ଦିଲ୍ଲୀରେ ଲାଇଭ୍ ମର୍ଡର: ଇଂଜିନିୟର ଅଞ୍ଜଳିଙ୍କୁ ମାରିଲା କିଏ ? ସବୁ ଦେଖିଲା ସିସିଟିଭି

ଦିଲ୍ଲୀ:ସିସିଟିଭି କ୍ୟାମେରାରେ କଏଦ୍ ହେଲା ମର୍ଡର ଲାଇଭ୍ ଦୃଶ୍ୟ। କିଛି କ୍ଷଣର ମୃତ୍ୟୁର ଏହି ଦୃଶ୍ୟ ଖୁବ୍ ବିଭତ୍ସ। ଜୀବନକୁ ଭଲ ଭାବେ ବୁଝିବା ପୂର୍ବରୁ ଲିଭି ଯାଇଥିଲା ଅଞ୍ଜଳି ରାଥୋରଙ୍କ ଜୀବନ ଦୀପ। ଏମିତି ଏକ ଛାତି ଥରାଇବା ଭଳି ଖବର ଆସିଛି ଦିଲ୍ଲୀର ନୋଏଡା ଅଞ୍ଚଳରୁ।

[vc_video link="" align="center"]

ସେ ଆସିଲା ଓ ମାରି ଦେଇ ଚାଲିଗଲା। ଧନାଧନ୍ କେତୋଟି ଗୁଳିରେ ଟଳି ପଡିଲେ ୨୩ ବର୍ଷିୟ ଅଞ୍ଜଳି ରାଥୋର। ବୁଧବାର ଦିଲ୍ଲୀର ନୋଏଡା ସେକଟର ୬୨ ଅଞ୍ଚଳରେ ଏପରି ଏକ ନାରକୀୟ ଘଟଣା ଘଟିଛି। ତେବେ ମୃତ୍ୟୁର ଏହି"ଲାଇଭ୍ ଦୃଶ୍ୟ କଏଦ୍ ହୋଇଛି ସିସିଟିଭି କ୍ୟାମେରାରେ।

ହରିୟାଣାର ବାସିନ୍ଦା ଅଞ୍ଜଳି, ଲାଭା ଇଣ୍ଟରନ୍ୟାସନାଲ୍ କମ୍ପାନୀରେ ଟ୍ରେନିଂ ଇଞ୍ଜିନିୟର ଭାବେ କାମ କରୁଥିଲେ। ବୁଧବାର ସକାଳ ସାଢେ ୬ଟା ସମୟରେ ଶତାଦ୍ଦୀ ରେଳ ବିହାର ଆପାର୍ଟମେଣ୍ଟ ପାର୍କିଂରେ ଯାଉଥିବା ବେଳେ କେହି ଜଣେ ଦୁବୃର୍ତ୍ତ ତାଙ୍କୁ ପିଛା କରୁଥିବାର ଜାଣିଥିଲେ। ହେଲେ ଏଥିପ୍ରତି ଧ୍ୟାନ ଦେଇ ନଥିଲେ ସେ। କିନ୍ତୁ ସେ ଜାଣି ନଥିଲେ ଯେ ଏହି ଦୁବୃର୍ତ୍ତ ଜଣକ ହିଁ ମୃତ୍ୟୁର ଫ।ଶ ଧରି ତାଙ୍କ ପଛେ ପଛେ ଆସୁଛି ବୋଲି। ଟିକିଏ ସୁଯୋଗ ପାଇବା କ୍ଷଣି ଦୁବୃର୍ତ୍ତ ଜଣକ ଆକ୍ରମଣ କରିଥିଲା ଅଞ୍ଜଳିଙ୍କୁ। ଆଉ କିଛି ଭାବିବା ପୂର୍ବରୁ ଦୁବୃର୍ତ୍ତର ବନ୍ଧୁକରୁ ଗୁଳି ଚାଲି ସାରିଥିଲା ଅଞ୍ଜଳିଙ୍କ ଉପରକୁ।  ଆଉ କେତେ ରାଉଣ୍ଡ ଗୁଳିରେ ଟଳି ପଡିଥିଲେ ଅଞ୍ଜଳି। ଏହି ଘଟଣାରେ ଅଞ୍ଜଳିଙ୍କ ପରିବାର ଅଶ୍ୱିନ ନାମକ ଯୁବକଙ୍କ ନାମରେ ଏତଲା ଦେଇଛି। ପୋଲିସ ଏହି ଘଟଣାର ତଦନ୍ତ କରୁଥିଲେ ମଧ୍ୟ ପୋଲିସର୍ ହାତ ମୁଠାକୁ ଆସି ପାରିନାହିଁ ଦୃବୁର୍ତ୍ତ ଜଣକ। ତେବେ ଏହି ହତ୍ୟା ପଛରେ ଅଞ୍ଜଳିଙ୍କ ବୟଫ୍ରେଣ୍ଡଙ୍କ ହାତ ଅଛି ବୋଲି ସନ୍ଦେହ କରୁଛି ପୋଲିସ୍।

Ordigital Desk
• Published: Thursday, 01 June 2017
• Updated: 01 June 2017, 06:14 PM IST

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos