ବରିଷ୍ଠଙ୍କୁ ଲଲିପପ୍ , ଦଳଡ଼ିଆଁକୁ ପୁରସ୍କାର: ଅମର,ଭୂପିନ୍ଦର ଓ ଶ୍ରୀମୟୀଙ୍କୁ ଛିଗୁଲେଇଲା ବିଜେଡି

ବିଜେଡି ନିଜର ନିର୍ବାଚନୀ ଇତିହାସରେ ପ୍ରଥମଥର ପାଇଁ ତୃଣମୂଳସ୍ତରରେ ଦଳୀୟ କର୍ମୀ ଓ କ୍ୟାଡ଼ରଙ୍କ ଅସନ୍ତୋଷର ସାମ୍ନା କରିଛି

BJD

Representational Image

Ordigital Desk
  • Published: Wednesday, 24 April 2024
  • Updated: 24 April 2024, 10:00 PM IST

Sports

Latest News

୨୫ବର୍ଷ ଧରି କ୍ଷମତାସୀନ ବିଜେଡି ପ୍ରଥମଥର ପାଇଁ ଚଳିତ ସାଧାରଣ ନିର୍ବାଚନରେ ନିଜ ନେତା, କର୍ମୀ ଓ କ୍ୟାଡ଼ରଙ୍କ ଆଭିମୁଖ୍ୟକୁ ନେଇ ଆଶଙ୍କାରେ ରହିଛି। ପ୍ରାୟୋଜିତ ସର୍ଭେ ଆଳରେ ବିଜେଡିର ତଥାକଥିତ ରଣନୀତିକାରମାନେ ସ୍ଥାନୀୟ କର୍ମୀ ଓ ଅଂଚଳବାସୀଙ୍କ ଭାବାବେଗକୁ କୁଠାରଘାତ କରି ମନଇଚ୍ଛା ଟିକେଟ୍ ବାଂଟିଛନ୍ତି ଆଉ ସେହି ପ୍ରାର୍ଥୀମାନଙ୍କୁ ଜିତାଇବା ପାଇଁ କର୍ମୀଙ୍କ ଉପରେ ଚାପ ପକାଇବାରେ ଲାଗିଥିବା ଜଣାପଡ଼ିଛି । ଆଉ ଦଳ ଯେଉଁ ନେତାମାନଙ୍କ ଟିକେଟ୍ କାଟିଛି ଅବା ଆଶାୟୀଙ୍କୁ ଟିକେଟ୍ ଦେଇନି ସେମାନଙ୍କୁ ଲଲିପପ୍ ଦେଇ ସନ୍ତୁଷ୍ଟ କରିବାକୁ ପ୍ରୟାସ କରିଛି । ବିଜେଡିର ପ୍ରତିଷ୍ଠାତା ସଦସ୍ୟ ଅମର ଶତପଥୀଙ୍କ ସମେତ ବରିଷ୍ଠ ନେତା ଶଶୀଭୂଷଣ ବେହେରା, ଭୂପିନ୍ଦର ସିଂ ଓ ଶ୍ରୀମୟୀ ମିଶ୍ରଙ୍କ ଭଳି ଆଗଧାଡ଼ିର ନେତାଙ୍କୁ ତାଚ୍ଛଲ୍ୟ କରିବା ଭଳି ଦଳୀୟ ପଦବୀ ଦେଇ ତୁଷ୍ଟୀକରଣ ନିମନ୍ତେ ପ୍ରୟାସ କରିଥିବା ଜଣାପଡ଼ିଛି । ଦଳ ମାତ୍ର ୬ଟି ବିଧାନସଭା ଆସନ ବ୍ୟତୀତ ସବୁ ସିଟରେ ନିଜର ପ୍ରାର୍ଥୀ ଘୋଷଣା କରିଥିଲେ ମଧ୍ୟ ଦୀର୍ଘବର୍ଷ ଧରି ଦଳ ପାଇଁ କାମ କରୁଥିବା ସକ୍ରିୟ କର୍ମୀ ଓ ନେତାମାନଙ୍କୁ ହତୋତ୍ସାହିତ କରିବାକୁ ପଛାଇ ନାହିିଁ ।

ସୂଚନା ଅନୁସାରେ, ବିଜେଡି ନିଜର ନିର୍ବାଚନୀ ଇତିହାସରେ ପ୍ରଥମଥର ପାଇଁ ତୃଣମୂଳସ୍ତରରେ ଦଳୀୟ କର୍ମୀ ଓ କ୍ୟାଡ଼ରଙ୍କ ଅସନ୍ତୋଷର ସାମ୍ନା କରିଛି। ନିମାପଡ଼ା ହେଉ ଅବା ବଡ଼ଚଣା ବିଧାନସଭା ଅବାପୁଣି ବ୍ରହ୍ମପୁର, ବାଲେଶ୍ୱର, ଭୁବନେଶ୍ୱର ଅବା ବରଗଡ଼ ସଂସଦୀୟ କ୍ଷେତ୍ର ସବୁଠି ପ୍ରାୟ ଦଳର କର୍ମୀ ଓ କ୍ୟାଡ଼ରଙ୍କ ମଧ୍ୟରେ ଦଳୀୟ ପ୍ରାର୍ଥୀଙ୍କୁ ନେଇ ତୀବ୍ର ଆକ୍ରୋଶ ଲାଗି ରହିଛି । ବଡ଼ଚଣା ଭଳି ଆସନରେ ଦଳର ପ୍ରତିଷ୍ଠାତା ସଦସ୍ୟ ଅମର ଶତପଥୀଙ୍କୁ ପଛରେ ପକାଇ ଜଣେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ବିଜେଡି ଟିକେଟ୍ ଦେଇଛି । ସେହି ଅଭିନେତ୍ରୀ ବିଜେଡିରେ ମିଶିବାର ମାତ୍ର ୩-୪ଦିନ ମଧ୍ୟରେ ଦଳୀୟ ଟିକେଟ୍ ପାଇଛନ୍ତି । ବିଜେଡିର ସାଂଗଠନିକ କାର୍ଯ୍ୟରେ ସାମାନ୍ୟତମ ସହଯୋଗ ନଥାଇ, ପୁଣି ପ୍ରତ୍ୟକ୍ଷ ଅବା ପରୋକ୍ଷ ଭାବେ ବଡ଼ଚଣା ସହ ସମ୍ପୃକ୍ତି ନଥାଇ ତାଙ୍କୁ ଦଳ କାହିଁକି ଟିକେଟ୍ ଦେଲା ତାକୁ ନେଇ ନାନାଦି ଚର୍ଚ୍ଚା ଜୋର୍ ଧରିଛି ।

ଚର୍ଚ୍ଚା ହେଉଛି, ତୃତୀୟ ମହଲାର ଜଣେ ଅଫିସର ଜିଦ୍ କରି ବର୍ଷାଙ୍କୁ ଦଳୀୟ ଟିକେଟ୍ ଦେଇଛନ୍ତି । ଆଉ ବର୍ଷାଙ୍କୁ ବଡ଼ଚଣା ବିଜେଡି କର୍ମୀମାନେ ପ୍ରତ୍ୟାଖ୍ୟାନ କଲେ ମଧ୍ୟ ତାଙ୍କର ଟିକେଟ୍ ବଦଳିବ ନାହିଁ ବୋଲି ଦଳ ପକ୍ଷରୁ କୁଆଡ଼େ ରୋକଠୋକ୍ ଶୁଣାଇ ଦିଆଯାଇଛି । ଅର୍ଥାତ୍ ବର୍ଷାଙ୍କୁ ସମର୍ଥନ କରିବାକୁ ପରୋକ୍ଷରେ ଦଳୀୟ କର୍ମୀମାନଙ୍କ ଉପରେ ଚାପ ପକାଯାଉଥିବା ଜଣାପଡ଼ିଛି । ଏପଟେ ପ୍ରତିଷ୍ଠାତା ସଦସ୍ୟ ଅମର ଶତପଥୀଙ୍କୁ ଦଳର ‘ବରିଷ୍ଠ ଉପସଭାପତି’ ପଦରେ ଥଇଥାନ କରାଯାଇଛି । ଅମରଙ୍କୁ ଛିଗୁଲେଇଲା ଭଳି ଏହି ପଦବୀ ଦେଇ ବର୍ଷାଙ୍କ ସହ ବଡ଼ଚଣାରେ ବୁଲିବାକୁ କୁଆଡ଼େ ତାଗିଦ୍ କରାଯାଇଥିବା ସୂଚନା ମିଳିଛି ।

Also Read

ସେହିପରି କଳାହାଣ୍ଡି ଜିଲ୍ଲାରେ ମମିତା ମେହେର ହତ୍ୟା ଅଭିଯୋଗରେ ବିବାଦୀୟ ଦିବ୍ୟଶଙ୍କର ମିଶ୍ରଙ୍କୁ ଟିକେଟ୍ ଧରାଇଥିବା ବିଜେଡି କିନ୍ତୁ ଭୂପିନ୍ଦର ସିଂଙ୍କ ଭଳି ବରିଷ୍ଠ ନେତାଙ୍କୁ ଅଣଦେଖା କରିବାକୁ ପଛାଇନାହିଁ । ତାଙ୍କୁ ଟିକେଟରୁ ବଂଚିତ କରିବା ପରେ ‘କଳାହାଣ୍ଡି ଜିଲ୍ଲା ପ୍ରଚାର କମିଟି ଅଧ୍ୟକ୍ଷ’ ଭଳି ଏକ ନୂଆ ପଦବୀରେ ଥଇଥାନ କରିଛି । ଏଭଳି ପଦବୀ ବିଜେଡିରେ ନୂଆ ଓ କେବଳ ଛିଗୁଲେଇବା ପାଇଁ ଉଦ୍ଦିଷ୍ଟ ବୋଲି ଜଣାପଡ଼ିଛି । ନର୍ଲାରେ ଯାହାଙ୍କୁ ବିଜେଡି ନିଜର ପ୍ରାର୍ଥୀ କରିଛି ସେ ଓଡ଼ିଆରେ ଦୁଇଧାଡ଼ି ଠିକସେ ପଢ଼ି ମଧ୍ୟ ପାରୁନଥିବା ଚର୍ଚ୍ଚା ହେଉଛି । ଭୂପିନ୍ଦରଙ୍କ ଭଳି ବରିଷ୍ଠ ନେତାଙ୍କୁ ଅପମାନିତ କରିବାର ସବୁ କୌଶଳ ବିଜେଡି ଆପଣାଇବାକୁ ପଛାଇ ନଥିବା ଜଣାପଡ଼ିଛି ।

ସେହିପରି ଦଳର ଆଗଧାଡ଼ିର ମହିଳା ଚେହେରା ଶ୍ରୀମୟୀ ମିଶ୍ରଙ୍କୁ ଗତକାଲି ‘ ମହିଳା ବିଜେଡିର କାର୍ଯ୍ୟକାରୀ ସଭାନେତ୍ରୀ’ ପଦବୀରେ ଥଇଥାନ କରାଯାଇଛି । ଶ୍ରୀମୟୀଙ୍କୁ ସମ୍ଭାବ୍ୟ ସାଂସଦ ପ୍ରାର୍ଥୀ କରି ୬ମାସ ବୁଲାଇବା ପରେ ଟିକେଟରୁ ବଂଚିତ କରିଥିବା ବିଜେଡି ତାଙ୍କୁ ଛିଗୁଲେଇଲା ଭଳି ‘ମହିଳା ବିଜେଡିର କାର୍ଯ୍ୟକାରୀ ସଭାନେତ୍ରୀ’ ପଦ ଦେଇଛି । ଯଦିଓ ଶ୍ରୀମୟୀ ଏବେ ବିଜେଡିର ସାଧାରଣ ସମ୍ପାଦକ ଅଛନ୍ତି । ୫ବର୍ଷ ପୂର୍ବେ ସେ ବିଜୁ ମହିଳା ଜନତା ଦଳର କାର୍ଯ୍ୟକାରୀ ସଭାପତି ମଧ୍ୟ ଥିଲେ । ଦଳ ଏବେ ତାଙ୍କୁ ପଦୋନ୍ନତି ଦେଲା ନା ଅବନତି ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଶ୍ରୀମୟୀ ବିଜେଡିର ମହିଳା ଚେହେରା ହୋଇଥିଲେ ମଧ୍ୟ ଦଳ ତାଙ୍କୁ ପ୍ରଥମେ ଚକ୍ରବ୍ୟୁହ ରଚି ଟିକେଟରୁ ବଂଚିତ କରିବା ଓ ପରେ ତାଙ୍କୁ ଅପମାନିତ କରିବା ଭଳି ପଦବୀରେ ଥଇଥାନ କରବାକୁ ପଛାଇ ନଥିବା ଚର୍ଚ୍ଚା ହେଉଛି ।

ଅନ୍ୟପକ୍ଷରେ ବିଜେଡିରେ ଦଳଡ଼ିଆଁ ନେତାଙ୍କ ପ୍ରଭାବ ଅଧିକ ରହିଛି । ୯ରୁ ଅଧିକ ଦଳଡ଼ିଆଁ ନେତାଙ୍କୁ ଲୋକସଭା ଟିକେଟ୍ ଧରାଇଥିବା ବିଜେଡି ୧୬ରୁ ଅଧିକ ଦଳଡ଼ିଆଁ ନେତାଙ୍କୁ ବିଧାନସଭା ଟିକେଟ୍ ଦେବାକୁ ପଛାଇ ନାହିଁ । ୮ ବିଧାୟକଙ୍କ ପତ୍ନୀଙ୍କୁ  ଓ ୨ ବିଧାୟକଙ୍କ ପୁଅକୁ ଟିକେଟ୍ ଦେଇଥିବା ବିଜେଡି ୭ଜଣ ବରିଷ୍ଠ ନେତାଙ୍କ ସମ୍ପର୍କୀୟଙ୍କୁ ପ୍ରଥମଥର ପାଇଁ ବିଧାନସଭା ନିର୍ବାଚନରେ ଟିକେଟ୍ ଦେଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story