‘୩୦ ମିନିଟରେ ଏକ୍ସକ୍ଲୁସିଭ ତଥ୍ୟ ଦେବି, ସାରା ରାଜ୍ୟ ବଦଳିଯିବ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅର୍ଚ୍ଚନା ଦେଲେ ବିସ୍ଫୋରକ ବୟାନ। ଆଜି ଇଡିକୁ ରିମାଣ୍ଡରେ ଯିବା ପୂର୍ବରୁ ଗଣମାଧ୍ୟମ ସମ୍ମୁଖରେ ଗର୍ଜିଥିଲେ ଅର୍ଚ୍ଚନା। ମାତ୍ର ୩୦ ମିନିଟରେ ପ୍ରମାଣ ସହ ଏକ୍ସକ୍ଲୁସିଭ ତଥ୍ୟ ଦେବି। ମୁଁ କେବେବି ଛାଡ଼ିବିନି, ଯେବେ ମୁହଁ ଖୋଲିବି ସେତେବେଳେ ସାରା ରାଜ୍ୟ ପରିବତ୍ତର୍ନ ହୋଇଯିବ ବୋଲି କହିଛନ୍ତି ଅର୍ଚ୍ଚନା। ଆଜି ଅର୍ଚ୍ଚନାକୁ ଇଡି ୭ ଦିନିଆ ରିମାଣ୍ଡରେ ନେଇଥିବା ବେଳେ ମେଡିକାଲ ଟେଷ୍ଟ ପାଇଁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା। ସେଠାରୁ ବାହାରିବା ବେଳେ […]

arcjana nag

  • Published: Tuesday, 06 December 2022
  • , Updated: 06 December 2022, 01:22 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅର୍ଚ୍ଚନା ଦେଲେ ବିସ୍ଫୋରକ ବୟାନ। ଆଜି ଇଡିକୁ ରିମାଣ୍ଡରେ ଯିବା ପୂର୍ବରୁ ଗଣମାଧ୍ୟମ ସମ୍ମୁଖରେ ଗର୍ଜିଥିଲେ ଅର୍ଚ୍ଚନା। ମାତ୍ର ୩୦ ମିନିଟରେ ପ୍ରମାଣ ସହ ଏକ୍ସକ୍ଲୁସିଭ ତଥ୍ୟ ଦେବି। ମୁଁ କେବେବି ଛାଡ଼ିବିନି, ଯେବେ ମୁହଁ ଖୋଲିବି ସେତେବେଳେ ସାରା ରାଜ୍ୟ ପରିବତ୍ତର୍ନ ହୋଇଯିବ ବୋଲି କହିଛନ୍ତି ଅର୍ଚ୍ଚନା।

ଆଜି ଅର୍ଚ୍ଚନାକୁ ଇଡି ୭ ଦିନିଆ ରିମାଣ୍ଡରେ ନେଇଥିବା ବେଳେ ମେଡିକାଲ ଟେଷ୍ଟ ପାଇଁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା। ସେଠାରୁ ବାହାରିବା ବେଳେ ଗଣମାଧ୍ୟମ ପ୍ରତିନିଧିଙ୍କ ସମ୍ମୁଖରେ ବର୍ଷିଥିଲେ ଅର୍ଚ୍ଚନା ନାଗ।

ଇଡି ତଦନ୍ତକୁ ସ୍ୱାଗତ କରିଥିବା ଅର୍ଚ୍ଚନା ସବୁ ତଦନ୍ତର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ଥିବା କହିଛନ୍ତି। ଏଥିସହ ଯେତେ ତଦନ୍ତକାରୀ ସଂସ୍ଥା ଆସୁଛନ୍ତି, ଆସନ୍ତୁ ବୋଲି ବି ଖୋଲା ଚ୍ୟାଲେଞ୍ଜ ଦେଇଥିଲେ।

ମୁଁ କ’ଣ ଆତଙ୍କବାଦୀ, କ’ଣ ପାଇଁ ମୋ ମୁହଁ, ଆଖି ବାନ୍ଧି ନେଇଗଲେ ବୋଲି ପ୍ରଶ୍ନ କରିଛନ୍ତି ଅର୍ଚ୍ଚନା। ଏଥିସହ ଗତକାଲି କୋର୍ଟରେ ହାଜର ବେଳେ ସୋ’ କଲ୍ଡ ଭିକ୍ଟିମ ଶ୍ରଦ୍ଧାଞ୍ଜଳିକୁ କୁଆଡ଼େ ଗଲା ବୋଲି ପଚାରିଥିବା ବେଳେ ଆଜି ବି ସେ କୁଆଡ଼େ ଗଲା ବୋଲି ନିଜ ପ୍ରଶ୍ନକୁ ସେ ଦୋହରାଇଥିଲେ।

ଏଥିସହ ଶ୍ରଦ୍ଧାଞ୍ଜଳିର କଲ୍ ଡିଟେଲ୍ସ ରେକର୍ଡ ଯାଞ୍ଚ କରାଯାଉ ବୋଲି କହିଥିଲେ। ଅକ୍ଷୟ ପରିଜା ନାଁରେ ଶ୍ରଦ୍ଧାଞ୍ଜଳି ଦେଇଥିବା ଏତଲା ପରଠାରୁ ତା’ର କଲ୍‌ ଡିଟେଲ୍ସ ଯାଞ୍ଚ ହେଉ। କାହା କାହା ସହ ସେ କଥା ହୋଇଛି, ସବୁ କିଛି ଯାଞ୍ଚ କରାଯାଉ। ଯଦି ସତସାହସ ଅଛି ଶ୍ରଦ୍ଧାଞ୍ଜଳି ସାମ୍ନାକୁ ଆସି ପ୍ରମାଣ ଦେଉ।

ମୋ ପାଟି ବନ୍ଦ କରି ମୋତେ ସେମାନେ ଆରେଷ୍ଟ କଲେ। ମୁଁ ପ୍ରେସମିଟ୍ କରିଥାନ୍ତି, ମୁଁ କଣ ଆତଙ୍କବାଦୀ। ମୋ’ ଉପରେ ପ୍ରବଳ ଚାପ ପକାଯାଉଛି ବୋଲି ପଚାରିଛନ୍ତି ଅର୍ଚ୍ଚନା ନାଗ। ଏଥିସହ କହିଛନ୍ତି, କିଛି ନ ଜାଣି ମୋତେ ବଦନାମ କଲେ, ମୋ ୫ ବର୍ଷର ଛୁଆକୁ ମୋଠୁ ଦୂରେଇ ଦେଲେ। ତାର ଲୁହ ପଡ଼ିବ। ମୁଁ ସମୟକୁ ଅପେକ୍ଷା କରିଛି, ହେଲେ କାହାକୁ ଛାଡ଼ିବିନି ବୋଲି କହିଛନ୍ତି ଅର୍ଚ୍ଚନା। ମୋତେ ଯଦି ଗିରଫ କଲେ ୨୪ ଘଣ୍ଟାରେ କୋର୍ଟ ଫରୱାର୍ଡ ନ କରି କ କାହିଁକି ବାଲିଅନ୍ତା ଥାନାରେ ନଜରବନ୍ଦୀ କରି ରଖାଗଲା ବୋଲି ପଚାରିଛନ୍ତି ଅର୍ଚ୍ଚନା।

ଏଥିସହ ୨ ଜଣ ମିଶି ପଣସ ଖାଇ ମୋ’ ମୁଣ୍ଡରେ ଅଠା ବୋଳିଦେଲେ ବୋଲି ଅର୍ଚ୍ଚନା କହିଥିବା ବେଳେ ସେମାନେ କିଏ ବୋଲି ପ୍ରଶ୍ନର ଉତ୍ତର ଦେଇ ନ ଥିଲେ। ପ୍ରଶାସନର ଏ କି ବ୍ୟବସ୍ଥା ବୋଲି ବି ପ୍ରଶ୍ନ କରିଥିଲେ ଅର୍ଚ୍ଚନା। ବିନା ତଥ୍ୟ, ପ୍ରମାଣରେ ମୋତେ କଳଙ୍କିତ କରାଯାଉଥିବା ସେ ଗଣମାଧ୍ୟମ ଆଗରେ କହିଛନ୍ତି।

ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କୁ ଆଜିଠୁ ୭ ଦିନିଆ ରିମାଣ୍ଡରେ ନେଇଛି ଇଡି। ସବୁ ସତ ଉଗାରିବାକୁ ମାତ୍ର ୩୦ ମିନିଟ୍‌ ସମୟ ମାଗୁଥିବା ଅର୍ଚ୍ଚନା ଆସନ୍ତା ୭ ଦିନରେ ଇଡି ଆଗରେ କ’ଣ କ’ଣ ଚାଞ୍ଚଲ୍ୟକର ତଥ୍ୟ ଦେଉଛନ୍ତି, ଆଉ ଏଥିରେ କେଉଁ ବଡ଼ବଡ଼ିଆ ଫସୁଛନ୍ତି ତାହା ଉପରେ ସମସ୍ତଙ୍କ ଆଖି।

https://youtu.be/SeDJ6sGE12U

 

Related story