ଦିନକ ପରେ ନାମାଙ୍କନ ପତ୍ର ଦାଖଲ ଆରମ୍ଭ: ଟିକେଟ୍ ବଂଟନରେ ପଛରେ ପଡ଼ିଛି ବିଜେଡି

ରାଜ୍ୟରେ ୪ଟି ପର୍ଯ୍ୟାୟ ନିର୍ବାଚନ ପାଇଁ ଦିନକ ପରେ ଅର୍ଥାତ୍ ଏପ୍ରିଲ ୧୮ତାରିଖରୁ ପର୍ଯ୍ୟାୟକ୍ରମେ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ।

Sankha bhawan BJD

ଶଙ୍ଖଭବନ

Ordigital Desk
  • Published: Tuesday, 16 April 2024
  • Updated: 16 April 2024, 10:36 PM IST

Sports

Latest News

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ ପାଇଁ ଦିନକ ପରେ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ । ମାତ୍ର ଏପର୍ଯ୍ୟନ୍ତ ରାଜ୍ୟର ୩ ପ୍ରମୁଖ ଦଳ ନିଜର ସମସ୍ତ ପ୍ରାର୍ଥୀ ଘୋଷଣା ଶେଷ କରିପାରିନାହାନ୍ତି । ରାଜ୍ୟରେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ମୋଟ୍ ୬୩ଟି ବିଧାନସଭା ଆସନରେ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଯଥାକ୍ରମେ ଏପ୍ରିଲ ୧୮ ଓ ୨୬ରୁ ଆରମ୍ଭ ହେଉଥିଲେ ମଧ୍ୟ ଏପର୍ଯ୍ୟନ୍ତ ବିଜେଡି ସର୍ବାଧିକ ୬ଟି ବିଧାନସଭା ଆସନ ପାଇଁ ନିଜର ପ୍ରାର୍ଥୀ ଘୋଷଣା କରିପାରିନି । ସେହିପରି କଂଗ୍ରେସ ୨ଟି ଓ ବିଜେପି ଗୋଟିଏ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିବାରେ ସକ୍ଷମ ହୋଇନାହାନ୍ତି । ଜୟପୁର ଆସନ ପାଇଁ ଉଭୟ ବିଜେଡି ଓ ବିଜେପି ଏପର୍ଯ୍ୟନ୍ତ ପ୍ରାର୍ଥୀ ଚୂଡ଼ାନ୍ତ କରିନଥିବାବେଳେ କଂଗ୍ରେସ ନିଜର ବରିଷ୍ଠ ନେତା ତାରାପ୍ରସାଦ ବାହିନୀପତିଙ୍କୁ ସେଠାରେ ରିପିଟ୍ କରିଛି।

ସୂଚନା ଅନୁସାରେ, ରାଜ୍ୟରେ ୪ଟି ପର୍ଯ୍ୟାୟ ନିର୍ବାଚନ ପାଇଁ ଦିନକ ପରେ ଅର୍ଥାତ୍ ଏପ୍ରିଲ ୧୮ତାରିଖରୁ ପର୍ଯ୍ୟାୟକ୍ରମେ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ । ମେ’ ୧୩ତାରିଖରେ ହେବାକୁ ଥିବା ୪ଟି ଲୋକସଭା ଓ ଏହା ଅନ୍ତର୍ଗତ ୨୮ଟି ବିଧାନସଭା ଆସନ ପାଇଁ ଏପ୍ରିଲ ୧୮ରୁ ୨୫ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ ହେବ । ସେହିପରି ମେ’ ୨୦ତାରିଖରେ ହେବାକୁ ଥିବା ୫ଟି ଲୋକସଭା ଓ ଏହା ଅନ୍ତର୍ଗତ ୩୫ଟି ବିଧାନସଭା ଆସନ ପାଇଁ ଏପ୍ରିଲ ୨୬ରୁ ମେ’ ୩ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ ହେବ । ବିଜେଡି ଏପର୍ଯ୍ୟନ୍ତ ମୋଟ ୧୪୭ଟି ଆସନରୁ ୧୧୭ଟି, ବିଜେପି ୧୩୧ଟି ଓ କଂଗ୍ରେସ ୧୧୧ଟି ଆସନରେ ନିଜର ପ୍ରାର୍ଥୀ ଘୋଷଣା କରିସାରିଛନ୍ତି।

Also Read

ତେବେ ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ୨୮ଟି ବିଧାନସଭା ଆସନ ମଧ୍ୟରୁ ବିଜେଡି ଜୟପୁର ଓ ଚିତ୍ରକୋଣ୍ଡାରେ ପ୍ରାର୍ଥୀ ଚୂଡ଼ାନ୍ତ କରିପାରିନି । ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ସାନଖେମୁଣ୍ଡି, କଣ୍ଟାବାଞ୍ଜି, ରଘୁନାଥପାଲ୍ଲୀ ଓ ପଦମପୁର ଆସନ ପାଇଁ ମଧ୍ୟ ଦଳୀୟ ପ୍ରାର୍ଥୀଙ୍କ ନାଁ ଘୋଷଣା କରିନି । ବିଜେଡି ଏହି ଦୁଇ ପର୍ଯ୍ୟାୟରେ ୬ଟି ଆସନକୁ ମିଶାଇଲେ ମୋଟ ୩୦ଟି ଆସନରେ ପ୍ରାର୍ଥୀ ଚୂଡ଼ାନ୍ତ କରିବାରେ ଏପର୍ଯ୍ୟନ୍ତ ସକ୍ଷମ ହୋଇନି ।
ସେହିପରି ବିଜେପି ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ଜୟପୁର ବିଧାନସଭା ଆସନରେ ଏପର୍ଯ୍ୟନ୍ତ କାହାରିକୁ ପ୍ରାର୍ଥୀ ଘୋଷଣା କରିପାରିନି । ଦ୍ୱିତୀୟ ପର୍ଯ୍ୟାୟ ପାଇଁ ସମସ୍ତ ପ୍ରାର୍ଥୀଙ୍କ ନାଁ ଘୋଷଣା କରିସାରିଛି।

ସେହିପରି କଂଗ୍ରେସ ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ଛତ୍ରପୁର ଓ ଗୋପାଳପୁର ଏବଂ ଦ୍ୱିତୀୟ ପର୍ଯ୍ୟାୟର ଦଶପଲ୍ଲା ଆସନ ପାଇଁ ଏପର୍ଯ୍ୟନ୍ତ ପ୍ରାର୍ଥୀ ଚୂଡ଼ାନ୍ତ କରିପାରିନି।

ବିଜେଡିର ୩୦ଟି, ବିଜେପିର ୧୬ଟି ଓ କଂଗ୍ରେସ ୩୬ଟି ବିଧାନସଭା ଆସନରେ ନିଜର ପ୍ରାର୍ଥୀ ଘୋଷଣା କରିବା ବାକି ରହିଛି ।
ତେବେ ଉଭୟ ବିଜେପି ଓ ବିଜେଡି ନିଜର ସମସ୍ତ ୨୧ଟି ଲୋକସଭା ପ୍ରାର୍ଥୀ ଚୂଡ଼ାନ୍ତ କରିସାରିଥିବାବେଳେ କଂଗ୍ରେସ ଏପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟରେ ହେବାକୁ ଥିବା ଆସିକା ଲୋକସଭା ଆସନ ସମେତ ତୃତୀୟ ପର୍ଯ୍ୟାୟର ସମ୍ବଲପୁର ଓ କଟକ ଏବଂ ଶେଷ ପର୍ଯ୍ୟାୟର ମୟୂରଭଞ୍ଜ ସଂସଦୀୟ ଆସନ ପାଇଁ ପ୍ରାର୍ଥୀ ଚୂଡ଼ାନ୍ତ କରିପାରିନି।

ଶାସକ ବିଜେଡିରେ ତୀବ୍ର ଗୋଷ୍ଠୀକନ୍ଦଳ ଓ ଛକାପଞ୍ଝାକୁ ଡରି ଦଳ ପ୍ରାର୍ଥୀ ଚୟନ ପ୍ରକ୍ରିୟାକୁ ବିଳମ୍ବ କରୁଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story