ମା’ଙ୍କୁ ପର ମହିଳା ପାଇଁ ନିର୍ଯାତନା ଦେଉଥିଲେ ବାପା, ସୁପାରି ଦେଇ ହତ୍ୟା କଲା ଝିଅ

ପୁଲିସ୍‌ ଏବେ ଘଟଣାର ପର୍ଦ୍ଦାଫାସ କରିବା ସହ ନାଗପୁରର ଭିୱାପୁରରେ ଥିବା ଗୋଟିଏ ପେଟ୍ରୋଲ ପମ୍ପର ମାଲିକ ଦିଲୀପ ସୋନଟାକ୍କେଙ୍କ ୩୫ ବର୍ଷୀୟ ଝିଅଙ୍କୁ ଗିରଫ କରିଛି।

Daughter

ଘଟଣା ବେଳର ଦୃଶ୍ୟ

Hemant Lenka
  • Published: Wednesday, 24 May 2023
  • Updated: 24 May 2023, 06:11 PM IST

Sports

Latest News

ମା’ଙ୍କୁ ମିଳୁଥିବା ନିର୍ଯାତନାର ପ୍ରତିଶୋଧ ବାପାଙ୍କ ଠାରୁ ନେଇଛନ୍ତି ଜଣେ ଝିଅ। ନିଜ ଜନ୍ମ କଲା ବାପାଙ୍କୁ ସୁପାରି ଦେଇ ହତ୍ୟା କରିଛନ୍ତି ଝିଅ। ବାପା ପେଟ୍ରୋଲ ପମ୍ପ ମାଲିକ ହୋଇଥିବା ବେଳେ ତାଙ୍କୁ ହତ୍ୟା କରିବା ପାଇଁ ତାଙ୍କରି ଝିଅ ୫ ଲକ୍ଷ ଟଙ୍କାର ସୁପାରି ଦେଇଥିଲେ।

ମେ’ ୧୭ରେ ନାଗପୁର-ନାଗଭିଡ ଜାତୀୟ ରାଜପଥରେ ଥିବା ପେଟ୍ରୋଲ ପମ୍ପରେ ୩ ଜଣ ମୁଖା ପିନ୍ଧା ବ୍ୟକ୍ତି ଦିଲୀପଙ୍କୁ ଆକ୍ରମଣ କରିଥିଲେ। ତାଙ୍କୁ ୧୫ ଥର ଛୁରୀ ଭୁଷି ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ପୁଲିସ୍‌ ଘଟଣାର ତଦନ୍ତ କରି ଦିଲୀପଙ୍କ ଝିଅ ପ୍ରିୟା ମାହୁରତାଲେଙ୍କୁ ଗିରଫ କରିଛି।

Also Read

ଦିଲୀପଙ୍କ ପରକୀୟା ପ୍ରୀତି ରହିଥିଲା। ଅନ୍ୟ ଜଣେ ମହିଳାଙ୍କ ପାଇଁ ସେ ତାଙ୍କ ପତ୍ନୀ ଅର୍ଥାତ ପ୍ରିୟାଙ୍କ ମା’ ଓ ପରିବାରର ଅନ୍ୟମାନଙ୍କୁ ନିର୍ଯାତନା ଦେଉଥିଲେ। ଏହାକୁ ସହ୍ୟ ନ କରିପାରି ପ୍ରିୟା ସୁପାରି ଦେଇ ଦିଲୀପଙ୍କୁ ହତ୍ୟା କରିଥିଲେ। ଗିରଫ କରି ପୁଲିସ୍‌ ପ୍ରିୟାଙ୍କୁ କୋର୍ଟରେ ହାଜର କରାଇଥିଲା। ଏହାପରେ କୋର୍ଟ ତାଙ୍କୁ ୨ ଦିନିଆ ରିମାଣ୍ଡରେ ପଠାଇ ଦେଇଛନ୍ତି।

ମିଳିଥିବା ସୂଚନା ଅନୁସାରେ, ପ୍ରିୟାଙ୍କ ସ୍ୱାମୀ କିଶୋର ଶ୍ୱଶୁର ଦିଲୀପଙ୍କ ପେଟ୍ରୋଲ ପମ୍ପରେ କାମ କରୁଥିଲେ। ତେବେ ହତ୍ୟା ପଛରେ ତାଙ୍କର ଭୂମିକା ରହିଛି କି ନାହିଁ, ପୁଲିସ୍‌ ତଦନ୍ତ କରୁଛି। ଦିଲୀପଙ୍କୁ ହତ୍ୟା କରିବା ପରେ ୩ ଦୁର୍ବୃତ୍ତ ପେଟ୍ରୋଲ ପମ୍ପରୁ ୧.୩୪ ଲକ୍ଷ ଟଙ୍କାର କ୍ୟାଶ ନେଇ ଯାଇଥିଲେ। ଘଟଣା ଦିନ କାଉଣ୍ଟର୍‌ରେ ବସି ଦିଲୀପ ଓ ତାଙ୍କ ପାଖରେ କାମ କରୁଥିବା ରାଜେଶ୍ୱର ଟଙ୍କା ଗଣୁଥିଲେ।

ଏହି ସମୟରେ ମୁଖା ପିନ୍ଧା ୩ ବ୍ୟକ୍ତି ସେଠାରେ ପହଞ୍ଚି ସିଧା ଦିଲୀପଙ୍କୁ ଆକ୍ରମଣ କରିଥିଲେ। ରାଜେଶ୍ୱର ତାଙ୍କ ମାଲିକଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇ ନଥିଲେ। ଆକ୍ରମଣରେ ସେ ମଧ୍ୟ ଆହତ ହୋଇଛନ୍ତି। ପୁଲିସ୍‌ ଘଟଣାର ତଦନ୍ତ କରି ହତ୍ୟା କରିଥିବା ଶେଖ ଅଫରୋଜ ଓରଫ ଇମ୍ରାନ ହନିଫ, ମହମ୍ମଦ ୱାସିମ ଲାଲ ମହମ୍ମଦ ଓ ଜୁବୈର ଖାନଙ୍କୁ ଗିରଫ କରିଥିଲା। ଭିୱାପୁର ଓ ଉମରେର ପୁଲିସ୍‌ ଅଫରୋଜ ଏବଂ ୱାସିମଙ୍କୁ ଗିରଫ କରିଥିବା ବେଳେ ନାଗପୁରରୁ ଜୁବୈରଙ୍କୁ ସିଟି ପୁଲିସ୍‌ ଧରିବାକୁ ସକ୍ଷମ ହୋଇଥିଲା।

ପୁଲିସ୍‌ ଏମାନଙ୍କୁ ଜେରା କରିବା ବେଳେ ପୂରା ଘଟଣା ଖିଅ ପାଇବାକୁ ସକ୍ଷମ ହୋଇଥିଲା। ଦିଘୋରିରେ ରହୁଥିବା ପ୍ରିୟାଙ୍କ ଘରେ କିଛି ଦିନ ତଳେ ଟାଇଲ ଲାଗୁଥିଲା। ଏହି ସମୟରେ ଦିଲୀପ ସେଠାରେ ପହଞ୍ଚି ଟାଇଲ ମିସ୍ତ୍ରୀ ଓ ଶ୍ରମିକଙ୍କ ଆଗରେ ପାଟିତୁଣ୍ଡ କରିଥିଲେ। ଏଥିରେ ମର୍ମାହତ ହୋଇଥିବା ପ୍ରିୟା ତାଙ୍କ ବାପା କେମିତି ତାଙ୍କ ମା’ ଓ ଭଉଣୀଙ୍କୁ ନିର୍ଯାତନା ଦେଇ ଚାଲିଛନ୍ତି, ସେସମ୍ପର୍କରେ ମସ୍ତ୍ରୀ ଓ ଶ୍ରମିକମାନଙ୍କୁ ସବୁ କଥା କହିଥିଲେ।

ଏଥିସହ ଦିଲୀପଙ୍କ ସମ୍ପର୍କ ଭିୱାପୁରରେ ରହୁଥିବା ଜଣେ ମହିଳାଙ୍କ ସହ ରହିଛି ଓ ସେ ସବୁ ସମ୍ପତ୍ତି ତାଙ୍କ ନାଁରେ କରିଦେବେ ବୋଲି ଧମକ ଦେଉଥିବା ପ୍ରିୟା କହିଥିଲେ। ବାପାଙ୍କ ନିର୍ଯାତନା ଦିନକୁ ଦିନ ବଢ଼ୁଥିବାରୁ ପ୍ରିୟା ତାଙ୍କ ଠାରୁ ବଦଲା ନେବାକୁ ଚାହୁଁଥିଲେ। ତେଣୁ ଟାଇଲ ଫିଟିଂ କରୁଥିବା ଲୋକମାନଙ୍କ ମଧ୍ୟରୁ ଜଣେ ତାଙ୍କର ପରିଚୟ ଅଫୋରଜଙ୍କ ସହ କରାଇଥିଲେ। ଅଫରୋଜ ଗୁଣ୍ଡାଗର୍ଦ୍ଦି ସହ ରିକଭରୀ ଏଜେଣ୍ଟ ଭାବେ କାମ କରୁଥିଲେ। 

ଏହାପରେ ପ୍ରିୟା ତାଙ୍କ ବାପାଙ୍କୁ ହତ୍ୟା କରିବା ପାଇଁ ଅଫରୋଜଙ୍କୁ ୫ ଲକ୍ଷ ଟଙ୍କାର ସୁପାରି ଦେଇଥିଲେ। ଅଫୋରଜ ହତ୍ୟାକାଣ୍ଡ ଘଟାଇବା ପାଇଁ ଜୁବୈର ଓ ୱାସିମଙ୍କୁ ଯୋଗାଯୋଗ କରିଥିଲେ। ଦିଲୀପଙ୍କୁ ହତ୍ୟା କରିଥିବା ଏହି ୩ ବ୍ୟକ୍ତିଙ୍କ ଏକମାତ୍ର ଲକ୍ଷ୍ୟ ଥିଲା। ହେଲେ ହତ୍ୟାକାରୀମାନେ ଟଙ୍କା ମଧ୍ୟ ଲୁଟ କରିଥିଲେ।

ଶେଷରେ ପୁଲିସ୍‌ ପ୍ରିୟାଙ୍କ ପାଖରେ ପହଞ୍ଚି ତାଙ୍କୁ ଗିରଫ କରିଛି। ଏବେ ପ୍ରିୟା ଓ ଅଫରୋଜଙ୍କ ମଧ୍ୟରେ ଯୋଗାଯୋଗର ସୂତ୍ରଧର ସାଜିଥିବା ବ୍ୟକ୍ତିଙ୍କୁ ପୁଲିସ୍‌ ଖୋଜୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story