ଡିଏମ୍‌କେ ବିଧାୟକଙ୍କ ପୁଅ ଓ ବୋହୂଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ଘରୋଇ ସହାୟିକା

ଜଣେ ଏଜେଣ୍ଟଙ୍କ ସହାୟତାରେ ସେଠାରେ କାମ ପାଇଥିଲେ। ୭ ମାସ ସେ ସେଠାରେ କାମ କରିଥିଲେ।

DMK MLA

ଡିଏମ୍‌କେ ବିଧାୟକ ଆଇ କରୁଣାନିଥି

Jitendra Garnayak
  • Published: Thursday, 18 January 2024
  • Updated: 18 January 2024, 10:26 PM IST

Sports

Latest News

ଡିଏମ୍‌କେ ବିଧାୟକ ଆଇ କରୁଣାନିଥିଙ୍କ ପୁଅ ଓ ବୋହୂଙ୍କ ନାଁରେ ଆସିଛି ସାଂଘାତିକ ଅଭିଯୋଗ। ସେମାନେ ସେମାନଙ୍କର ୧୮ ବର୍ଷର ଦଳିତ ଘରୋଇ ସହାୟିକାଙ୍କୁ ଶାରୀରିକ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏମିତିକି ଅସୁସ୍ଥ ହେଲେ ଡାକ୍ତରଖାନା ମଧ୍ୟ ନେଉ ନଥିଲେ।

ଘରୋଇ ସହାୟିକା ଜଣଙ୍କ ଯୁକ୍ତ ଦୁଇ ପର୍ଯ୍ୟନ୍ତ ପଢ଼ିଛନ୍ତି। ଜଣେ ଏଜେଣ୍ଟଙ୍କ ସହାୟତାରେ ସେ ବିଧାୟକ କରୁଣାନିଥିଙ୍କ ପୁଅ ଏଣ୍ଟୋ ମାଥିବାନନଙ୍କ ଚେନ୍ନାଇ ସ୍ଥିତ ଘରେ ଘରୋଇ ସହାୟିକା ଭାବେ କାମ ପାଇଥିଲେ। ସେ ୭ ମାସ ସେଠାରେ କାମ କରିଥିଲେ। ତେବେ ଏଣ୍ଟୋ ଓ ତାଙ୍କ ପତ୍ନୀ ମାର୍ଲିନା ତାଙ୍କୁ ଯେତେବେଳେ ଯେମିତି ଚାହୁଁଥିଲେ ଶାରୀରିକ ନିର୍ଯାତନା ଦେଉଥିଲେ। ଏମିତି ସେମାନେ ତାଙ୍କ ପାରିଶ୍ରମିକ ଦେଇ ନାହାନ୍ତି ବୋଲି ଏହି ଦଳିତ ଯୁବତୀ ଜଣଙ୍କ ଅଭିଯୋଗ କରିଛନ୍ତି।

ସେ ଆହୁରି କହିଛନ୍ତି, ଛୋଟିଆ ଭୁଲ୍‌ଟିଏ କଲେ ବି ସେମାନେ ମୋତେ ଚାପୁଡ଼ା ମାରୁଥିଲେ। ଦିନେ ଠିକ୍ ସମୟରେ ଖାଦ୍ୟ ପ୍ରସ୍ତୁତ କରି ନପାରିବାରୁ ସେମାନେ ହେୟାର ଷ୍ଟ୍ରେଟନରରେ ମୋ ହାତରେ ଚେଙ୍କ ଦେଇ ଦେଇଥିଲେ। ଯେତେ ଯନ୍ତ୍ରଣା ହେଲେ କି ରକ୍ତ ବୋହିଲେ ବି ସେମାନେ ମୋତେ ଡାକ୍ତରଖାନା ନେଉ ନଥିଲେ। ମୁଁ ନିଜେ ନିଜର ଚିକିତ୍ସା କରୁଥିଲି। ସେମାନେ ବିଧାୟକଙ୍କ ପରିବାରର ହୋଇଥିବାରୁ ସେମାନଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଲେ କେହି ମୋତେ ସମର୍ଥନ କରିବେ ନାହିଁ ଏଣ୍ଟୋ ଓ ତାଙ୍କ ପତ୍ନୀ ବରାବର କହୁଥିଲେ।

Also Read

ପୋଙ୍ଗଲ ପାଇଁ ଯୁବତୀ ଜଣଙ୍କ ତାଙ୍କ ଘରକୁ ଯାଇଥିଲେ। ସେଠାରେ ହଠାତ୍ ସେ ଅଚେତ ହୋଇ ପଡ଼ି ଯାଇଥିଲେ। ପରିବାର ଲୋକେ ତାଙ୍କୁ ଡାକ୍ତରଖାନା ନେଇ ଯାଇଥିଲେ। ସେଠାରେ ଡାକ୍ତର ତାଙ୍କ ଶରୀରରେ ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଥିବା ଦେଖିବାକୁ ପାଇଥିଲେ। ଏହା ପରେ ପୁଲିସ୍‌କୁ ଖବର ଦେଇଥିଲେ ଡାକ୍ତର। ପୁଲିସ୍ ଡାକ୍ତରଖାନାରେ ଯାଇ ପଚରାଉଚରା କରିଥିଲା। ତେବେ ଯୁବତୀଙ୍କ ପରିବାର ପକ୍ଷରୁ ଥାନାରେ କୌଣସି ଅଭିଯୋଗ କରାଯାଇ ନାହିଁ ବୋଲି ପୁଲିସ୍ କହିଛି।

ଅନ୍ୟପକ୍ଷରେ ବିଧାୟକ କରୁଣାନିଥି ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ମୁଁ ମୋ ପୁଅ ଘରକୁ ସବୁ ବେଳେ ଯାଏ ନାହିଁ। ଝିଅଟି ନିଶ୍ଚିତ କିଛି ଭୁଲ୍ କରିଥିବ ବୋଲି ଜଣାପଡ଼ୁଛି। ପୁଅ ଓ ବୋହୂ ଝିଅଟିକୁ ପଢ଼ିବା ପାଇଁ ଉତ୍ସାହିତ କରିବା ସହିତ ତା’ ପାଇଁ ଅନ୍‌ଲାଇନ୍ କ୍ଲାସ୍ ବ୍ୟବସ୍ଥା କରିଥିଲେ। ସେମାନେ ତା’ ପାଇଁ ସୁନା ଗହଣା ଓ ଅନ୍ୟାନ୍ୟ ଜିନିଷ ମଧ୍ୟ କିଣି ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story