ଚୌଦ୍ୱାର ଥାନା ଆଇଆଇସି ଓ ସବଇନ୍ସପେକ୍ଟରଙ୍କୁ ୨୪ଘଣ୍ଟା ସୁଦ୍ଧା ନିର୍ବାଚନମଣ୍ଡଳୀ ବାହାରକୁ ବଦଳି ପାଇଁ ନିର୍ଦ୍ଦେଶ

ତେଣୁ ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ଆଇଆଇସିି ଶ୍ରୀ ସାହୁ ଓ ସରସ୍ୱତୀ ସ୍ୱାଇଁଙ୍କୁ ତୁରନ୍ତ ନିର୍ବାଚନ ମଣ୍ଡଳୀ ବାହାରକୁ ବଦଳି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି

Election Commission

ରାଜ୍ୟ ନିର୍ବାଚନ ଆୟୋଗ, ଓଡ଼ିଶା (ଫାଇଲ ଫଟୋ)

Ordigital Desk
  • Published: Friday, 03 May 2024
  • Updated: 03 May 2024, 09:09 PM IST

ଆଠଗଡ଼ ନିର୍ବାଚନମଣ୍ଡଳୀରେ ବିଜେଡି ବ୍ୟାନରରେ ଆୟୋଜିତ ସଭାରେ ଭାଷଣ ଦେବା ଚୌଦ୍ୱାର ଥାନା ଆଇଆଇସି ବିଶ୍ୱରଞ୍ଜନ ସାହୁ ଓ ସବଇନ୍ସପେକ୍ଟର ସରସ୍ୱତୀ ସ୍ୱାଇଁଙ୍କୁ ମହଙ୍ଗା ପଡ଼ିଛି । ଉଭୟଙ୍କୁ ୨୪ଘଣ୍ଟା ମଧ୍ୟରେ ନିର୍ବାଚନମଣ୍ଡଳୀ ବାହାରକୁ ବଦଳି କରିବାକୁ ଆଜି ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ଉଭୟ ପୁଲିସ ଅଫିସର ନିର୍ବାଚନ ଆଦର୍ଶ ଆଚରଣ ବିଧି ଉଲ୍ଲଘଂନ କରିଥିବା ସଂକ୍ରାନ୍ତରେ ଯେଉଁ ତଦନ୍ତ ରିପୋର୍ଟ କଟକ ଡିସିପି ଦେଇଛନ୍ତି ତାହା ସନ୍ତୋଷଜନକ ନୁହେଁ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସ୍ପଷ୍ଟ କରିଛନ୍ତି ।

ରାଜ୍ୟ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଏନ୍ ଥିରୁମାଳା ନାଏକ ଆଜି କଟକ-ଭୁବନେଶ୍ୱର ପୁଲିସ କମିଶନର ଓ କଟକ ଡିସିପିଙ୍କୁ ଚିଠି ଲେଖି ଚୌଦ୍ୱାର ଥାନା ଆଇଆଇସି ବିଶ୍ୱରଞ୍ଜନ ସାହୁ ଓ ସବଇନ୍ସପେକ୍ଟର ସରସ୍ୱତୀ ସ୍ୱାଇଁଙ୍କୁ ତୁରନ୍ତ ନିର୍ବାଚନ ମଣ୍ଡଳୀ ବାହାରକୁ ବଦଳି ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ୨୪ଘଣ୍ଟା ମଧ୍ୟରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଅବଗତ ପାଇଁ ମଧ୍ୟ ତାଗିଦ୍ କରିଛନ୍ତି ।

Also Read

ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ନାଏକ ତାଙ୍କ ଚିଠିରେ ଦର୍ଶାଇଛନ୍ତି ଯେ, ଚୌଦ୍ୱାର ଥାନା ଆଇଆଇସି ଓ ସବଇନ୍ସପେକ୍ଟରଙ୍କ ବିରୁଦ୍ଧରେ ଓଡ଼ିଶା ବିଜେପି ଓ ଅନ୍ୟମାନେ କରିଥିବା ଅଭିଯୋଗ ଉପରେ କଟକ ଡିସିପି ଦେଇଥିବା ତଦନ୍ତ ରିପୋର୍ଟ ସନ୍ତୋଷଜନକ ନୁହେଁ । ତଦନ୍ତ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ତାହା ରାଜନୀତିକ ସଭା ନଥିଲା ବରଂ ଏକ ଧାର୍ମିକ ସଭା ଥିଲା ଯେଉଁଠିକି ରାଜନୀତିକ ନେତାମାନେ ମୁସଲିମ ସମୁଦାୟର ଲୋକମାନଙ୍କୁ ଶୁଭକାମନା ଜଣାଇବାକୁ ଯାଇଥିଲେ ।

ତେବେ କୌଣସି ରାଜନୀତିକ ବ୍ୟାନର ତଳେ ହେଉଥିବା ସଭାରେ ପୁଲିସ ଅଧିକାରୀ ଯୋଗ ଦେବା ଅନୁମତିଯୋଗ୍ୟ ନୁହେଁ ଓ ଏହା ନିର୍ବାଚନ ଆଦର୍ଶ ଆଚରଣ ବିଧିର ଉଲ୍ଲଘଂନ କରୁଛି । ତେଣୁ ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ଆଇଆଇସିି ଶ୍ରୀ ସାହୁ ଓ ସରସ୍ୱତୀ ସ୍ୱାଇଁଙ୍କୁ ତୁରନ୍ତ ନିର୍ବାଚନ ମଣ୍ଡଳୀ ବାହାରକୁ ବଦଳି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ, ଏପ୍ରିଲ ୨୨ତାରିଖରେ ରାଜ୍ୟ ବିଜେପି ପ୍ରତିନିଧି ଦଳ ଏସମ୍ପର୍କରେ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଥିଲା । ବିଜେପି ଅଭିଯୋଗ କରିଥିଲା ଯେ ଆଠଗଡ଼ ନିର୍ବାଚନମଣ୍ଡଳୀରେ ବିଜେଡି ବ୍ୟାନରରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଓ ସ୍ଥାନୀୟ ବିଧାୟକ ପ୍ରାର୍ଥୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଫଟୋଚିତ୍ର ସହ ଦଳୀୟ ଚିହ୍ନ ଥାଇ ଇଦଉଲ ଫିତର ସଭାର ଆୟୋଜନ ହୋଇଥିଲା । ସେହି ସଭାରେ ଚୌଦ୍ୱାର ଆଇଆଇସି ଶ୍ରୀ ସାହୁ ଓ ମହିଳା ପୁଲିସ ଅଧିକାରୀ ସରସ୍ୱତୀ ସ୍ୱାଇଁ ଭାଷଣ ଦେଇଥିଲେ । ଯାହାକି ନିର୍ବାଚନ ଆଦର୍ଶ ଆଚରଣ ବିଧିର ଖୋଲା ଉଲ୍ଲଘଂନ । ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦଳ ଦାବି କରିଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story