ତୁର୍କୀରେ ଅପରେସନ ଦୋସ୍ତ: ରାତାରାତି ପ୍ରସ୍ତୁତ ହୋଇଥିଲା ୧୪୦ ପାସପୋର୍ଟ, ଗାଧୋଇ ନଥିଲେ ରେସ୍କ୍ୟୁ ଟିମ୍‌

୩ଟି ଏନଡିଆରଏଫ ଟିମରେ ୧୫୨ ଜଣ ସଦସ୍ୟ ରହିଥିଲେ। ସେମାନଙ୍କ ସହ ୬ଟି ସନ୍ଧାନୀ କୁକୁର ମଧ୍ୟ ତୁର୍କୀ ଯାଇଥିଲେ।

NDRF PhotoTwitter

ତୁର୍କୀରୁ ଫେରିଥିବା ଉଦ୍ଧାରକାରୀ ଦଳ

Hemant Lenka
  • Published: Wednesday, 22 February 2023
  • Updated: 22 February 2023, 10:08 AM IST

Sports

Latest News

ଭୟଙ୍କର ଭୂମିକମ୍ପ ଦ୍ୱାରା ପ୍ରଭାବିତ ତୁର୍କୀରେ ଏନଡିଆରଏଫ ଅପରେସନ ଦୋସ୍ତ ଦ୍ୱାରା ହଜାର ହଜାର ଲୋକଙ୍କ ଜୀବନ ବଞ୍ଚାଇଛି। ଅନେକ ସଂଘର୍ଷ ଓ ପ୍ରତିଘାତ ସତ୍ତ୍ୱେ ଭାରତରୁ ଯାଇଥିବା ଉଦ୍ଧାରକାରୀ ଦଳ ନିଜ କର୍ତ୍ତବ୍ୟରେ କୌଣସି ପ୍ରକାରର ଅବହେଳା କରି ନାହାନ୍ତି। ଏହାକୁ ଚାରିଆଡ଼େ ପ୍ରଶଂସା କରାଯାଉଥିବା ବେଳେ କେମିତି ମିଶନକୁ ରୂପରେଖ ଦିଆଯାଇଥିଲା, ତା’ର ତଥ୍ୟ ସାମ୍ନାକୁ ଆସିଛି।

ଭୂକମ୍ପ ଖବର ମିଳିବା ପରେ ଜଣେ ପାରାମେଡିକ୍‌ ତାଙ୍କର ୧୮ ମାସର ଯାଆଁଳା ଶିଶୁଙ୍କୁ ଛାଡ଼ି ନିଜ କର୍ତ୍ତବ୍ୟରେ ଲାଗି ପଡ଼ିଥିଲେ। ଅଧିକାରୀମାନଙ୍କୁ ରାତାରାତି ୧୪୦ରୁ ଅଧିକ ପାସପୋର୍ଟ ପ୍ରସ୍ତୁତ କରିବାକୁ ପଡ଼ିଥିଲା। ଶହଶହ କାଗଜପତ୍ରକୁ ତର୍ଜମା କରି ଦିନକ ଭିତରେ ତୁର୍କୀ ଯିବା ପାଇଁ ଉଦ୍ଧାରକାରୀ ଟିମର ପାସପୋର୍ଟ ତିଆରି କରାଯାଇଥିଲା।

ଉଦ୍ଧାରକାରୀ ଦଳ ମଧ୍ୟ ଅନେକ କଷ୍ଟ ସହିଛନ୍ତି। ସେମାନେ ୧୦ ଦିନ କାଳ ତୁର୍କୀରେ ଗାଧୋଇବାକୁ ମଧ୍ୟ ସମୟ ପାଇ ନଥିଲେ। ଏହି କଠିନ ଓ ସଂଘର୍ଷମୟ ମିଶନରୁ ଫେରିବା ପରେ ମଧ୍ୟ ଉଦ୍ଧାରକାରୀ ଟିମର ସଦ୍ୟମାନେ ସନ୍ତୁଷ୍ଟ ନାହାନ୍ତି। ସେମାନଙ୍କ କାମକୁ କିନ୍ତୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି। ହେଲେ ସେମାନେ କହିଛନ୍ତି ଯେ “କାସ୍‌ ଆମେ ଅଧିକ ଜୀବନ ବଞ୍ଚାଇ ପାରିଥାଆନ୍ତୁ।”

ତୁର୍କୀରେ ରିଲିଫ୍ ଅପରେସନ୍ ସମୟରେ ଉଦ୍ଧାରକାରୀ ଟିମକୁ ପୀଡ଼ିତ ଓ ସେମାନଙ୍କ ପରିବାରବର୍ଗ ବହୁତ ସହାୟତା କରିଥିଲେ। ଏପରି ଜଣେ ତୁର୍କୀ ନାଗରିକ ହେଉଛନ୍ତି ଅହମଦ। ସିଏ ଭୂକମ୍ପରେ ନିଜ ପତ୍ନୀ ଓ ତିନି ପିଲାଙ୍କୁ ହରାଇଛନ୍ତି। ସେ ଏହି ଘଟଣାରେ ସ୍ତବ୍ଧ ହୋଇ ପାଗଳପ୍ରାୟ ଅବସ୍ଥାକୁ ଚାଲି ଆସିଥିଲେ ବୋଲି ଡେପୁଟି କମାଣ୍ଡାଣ୍ଟ ଦୀପକ କହିଛନ୍ତି।

Also Read

ଅହମଦ ସବୁ କିଛି ହରାଇ ସାରିଥିଲେ ମଧ୍ୟ ଦୀପକଙ୍କୁ ଶାକାହାରୀ ଖାଦ୍ୟ ଯୋଗାଇବାରେ ସହଯୋଗ କରିଥିଲେ। ଦୀପକ କହିଛନ୍ତି, “ଅହମଦ ଯାହା ବି ଭେଜ୍‌ ଜିନିଷ ଦେଖୁଥିଲେ, ସେସବୁ ମୋତେ ଦେଉଥିଲେ। ସେଓ ହେଉ କି ଟମାଟୋ, ସେ ଏହାକୁ ଲୁଣ ଓ ସ୍ଥାନୀୟ ମସଲା ମିଶାଇ ସ୍ୱାଦିଷ୍ଟ କରିବାକୁ ଚେଷ୍ଟା କରୁଥିଲେ। ତାଙ୍କ ସହାୟତା କେବେ ହେଲେ ଭୁଲି ହେବନି।”

୩ଟି ଏନଡିଆରଏଫ ଟିମରେ ୧୫୨ ଜଣ ସଦସ୍ୟ ରହିଥିଲେ। ସେମାନଙ୍କ ସହ ୬ଟି ସନ୍ଧାନୀ କୁକୁର ମଧ୍ୟ ତୁର୍କୀ ଯାଇଥିଲେ। ସେଠାରୁ ଫେରିବା ବେଳେ ଉଦ୍ଧାରକାରୀ ଟିମ ବେଶ ଭାବପ୍ରବଣ ହୋଇଯାଇଥିଲେ। କାରଣ ଲୋକଙ୍କ କଷ୍ଟ ସମୟରେ ସେମାନେ ସହଯୋଗ କରିଥିଲେ। ଏହି କାରଣରୁ ସ୍ଥାନୀୟ ଲୋକମାନେ ମଧ୍ୟ ସେମାନଙ୍କ ପ୍ରତି ନିଜର ଭଲ ପାଇବା ଦେଖାଇଥିଲେ। ଟିମର ସଦସ୍ୟମାନେ ଫେରିବା ବେଳେ ତୁର୍କୀର ଅନେକ ଲୋକଙ୍କ ଆଖିରୁ ଲୁହ ମଧ୍ୟ ଝରି ଯାଇଥିଲା।

ଏନଡିଆରଏଫ ଟିମ 'ଅପରେସନ୍ ଦୋସ୍ତ' ନାଁରେ ଫେବୃଆରୀରୁ ୭ରୁ ଅଭିଯାନ ଆରମ୍ଭ କରିଥିଲେ। ଭୂକମ୍ପ ପରେ ପ୍ରବଳ ବର୍ଷା ସାଙ୍ଗକୁ ତୁଷାରପାତ ହୋଇଥିଲା। ଏହା ସତ୍ତ୍ୱେ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା। ଉଦ୍ଧାର ସମୟରେ ଭାରତୀୟ ଟିମ ଦୁଇ ଜଣ ଛୋଟ ଝିଅଙ୍କୁ ଧ୍ୱଂସାବଶେଷ ତଳୁ ଜୀବନ୍ତ ଉଦ୍ଧାର କରିଥିଲା। ଏଥିସହ ୮୫ଟି ମୃତଦେହକୁ ମଧ୍ୟ ମାଟି ତଳୁ କାଢ଼ିଥିଲା।

ଅସ୍ଥାୟୀ ମେଡିକାଲ ଟିମ ଖୋଲି ହଜାର ହଜାର ଆହତମାନଙ୍କୁ ମଧ୍ୟ ଭାରତୀୟ ଉଦ୍ଧାରକାରୀ ଦଳ ତୁରନ୍ତ ସହୟତା ଯୋଗାଇ ଦିଆଯାଇଥିଲା। ଗତ ସପ୍ତାହରେ ଏନଡିଆରଏଫ ଟିମର ସଦସ୍ୟମାନେ ଭାରତ ଫେରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ସବୁ ସଦସ୍ୟଙ୍କୁ ଧନ୍ୟବାଦ ଜଣାଇବା ସହ ସମ୍ବର୍ଦ୍ଧିତ କରିଥିଲେ।

ଏନଡିଆରଏଫ ଇନ୍ସପେକ୍ଟର ଜେନେରାଲ ଏନଏସ ବୁନ୍ଦେଲା କହିଛନ୍ତି, “ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର କନସୁଲାର ପାସପୋର୍ଟ ଓ ଭିସା ବିଭାଗ ରାତାରାତି ଆମ ଉଦ୍ଧାରକାରୀ ଟିମ ପାଇଁ ପାସପୋର୍ଟ ପ୍ରସ୍ତୁତ କରିଥିଲା। ଭାରତ ସରକାର ତୁର୍କୀ ଯିବାକୁ ଏନଡିଆରଏଫ ଟିମକୁ କହିଥିବାରୁ ସେମାନେ କିଛି କ୍ଷଣ ମଧ୍ୟରେ ଶତାଧିକ କାଗଜପତ୍ର କାମ କରିଥିଲେ।”

୧୫୨ ଜଣ ସଦସ୍ୟଙ୍କ ମଧ୍ୟରୁ କେବଳ କିଛି ଜଣଙ୍କ ପାଖରେ ବିଦେଶ ଯିବାକୁ ଡିପ୍ଲୋମାଟ ପାସପୋର୍ଟ ରହିଥିଲା। ତେଣୁ କୋଲକାତା ଓ ବାରାଣସୀରୁ ଶତାଧିକ ଡକ୍ୟୁମେଣ୍ଟକୁ ପାସପୋର୍ଟ ପାଇଁ ଫ୍ୟାକ୍ସ ଏବଂ ଇ-ମେଲ କରାଯାଇଥିଲା। ତୁର୍କୀରେ ପହଞ୍ଚିବା ପରେ ସେଠାକାର ସରକାର ଭାରତୀୟ ଟିମକୁ ଗୋଟିଏ ଭିସା ଦେଇଥିଲା। ଏହାପରେ ଭାରତୀୟ ଉଦ୍ଧାରକାରୀ ଦଳ ନୁରଡାଗି ଓ ହାତାୟରେ କାମ ଆରମ୍ଭ କରିଥିଲେ।

ଏନଡିଆରଏଫ ଟିମ ମଧ୍ୟରେ ୫ ଜଣ ମହିଳା ଥିଲେ। ସେମାନଙ୍କ ମଧ୍ୟରେ ଥିବା କନଷ୍ଟେବଲ ସୁଷମା ଯାଦବ(୩୨) ପ୍ରଥମଥର ପାଇଁ ବିଦେଶ ମାଟିରେ ଉଦ୍ଧାର କାମ କରିବାକୁ ଯାଇଥିଲା। ସେ ତାଙ୍କର ୧୮ ମାସର ଯାଆଁଳା ଶିଶୁଙ୍କୁ ଛାଡ଼ି ତୁର୍କୀ ଯାଇଥିଲେ। ହେଲେ ସେ ଏଥିପାଇଁ ଗର୍ବିତ ବୋଲି କହିଛନ୍ତି। ସେ କହିଛନ୍ତି, “ଆମେ ଯଦି ନ କରିବୁ, ତା’ହେଲେ କିଏ କରିଥାଆନ୍ତା?

ମୁଁ ଓ ମୋର ଜଣେ ପୁରୁଷ ସହଯୋଗ ଏନଡିଆରଏଫରେ ପାରାମେଡିକ୍ସ ଭାବେ ରହିଥିଲୁ। ଆମର କାମ ହେଲା ଉଦ୍ଧାରକାରୀ ଦଳର ସୁରକ୍ଷା କରିବା। ସେମାନଙ୍କୁ ସୁସ୍ଥ ରଖିବା ବଡ଼ ଚ୍ୟାଲେଞ୍ଜ ଥିଲା। କାରଣ ତୁର୍କୀରେ ତାପମାତ୍ରା ମାଇନ୍ସ ୫ ଡିଗ୍ରୀ ରହିଥିଲା। ମୁଁ ମୋର ଦୁଇ ପିଲାଙ୍କୁ ଶାଶୁ ଘରେ ଛାଡ଼ିଥିଲି। ପ୍ରଥମଥର ପାଇଁ ମୁଁ ଏତେ ଦିନ ସେମାନଙ୍କ ଠାରୁ ଦୂରେଇ ରହିଥିଲି। ହେଲେ ଲୋକଙ୍କ ଉଦ୍ଧାର କରିବାରେ ସହାୟତା କରିଥିବାରୁ ମୁଁ ଗର୍ବିତ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story