ନବୀନଙ୍କୁ ଦାଦନ ସମ୍ରାଟ ଓ ବାହାପିଆଙ୍କ ବାରବାଟୀ ଚାଷ କହି ବର୍ଷିଲା ବିଜେପି

ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଜି ଏଭଳି ଢଙ୍ଗରେ କଡ଼ା ସମାଲୋଚନା କରିଛି ବିଜେପି।

BJP

ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି

Ordigital Desk
  • Published: Wednesday, 24 April 2024
  • Updated: 24 April 2024, 09:07 PM IST

ଦାଦନ ସମ୍ରାଟ ନବୀନଙ୍କ ମୁହଁରେ ବିକାଶର ଭାଷା ଶୋଭାପାଉନି । ୨୫ବର୍ଷ ଶାସନରେ ରହି ନିଜ ନିର୍ବାଚନମଣ୍ଡଳୀ କଥା ବୁଝି ପାରିନଥିବା ମୁଖ୍ୟମନ୍ତ୍ରୀ ଓଡ଼ିଶାକୁ ଏକନମ୍ବର କରିବେ ବୋଲି କହିବା ବାହାପିଆଙ୍କ ବାରବାଟୀ ଚାଷ ସଦୃଶ । ନିଜ ଶାସନକାଳ ଭିତରେ ହିଞ୍ଜିଳି ଓ ଗଞ୍ଜାମରେ ନବୀନ ପଟ୍ଟନାୟକ କେତେ ରାତି ବିତାଇଛନ୍ତି, କେତେ ଭୋଟରଙ୍କ ଦୁଃଖ ଶୁଣି ତା’ର ସମାଧାନ କରିଛନ୍ତି ବୋଲି ବିଜେପି ପ୍ରଶ୍ନ କରିଛି । ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଜି ଏଭଳି ଢଙ୍ଗରେ କଡ଼ା ସମାଲୋଚନା କରିଛି ବିଜେପି । ନବୀନ ଆଜି ନିଜ ନିର୍ବାଚନମଣ୍ଡଳୀ ହିଞ୍ଜିଳିରୁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି।

ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ବିଜେଡି ୨୫ବର୍ଷ ଧରି ଶାସନରେ ରହି କ୍ଷମତା ଉପଭୋଗ କରିସାରିବା ପରେ ମଧ୍ୟ ଲୋଭ ଛାଡ଼ିନାହିଁ । ୨୦୨୪ ନିର୍ବାଚନରେ ପୁଣି ଥରେ କ୍ଷମତାକୁ ଆସିବା ପାଇଁ କ୍ଷମତାଲିପ୍ସୁ ନବୀନ ପଟ୍ଟନାୟକ ମିଛ କହି ମସୁଧା ଚଳାଇଛନ୍ତି । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିଜ ନିର୍ବାଚନ ମଣ୍ଡଳୀରେ ଏବେବି ଗୋଟିଏ ଶୀତଳଭଣ୍ଡାର ନାହିଁ, ଦାଦନ ସମସ୍ୟାରେ ହିଞ୍ଜିଳିବାସୀ ପ୍ରପୀଡ଼ିତ, ପିଇବା ପାଣି ସମସ୍ୟାରେ ଜର୍ଜରିତ । ନିଜ ଶାସନକାଳ ଭିତରେ ହିଞ୍ଜିଳି ଓ ଗଞ୍ଜାମରେ ନବୀନ ପଟ୍ଟନାୟକ କେତେ ରାତି ବିତାଇଛନ୍ତି, କେତେ ଭୋଟରଙ୍କ ଦୁଃଖ ଶୁଣି ତା’ର ସମାଧାନ କରିଛନ୍ତି ବୋଲି ବିଜେପି ପ୍ରଶ୍ନ କରିଛି ।  ଗଞ୍ଜାମ ଯୁବଗୋଷ୍ଠୀ କାହିଁକି ଦାଦନ ଯାଉଛି? ୨୫ବର୍ଷ ଧରି ବିଶ୍ୱାସ କରିଥିବା ଓଡ଼ିଶା ଲୋକଙ୍କୁ ନବୀନ ପଟ୍ଟନାୟକ ଏସବୁ ପାଇଁ କ୍ଷମା ନମାଗି ପୁଣିଥରେ ଓଡ଼ିଆଙ୍କୁ ଭଣ୍ଡାଇବାକୁ ଚେଷ୍ଟା କରୁଛନ୍ତି । ଦାଦନ ସମ୍ରାଟ ନବୀନ ବାବୁଙ୍କ ମୁହଁରେ ବିକାଶର ଭାଷା ଶୋଭା ପାଉନି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ନବୀନଙ୍କ ଦୀର୍ଘବର୍ଷର ଶାସନକାଳରେ ବିକାଶ ନୁହେଁ ବିନାଶ ହିଁ ଓଡ଼ିଶାର ପରିଚୟ ସାଜିଛି । ଓଡ଼ିଶା ନିର୍ମାଣରେ ପ୍ରାତଃସ୍ମରଣୀୟ କୃଷ୍ଣଚନ୍ଦ୍ର ଗଜପତିଙ୍କର ଅନନ୍ୟ ଅବଦାନ ରହିଛି । ତାଙ୍କୁ କେବେ ବି ସେ ସ୍ମରଣ କରନ୍ତି ନାହିଁ । ପୂର୍ବତନ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ବିଶ୍ୱନାଥ ଦାସଙ୍କ କଥା ମନେ ପଡ଼େ ନାହିଁ। ଯିଏ ୨୫ବର୍ଷ ଶାସନରେ ରହିବା ପରେ ବି ନିଜ ନିର୍ବାଚନ ମଣ୍ଡଳୀରେ ଦାଦନ ରୋକିପାରିଲେ ନାହିଁ, ଶୀତଳ ଭଣ୍ଡାର ଟିଏ ସ୍ଥାପନ କରିପାରିଲେ ନାହିଁ ସେ ଆଜି ଓଡିଶାକୁ ଏକ ନମ୍ବର କରିବା ନେଇ କହିବା ବାହାପିଆଙ୍କ ବାରବାଟି ଚାଷ ସଦୃଶ ବୋଲି ଶ୍ରୀ ମହାନ୍ତି କହିଛନ୍ତିି ।

Also Read

୨୫ବର୍ଷ ଶାସନ ପରେ ରାଜ୍ୟରେ ଯୁବକଙ୍କ ପାଇଁ ସ୍ୱତନ୍ତ୍ର ବଜେଟ୍ ଆଣିବେ ବୋଲି ନବୀନ କହିଛନ୍ତି, କିନ୍ତୁ ବାସ୍ତବ ଚିତ୍ର କହୁଛି ସମଗ୍ର ଗଞ୍ଜାମ ଜିଲ୍ଲାର ଯୁବକ ରାଜ୍ୟ ବାହାରେ ଦାଦନ ଖଟୁଛନ୍ତି । ୫-ଟି ସ୍କୁଲ ଓ ମେଡିକାଲର ରୂପାନ୍ତରଣ କଥା କହି ନବୀନ ନିଜର ବାହାବା ସାଉଟୁଥିବାବେଳେ ପ୍ରକୃତରେ ମେଡିକାଲ ଗୁଡ଼ିକରେ ଡାକ୍ତର ନାହିାଁନ୍ତି କିମ୍ବା ରୋଗୀଙ୍କୁ ସାମାନ୍ୟତମ ସୁବିଧା ମଧ୍ୟ ମିଳୁନାହିଁ । ସ୍କୁଲ ଗୁଡିକରେ ବାହାର କାନ୍ଥରେ ରଙ୍ଗ କରାଯାଇଥିବାବେଳେ ସ୍କୁଲରେ ଶିକ୍ଷକ ନାହିାଁନ୍ତି । ଓଡ଼ିଶାର ଚାଷୀମାନେ ସମଗ୍ର ଦେଶରେ ଅଧିକ ଗରିବ ମଧ୍ୟରେ ରହୁଥିବାବେଳେ ବିଜେଡି ଶାସନ ସମୟରେ ୧୮୯୫ଜଣ ଚାଷୀ ଆତ୍ମହତ୍ୟା କରିଛନ୍ତି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନାଁରେ ୪ଟି ପାଇଖାନା କରି ଓଡ଼ିଆଙ୍କୁ ଭୂତାଉଛନ୍ତି ନବୀନ । ୪ଦ୍ୱାର ନଖୋଲି ଭକ୍ତଙ୍କୁ ହଇରାଣ କରିବା, ରତ୍ନଭଣ୍ଡାର ନଖୋଲିବା, ଜଗନ୍ନାଥଙ୍କୁ ଭିକାରୀ କରି ବୁଲାଇବା ଓ ଜଗନ୍ନାଥ ସଂସ୍କୃତିକୁ ସମୂଳେ ଧ୍ୱଂସ କରିବା ପାଇଁ ନବୀନ ତାଙ୍କ ମୁଖ୍ୟ ଅଣଓଡ଼ିଆ ଗୁମାସ୍ତାଙ୍କୁ ଦାୟିତ୍ୱ ଦେଇଛନ୍ତି। ନବୀନଙ୍କ ଶାସନରେ ସବୁଠି ଦୁର୍ନୀତି ଓ ଭ୍ରଷ୍ଟାଚାର । ଓଡ଼ିଆଙ୍କ ଅସ୍ମିତା ଓ ଭାଷାକୁ ଲୋପ କରିବାକୁ ଚକ୍ରାନ୍ତ ଚାଲିଛି  ବୋଲି ସେ କହିଛନ୍ତି।

ଶ୍ରୀ ମହାନ୍ତି କହିଛନ୍ତି ଯେ, ଓଡ଼ିଶାରେ ଆଉ ଅଣଓଡ଼ିଆଙ୍କ ଶାସନ ଚଳିବ ନାହିଁ। ଏଥର ନିର୍ବାଚନରେ ଓଡ଼ିଆ ଓ ଜଗନ୍ନାଥବିରୋଧୀ ନବୀନ ସରକାରକୁ ଓଡିଶାବାସୀ ଗ୍ରହଣ କରିବେ ନାହିଁ। ଦେଶର ମୁଖ୍ୟସ୍ରୋତରେ ଓଡ଼ିଶାକୁ ଆଣିବା ପାଇଁ ରାଜ୍ୟରେ \"ଡବଲ ଇଞ୍ଜିନ ସରକାର’ ଆବଶ୍ୟକ ବୋଲି ଶ୍ରୀ ମହାନ୍ତି କହିଛନ୍ତି। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story