ଉପକୂଳରେ ଫେଲ୍ ମାରିଲା ବିଜେଡିର ‘ମହିଳା କାର୍ଡ ’: ନେତ୍ରୀ ଓ ଏସଏଚଜି ବି ଦେଉନାହାନ୍ତି ଧରାଛୁଆଁ

ଉପକୂଳ ଓଡ଼ିଶାରେ ବିଜେଡିର ମହିଳା କାର୍ଡ ଫେଲ୍ ମାରିଛି

BJD

Representational Image

Ordigital Desk
  • Published: Tuesday, 30 April 2024
  • Updated: 30 April 2024, 09:41 PM IST

ବିଧାନସଭା ଓ ଲୋକସଭାରେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦାବି କରି ଜାତୀୟସ୍ତରରେ ବାହାବା ନେବାକୁ ପ୍ରୟାସ କରିଥିବା ବିଜେଡି ଏବେ ନିଜ ଜାଲରେ ନିଜେ ଫସିଯାଇଛି । ୨୦୧୯ ବିଧାନସଭା ନିର୍ବାଚନରେ ନିଜର ୩୩ ପ୍ରତିଶତ ଟିକେଟ୍ ମହିଳାଙ୍କୁ ଦେବାରେ ବିଫଳ ଥିବା ବିଜେଡି ୫ବର୍ଷ ବିତିଯାଇଥିଲେ ମଧ୍ୟ ୩୩ପ୍ରତିଶତ ଟିକେଟ୍ ମହିଳାଙ୍କୁ ଦେବାରେ ସକ୍ଷମ ହୋଇନି । ଯଦିଓ ରାଜ୍ୟରେ ଅନ୍ୟ ଦଳଗୁଡ଼ିକଠୁ ଅଧିକ ସଂଖ୍ୟକ ମହିଳାଙ୍କୁ ବିଜେଡି ଟିକେଟ୍ ଦେଇଛି ମାତ୍ର ନିଜର ଗଡ଼  ଭାବେ ପରିଚିତ ଉପକୂଳ ଓଡ଼ିଶାରେ ଦଳର ‘ମହିଳା କାର୍ଡ’ ସମ୍ପୂର୍ଣ୍ଣ ଫେଲ୍ ମାରିଛି । ଉପକୂଳ ଓଡ଼ିଶାର ୬ଟି ଜିଲ୍ଲାର ମୋଟ୍ ୩୭ଟି ବିଧାନସଭା ଆସନ ଥିଲେ ସୁଦ୍ଧା ଧର୍ମକୁ ଆଖିଠାର ମାରିବା ଭଳି କେବଳ ଗୋଟିଏ ଆସନରେ ଦଳର ବିଧାୟକଙ୍କ ପତ୍ନୀଙ୍କୁ ଟିକେଟ୍ ଦେଇଛି । ଦଳ ନିଜର ନେତ୍ରୀମାନଙ୍କୁ ଅଣଦେଖା କରି ଦଳଡ଼ିଆଁ ଓ ଅଣରାଜନୀତିକ ମହିଳାଙ୍କୁ ପ୍ରାର୍ଥୀ କରିଛି। ଏପରିକି ଦଳ ନିଜର ନେତ୍ରୀମାନଙ୍କୁ ଟିକେଟ୍ ଦେବାର ପ୍ରତିଶ୍ରୁତି ଦେଇ ବୁଲେଇବା ପରେ ଭଣ୍ଡେଇ ଦେବାକୁ ବି ପଛାଇ ନାହିଁ । ଏପଟେ ଧାମନଗର ଉପନିର୍ବାଚନ ଷ୍ଟାଇଲରେ ବିଜେପି ଏବେ ବିଜେଡିର ମହିଳା ଭୋଟବ୍ୟାଙ୍କ(ଏସଏଚଜି ଭୋଟ) ଉପରେ ତୀକ୍ଷ୍ଣ ନଜର ରଖିଥିବାରୁ ବିଜେଡିର ଚିନ୍ତା ବଢ଼ିଛି । ଏହି ୭୦ଲକ୍ଷ ମହିଳା ଏସଏଚଜି ଭୋଟରଙ୍କ ପାଖରେ କିଭଳି ଦଳ ପହଂଚିବ ସେ ନେଇ ବିଜେଡି ନାନାଦି କୌଶଳ ଆପଣାଇଥିବା ଚର୍ଚ୍ଚା ହେଉଛି।

ସୂଚନା ଅନୁସାରେ, ଉପକୂଳ ଓଡ଼ିଶାରେ ବିଜେଡିର ମହିଳା କାର୍ଡ ଫେଲ୍ ମାରିଛି । ଯଦି ଓ ଦଳ ଏପର୍ଯ୍ୟନ୍ତ ଘୋଷିତ ୧୪୪ଆସନ ମଧ୍ୟରୁ ମାତ୍ର ୨୩.୬୧ ପ୍ରତିଶତ ଆସନରେ ଅର୍ଥାତ୍ ୩୪ଟିରେ ମହିଳାଙ୍କୁ ପ୍ରାର୍ଥୀ କରିବାରେ ସକ୍ଷମ ହୋଇଛି । ତେବେ ଉପକୂଳ ଓଡ଼ିଶା ବିଶେଷକରି ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଭଳି ଜିଲ୍ଲାର ମୋଟ ୩୭ଟିି ବିଧାନସଭା ଆସନ ମଧ୍ୟରେ କେବଳ ଗୋଟିଏ ଆସନ ପାରାଦୀପରେ ଧର୍ମକୁ ଆଖିଠାର ମାରିବା ଭଳି ଜଣେ ମହିଳାଙ୍କୁ ପ୍ରାର୍ଥୀ କରିଛି । ଦଳ ସେଠାରେ ବିଧାୟକ ସମ୍ବିତ ରାଉତରାୟଙ୍କ ପତ୍ନୀଙ୍କୁ ଟିକେଟ୍ ଦେଇଛି । ଢେଙ୍କାନାଳ ଓ ନୟାଗଡ଼ ଜିଲ୍ଲାରେ ବି ବିଜେଡି କୌଣସି ମହିଳାଙ୍କୁ ପ୍ରାର୍ଥୀ କରିନି । କେବଳ ଲୋକସଭା ଆସନରେ ଯେନତେନ ପ୍ରକାରେ ୭ଜଣ ମହିଳାଙ୍କୁ ପ୍ରାର୍ଥୀ କରି ଦଳ ୩୩ ପ୍ରତିଶତ ସଂରକ୍ଷଣ ନୀତିକୁ ପାଳନ କରୁଥିବାର ସନ୍ଦେଶ ଦେବାକୁ ଉଦ୍ୟମ କରିଛି । ଦଳ ଯେଉଁ ୩୪ଜଣ ମହିଳାଙ୍କୁ ଟିକେଟ୍ ଦେଇଛି ସେଥିରେ ୮ଜଣ ବିଧାୟକଙ୍କ ପତ୍ନୀ ଓ ଅନ୍ୟ ୫ଜଣ ଦଳର ବରିଷ୍ଠ ନେତାଙ୍କ ପତ୍ନୀ ଓ କନ୍ୟା ବୋଲି ଜଣାପଡ଼ିଛି । ଅଧିକାଂଶ ମହିଳା ବିଧାୟକଙ୍କୁ ବିଜେଡି ପୁଣିଥରେ ଟିକେଟ୍ ମଧ୍ୟ ଦେଇଛି । କିଛି ସ୍ଥାନରେ ଦଳଡ଼ିଆଁଙ୍କୁ ବିଜେଡି ଗୁରୁତ୍ୱ ଦେଇ ଟିକେଟ୍ ଧରାଇଛି ତ କେଉଁଠି ରାଜନୀତିର ଧାର୍ ଧାରିନଥିବା ଫିଲ୍ମ ଅଭିନେତ୍ରୀଙ୍କୁ ଆଣି ଟିକେଟ୍ ଧରାଇଛି।

ବିଜେଡିର ଏଭଳି ଢଙ୍ଗରେ ଟିକେଟ ବଂଟନକୁ ନେଇ ଦଳର ନେତ୍ରୀ ଓ ମହିଳା କର୍ମୀମାନେ ଖପ୍ପା ଥିବା ଜଣାପଡ଼ିଛି । ବିଶେଷକରି ରାଜ୍ୟସ୍ତରରେ ଦଳୀୟ ସଂଗଠନରେ ସକ୍ରିୟ ଥିବା ଜଣେ ବି ମହିଳା ନେତ୍ରୀଙ୍କୁ ଏଥର ବିଜେଡି ଟିକେଟ୍ ଦେଇନାହିଁ । ସାଂଗଠନିକ ପରିଚାଳନା ଓ ଅଣଦେଖାର ଅଭିଯୋଗ ଆଣି ସିପ୍ରା ମଲ୍ଲିକ, ବୈଜୟନ୍ତୀମାଳା ମହାନ୍ତି, ସନ୍ଧ୍ୟାବତୀ ପ୍ରଧାନଙ୍କ ଭଳି ବହୁ ପୁରୁଣା ନେତ୍ରୀ ବିଜେଡି ଛାଡ଼ିଛନ୍ତି । ଏପରିକି ଆଗଧାଡ଼ିର ନେତ୍ରୀ ଶ୍ରୀମୟୀଙ୍କ ମିଶ୍ରଙ୍କୁ ଭୁବନେଶ୍ୱରରେ ଅପରାଜିତା ଷଡ଼ଙ୍ଗୀଙ୍କ ବିପକ୍ଷରେ ପ୍ରାର୍ଥୀ କରିବ ବୋଲି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ମୁହଁରେ କୁହାଇବା ସହ ବାରମ୍ବାର ସ୍ଥାନୀୟ ନେତାମାନଙ୍କୁ ତାଗିଦ୍ କରିଥିବା ବିଜେଡି ପରବର୍ତ୍ତୀ ସମୟରେ ନିଜ ପ୍ରତିଶ୍ରୁତିରୁ ଓହରି ଯାଇଥିଲା ।  ଶ୍ରୀମୟୀଙ୍କୁ ଖରାବର୍ଷାରେ ପ୍ରାୟ ୬ମାସ ବୁଲାଇବା ପରେ ବିଜେଡି ତାଙ୍କୁ ଭଣ୍ଡେଇ ଦେଲା । ଶ୍ରୀମୟୀଙ୍କ ପ୍ରତି ଦଳର ଆଚରଣକୁ ନେଇ ନେତ୍ରୀ ଓ ମହିଳା କର୍ମୀମାନେ ନିରବ ଥିଲେ ମଧ୍ୟ ବିଜେଡିରେ ସେମାନଙ୍କର ରାଜନୀତିକ ଭବିଷ୍ୟତ ଅନ୍ଧକାରମୟ ବୋଲି ଅନୁଭବ କରୁଥିବା ଚର୍ଚ୍ଚା ହେଉଛି। ବିଜେଡି ନିଜର ଗଡ଼ ଉପକୂଳ ଓଡ଼ିଶା ଓ ମୁଖ୍ୟାଳୟରେ ମହିଳାଙ୍କୁ ପ୍ରାର୍ଥୀ କରିନପାରିବା ବି ଦଳର ଦୁର୍ବଳ ସାଂଗଠନିକ ସ୍ଥିତିକୁ ପଦାରେ ପକାଇ ଦେଇଛି।

Also Read

ଅନ୍ୟପକ୍ଷରେ ବିଜେଡି ନିଜର ମହିଳା ଭୋଟ୍ ବ୍ୟାଙ୍କ ଭାବେ ଉପଯୋଗ କରୁଥିବା ମହିଳା ଏସଏଚଜି ଭୋଟ ଉପରେ ଏବେ ବିଜେପି ତୀକ୍ଷ୍ଣ ନଜର ରଖିଛି । ଧାମନଗର ଉପନିର୍ବାଚନରେ ମହିଳା ଭୋଟ୍ ବ୍ୟାଙ୍କକୁ ଚେକ୍ ଦେବାରେ ସକ୍ଷମ ହୋଇଥିବା ବିଜେପି ଏବେ ସମାନ ଢଙ୍ଗରେ ଅପରେସନ୍ କରି ମହିଳା ଭୋଟରଙ୍କୁ ନିଜ ଆଡ଼କୁ ଆଣିବାକୁ ପ୍ରୟାସ ଜୋରଦାର କରିଛି। ମହିଳା ଏସଏଚଜି ସଦସ୍ୟାଙ୍କୁ କେବଳ ନିର୍ବାଚନବେଳେ ଭୋଟ୍ ହାତେଇବା ମେସିନ୍ ଭଳି ଉପଯୋଗ କରୁଥିବା ବିଜେଡି ପାଇଁ ବିଜେପିର ସକ୍ରିୟତା ଅଧିକ ଚିନ୍ତା ବଢ଼ାଇଛି । ଯେଉଁଥିପାଇଁ ବିଜେଡି ଏବେ ଅପପ୍ରଚାରର ସାହାରା ନେବାକୁ ବାଧ୍ୟ ହୋଇଛି । ବିଜେପି ରାଜ୍ୟରେ କ୍ଷମତାକୁ ଆସିଲେ ‘ମିଶନ ଶକ୍ତି’ ବନ୍ଦ ହୋଇଯିବ ବୋଲି ବିଜେଡି ପକ୍ଷରୁ ଏବେ ବିଭିନ୍ନ ନିର୍ବାଚନୀ ସଭାରେ ପ୍ରଚାର କରାଯାଉଛି । ଯଦିଓ ବିଜେଡିର ଏଭଳି ଅପପ୍ରଚାରକୁ ବିଜେପି ଶାଣିତ ଢଙ୍ଗରେ ପାଲଟା ଜବାବ ଦେଇଛି । ତେବେ ନିର୍ବାଚନ କମିଶନ ବି ରାଜ୍ୟରେ ମହିଳା ଏସଏଚଜିଙ୍କ ଗତିବିଧି ଉପରେ ନଜର ରଖିଥିବାରୁ ବିଜେଡି ଏବେ ଏମବିକେ, ସିଆରପି ଓ ଜିପିଏଲଏଫ(ଏସଏଚଜି ସହ ଜଡ଼ିତ ତୃଣମୂଳସ୍ତର ନେତ୍ରୀ)ମାନଙ୍କୁ ପୂର୍ବଭଳି ଖୋଲାଖୋଲି ଭାବେ ଦଳୀୟ କାର୍ଯ୍ୟରେ ନିୟୋଜିତ କରିପାରୁ ନଥିବା ଜଣାପଡ଼ିଛି । ରାଜ୍ୟରେ ମହିଳା ଏସଏଚଜି ଭୋଟରେ ବିଜେପି ଛିଦ୍ର କରୁଥିବା ଦେଖି ବିଜେଡି ନେତାମାନେ ଏବେ ମିଛ ପ୍ରଚାରର ସାହାରା ନେଇ ବିଜେପି କ୍ଷମତାକୁ ଆସିଲେ ‘ମିଶନ ଶକ୍ତି’ ବନ୍ଦ ହୋଇଯିବ ବୋଲି କହିବାକୁ ପଛାଉନାହାନ୍ତି । ଯାହାକୁ ବିଜେପି କଡ଼ା ଭାଷାରେ ପ୍ରତିବାଦ କରିଛି।

ଉଲ୍ଲେଖଯୋଗ୍ୟ, ୩୩ପ୍ରତିଶତ ମହିଳା ସଂରକ୍ଷଣ ଆଇନ ସଂସଦରେ ଗୃହୀତ ହେବାପରେ ବିଜେଡି ଆଉ ମହିଳା କାର୍ଡର ଡିଣ୍ଡିମ ପିଟିପାରୁନି ।ଯଦିଓ ୨୦୧୯ରେ ଦଳ ମହିଳା ସଂରକ୍ଷଣ କାର୍ଡକୁ ଜୋରଦାର ଢଙ୍ଗରେ ଉଠାଇ ମିଶନଶକ୍ତି ମହିଳାଙ୍କ ଜିଲ୍ଲା ଓ ରାଜ୍ୟସ୍ତରୀୟ ଫେଡେରେସନ ଗଠନ । ଅଧ୍ୟକ୍ଷାଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା ଓ ସଦସ୍ୟାଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ଦେବାକୁ ନିର୍ବାଚନୀ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ତାହାକୁ ଦଳ ପାଳନ କରିବାରେ ସକ୍ଷମ ହୋଇନି । ଏହି ମିଶନଶକ୍ତି ମହିଳାଙ୍କ ମାଧ୍ୟମରେ ବିଜେଡି ନିଜର ନିର୍ବାଚନୀ ବୈତରଣୀ ପାର ହେଉଛି କିନ୍ତୁ ସେହି ମହିଳାଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ ପୂରଣ କରୁନଥିବାରୁ ଏସଏଚଜି ମହିଳାଙ୍କ ଭିତରେ କ୍ଷୋଭ ରହିଛି।

ସେହିପରି ଦଳର ବହୁ ପୁରୁଖା ଓ ଆଗଧାଡ଼ିର ନେତ୍ରୀମାନଙ୍କୁ ଟିକେଟ୍ ଦେବାକୁ ବି ବିଜେଡି ନେତୃତ୍ୱ ଆଗ୍ରହ ଦେଖାଇନାହାନ୍ତି । ଯାହାକି ଦଳରେ ନିଜର ଭବିଷ୍ୟତକୁ ନେଇ ମହିଳାମାନେ ଅନିଶ୍ଚିତତା ମଧ୍ୟରେ ରହିଛନ୍ତି । ଚଳିତଥର ଅଧିକ ସଂଖ୍ୟକ ମହିଳାଙ୍କୁ ଦଳ ଟିକେଟ୍ ଦେଇଥିଲେ ମଧ୍ୟ ସେଥିରେ ଦଳଡ଼ିଆଁ, ପରିବାରବାଦ ଓ ଲବିକୁ ମାତ୍ରାଧିକ ଗୁରୁତ୍ୱ ଦେଇଛି । ଦଳ ପାଇଁ ଦୀର୍ଘବର୍ଷ ଧରି କାର୍ଯ୍ୟ କରୁଥିବା କୌଣସି ଜଣେ ବି ନେତ୍ରୀଙ୍କୁ ବିଜେଡି ଟିକେଟ୍ ଦେଇନାହିଁ।

ସୂଚନାଯୋଗ୍ୟ, ରାଜ୍ୟରେ ମହିଳା ଭୋଟରଙ୍କ ସଂଖ୍ୟା ପ୍ରାୟ ୧.୫୯କୋଟି । ସେଥିରୁ ମିଶନଶକ୍ତିର ୬ଲକ୍ଷରୁ ଅଧିକ ଏସଏଚଜିରେ ୭୦ଲକ୍ଷ ମହିଳା ସଦସ୍ୟ ଅଛନ୍ତି । ବିଜେଡି ୨୦୧୯ ବିଧାନସଭା ନିର୍ବାଚନରେ ୨୦ଜଣ ମହିଳାଙ୍କୁ ପ୍ରାର୍ଥୀ କରିଥିଲା ଓ ସେମାନଙ୍କ ମଧ୍ୟରୁ ୧୩ଜଣ ଜିତିଥିଲେ । ପରେ ଉପନିର୍ବାଚନରେ ଦିବଂଗତ ନେତାଙ୍କ ପତ୍ନୀ ଓ କନ୍ୟାଙ୍କୁ ପ୍ରାର୍ଥୀ କରି ଅନ୍ୟ ୪ଜଣ ମହିଳାଙ୍କୁ ଜିତାଇ ବିଧାନସଭା ଆଣିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story