'କୋଟିଆ କଥା ନ ଉଠାଇଲେ ଆନ୍ଦୋଳନ ହେବ'

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘ଆନ୍ଧ୍ର ପକ୍ଷରୁ କେଉଁ ପ୍ରସଙ୍ଗ ଉଠାଯିବ, ସେମାନେ ପ୍ରସ୍ତୁତ ହୋଇ ଆସିଛନ୍ତି। କିନ୍ତୁ ଓଡ଼ିଶା ପକ୍ଷରୁ କ’ଣ ପ୍ରସଙ୍ଗ ଉଠାଯିବ, ସେ ନେଇ ନବୀନ ସରକାର ପ୍ରସ୍ତୁତି କରିନାହାନ୍ତି। ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନମୋହନଙ୍କ ସାମ୍ନାରେ ଆମ ମୁଖ୍ୟମନ୍ତ୍ରୀ କ’ଣ ଆଲୋଚନା କରିବେ ତାହା ଜଣାନାହିଁ। ଯଦି ନବୀନ କୋଟିଆ କଥା ନଉଠାନ୍ତି, ତେବେ ଆନ୍ଦୋଳନ ତୀବ୍ର ହେବ।’ ଆଜି ଏଭଳି କିଛି କହିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି। ଆଜି ଭୁବନେଶ୍ୱର ଆସିଛନ୍ତି […]

Tara prasad bahinipati-1

Madhupriya Mistry
  • Published: Tuesday, 09 November 2021
  • , Updated: 09 November 2021, 05:31 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): 'ଆନ୍ଧ୍ର ପକ୍ଷରୁ କେଉଁ ପ୍ରସଙ୍ଗ ଉଠାଯିବ, ସେମାନେ ପ୍ରସ୍ତୁତ ହୋଇ ଆସିଛନ୍ତି। କିନ୍ତୁ ଓଡ଼ିଶା ପକ୍ଷରୁ କ'ଣ ପ୍ରସଙ୍ଗ ଉଠାଯିବ, ସେ ନେଇ ନବୀନ ସରକାର ପ୍ରସ୍ତୁତି କରିନାହାନ୍ତି। ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନମୋହନଙ୍କ ସାମ୍ନାରେ ଆମ ମୁଖ୍ୟମନ୍ତ୍ରୀ କ'ଣ ଆଲୋଚନା କରିବେ ତାହା ଜଣାନାହିଁ। ଯଦି ନବୀନ କୋଟିଆ କଥା ନଉଠାନ୍ତି, ତେବେ ଆନ୍ଦୋଳନ ତୀବ୍ର ହେବ।' ଆଜି ଏଭଳି କିଛି କହିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି।

ଆଜି ଭୁବନେଶ୍ୱର ଆସିଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ। ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ବିଭିନ୍ନ ପ୍ରସଙ୍ଗକୁ ନେଇ ଆଲୋଚନା କରିବ କାର୍ଯ୍ୟକ୍ରମ ରହିଛି। ତେବେ ଏହାକୁ ନେଇ କଂଗ୍ରେସ ନେତା ତାରା ପ୍ରସାଦ ବାହିନୀପତି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

ସେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଆନ୍ଧ୍ର ସରକାର କ'ଣ ଆଲୋଚନା କରିବେ ତାକୁ ନେଇ ସେ ଚିଠା ପ୍ରସ୍ତୁତ କରିଛନ୍ତି। କିନ୍ତୁ ନୀବନ ସରକାର କ'ଣ ଆଲୋଚନ କରିବେ କେଉଁ ପ୍ରସଙ୍ଗ ଉଠାଇବେ ତାହା କିଏ ଜାଣିନାହିଁ। ସଚିବସ୍ତରରେ ଆଲୋଚନା କରିବା ପାଇଁ ଆମେ ବିଧାନସଭାରେ ଦାବି କରିଥିଲୁ। କୋଟିଆ ପ୍ରସଙ୍ଗ ନେଇ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ସହ ନବୀନ ବାବୁ ଆଲୋଚନା କରନ୍ତୁ ବୋଲି ପୂର୍ବରୁ ବାରମ୍ବାର ଦାବି ହୋଇଛି।

ଗଲା କାଲି କୋଟିଆରେ ଚାରିଆଡେଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ବ୍ୟାନେର  ଲଗାଯାଇଛି। ଏସବୁ ସତ୍ତ୍ୱେ କୋଟିଆ ବିଷୟରେ ଆଲୋଚନା କରିବେ କି ନାହିଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏଯାଏଁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ଅନ୍ଧ୍ର ସରକାରଙ୍କ ପଏଣ୍ଟ ଉପରେ ଆଲୋଚନା ହେବ ନା କୋଟିଆ ଉପରେ ତାକୁ ସରକାର ସ୍ପଷ୍ଟ କରନ୍ତୁ। ଯଦି କୋଟିଆ ଉପରେ ଆଲୋଚନା ନହୁଏ ତେବେ ଅବିଭକ୍ତ କୋରାପୁଟ ଏବଂ କଂଗ୍ରେସ ତୀବ୍ର ବିରୋଧ କରିବ। ଆନ୍ଦୋଳନ ଜୋରଦାର ହେବ, ରାଜରାସ୍ତାକୁ ଓହ୍ଲାଇବ ବୋଲି କଂଗ୍ରେସ ନେତା କହିଛନ୍ତି।

ସେ ଆହୁରି କହିଛନ୍ତି, ନେରେଡି ବ୍ୟାରେଜ କଥା ହେଉଛି ଆମ ସ୍ୱାଭିମାନର କଥା। ଏନେଇ ଦୀର୍ଘ ଦିନ ହେବ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି। ବିଧାନସଭାରେ ମୁଲତବୀ ପ୍ରସ୍ତାବ ବି ଅଣାଯାଇଛି। ତେଣୁ ଏହାକୁ ନେଇ ମୁଖ୍ୟମନନ୍ତ୍ରୀ ସାଲିସ କରନ୍ତୁ ନାହିଁ।

Related story