ଚାଲିଗଲା ଗୁଲୁପାପା..

ଚନ୍ଦ୍ରଶେଖର ମହାପାତ୍ରଙ୍କ ପରିବାର ଭୁବନେଶ୍ବର ଟଙ୍କପାଣି ଅଞ୍ଚଳର ଜଣେ ବ୍ୟକ୍ତିଙ୍କଠାରୁ ଲାବ୍ରାଡର୍ ପ୍ରଜାତିର କୁକୁର ଛୁଆ ଆଣିଥିଲେ। ସ୍ନେହ ସରାଗ ଦେଇ ବଢ଼ାଇଲେ। ଆପଣାର କଲେ। ଶ୍ରଦ୍ଧାରେ ତା ନାଁ ରଖିଥିଲେ ଗୁଲୁପାପା।

Manoj Swain
  • Published: Thursday, 12 October 2023
  • Updated: 12 October 2023, 05:00 PM IST

ଦୀର୍ଘ ୧୪ ବର୍ଷର ସଂପର୍କ ତୁଟାଇ ସବୁଦିନ ପାଇଁ ଆଖି ବୁଜିଦେଲା ପୋଷା କୁକୁରଟି। ଶ୍ରଦ୍ଧାରେ ତାର ନାଁ ଦେଇଥିଲେ ଗୁଲୁପାପା। ରୋଷେଇ ଖନ୍ଦାଶାଳରେ ରୋଷେଇ ଚାଲିଛି ଆଉ ଲୋକେ ହାତରେ ପ୍ଲେଟ ଧରି ମନ ଭରି ଖାଉଛନ୍ତି। ଏପଟେ ବ୍ରାହ୍ମଣ ମନ୍ତ୍ରପାଠ ପଢ଼ୁଛନ୍ତି, ସେପଟେ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି ଆତ୍ମୀୟ ସ୍ବଜନମାନେ। ସଂପର୍କର ମୂଲ୍ୟ ତ ସେତେବେଳେ ଜଣାପଡ଼େ, ଯେତେବେଳେ ଆପଣଙ୍କୁ ଭଲ ପାଉଥିବା ପଶୁଟି ଆରପାରିକୁ ଚାଲିଯାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos