ଯୁବତୀଙ୍କ ମୃତଦେହ ମିଳିବା ଘଟଣା: ସାଂଘାତିକ ଅଭିଯୋଗ ଆଣିଲେ ପରିବାର ଲୋକ

ପୁରୀ (ଓଡ଼ିଶା ରିପୋର୍ଟର): ପୁରୀ ବିଚ୍‌ରୁ ଜଣେ ୧୮ ବର୍ଷୀୟ ଯୁବତୀଙ୍କ ଅର୍ଦ୍ଧନଗ୍ନ କ୍ଷତାକ୍ତ ମୃତଦେହ ମିଳିବା ଘଟଣାରେ ପୁଲିସ୍‌ର ତଦନ୍ତ ଜାରି ରହିଛି। ଏସବୁ ଭିତରେ ଯୁବତୀଙ୍କ ପରିବାର ଲୋକ ସାଂଘାତିକ ଅଭିଯୋଗ ଆଣିଛନ୍ତି। ତାଙ୍କ ଝିଅଙ୍କୁ କେହି ଅପହରଣ କରି ନେବା ପରେ ମୁହଁକୁ ଏସିଡ୍‌ ମାଡ଼ କରି ହତ୍ୟା କରିଥିବା ସେମାନେ ଅଭିଯୋଗ କରିଛନ୍ତି। ଏଥିସହ ଘଟଣାର ତଦନ୍ତ ସିବିଆଇ ଦ୍ୱାରା କରିବାକୁ ସେମାନେ ଦାବି କରିଛନ୍ତି। ଶନିବାର ବାଳିଗୁଆଳି ବେଳାଭୂମିରୁ ଜଣେ […]

radhika

  • Published: Monday, 28 November 2022
  • , Updated: 28 November 2022, 11:03 AM IST

ପୁରୀ (ଓଡ଼ିଶା ରିପୋର୍ଟର): ପୁରୀ ବିଚ୍‌ରୁ ଜଣେ ୧୮ ବର୍ଷୀୟ ଯୁବତୀଙ୍କ ଅର୍ଦ୍ଧନଗ୍ନ କ୍ଷତାକ୍ତ ମୃତଦେହ ମିଳିବା ଘଟଣାରେ ପୁଲିସ୍‌ର ତଦନ୍ତ ଜାରି ରହିଛି। ଏସବୁ ଭିତରେ ଯୁବତୀଙ୍କ ପରିବାର ଲୋକ ସାଂଘାତିକ ଅଭିଯୋଗ ଆଣିଛନ୍ତି। ତାଙ୍କ ଝିଅଙ୍କୁ କେହି ଅପହରଣ କରି ନେବା ପରେ ମୁହଁକୁ ଏସିଡ୍‌ ମାଡ଼ କରି ହତ୍ୟା କରିଥିବା ସେମାନେ ଅଭିଯୋଗ କରିଛନ୍ତି। ଏଥିସହ ଘଟଣାର ତଦନ୍ତ ସିବିଆଇ ଦ୍ୱାରା କରିବାକୁ ସେମାନେ ଦାବି କରିଛନ୍ତି।

ଶନିବାର ବାଳିଗୁଆଳି ବେଳାଭୂମିରୁ ଜଣେ ଯୁବତୀଙ୍କ ଅର୍ଦ୍ଧନଗ୍ନ ମୃତଦେହ ପୁଲିସ୍‌ ଜବତ କରିଥିଲା। ଏହି ମୃତଦେହଟି ୨୩ ତାରିଖରେ ପୁରୀର ଶାନ୍ତି ପ୍ୟାଲେସରୁ ନିଖୋଜ ହୋଇଥିବା ରାଧିକ କୁଶୁୱାଙ୍କର କି ନାହିଁ, ସେକଥା ଜାଣିବା ପାଇଁ ପୁଲିସ୍‌ ତାଙ୍କ ପରିବାର ଲୋକଙ୍କୁ ଡାକିଥିଲା।

ସେମାନେ ମେରାଇନ ଥାନାରେ ପହଞ୍ଚି ମୃତଦେହକୁ ଚିହ୍ନଟ କରିଛନ୍ତି। କାନଫୁଲ, ନାକରେ ଲାଗିଥିବା ସୁନାର ପିନ୍‌, ହାତରେ ଲାଲ ଫିତା, ଗୋଡ଼ର କଳା ଫିତାକୁ ଦେଖି ମୃତଦେହଟି ରାଧିକାଙ୍କର ବୋଲି ତାଙ୍କ ବାପା ପ୍ରହଲ୍ଲାଦ କୁଶୁୱା କହିଛନ୍ତି।

ତେବେ ସେ ଅଭିଯୋଗ କରିଛନ୍ତି ଯେ ତାଙ୍କ ଝିଅଙ୍କୁ କେହି ଅପହରଣ କରି ନେବା ପରେ ହତ୍ୟା କରିଛି। ଏଥିସହ ସେମାନେ ଆସିବା ପୂର୍ବରୁ କ’ଣ ପାଇଁ ମୃତଦେହର ବ୍ୟବଚ୍ଛେଦ କରାଗଲା ବୋଲି ପ୍ରହଲ୍ଲାଦ ପ୍ରଶ୍ନ କରିଛନ୍ତି।

ସେ କହିଛନ୍ତି “ମୋ ଝିଅକୁ କେହି ଅପହରଣ କରି ‌ଏସିଡ ମାଡ଼ କରି ମୁହଁକୁ ଜଳାଇ ହତ୍ୟା କରିଛି। ତେଣୁ ଏହି ଘଟଣାକୁ ସିବିଆଇ ତଦନ୍ତ କରାଯାଉ। ସିବିଆଇ ତଦନ୍ତ ପରେ ହିଁ ଆମକୁ ନ୍ୟାୟ ମିଳିପାରିବ।”

ଗତ ୨୩ ତାରିଖ ସକାଳ ୫ଟା ୪୨ରେ ଚକ୍ରତୀର୍ଥ ରୋଡ ସ୍ଥିତ ହୋଟେଲ ଶାନ୍ତି ପ୍ୟାଲେସରୁ ନିଖୋଜ ହୋଇଯାଇଥିଲେ ମଧ୍ୟପ୍ରଦେଶରୁ ଏଠାକୁ ଆସିଥିବା ରାଧିକା। ହୋଟେଲ ବାହାରୁ ଝିଅର ନିଖୋଜ ସମ୍ପର୍କରେ ପ୍ରହଲ୍ଲାଦ ସମୁଦ୍ର କୂଳ ଥାନାରେ ଲଖିତ ଭାବେ ଅଭିଯୋଗ କରିଥିଲେ। ପୁଲିସ୍‌ ଘଟଣାର ତଦନ୍ତ କରୁଥିବା ବେଳେ ଶନିବାର ବାଲିଗୁଆଳି ବେଳାଭୂମିରୁ ଜଣେ ଯୁବତୀଙ୍କ ଅର୍ଦ୍ଧ ଲଗ୍ନ ମୃତଦେହ ଉଦ୍ଧାର ହୋଇଥିଲା।

Related story