ବିଜେଡି ଜନସଂପର୍କ ପଦଯାତ୍ରା ବେଳେ ହଟହଟା ହେଲେ ବିଧାୟକ ଦିବ୍ୟଶଙ୍କର ମିଶ୍ର। ବିଧାୟକଙ୍କୁ ପ୍ରଶ୍ନବାଣରେ ଜର୍ଜରିତ କରିପକାଇଲେ ସ୍ଥାନୀୟ ମହିଳା। ଶୁଣାଇଦେଲେ ଅଭିଯୋଗର ଲମ୍ବା ଫର୍ଦ୍ଦ। କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ନାନ୍ଦୋଲ ପଞ୍ଚାୟତର ବାଦଲଦେଇ ଗାଁର ପ୍ରାୟ ୮୦ ପରିବାର ତଲଜାରିଙ୍ଗ ମୌଜାରେ ଖାଲି ପଡ଼ିଥିବା ସରକାରୀ ଜମିରେ ଚାଷ କରୁଥିଲେ । ଏଥିସହ ସରକାରଙ୍କୁ ଖଜଣା ମଧ୍ୟ ଦେଉଥିଲେ । ତେବେ ଏଠାରେ ଏକ ଇଥାଇନେଲ ଶିଳ୍ପ କରିବା ପାଇଁ ସରକାର ଇଡକୋକୁ ଏହି ଜମି ହସ୍ତାନ୍ତର କରିବା ପରେ, ଏହାକୁ ସ୍ଥାନୀୟ ଲୋକେ ବିରୋଧ କରିଥିଲେ । ତେବେ ବିଧାୟକ ଦିବ୍ୟଶଙ୍କର ମିଶ୍ର ଦଳୀୟ ଜନ ସଂପର୍କ ପଦଯାତ୍ରା କରୁଥିବା ସମୟରେ, ବାଦଲଦେଇ ଗାଁରେ ତାଙ୍କୁ ଲୋକଙ୍କ ପ୍ରବଳ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏନେଇ ଦିବ୍ୟଶଙ୍କର କିମ୍ବା ବିଜେଡିର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ବିଜେଡିର ପୂର୍ବତନ ବିଧାୟକଙ୍କ ବିବାଦୀୟ ମନ୍ତବ୍ୟ
ଖୋର୍ଦ୍ଧା ଜିଲ୍ଲାର ଲୋକଙ୍କୁ ବିଶ୍ୱସ କରିହେବନି। ଯାହାକୁ ବିଶ୍ୱାସ କରୁଥିବ, ଯାହାକୁ ସାଙ୍ଗରେ ଧରି ବୁଲୁଥିବ ସିଏ ତୁମ ପଛ ପଟେ ଛୁରା ମାରିବ ବୋଲି ଖୋଲା ମଞ୍ଚରେ କହିଛନ୍ତି ରାଜେନ୍ଦ୍ର ସାହୁ।
Politics
ଗଣମାଧ୍ୟମର କଣ୍ଠରୋଧ କରୁଥିଲେ ପୂର୍ବ ସରକାର
ଟିଆରପିରେ ଯେଉଁମାନେ ନମ୍ବର ୧ ସେମାନେ ପାଉଥିଲେ ସବୁଠାରୁ କମ୍ ସରକାରୀ ବିଜ୍ଞାପନ ।
Interview
ପାଣ୍ଡିଆନଙ୍କ ବିଷୟରେ କଣ କହିଲେ ସୁର ରାଉତରାୟ ?
ଆଗକୁ ମନ୍ମଥଙ୍କର କଣ ରହିଛି ଲକ୍ଷ୍ୟ ? ଏ କଥା ଆମକୁ ଖୋଲି କହିଛନ୍ତି ସୁର ରାଉତରାୟ। ତାଙ୍କ ଲକ୍ଷ୍ୟ ଦୁଇଜଣ ପୁଅଙ୍କୁ ନିର୍ବାଚନରେ ଜିତାଇବା । ଜଣକୁ ବିଜେଡିରୁ ଆଉ ଜଣକୁ କଂଗ୍ରେସରୁ। ନିର୍ବାଚନ ପରେ ସୁର ଯାଇଥିଲେ ନବୀନ ନିବାସ।
Politics
ଆପ୍ ନେତାଙ୍କୁ ଅକାଳି ଦଳ ନେତାଙ୍କ ଗୁଳିମାଡ଼, ଡାକ୍ତରଖାନାରେ ଭର୍ତ୍ତି
ଶିରୋମଣି ଅକାଳୀ ଦଳର ଜଣେ ନେତା ଆପର ଜଣେ ନେତାଙ୍କୁ ଗୁଳିମାଡ଼ କରିଥିବା ଅଭିଯୋଗ ହୋଇଛି।
Politics
ଆଜିଠୁ ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ, ମାଓ ମୁକାବିଲା ବୈଠକରେ ଯୋଗଦେବେ
ଦିଲ୍ଲୀରେ ମାଓ ମୁକାବିଲା ବୈଠକରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏଥିପାଇଁ ଆଜିଠୁ ତିନି ଦିନିଆ ଦିଲ୍ଲୀ ଗସ୍ତରେ ଯିବେ।