କୋଭିଡ ପରବର୍ତ୍ତୀ ଜଟିଳତା, ପ୍ରାଣ ହରାଇଲେଣି ଚାରି ଶିଶୁ

ଥିରୁଅନନ୍ତପୁରମ: ଗତ କିଛି ମାସ ହେବ ଦେଶରେ କରୋନାର ଭୟାବହତା ଟିକିଏ କମିଛି। କିନ୍ତୁ କେରଳରେ ସଂକ୍ରମଣର ପ୍ରଭାବ ଏବେ ବଢ଼ିବାରେ ଲାଗିଛି। ଯଦିଓ ମୃତ୍ୟୁ ଏବଂ ଗୁରୁତରଙ୍କ ସଂଖ୍ୟା ଦ୍ୱିତୀୟ ଲହର ବେଳର ସ୍ଥିତି ଭଳି ନାହିଁ କିନ୍ତୁ କୋଭିଡର ପରବର୍ତ୍ତୀ ଜଟିଳତା ଏବେ ନୂଆ ବିପଦ ସୃଷ୍ଟି କରିଛି। ଯାହାକି କେରଳ ପାଇଁ ଚିନ୍ତାଜନକ। କେରଳ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଗତ ପାଞ୍ଚ ମାସ ମଧ୍ୟରେ କେରଳର ୩୦୦ରୁ ଅଧିକ ପିଲା ମଲ୍ଟି ସିଷ୍ଟମ […]

children-image

children-image

Subhransu Sekhar
  • Published: Sunday, 29 August 2021
  • Updated: 29 August 2021, 06:16 PM IST

ଥିରୁଅନନ୍ତପୁରମ: ଗତ କିଛି ମାସ ହେବ ଦେଶରେ କରୋନାର ଭୟାବହତା ଟିକିଏ କମିଛି। କିନ୍ତୁ କେରଳରେ ସଂକ୍ରମଣର ପ୍ରଭାବ ଏବେ ବଢ଼ିବାରେ ଲାଗିଛି। ଯଦିଓ ମୃତ୍ୟୁ ଏବଂ ଗୁରୁତରଙ୍କ ସଂଖ୍ୟା ଦ୍ୱିତୀୟ ଲହର ବେଳର ସ୍ଥିତି ଭଳି ନାହିଁ କିନ୍ତୁ କୋଭିଡର ପରବର୍ତ୍ତୀ ଜଟିଳତା ଏବେ ନୂଆ ବିପଦ ସୃଷ୍ଟି କରିଛି। ଯାହାକି କେରଳ ପାଇଁ ଚିନ୍ତାଜନକ।

କେରଳ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଗତ ପାଞ୍ଚ ମାସ ମଧ୍ୟରେ କେରଳର ୩୦୦ରୁ ଅଧିକ ପିଲା ମଲ୍ଟି ସିଷ୍ଟମ ଇନଫ୍ଲାମେଟୋରୀ ସିଣ୍ଡ୍ରୋମ-ଇନ୍ ଚାଇଲ୍ଡ (ଏକ ପ୍ରକାର ପୋଷ୍ଟ-କୋଭିଡ ଜଟିଳତା)ର ଶିକାର ହୋଇଥିଲେ। ସେଥିମଧ୍ୟରୁ ୪ ଜଣଙ୍କର ମୃତ୍ୟୁ ଘଟିଛି। ଦୁଇ ମାସରୁ ଅଧିକ ସମୟ ଧରି କୋଭିଡ ସଂକ୍ରମଣରେ ଦେଖା ଦେଇଥିବା କେରଳ ପାଇଁ  ଏପରି ଜଟିଳତା ଚିନ୍ତାର କାରଣ ପାଲଟିଛି।

କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଶନିବାର ଅଭିଭାବକମାନଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ ଯଦି ସେମାନଙ୍କ ପିଲାମାନେ ମଲ୍ଟି ସିଷ୍ଟମ ଇନଫ୍ଲାମେଟୋରୀ ସିଣ୍ଡ୍ରୋମ-ଇନ୍ ଚାଇଲ୍ଡ ଲକ୍ଷଣର ଶିକାର ହୁଅନ୍ତି ତେବେ ତୁରନ୍ତ ଚିକିତ୍ସା କରିବା ଦରକାର। ଏହି ରୋଗ ଭଲ ହୋଇପାରିବ, କିନ୍ତୁ ଏହାକୁ ଅଣଦେଖା କଲେ ସ୍ଥିତି ଜଟିଳ ହୋଇପାରେ।

ବିଶେଷଜ୍ଞମାନେ କହିଛନ୍ତି ଯେ କରୋନା ସଂକ୍ରମଣରୁ ଜଣେ ସୁସ୍ଥ ହେବାର ତିନି-ଚାରି ସପ୍ତାହ ପରେ ଜ୍ୱର, ପେଟ ଯନ୍ତ୍ରଣା, ଆଖି ନାଲି ପଡ଼ିବା ଏବଂ ବାନ୍ତି ହେବାର ଲକ୍ଷଣ ଦେଖାଯାଉଛି। ପିଲାମାନଙ୍କ ପାଖରେ ଏପରି ଦେଖାଦେବାକୁ ମଲ୍ଟି ସିଷ୍ଟମ ଇନଫ୍ଲାମେଟୋରୀ ସିଣ୍ଡ୍ରୋମ-ଇନ୍ ଚାଇଲ୍ଡ ବୋଲି କୁହାଯାଏ। ଏହା ଏକ ପୋଷ୍ଟ-କୋଭିଡ ରୋଗ।

ସୂଚନାଯୋଗ୍ୟ, ଦେଶରେ କରୋନା ଭାଇରସ ସଂକ୍ରମିତ ସଂଖ୍ୟା ପୁଣିଥରେ ବଢ଼ିବାରେ ଲାଗିଛି। ଏହି କାରଣ ଯୋଗୁଁ କରୋନା ଗ୍ରାଫ ବର୍ତ୍ତମାନ ଉପର ମୁହାଁ ହୋଇଛି। ଆଜି ଭାରତରେ ପ୍ରାୟ ୪୭ ହଜାର କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ୫୦୯ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଦେଶରେ ମୋଟ୍ ସଂକ୍ରମିତଙ୍କ ମଧ୍ୟରୁ କେରଳରେ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଶନିବାର କେରଳରେ ୩୨,୮୦୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୭୯ ଜଣ ପ୍ରାଣ ହରାଇଥିଲେ। ରାଜ୍ୟରେ କରୋନା ସଂକ୍ରମଣକୁ ରୋକିବାକୁ ଯାଇ କେରଳ ସରକାର ସୋମବାର ଠାରୁ ରାତି ୧୦ରୁ ସକାଳ ୬ଟା ଯାଏ ନାଇଟ୍ କର୍ଫ୍ୟୁ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story