୬ ବର୍ଷ ପରେ ଜୋତା ପିନ୍ଧିଲେ ବିଜେପି ନେତା ରାମଦାସ ପୁରୀ

ମାନସିକ ପୂରଣ ହେବା ପରେ ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ସେ ପିନ୍ଧିଥିଲେ ଜୋତା।

Shivraj and Ramdas

ଶିବରାଜ ସିଂହ ଚୌହାନ ଓ ରାମଦାସ ପୁରୀ

Jitendra Garnayak
  • Published: Saturday, 23 December 2023
  • Updated: 23 December 2023, 06:02 PM IST

Sports

Latest News

୬ ବର୍ଷ ପରେ ଜୋତା ପିନ୍ଧିଲେ ବିଜେପିର ମଧ୍ୟ ପ୍ରଦେଶର ଅନୁପ୍ପୁର ଜିଲ୍ଲା ଶାଖା ସଭାପତି ରାମଦାସ ପୁରୀ। ରାଜ୍ୟରେ ବିଜେପି ସରକାର ଗଠନ ନହେଲା ପର୍ଯ୍ୟନ୍ତ ସେ ଜୋତା କି ଚପଲ ପିନ୍ଧିବେ ନାହିଁ ବୋଲି ୨୦୧୭ରେ ମାନସିକ ନେଇଥିଲେ। ଆଉ ତା’ପରଠୁ ଜୋତା କି ଚପଲ ପିନ୍ଧୁ ନଥିଲେ। ମଧ୍ୟ ପ୍ରଦେଶରେ ବିଜେପି ସରକାର ଗଠନ ହେବାର କିଛି ଦିନ ପରେ ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ଉପସ୍ଥିତିରେ ଜୋତା ପିନ୍ଧିଥିଲେ ରାମଦାସ ପୁରୀ। ଏହାର ଏକ ଭିଡିଓ ଶିବରାଜ ସିଂହ ଚୌହାନ ସୋଶାଲ ମିଡିଆରେ ଶେଆର କରିଛନ୍ତି।

୨୦୧୮ ବିଧାନସଭା ନିର୍ବାଚନରେ ବିଜେପି ହାରି ଯାଇଥିଲା। କଂଗ୍ରେସ ସରକାର ଗଠନ କରିଥିଲା। ୨୦୨୦ରେ କମଳ ନାଥଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାର ଭାଙ୍ଗିଯିବା ପରେ ବିଜେପି ପୁଣି ରାଜ୍ୟରେ କ୍ଷମତା ହାସଲ କରିଥିଲା। ଏହା ସତ୍ତ୍ୱେ ରାମଦାସ ପୁରୀ ଜୋତା ପିନ୍ଧି ନଥିଲେ। ଏଥର ବିଜେପି ବହୁମତ ସହିତ ସରକାର ଗଠନ କରିବା ପରେ ମାନସିକ ପୂରଣ ହୋଇଛି କହି ଆଜି ଜୋତା ପିନ୍ଧିଥିଲେ ରାମଦାସ ପୁରୀ।

Also Read

ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି, ରାମଦାସ ପୁରୀ ଦଳ ପାଇଁ ସମର୍ପିତ ଜଣେ କର୍ମୀ। ସେ ଦଳ ପାଇଁ କଠିନ ପରିଶ୍ରମ କରନ୍ତି। ୨୦୧୭ରୁ ସେ ଜୋତା ପିନ୍ଧୁ ନଥିଲେ। ଯେକୌଣସି ଋତୁରେ ସେ ଖାଲି ପାଦରେ ରହୁଥିଲେ। ଚଳିତ ବର୍ଷ ତାଙ୍କ ମାନସିକ ପୂରଣ ହୋଇଛି। ମାନସିକ ପୂରା ହୋଇଥିବାରୁ ଆମେ ସମସ୍ତେ ତାଙ୍କୁ ଜୋତା ପିନ୍ଧିବାକୁ ଅନୁରୋଧ କରିଥିଲୁ।

ଗତ ମାସରେ ମଧ୍ୟ ପ୍ରଦେଶରେ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନରେ ୨୩୦ଟି ଆସନରୁ ୧୬୩ଟିରେ ବିଜେପି ବିଜୟୀ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story