ଚଣ୍ଡିଗଡ଼ ମେୟର ନିର୍ବାଚନରେ ଇଣ୍ଡିଆ ମେଣ୍ଟକୁ ଝଟକା। ବିଜେପିର ମନୋଜ କୁମାର ସୋନକର ଜିତିଲେ ମେୟେର ଆସନ। ପ୍ରଥମ କରି ଇଣ୍ଡିଆ ମେଣ୍ଟ ଦଳ ବିଜେପି ବିରୁଦ୍ଧରେ ଏକାଠି ନିର୍ବାଚନ ଲଢୁଥିବା ବେଳେ ଏହାକୁ ଝଟକା ଲାଗିଛି।
ଏଠାରେ ଆପ୍ ଏବଂ କଂଗ୍ରେସ ମିଳିତ ଭାବେ ଜଣେ ପ୍ରାର୍ଥୀ କୁଳଦୀପ ସିହଂଙ୍କୁ ଟିକେଟ୍ ଦେଇଥିଲେ। ଫଳରେ ମନୋଜ ସୋନକାର ଏବଂ କୁଳଦୀପ ସିଂହଙ୍କ ମଧ୍ୟରେ ଲଢେଇ ହୋଇଥିଲା। କିନ୍ତୁ ମେଣ୍ଟ ଦଳର ପ୍ରାର୍ଥୀଙ୍କୁ ହରାଇ ବାଜି ମାରିନେଇଛନ୍ତି ବିଜେପିର ମନୋଜ ସୋନକର।
Also Read
ମୋଟ 36ଟି ଭୋଟରୁ ସୋନକରଙ୍କୁ 16ଟି ଭୋଟ୍ ମିଳିଥିବା ବେଳେ କୁଳଦୀପଙ୍କୁ 20ଟି ମିଳିଥିଲା। କିନ୍ତୁ 8ଟି ଭୋଟ୍ ନାକଚ ହୋଇଯିବାରୁ ଫଳାଫଳ ବିଜେପିର ମନୋଜଙ୍କ ସପକ୍ଷରେ ଯାଇଛି।
ସେପଟେ 8ଟି ଭୋଟ୍ ନାକଚ ହୋଇଯିବା ପରେ ଅସନ୍ତୋଷ ପ୍ରକାଶ କରିଛି ଆପ୍। ଭୋଟ୍ ନାକଚକୁ ନେଇ ସେମାନେ ହରିଆଣା ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି ଆପ୍ ନେତା କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Politics
ନୟାଗଡ଼ ସମବାୟ ବ୍ୟାଙ୍କରେ କୋଟି କୋଟି ଟଙ୍କା ହରିଲୁଟ୍ : ପରିଚାଳନା କମିଟି ନିଲମ୍ବିତ, ଖୋଳତାଡ଼ କରିବ କ୍ରାଇମବ୍ରାଂଚ
ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ପରିଚାଳନା କମିଟି ସଭାପତିଙ୍କ ବିରୁଦ୍ଧରେ ପୁଳାପୁଳା ଦୁର୍ନୀତି ଅଭିଯୋଗ ଥମିନଥିବାବେଳେ ପୁଣି ଦୁର୍ନୀତି ଓ ଅର୍ଥ ତୋଷାରପାତ ଅଭିଯୋଗରେ ନୟାଗଡ଼ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ପରିଚାଳନା କମିଟିକୁ ଗୁରୁବାର ତତ୍କାଳ ପ୍ରଭାବରୁ ରାଜ୍ୟ ସରକାର ନିଲମ୍ବନ କରିଛନ୍ତି ।

Politics
ସାର୍ବଜନୀନ ହେଲା ସୂଚନା ଆୟୁକ୍ତ ପ୍ରାର୍ଥୀଙ୍କ ନାଁ: ଚୂଡ଼ାନ୍ତ ପାଇଁ ଯାଂଚ କମିଟି ଗଠିତ, ସୁରେଶ ଓ ମିନତୀ ବି କରିଛନ୍ତି ଆବେଦନ
ଉନ୍ନୟନ କମିଶନର ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ୪ଜଣିଆ ଉଚ୍ଚସ୍ତରୀୟ ଯାଂଚ କମିଟି ଗଠନ କରି ଆୟୋଗର ଅଧ୍ୟକ୍ଷ ଓ ୪ଟି ସଦସ୍ୟ ପଦବୀ ପୂରଣ ନିମନ୍ତେ ଯଥାକ୍ରମେ ୩ ଜଣ ଓ ୧୨ ଜଣ ଯୋଗ୍ୟ ପ୍ରାର୍ଥୀଙ୍କ ନାଁ ସର୍ଟଲିଷ୍ଟ କରିବାକୁ ନିର୍ଦ୍ଦେଶନାମା ଜାରି ହୋଇଛି ।

Politics
ନିର୍ବାଚନରେ ବିଜେପି ଖର୍ଚ୍ଚ କରିଛି 1737 କୋଟି!
ନିର୍ବାଚନ ସରିବାର 3 ମାସ ମଧ୍ୟରେ ଦଳଗୁଡ଼ିକୁ ସେମାନଙ୍କର ନିର୍ବାଚନୀ ଖର୍ଚ୍ଚର ହିସାବ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିବା ପାଇଁ ନିୟମ ରହିଛି। ପୂର୍ବରୁ କଂଗ୍ରେସ ଓ ବିଜେଡି ତାଙ୍କର ନିର୍ବାଚନ ଖର୍ଚ୍ଚ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିଥିଲେ।

Politics
ଏକଜିଟ ପୋଲ: ହରିୟାଣା, ଝାରଖଣ୍ଡ ଓ ଛତିଶଗଡ଼ ଭଳି ବଦଳି ଯିବନି ତ ଦିଲ୍ଲୀ ଗଣିତ?
ଆଜି ଏକଜିଟ ପୋଲରେ ବିଜୟର ବିଜୟ ସୁନିଶ୍ଚିତ ବୋଲି ଦାବି କରାଯାଇଥିଲେ ହେଁ ଏହା ଯେ ଶତକପ୍ରତିଶତ ଠିକ ହେବ, ତା’ହା ବି କହିବା ମୁସ୍କିଲ।

Politics
ଏକଜିଟ ପୋଲ: ଦିଲ୍ଲୀରେ ଆପ୍କୁ ସାଫ କରିବ ବିଜେପି, ମାଟି କାମୁଡ଼ିବ କଂଗ୍ରେସ
ପୋଲ ଅଫ ଏକଜିଟ ପୋଲ ଅନୁଯାୟୀ, ଦିଲ୍ଲୀରେ ବିଜେପି ୩୯ଟି, ଆପ ୩୦ ଓ କଂଗ୍ରେସ କେବଳ ଗୋଟିଏ ଆସନ ଜିତିବ।