ଲଜ୍‌ରୁ ଟଙ୍କା ଜବତ ଘଟଣା: ଆକ୍ସନ ମୁଡ୍‌ରେ ବଲାଙ୍ଗିର ଏସ୍‌ପି

ବଲାଙ୍ଗିର (ଓଡ଼ିଶା ରିପୋର୍ଟର):କଣ୍ଟାବାଞ୍ଜିରେ ଲଜ୍‌ରୁ ଟଙ୍କା ଜବତ ଘଟଣାରେ ଆକ୍ସନ ମୁଡ୍‌କୁ ଆସିଛନ୍ତି ବଲାଙ୍ଗିର ଏସ୍‌ପି ନୀତିନ୍ କୁଶଲକର। ଜବତ ଟଙ୍କାରୁ ଅଧା ଗାଏବ କରାଯାଇଥିବା ଅଭିଯୋଗ ଆସିବା ପରେ ସନ୍ଦେହ ଘେରକୁ ଆସିଥିବା କଣ୍ଟାବାଞ୍ଜି ଏସ୍‌ଡିପିଓ ହୃଷିକେଶ ମେହେରଙ୍କୁ ଏସ୍‌ପି ଦେଇଛନ୍ତି କଡ଼ା ନିର୍ଦ୍ଦେଶ। କୌଣସି ଅପରାଧଜନିତ ଘଟଣାର ତଦନ୍ତ ନ କରିବାକୁ ଏସ୍‌ପି ନିର୍ଦ୍ଦେଶ ଦେଇଛନ୍ତି। ତା’ସହିତ କୌଣସି ତଦନ୍ତରେ ହସ୍ତକ୍ଷେପ ନ କରିବାକୁ ମଧ୍ୟ କହିଥିବା ସୂଚନା ମିଳିଛି। ଏହା ସହିତ ଲଜ୍‌ରେ […]

Bolangir SP

  • Published: Sunday, 18 September 2022
  • , Updated: 18 September 2022, 01:18 PM IST

ବଲାଙ୍ଗିର (ଓଡ଼ିଶା ରିପୋର୍ଟର):କଣ୍ଟାବାଞ୍ଜିରେ ଲଜ୍‌ରୁ ଟଙ୍କା ଜବତ ଘଟଣାରେ ଆକ୍ସନ ମୁଡ୍‌କୁ ଆସିଛନ୍ତି ବଲାଙ୍ଗିର ଏସ୍‌ପି ନୀତିନ୍ କୁଶଲକର। ଜବତ ଟଙ୍କାରୁ ଅଧା ଗାଏବ କରାଯାଇଥିବା ଅଭିଯୋଗ ଆସିବା ପରେ ସନ୍ଦେହ ଘେରକୁ ଆସିଥିବା କଣ୍ଟାବାଞ୍ଜି ଏସ୍‌ଡିପିଓ ହୃଷିକେଶ ମେହେରଙ୍କୁ ଏସ୍‌ପି ଦେଇଛନ୍ତି କଡ଼ା ନିର୍ଦ୍ଦେଶ। କୌଣସି ଅପରାଧଜନିତ ଘଟଣାର ତଦନ୍ତ ନ କରିବାକୁ ଏସ୍‌ପି ନିର୍ଦ୍ଦେଶ ଦେଇଛନ୍ତି। ତା’ସହିତ କୌଣସି ତଦନ୍ତରେ ହସ୍ତକ୍ଷେପ ନ କରିବାକୁ ମଧ୍ୟ କହିଥିବା ସୂଚନା ମିଳିଛି। ଏହା ସହିତ ଲଜ୍‌ରେ ଚଢ଼ାଉ କରିଥିବା ପୁଲିସ୍ ଟିମ୍‌ର ପ୍ରତ୍ୟେକ ସଦସ୍ୟଙ୍କୁ ଏସ୍‌ପି ଜେରା କରିଥିବା ଜଣାପଡ଼ିଛି।

ଗତ ଗୁରୁବାର ରାତିରେ ଅନ୍ୟ ରାଜ୍ୟର କିଛି ଇଟାଭାଟି ମାଲିକ ଶ୍ରମିକ ଚାଲାଣ ପାଇଁ କଣ୍ଟାବାଞ୍ଜିର ଅନ୍ନପୂର୍ଣ୍ଣା ଲଜ୍‌ରେ ରହିଥିବା ଜଣାପଡ଼ିଥିଲା। ଖବର ପାଇ କଣ୍ଟାବାଞ୍ଜି ଥାନା ଆଇଆଇସି ଚଢ଼ାଉ କରିଥିବା ବେଳେ ଘଟଣା ସମ୍ପର୍କରେ ଏସଡିପିଓଙ୍କୁ ସୂଚନା ଦେଇଥିଲେ। ଏସଡିପିଓ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ପ୍ରାଥମିକ ତଦନ୍ତରୁ ଗିରଫ ବ୍ୟକ୍ତିମାନେ ଇଟାଭାଟି ମାଲିକ ଓ ସେମାନଙ୍କ ନିକଟରୁ ୧ କୋଟି ୭ ଲକ୍ଷ ଟଙ୍କା ପୁଲିସ୍‌ ଜବତ କରିଥିବା ସୂଚନା ମିଳିଥିଲା। ହେଲେ ଶୁକ୍ରବାର ସାମ୍ବାଦିକ ସମ୍ମିଳନୀରେ ସବୁ ତଥ୍ୟ ବଦଳି ଯାଇଥିଲା।

ଏସ୍‌ଡିପିଓଙ୍କ ଏହି ସାମ୍ବାଦିକ ସମ୍ମିଳନୀରେ ଲଜ୍‌ରେ ଚଢ଼ାଉ କରି ୭ ଜୁଆଡ଼ିଙ୍କୁ କାବୁ କରାଯାଇଥିବା କୁହାଯାଇଥିଲା। ସେହିପରି ସେମାନଙ୍କ ନିକଟରୁ ୫୮ ଲକ୍ଷ ୫୨ ହଜାର ୨୫୦ ଟଙ୍କା ଓ ୧୦ଟି ମୋବାଇଲ ଜବତ ହୋଇଥିବା ଏସଡିପିଓ କହିଥିଲେ। ଏହା ପରେ ଏସ୍‌ଡିପିଓ ସନ୍ଦେହ ଘେରକୁ ଚାଲିଯାଇଥିଲେ। ଏହା ପରେ ଅତିରିକ୍ତ ଏସ୍‌ପିଙ୍କୁ ତଦନ୍ତ ଦାୟିତ୍ୱ ଦେଇଥିଲେ ଏସ୍‌ପି। ଏମିତିକି କଣ୍ଟାବାଞ୍ଜି ଥାନାରୁ ୧୩ ଲକ୍ଷ ଟଙ୍କା ଭର୍ତ୍ତି ଏକ ବ୍ୟାଗ୍ ମିଳିଥିବା ସୂଚନା ଆସିଥିଲା। ପୁଲିସ୍ ବିରୋଧରେ ପୁଲିସ୍‌ର ଏ ତଦନ୍ତ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

Related story