ଇଣ୍ଡିଆ ମେଣ୍ଟକୁ ଝଟକା : ବିଜେପି ସହ ମେଣ୍ଟ କରିବ ଆରଏଲଡି

ଆରଏଲଡେ ଓ ବିଜେପି ମଧ୍ୟରେ ସିଟ ଶେୟାରିଂ ସମ୍ପର୍କରେ ମଧ୍ୟ କଥାବାର୍ତ୍ତା ଶେଷ ହୋଇଛି। ଲୋକସଭା ନିର୍ବାଚନରେ ଆରଏଲଡିକୁ ଉତ୍ତର ପ୍ରଦେଶର ବାଘପଟ ଓ ବିଜନୋର ଆସନରେ ଲଢ଼ିବାକୁ ବିଜେପି ସୁଯୋଗ ଦେବ।

RLD

ସମର୍ଥକଙ୍କ ସହ ଜୟନ୍ତ ଚୌଧୁରୀ (ଫାଇଲ ଫଟୋ)

Hemant Lenka
  • Published: Friday, 09 February 2024
  • Updated: 09 February 2024, 03:30 PM IST

Sports

Latest News

ବିରୋଧୀ ମେଣ୍ଟ ଇଣ୍ଡିଆକୁ ପୁଣି ଝଟକା ଲାଗିଛି। ନୀତୀଶ କୁମାରଙ୍କ ପରେ ଇଣ୍ଡିଆ ମେଣ୍ଟ ଛାଡ଼ିଛନ୍ତି ଜୟନ୍ତ ଚୌଧୁରୀ। ଉତ୍ତର ପ୍ରଦେଶରେ ଜୟନ୍ତ ଚୌଧୁରୀଙ୍କ ଆରଏଲଡି ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ସହ ମେଣ୍ଟ କରିବ। ଉଭୟ ଦଳ ମିଳିତ ଭାବେ ନିର୍ବାଚନ ଲଢ଼ିବେ ବୋଲି ନିଜେ ଜୟନ୍ତ ଚୌଧୁରୀ ଘୋଷଣା କରିଛନ୍ତି।

ଏହି ଘୋଷଣାର କିଛି ଘଣ୍ଟା ପୂର୍ବରୁ ଜୟନ୍ତ ଚୌଧୁରୀଙ୍କ ଜେଜେ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହଙ୍କୁ ଭାରତ ସରକାର ଦେଶର ସର୍ବୋଚ୍ଚ ସମ୍ମାନ ଭାରତ ରତ୍ନ ସମ୍ମାନୀତି କରିବେ ବୋଲି ନିଷ୍ପତ୍ତି ନେଇଥିଲେ। ଭାରତ ସରକାର ଭାରତ ରତ୍ନ ଗୋଟି ଚାଳନା ପରେ ଆରଏଲଡି ଉତ୍ତର ପ୍ରଦେଶରେ ବିଜେପି ସହ ମେଣ୍ଟ କରିବ ବୋଲି କହିଛି।

Also Read

ଏହାପୂର୍ବରୁ ଭାରତ ସରକାର ସମାଜସେବୀ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୂରୀ ଠାକୁରଙ୍କୁ ଭାରତ ରତ୍ନ ମିଳିବ ବୋଲି ଘୋଷଣା କରିଥିଲେ। ଏହି ଘୋଷଣା ପରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଇଣ୍ଡିଆ ମେଣ୍ଟ ଛାଡ଼ି ବିଜେପି ସହ ହାତ ମିଳାଇଥିଲେ। ଏବେ ଜୟନ୍ତ ଚୌଧୁରୀ ସମାନ ପଦକ୍ଷେପ ଗ୍ରହଣ କରିଛନ୍ତି। 

ଚୌଧୁରୀ କହିଛନ୍ତି, “ମେଣ୍ଟ ପ୍ରସ୍ତାବକୁ ମୁଁ ଏବେ କେମିତି ମନା କରିବି? ମୋଦିଜୀ(ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି)ଙ୍କ ଦୂରଦୃଷ୍ଟି ଯାହା କରିପାରିଛି, ସେସବୁ ଏଯାଏ ଆଉ କୌଣସି ଦଳ କରିପାରି ନାହାନ୍ତି। ସିଟ ଓ ଭୋଟ ସମ୍ପର୍କରେ କଥା ହେଲେ ଆଜି ଦିନର ଗୁରୁତ୍ୱ ହ୍ରାସ ପାଇବ।”

ପ୍ରଧାନମନ୍ତ୍ରୀ ମୋଦି ଯେତେବେଳେ ଏକ୍ସ ଯୋଗେ ଚୌଧୁରୀ ଚରଣ ସିଂହଙ୍କୁ ଭାରତ ରତ୍ନ ମିଳିବ ବୋଲି କହିଥିଲେ ସେତେବେଳେ ଜୟନ୍ତ ଚୌଧୁରୀ ହୃଦୟ ଜିତି ନେଲ ବୋଲି ମଧ୍ୟ କହିଥିଲେ।

ଆରଏଲଡେ ଓ ବିଜେପି ମଧ୍ୟରେ ସିଟ ଶେୟାରିଂ ସମ୍ପର୍କରେ ମଧ୍ୟ କଥାବାର୍ତ୍ତା ଶେଷ ହୋଇଛି। ଲୋକସଭା ନିର୍ବାଚନରେ ଆରଏଲଡିକୁ ଉତ୍ତର ପ୍ରଦେଶର ବାଘପଟ ଓ ବିଜନୋର ଆସନରେ ଲଢ଼ିବାକୁ ବିଜେପି ସୁଯୋଗ ଦେବ। ସେହିପରି ଆରଏଲଡିର ଜଣେ ନେତାଙ୍କୁ ବିଜେପି ରାଜ୍ୟସଭା ପଠାଇବ ବୋଲି ଡିଲ ହୋଇଛି।

ପଶ୍ଚିମ ଉତ୍ତର ପ୍ରଦେଶରେ ଜୟନ୍ତ ଚୌଧୁରୀଙ୍କ ଆରଏଲଡିର ବେଶ ଦବଦବା ରହିଛି। ତେଣୁ ବିଜେପି ଏହାର ଫାଇଦା ଉଠାଇବା ଲକ୍ଷ୍ୟରେ ରହିଛି। ଏଠାରେ ଜାଠ ସଂପ୍ରଦାୟର ଲୋକଙ୍କ ସଂଖ୍ୟା ଅଧିକ। ୨୦୧୯ରେ ବିଜେପି ଉତ୍ତର ପ୍ରଦେଶର ୧୬ଟି ଆସନରେ ହାରିଥିଲା। ଏହା ମଧ୍ୟରୁ ୭ଟି ଆସନ ପଶ୍ଚିମ ଉତ୍ତର ପ୍ରଦେଶରେ ରହିଥିଲା। ମୋରଦାବାଦ ଡିଭିଜନର ସମସ୍ତ ୬ ଆସନରେ ଦଳକୁ ହାରିବାକୁ ପଡ଼ିଥିଲା।

୨୦୧୯ ଲୋକସଭାରେ ସମାଜବାଦୀ ପାର୍ଟି ଓ ଆରଏଲଡି ଏକାଠି ନିର୍ବାଚନ ଲଢ଼ିଥିଲେ। ଆରଏଲଡି ସମସ୍ତ ୩ ଆସନରେ ହାରିଥିବା ବେଳେ ସପା ୫ଟି ଆସନ ଜିତିଥିଲା। ସେହିପରି ୨୦୨୨ରେ ସପା ୧୧୧ ଆସନ ଓ ଆରଏଲଡି ୩୩ଟି ଆସନରେ ଲଢ଼ି ୯ଟିରେ ବାଜିମାତ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story