ମୁମ୍ବାଇ ଗସ୍ତରେ ନବୀନ, ଫଟୋ ପ୍ରଦର୍ଶନୀରେ ଯୋଗ ଦେଲେ

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଜି ପୂର୍ବାହ୍ନ ସାଢ଼େ ୧୧ଟାରେ ଏକ ସ୍ୱତନ୍ତ୍ର ବିମାନରେ ମୁମ୍ବାଇ ଗସ୍ତ କରିଛନ୍ତି । ଆସନ୍ତାକାଲି ସନ୍ଧ୍ୟା ୬ଟା ୫୦ରେ ସେ ଭୁବନେଶ୍ୱର ଫେରିବାର କାର୍ଯ୍ୟକ୍ରମ ରହିଛି ।

CM Naveen Patnaik

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (ଫାଇଲ ଫଟୋ)

Ordigital Desk
  • Published: Wednesday, 22 November 2023
  • Updated: 22 November 2023, 10:27 PM IST

 ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଦିନିଆ ମୁମ୍ବାଇ ଗସ୍ତରେ ଯାଇଛନ୍ତି । ସେ ଆଜି ସନ୍ଧ୍ୟାରେ ମୁମ୍ବାଇସ୍ଥିତ ଜାହାଙ୍ଗୀର ଆର୍ଟ ଗ୍ୟାଲେରୀରେ ଆୟୋଜିତ ଫଟୋ ପ୍ରଦର୍ଶନୀ ‘ ‘ହାର୍ଟବିଟସ’ରେ ଯୋଗ ଦେଇଛନ୍ତି । ମୁମ୍ବାଇରେ ଏସିଆନ ହାର୍ଟ ଇନଷ୍ଟିଚ୍ୟୁଟର ପରିଚାଳନା ନିର୍ଦ୍ଦେଶକ ବିଶିଷ୍ଟ ହୃଦରୋଗ ବିଶେଷଜ୍ଞ ଓଡ଼ିଆ ଡାକ୍ତର ରମାକାନ୍ତ ପଣ୍ଡାଙ୍କ ଦ୍ୱାରା ବନ୍ୟପ୍ରାଣୀଙ୍କ ଉପରେ ସଂଗୃହୀତ ଫଟୋଚିତ୍ରଗୁଡ଼ିକର ପ୍ରଦର୍ଶନୀ କରାଯାଉଛି । ଜାହାଙ୍ଗୀର ଆର୍ଟ ଗ୍ୟାଲେରୀର ଅଡିଟୋରିୟମ ହଲରେ ଏହି ଫଟୋ ପ୍ରଦର୍ଶନୀ ୨୭ତାରିଖ ପର୍ଯ୍ୟନ୍ତ ଚାଲିବ । ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏହି ପ୍ରଦର୍ଶନୀକୁ ଉଦଘାଟନ କରିଛନ୍ତି ।

ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଜି ପୂର୍ବାହ୍ନ ସାଢ଼େ ୧୧ଟାରେ ଏକ ସ୍ୱତନ୍ତ୍ର ବିମାନରେ ମୁମ୍ବାଇ ଗସ୍ତ କରିଛନ୍ତି । ଆସନ୍ତାକାଲି ସନ୍ଧ୍ୟା ୬ଟା ୫୦ରେ ସେ ଭୁବନେଶ୍ୱର ଫେରିବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀଙ୍କ ସହ ଫାଇଭ-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଓ ତାଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀ ଯାଇଛନ୍ତି । ନୂଆଦିଲ୍ଲୀସ୍ଥିତ ଆବାସିକ କମିଶନର ରବିକାନ୍ତ ମଧ୍ୟ ମୁମ୍ବାଇରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ । ଶ୍ରୀ ପଟ୍ଟନାୟକ ଆଜି ସନ୍ଧ୍ୟାରେ ଏହି ଆର୍ଟ ଗ୍ୟାଲେରୀକୁ ଯାଇ ଡାକ୍ତର ପଣ୍ଡାଙ୍କ ଦ୍ୱାରା ସଂଗୃହୀତ ବନ୍ୟପ୍ରାଣୀ ଫଟୋଗୁଡ଼ିକ ବୁଲି ଦେଖିଛନ୍ତି ।

ସୂଚନାଯୋଗ୍ୟ, ଦେଶର ବିଶିଷ୍ଟ ହୃଦରୋଗୀ ବିଶେଷଜ୍ଞ ଡାକ୍ତର ରମାକାନ୍ତ ପଣ୍ଡା ବନ୍ୟପ୍ରାଣୀଙ୍କ ଫଟୋ ଉଠାଇବାରେ ସଉକ ରହିଛି । ସେ ଅଦ୍ୟାବଧି ପ୍ରାୟ ୧୧ହଜାରରୁ ଅଧିକ ବନ୍ୟପ୍ରାଣୀଙ୍କ ଫଟୋ ଉଠାଇ ସାରିଛନ୍ତି । ଯାଜପୁରରେ ଜନ୍ମିତ ୬୯ବର୍ଷୀୟ ଓଡ଼ିଆ ଡାକ୍ତର ପଣ୍ଡା ଏହି ଅବସରରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ବିଗତ ୩ବର୍ଷ ମଧ୍ୟରେ ସେ ଉଠାଇଥିବା ବିଭିନ୍ନ ଜଙ୍ଗଲର ବନ୍ୟପ୍ରାଣୀଙ୍କ ୧୩୦ଟି ଫଟୋଚିତ୍ରକୁ ସେ ଏହି ପ୍ରଦର୍ଶନୀରେ ସାମିଲ କରିଛନ୍ତି । ଯେଉଁଥିରେ ରାୟଗଡ଼, ବାନ୍ଧବଗଡ଼, କାହ୍ନା, ଭରତପୁର, ଚିଲିକା ଏବଂ କେନିଆର ଜଙ୍ଗଲରୁ ନିଆଯାଇଥିବା ବନ୍ୟପ୍ରାଣୀଙ୍କ ଫଟୋ ରହିଛି ।

Also Read

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story