ଝୁମ୍ପୁଡ଼ି ଘରେ ବିତୁଛି ବାର୍ଦ୍ଧକ୍ୟ ଜୀବନ

ସବୁଠାରୁ ଦୁଃଖର ବିଷୟ ଆଜି ପର୍ଯ୍ୟନ୍ତ ନଟ ବେହେରା ଓ ତାଙ୍କ ପତ୍ନୀ ଅପୂର୍ବଙ୍କୁ ମିଳିପାରିଲା ନାହିଁ ବାର୍ଦ୍ଧକ୍ୟ ଭତ୍ତା।

Manoj Swain
  • Published: Wednesday, 20 December 2023
  • Updated: 20 December 2023, 02:30 PM IST

ଶୀତୁଆ ରାତି। ମଝିରେ ମଝିରେ ହାଲ୍‌କା ପବନ। ସେଥିରେ ଶିତେଇ ଯାଉଛି ଦେହ। ତାହାରି ଭିତରେ ଝୁମ୍ପୁଡ଼ି ଘରେ ବିତୁଛି ବୃଦ୍ଧ ଦମ୍ପତିଙ୍କ ଜୀବନ। ଚାଲିବାକୁ ପାଦରେ ବଳନଥିବାରୁ ଜୀବନ ସାଥୀ ସାଜିଛନ୍ତି ଆଶ୍ରାବାଡ଼ି। ମାଗି ଜାଚି ଯାହା ଆଣୁଛନ୍ତି, ସେଥିରେ ଚଳୁଛନ୍ତି ବୃଦ୍ଧ ଦମ୍ପତି। ବିକାଶ ଏ ବିକଳ ଚିତ୍ର ଆସିଛି କେନ୍ଦୁଝର ଜିଲ୍ଲାରୁ। ବାର୍ଦ୍ଧକ୍ୟରେ ଏତେ ଯନ୍ତ୍ରଣା ପାଉଥିଲେ ମଧ୍ୟ ସେମାନଙ୍କ ଉପରେ ପଡ଼ିନି ପ୍ରଶାସନର ନଜର। ସବୁଠାରୁ ଦୁଃଖର ବିଷୟ ଆଜି ପର୍ଯ୍ୟନ୍ତ ନଟ ବେହେରା ଓ ତାଙ୍କ ପତ୍ନୀ ଅପୂର୍ବଙ୍କୁ ମିଳିପାରିଲା ନାହିଁ ବାର୍ଦ୍ଧକ୍ୟ ଭତ୍ତା। ଆବାସ ଯୋଜନାରେ ଏଠି ଥିଲାବାଲା ଘର ହାତେଇ ନେଉଛନ୍ତି। ହେଲେ ଆଜି ପର୍ଯ୍ୟନ୍ତ ଏହି ଅସହାୟ ପରିବାରକୁ ଘର ଖଣ୍ଡିଏ ମିଳିପାରିଲା ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos