ପୂରା ସୁସ୍ଥ ଥିଲେ ୨୬ ବର୍ଷୀୟ ଡାକ୍ତର, କିନ୍ତୁ ପଜିଟିଭ ରିପୋର୍ଟ ଆସିବାର କିଛି ଘଣ୍ଟା ପରେ ଆଖି ବୁଜିଲେ

ନୂଆଦିଲ୍ଲୀ: ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ଘଟିଛି। କରୋନା ପଜିଟିଭ ରିପୋର୍ଟ ଆସିବାର ମାତ୍ର କିଛି ଘଣ୍ଟା ଭିତରେ ଦିଲ୍ଲୀର ଜିବିଟି ହସ୍ପିଟାଲରେ କାମ କରୁଥିବା ଜଣେ ଯୁବ ଡାକ୍ତର ହଠାତ୍‌ ପ୍ରାଣ ହରାଇଛନ୍ତି। ୨୬ ବର୍ଷୀୟ ଡା. ଅନସ ମୁଜାହିଦ କରୋନା ରୋଗୀ ଚିକିତ୍ସିତ ହେଉଥିବା ଜିବିଟି ହସ୍ପିଟାଲରେ କାମ କରୁଥିଲେ। ସେ ରବିବାର ବିଳମ୍ବିତ ରାତିରେ ସମସ୍ତଙ୍କୁ ଛାଡ଼ି ଚାଲି ଯାଇଛନ୍ତି। କିନ୍ତୁ ଶନିବାର ମଧ୍ୟାହ୍ନ ଯାଏ ସେ ହସ୍ପିଟାଲରେ ସବୁଦିନ ଭଳି […]

Positive.jpg1

Positive.jpg1

Hemant Lenka
  • Published: Monday, 10 May 2021
  • Updated: 11 May 2021, 12:47 PM IST

Sports

Latest News

ନୂଆଦିଲ୍ଲୀ: ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ଘଟିଛି। କରୋନା ପଜିଟିଭ ରିପୋର୍ଟ ଆସିବାର ମାତ୍ର କିଛି ଘଣ୍ଟା ଭିତରେ ଦିଲ୍ଲୀର ଜିବିଟି ହସ୍ପିଟାଲରେ କାମ କରୁଥିବା ଜଣେ ଯୁବ ଡାକ୍ତର ହଠାତ୍‌ ପ୍ରାଣ ହରାଇଛନ୍ତି। ୨୬ ବର୍ଷୀୟ ଡା. ଅନସ ମୁଜାହିଦ କରୋନା ରୋଗୀ ଚିକିତ୍ସିତ ହେଉଥିବା ଜିବିଟି ହସ୍ପିଟାଲରେ କାମ କରୁଥିଲେ।

ସେ ରବିବାର ବିଳମ୍ବିତ ରାତିରେ ସମସ୍ତଙ୍କୁ ଛାଡ଼ି ଚାଲି ଯାଇଛନ୍ତି। କିନ୍ତୁ ଶନିବାର ମଧ୍ୟାହ୍ନ ଯାଏ ସେ ହସ୍ପିଟାଲରେ ସବୁଦିନ ଭଳି ନିଜର ଡ୍ୟୁଟି କରୁଥିଲେ। ଜାନୁଆରୀ ମାସରେ ହିଁ ତାଙ୍କର ଇଣ୍ଟର୍ଣ୍ଣଶିପ୍‌ ଶେଷ ହୋଇଥିଲା। ଦିଲ୍ଲୀର ଭାଗିରଥୀ ବିହାରରେ ରହୁଥିବା ଡାକ୍ତର ମୁଜାହିଦ ଶନିବାର ଡ୍ୟୁଟି ସାରିବା ପରେ ରାତି ପ୍ରାୟ ୮ଟାରେ କରୋନା ଟେଷ୍ଟ କରାଇଥିଲେ।

ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା। ଏହାର କିଛି ଘଣ୍ଟା ପରେ ଅର୍ଥାତ ରବିବାର ଭୋର ୩ଟାରେ ତାଙ୍କର ମୃତ୍ୟୁ ଘଟିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସେ ଆଉ କୌଣସି ବି ରୋଗରେ ଆକ୍ରାନ୍ତ ନଥିଲେ। ତଥାପି ହଠାତ୍‌ ତାଙ୍କର ମୃତ୍ୟୁ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି।

ଡାକ୍ତର ମୁଜାହିଦଙ୍କ ସହଯୋଗୀ ଆମୀର ସୋହିଲ କହିଛନ୍ତି, ଉଭୟ ମୁଜାହିଦଙ୍କ ଘରକୁ ଇଫତାର ପାର୍ଟିରେ ଯୋଗଦେବାକୁ ଯାଇଥିଲେ। ସେଠାରୁ ଫେରି ଡାକ୍ତରଙ୍କ ପାଇଁ ପ୍ରସ୍ତୁତ ହୋଟେଲକୁ ଯାଉଥିବା ବେଳେ ହଠାତ୍‌ ମୁଜାହିଦ ଜ୍ୱର ଅନୁଭବ କରିଥିଲେ। ତେଣୁ ହୋଟେଲ ଯିବା ପୂର୍ବରୁ ଜିବିଟି ହସ୍ପିଟାଲର କ୍ଲିନକରେ ସେ ଆଣ୍ଟିଜେନ ଟେଷ୍ଟ କରାଇଥିଲେ।

ଏହି ସମୟରେ ତାଙ୍କର ରିପୋର୍ଟ ପଜିଟିଭ ଆସିଥିଲା। ସେହି କ୍ଲିନିକରେ ଉଭୟ ବସିଥିବା ବେଳେ ହଠାତ୍‌ ଡାକ୍ତର ମୁଜାହିଦ ଅଚେତ ହୋଇ ଯାଇଥିଲେ। ତାଙ୍କୁ ୱାର୍ଡକୁ ନିଆଯାଇଥିଲା। ସେ ସୁସ୍ଥ ନ ହେବାରୁ ଡାକ୍ତରମାନେ ସିଟି ସ୍କାନ ପାଇଁ ପଠାଇଥିଲେ। ଏହି ସମୟରେ ଜଣାପଡ଼ିଥିଲା ଯେ ତାଙ୍କ ମୁଣ୍ଡରେ ପ୍ରବଳ ରକ୍ତଶ୍ରାବ ହୋଇଛି। ତାଙ୍କୁ ସେଠାରୁ ସ୍ନାୟୁ ବିଭାଗକୁ ପଠା ଯାଇଥିଲା। ହେଲେ ସେଠାରେ ମୁଜାହିଦ ସବୁଦିନ ପାଇଁ ଆଖି ବୁଜି ଦେଇଥିଲେ ବୋଲି ଡାକ୍ତର ସୋହିଲ କହିଛନ୍ତି। ଡାକ୍ତର ଅନସ ମୁଜାହିଦ କରୋନା ଟିକାର କୌଣସି ଡୋଜ୍‌ ନେଇ ନଥିବା ତାଙ୍କ ବନ୍ଧୁ କହିଛନ୍ତି।

ଜିଟିବି ହସ୍ପିଟାଲର ଡାକ୍ତର ସତ୍ୟେନ୍ଦ୍ର ସିଂହ କହିଛନ୍ତି, ଏହା ଏକ ବିରଳ ଘଟଣା। ଏତେ ଶୀଘ୍ର କରୋନା ସଂକ୍ରମଣ ବ୍ୟାପିବା ପ୍ରଥମ ଘଟଣା। ଏହା ଆମ ସମସ୍ତଙ୍କ ପାଇଁ ସତର୍କ ଘଣ୍ଟି। ଅତ୍ୟନ୍ତ ଭୀଷଣ ଲକ୍ଷଣ ଥିବା କରୋନା ଆକ୍ରାନ୍ତଙ୍କର ରକ୍ତ ଜମାଟ କିମ୍ବା ରକ୍ତଶ୍ରାବ ହୋଇଥାଏ। ହେଲେ ଡାକ୍ତର ମୁଜାହିଦ ଅପରାହ୍ନ ଯାଏ ପୂରା ଫିଟ୍‌ ଥିଲେ। ତେଣୁ ଏହା ନିଶ୍ଚିତ ଭାବେ ଚିନ୍ତାର ବିଷୟ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story