ଢେଙ୍କାନାଳ ଜିଲ୍ଳା ଭୁବନରେ ବନ ବିଭାଗର ଚଢ଼ାଉ। ୨ଟି ବେଆଇନ ବାଲି ବୋଝେଇ ଟ୍ରାକ୍ଟର ସହିତ ଗୋଟିଏ ମାଙ୍କଡ଼ା ପଥର ଟ୍ରକ ଜବତ। ମହୁଲପାଳ କଣପାଳ ଗାଁ ନିକଟସ୍ଥ ବ୍ରାହ୍ମଣୀ ନଦୀ ପଠାରୁ ଦୁଇଟି ବେଆଇନ ବାଲି ବୋଝେଇ ଟ୍ରାକ୍ଟରକୁ ଜବତ କରିଛି ବନ ବିଭାଗ।
Also Read
ଗନ୍ଦିଆ ବନାଞ୍ଚଳ ଅନ୍ତର୍ଗତ ବାଜିରାଉତ ସେତୁ ଦେଇ ଭୁବନ ଅଞ୍ଚଳରେ ଦୈନନ୍ଦିନ ଶହ ଶହ ବେଆଇନ ମାଙ୍କଡ଼ା ପଥର ଚୋରା ଚାଲାଣ ହେଉଛି। ଏହି ରାସ୍ତା ବ୍ୟବସାୟୀଙ୍କ ପେଣ୍ଠସ୍ଥଳୀ ପାଲଟିଛି। କୌଣସି ସୁତ୍ରରୁ ଖବର ପାଇ ଭୁବନ ବନବିଭାଗ ଚଢ଼ାଉ ଆରମ୍ଭ କରି ଥିଲା। ଆଜି ଦୁଇଟି ବାଲି ବୋଝେଇ ଟ୍ରକ ସହିତ ଏକ ମାଙ୍କଡ଼ା ପଥର ବୋଝେଇ ଟ୍ରକକୁ ଧରିବାରେ ସକ୍ଷମ ହୋଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।