୍ଷରେ ଘୋଷଣା କରୁଛନ୍ତି। ଏହାର ପରିଣାମ ସାଧାରଣଲୋକଙ୍କୁ ଭୋଗିବାକୁ ପଡୁଛି।

ବହୁ ବର୍ଷ ପୂର୍ବେ ଜଣେ ଛାତ୍ର ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ଚିଠି ଲେଖି ପ୍ରଶ୍ନ କରିଥିଲା ଯେ ପ୍ରଧାନମନ୍ତ୍ରୀଙ୍କ ଧର୍ମ କ’ଣ? ରାଜୀବ ଗାନ୍ଧୀଙ୍କ ଉତ୍ତର ଥିଲା ଯେ ଏକ ଧର୍ମନିରପେକ୍ଷ ଦେଶରେ ପ୍ରଧାନମନ୍ତ୍ରୀଙ୍କ ଧର୍ମ ହେଲା ଧର୍ମନିରପେକ୍ଷତା। ଏହି ଉତ୍ତର ମୋତେ ଭଲ ଲାଗିଥିବା କାରଣରୁ ତାହା ଏବେ ବି ମୋର ମନେଅଛି।

ଏହା ନୁହେଁ ଯେ ରାଜୀବ ଗାନ୍ଧୀ ଜଣେ ଧର୍ମନିରପେକ୍ଷ ମଣିଷ ଥିଲେ। ମୁସଲିମ ମହିଳା ଶାହାବାନୋଙ୍କ ସ୍ଵାମୀ ତାଙ୍କୁ ତଲାକ ଦେବା ହେତୁ ରକ୍ଷଣାବେକ୍ଷଣ ଲାଗି ନିର୍ଦ୍ଦେଶ ଦେବା ପାଇଁ ସେ କୋର୍ଟର ଆଶ୍ରୟ ନେଇଥିଲେ। ସେହି କେସ କ୍ରମଶଃ ସୁପ୍ରିମ କୋର୍ଟ ନିକଟରେ ପହଞ୍ଚିଥିଲା। ସୁପ୍ରିମ କୋର୍ଟ ୧୯୮୬ ମସିହାରେ ଏହି କ୍ଷେତ୍ରରେ ଶାହାବାନୋଙ୍କୁ ପ୍ରତି ମାସରେ କ୍ଷତି ପୂରଣ ଦେବା ଲାଗି ତାଙ୍କ ସ୍ଵାମୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସୁପ୍ରିମ କୋର୍ଟଙ୍କ ଉକ୍ତ ରାୟ ମୁସଲିମ ଶରିୟାତ ନିୟମ ବିରୋଧୀ କହି ମୁସଲମାନ ପୁରୁଷ କୋର୍ଟଙ୍କ ନିଷ୍ପତ୍ତିକୁ ବିରୋଧ କରିଥିଲେ। ରାଜୀବ ଗାନ୍ଧୀଙ୍କ ନେତୃତ୍ଵାଧୀନ କଂଗ୍ରେସ ପାର୍ଟି ସୁପ୍ରିମ କୋର୍ଟଙ୍କ ନିଷ୍ପତ୍ତିକୁ ଅକାମି କରିବା ଲାଗି ସେ ସମୟରେ ସଂସଦରେ ମୁସଲିମ ୱିମେନ (ପ୍ରୋଟେକ୍ସନ ଅଫ ରାଇଟ୍ସ ଇନ ଡିଭୋର୍ସ) ବିଲ ଉପସ୍ଥାପନ କରିଥିଲେ। ସଂସଦ ମଧ୍ୟରେ ପୂର୍ଣ୍ଣ ବହୁମତ ରହିଥିବା କାରଣରୁ ଏହା ତୁରନ୍ତ ଆଇନରେ (୧୯୮୬ ମସିହାରେ) ପରିଣତ ହୋଇଥିଲା। ଧର୍ମ ଅନୁସାରେ ମହିଳାଙ୍କ ଅଧିକାର ନିରୂପଣ ହେବା ଦ୍ଵାରା ସମ୍ବିଧାନର ଧର୍ମନିରପେକ୍ଷତା ବିଚାର ପ୍ରତି ଏହା ଶକ୍ତ ଆଘାତ ଥିଲା। ଏହି ସମସ୍ତ କଥା ରାଜୀବ ଗାନ୍ଧୀଙ୍କ ସମୟରେ ହୋଇଥିଲା।

ଆଜି ଅବଶ୍ୟ ଧର୍ମନିରପେକ୍ଷତାକୁ କେହି କେହି ପାଶ୍ଚାତ୍ୟ ସଂସ୍କୃତି କହି ଏହାକୁ ପ୍ରତ୍ୟାଖ୍ୟାନ କରୁଛନ୍ତି। ସେମାନଙ୍କୁ ଯଦି ପ୍ରଶ୍ନ କରାଯାଏ ଯେ ତେବେ ଗଣତନ୍ତ୍ର ଓ ଜାତୀୟତାକୁ ଆମେ ପାଶ୍ଚାତ୍ୟ ସଂସ୍କୃତି କହି ପ୍ରତ୍ୟାଖ୍ୟାନ କରିବା କି? ଏହା ବି ପାଶ୍ଚାତ୍ୟ ଦର୍ଶନ। ମାନବିକ ଅଧିକାର ପ୍ରସଙ୍ଗ ମଧ୍ୟ ପାଶ୍ଚାତ୍ୟ ଦେଶର। ତେବେ ଆମେ ସରକାରଙ୍କଠାରୁ ଆଜି ଶିକ୍ଷା, ସ୍ୱାସ୍ଥ୍ୟ, ସୁରକ୍ଷା, ସମାନ ମଜୁରୀ ଓ ସମାନ ଦରମା, ଆଠ ଘଣ୍ଟା ଶ୍ରମ ଓ ଅନ୍ୟାନ୍ୟ ଛୁଟି ସୁବିଧା, ଗିରଫ ହେଲେ ଚବିଶ ଘଣ୍ଟା ମଧ୍ୟରେ ମାଜିଷ୍ଟ୍ରେଟଙ୍କ ସାମ୍ନାରେ ଉପସ୍ଥିତ ହେବା ଇତ୍ୟାଦି ସମସ୍ତ ଅଧିକାର ଓ ସୁବିଧା ଯାହା ଆଜି ପାଉଛେ ଓ ପାଇବା ଲାଗି ଦାବି କରୁଛେ ତାହା କରିପାରିବା ତ?

ପଚାଶ ଓ ଷାଠିଏ ଦଶକରେ ଅନେକ ଦେଶ ଔପନିବେଶିକ ଶାସନରୁ ମୁକ୍ତ ହୋଇଥିଲେ। ନିଜକୁ ସ୍ଵାଧୀନ ଦେଶ ଭାବରେ ସେମାନେ ଘୋଷଣା କରିବା ସହିତ ନିଜ ରାଷ୍ଟ୍ରର ଧର୍ମକୁ ନିଜ ଦେଶ ମଧ୍ୟରେ ଯେଉଁ ଧର୍ମର ନାଗରିକ ଅଧିକ ଅଛନ୍ତି ସେହି ଅନୁସାରେ ଦେଶର ଧର୍ମ ଘୋଷଣା କରିଥିଲେ। ଭାରତ ଭଳି କ୍ଵଚିତ ଦେଶ ଥିଲେ ଯେଉଁମାନେ ଧର୍ମନିରପେକ୍ଷତାକୁ ରାଷ୍ଟ୍ରର ଧର୍ମ ବୋଲି ଘୋଷଣା କଲେ ଓ ସେହି ଅନୁସାରେ ସମ୍ବିଧାନ ଲେଖାଗଲା।

ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହରୁଙ୍କୁ ଧର୍ମନିରପେକ୍ଷତାର ଜନକ କୁହାଯାଏ। ଅଥଚ ତାଙ୍କରି ସମୟରେ, ଅର୍ଥାତ ୧୯୫୪ ମସିହାରେ, ଆଲ୍ଲାହାବାଦର କୁମ୍ଭ ମେଳା ସମୟରେ, ଦଳାଚକଟାରେ, ୮୦୦ ଲୋକଙ୍କର ମୃତ୍ୟୁ ଘଟିଥିଲା। ନେହେରୁଙ୍କ ମନ୍ତ୍ରୀମଣ୍ଡଳର ସଦସ୍ୟମାନେ ବୁଡ଼ ପକାଇବାକୁ ଯିବା ହେତୁ ଏ ଭଳି ହୋଇଥିବା ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା। ନେହରୁ ଏହା ପରେ ମନ୍ତ୍ରୀ ମଣ୍ଡଳର ସମସ୍ତ ସଦସ୍ୟଙ୍କୁ ବୁଡ଼ ଲାଗି ଯିବାରେ ବାରଣ କରିଥିଲେ।

ନେହରୁଙ୍କର ଧର୍ମନିରପେକ୍ଷତାର ଦୁର୍ବଳ ଦିଗ ଥିଲା ଯେ ଏହା କେବଳ ଧର୍ମ ଆଧାରିତ ଥିଲା। ମାତ୍ର ଧର୍ମନିରପେକ୍ଷତା କେବଳ ଧର୍ମରେ ନିରପେକ୍ଷତା ନୁହେଁ। ଏହା ସହିତ ଭାଷା, ଜାତି ଓ ଆଞ୍ଚଳିକତା କ୍ଷେତ୍ରରେ ନିରପେକ୍ଷତାକୁ ବୁଝାଏ। ଏହାର କାରଣ ମଣିଷର ଭାବାବେଗ ଏ ସମସ୍ତ ବିଷୟରେ ମଧ୍ୟ ରହିଛି ଓ ସେହି ଭାବାବେଗ ହେତୁ ଅନେକ ହିଂସା ଓ ଦଙ୍ଗା ମଧ୍ୟ ହୋଇସାରିଛି।

ଆଜି ଯୁକ୍ତି କରାଯାଉଛି ଯେ ଭାରତରେ ହିନ୍ଦୁ ଧର୍ମରେ ଭୋଟରଙ୍କ ସଂଖ୍ୟା ଅଧିକ ରହିଥିବା କାରଣରୁ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ମଧ୍ୟ ହିନ୍ଦୁ ଧର୍ମର ହୋଇଛନ୍ତି। ଏଭଳି ଅବଧାରଣା ସଂପୂର୍ଣ୍ଣ ଭୁଲ। ଯଦି ବି ଆମେ ଏହାକୁ ଗ୍ରହଣ କରିନେବା ତେବେ ହିନ୍ଦୁ ଧର୍ମ ମଧ୍ୟରେ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ନିଶ୍ଚିତ ରୂପେ କୌଣସି ଏକ ଜାତିର ହେବେ, ସେ ନିଶ୍ଚିତ ରୂପେ ପୁରୁଷ ଅଥବା ନାରୀ ବା ତୃତୀୟ ଲିଙ୍ଗି ହୋଇଥିବେ ଓ ସେ ନିଶ୍ଚିତ ରୂପରେ ରାଜ୍ୟର କୌଣସି ଏକ ନିର୍ଦ୍ଦିଷ୍ଟ ଅଞ୍ଚଳର ହେବେ ଅଥବା ନିର୍ଦ୍ଦିଷ୍ଟ ରାଜ୍ୟର ହେବେ (ପ୍ରଧାନମନ୍ତ୍ରୀଙ୍କ କ୍ଷେତ୍ରରେ)। ଯଦି ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ନିଜର ଧର୍ମ ହିନ୍ଦୁ ଭାବନ୍ତି ତେବେ ସେ ନିଜକୁ ପୁରୁଷ ଉଚ୍ଚଜାତି ଓ (ମନେକରାଯାଉ) କୌଣସି ଉନ୍ନତ ଅଞ୍ଚଳର ହେବାକୁ ବାଧ୍ୟ। ଯଦି ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ନିଜକୁ ହିନ୍ଦୁ ଉଚ୍ଚ ଜାତି ଉପକୂଳ ଅଞ୍ଚଳର (ମନେକରାଯାଉ) ଭାବିନିଅନ୍ତି ତେବେ ଦେଶ ବା ରାଜ୍ୟର ବାକି ଅଂଶର ନାଗରିକଙ୍କଠାରୁ ସେ ଦୂରେଇ ଯିବା ସ୍ଵାଭାବିକ।

ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ କ୍ଷେତ୍ରରେ ଧର୍ମନିରପେକ୍ଷ ହେବା ଅଧିକ ଜରୁରୀ। କାରଣ ସେମାନଙ୍କ ଏକମାତ୍ର ଯୋଗ୍ୟତା ହେଲା ଯେ ସେମାନେ ନାଗରିକର ଭୋଟ ଦ୍ଵାରା ନିର୍ବାଚିତ। ଏହି ଉଭୟ ପଦବୀ ଲାଗି କୌଣସି ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତାର ଆବଶ୍ୟକତା ରହିଥିବା ମଧ୍ୟ ଉଲ୍ଲେଖ ନାହିଁ ଯାହା ହୁଏତ ଅନ୍ୟ ପଦବୀ ଲାଗି ଆବଶ୍ୟକ। ଉଭୟ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ପଦବୀରେ ଅଧିଷ୍ଠିତ ବ୍ୟକ୍ତିମାନେ ଯେଉଁ ସୁଖ ସୁବିଧା ପାଉଛନ୍ତି ତାହା ନାଗରିକ ଦେଇଥିବା ହେତୁ ସେମାନେ ପାଉଛନ୍ତି। ନାଗରିକ – ଭୋଟର ପ୍ରତି ସର୍ବନିମ୍ନ ବିନମ୍ରତା ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କର ରହିବା ଜରୁରୀ।

ଓଡ଼ିଶାର ମୁଖ୍ୟମନ୍ତ୍ରୀ ପୁରୀର ରଥଯାତ୍ରାକୁ ନିଜେ ନଯାଇଥିଲେ ଓ ନିଜର ମନ୍ତ୍ରୀମଣ୍ଡଳ ସଦସ୍ୟଙ୍କୁ ଦର୍ଶନ ଲାଗି ବାରଣ କରିଥିଲେ (ପରିଚାଳନା ଦାୟିତ୍ଵରେ ରହିଥିବା ମନ୍ତ୍ରୀଙ୍କ ବ୍ୟତୀତ) ତାହା ଅଧିକ ଦାୟିତ୍ଵପୂର୍ଣ୍ଣ ନିଷ୍ପତ୍ତି ହୋଇଥା’ନ୍ତା। ତଥାପି ଏକ ବିରାଟ ଦଳାଚକଟା ଓ ମୃତ୍ୟୁ ଭିତରୁ ଯେ ଲୋକେ ବଞ୍ଚିଗଲେ ସେଥିଲାଗି ଦାୟିତ୍ଵରେ ଥିବା ସୁରକ୍ଷାକର୍ମୀଙ୍କୁ ଧନ୍ୟବାଦ ଦିଆଯିବା ଜରୁରୀ।

ଦେବ ରଞ୍ଜନ

ଫୋ- ୮୪୫୬୯୩୧୪୨୩

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story