ଓଡ଼ିଶାରେ ବି ଗେମଚେଞ୍ଜର ହେବ ‘ମୋଦି ଗ୍ୟାରେଣ୍ଟି’: ବଢ଼ିଲା ବିଜେଡି ଅଡ଼ୁଆ,ବଦଳିପାରେ ରଣନୀତି

କେନ୍ଦ୍ରୀୟ ରାଜନୀତିକ ପରିଦୃଶ୍ୟରେ ବିଜେଡିର ଭୂମିକା ସର୍ବଦା ବିଜେପିର ବି-ଟିମ୍ ସଦୃଶ ବୋଲି ବିରୋଧୀ ଦଳଗୁଡ଼ିକ ଅଭିଯୋଗ କରି ଆସୁଛନ୍ତି। ଯଦିଓ ଏଭଳି ଚର୍ଚ୍ଚା ଓ ଅଭିଯୋଗକୁ ଉଭୟ ବିଜେଡି ଓ ରାଜ୍ୟ ବିଜେପି ନେତୃତ୍ୱ ଖଣ୍ଡନ କରିଆସୁଛନ୍ତି ।

Narendra Modi

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Ordigital Desk
  • Published: Monday, 04 December 2023
  • Updated: 04 December 2023, 08:28 PM IST

Sports

Latest News

ସୁଚିନ୍ତିତ ରଣନୀତି ଓ ନିର୍ବାଚନୀ ପ୍ରତିଶ୍ରୁତିକୁ ‘ମୋଦି ଗ୍ୟାରେଣ୍ଟି’ର ନାଁ ଦେଇ ହିନ୍ଦି ହାର୍ଟଲ୍ୟାଣ୍ଡରେ ବୃହତ୍ ବିଜୟ ହାସଲ କରିଛି ବିଜେପି । ମଧ୍ୟପ୍ରଦେଶ, ରାଜସ୍ଥାନ ଓ ବିଶେଷକରି ପଡ଼ୋଶୀ ଛତିଶଗଡ଼ରେ ସମସ୍ତଙ୍କୁ ଚକମା ଦେଇ ବିଜେପି ନିଜର ସର୍ବକାଳୀନ ରେକର୍ଡ ସିଟ୍ ହାତେଇଛି । ବିଜେପିର ବୃହତ୍ ବିଜୟ ପରେ ଓଡ଼ିଶାରେ କ୍ଷମତାସୀନ ବିଜେଡି ଟେନସନରେ । ଦୀର୍ଘ ୨ଦଶନ୍ଧି ଧରି ରାଜ୍ୟରେ କ୍ଷମତାରେ ରହିବା ନେଇ ଯେଉଁ କୌଶଳ ବିଜେଡି ଆପଣାଇଛି ତାହା ଏବେ ପ୍ରଭାବହୀନ ହେବାରେ ଲାଗିଛି । ଯଦି ସବୁକିଛି ଠିକଠାକ୍ ରୁହେ ଓ କେନ୍ଦ୍ରୀୟ ବିଜେପି ନେତୃତ୍ୱ ବିଜେଡି ପ୍ରତି ଥିବା କୋହଳ ଆଭିମୁଖ୍ୟରେ ପରିବର୍ତ୍ତନ କରନ୍ତି ତା’ହେଲେ ଓଡ଼ିଶାରେ ନବୀନଙ୍କ ଦୁର୍ଗ ଭୁଷୁଡ଼ିବାକୁ ବେଶୀ ସମୟ ଲାଗିବ ନାହିଁ । ଆଉ ବିଜେଡିକୁ କ୍ଷମତାଚ୍ୟୁତ କରିବା ପାଇଁ ରାଜ୍ୟରେ ଏବେ ଅନୁକୂଳ ମାହୋଲ ରହିଥିବା ରାଜନୀତିକ ବିଶ୍ଲେଷକମାନେ ଆକଳନ କରୁଛନ୍ତି ।

ରାଜନୀତିକ ବିଶ୍ଳେଷକଙ୍କ ମତରେ ୨୦୧୯ ସାଧାରଣ ନିର୍ବାଚନ ପରଠୁ ବିଜେପି ଓ ବିଜେଡିର ଶୀର୍ଷ ନେତୃତ୍ୱଙ୍କ ମଧ୍ୟରେ ରାଜନୀତିକ ସମ୍ପର୍କର ପରିଭାଷା ବଦଳି ଯାଇଛି । କେନ୍ଦ୍ରରେ ବିଜେପି ସରକାରକୁ ଉପରେ ପଡ଼ି ସବୁପ୍ରକାରର ସମର୍ଥନ ଓ ଏପରିକି ଗୋଟିଏ ରାଜ୍ୟସଭା ଆସନ ମଧ୍ୟ ଦେବାକୁ ବିଜେଡି ପଛାଇ ନାହିଁ । କେନ୍ଦ୍ରୀୟ ବିଜେପି ନେତୃତ୍ୱଙ୍କ ଶୁଭଦୃଷ୍ଟିରେ ରହିବା ପାଇଁ ବିଜେଡି ଗତ ସାଢ଼େ୪ବର୍ଷ ଧରି ସବୁପ୍ରକାର କଳକୌଶଳ ଆପଣାଇଛି । ଆଉ ଏହି ଅବଧି ମଧ୍ୟରେ ବିଜେଡି ନିଜର କଟ୍ଟର ଆଂଚଳିକବାଦ ଆଭିମୁଖ୍ୟ ଓ କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗରୁ ବି ଓହରି ଯାଇଛି । ଏପରିକି ବିଜେପି ରାଜ୍ୟରେ ପ୍ରମୁଖ ବିରୋଧୀ ଦଳ ହୋଇଥିଲେ ମଧ୍ୟ ବିଜେପିର ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅମିତ୍ ଶାହଙ୍କ ସମ୍ପର୍କରେ ପଦୁଟିଏ ବି ବିଜେଡି କହିବାକୁ ସାହାସ ଜୁଟାଇ ପାରିନି । ବିଜେପିର ଏହି ଦୁଇ ଶୀର୍ଷ ନେତାଙ୍କ ବିରୁଦ୍ଧରେ ପ୍ରତିକୂଳ ଟିପ୍ପଣୀ ଦେବାକୁ ବିଜେଡିର ମୁଖପାତ୍ର ହୁଅନ୍ତୁ ଅବା ବିଧାୟକ ଓ ସାଂସଦ, କେହି ବି ଏପର୍ଯ୍ୟନ୍ତ ସାହାସ କରିନାହାନ୍ତି । ଯଦିଓ ରାଜ୍ୟ ବିଜେପି ନେତୃତ୍ୱ ପ୍ରତିଦିନ ଶାସକ ବିଜେଡିକୁ ବିଭିନ୍ନ ପ୍ରସଙ୍ଗରେ ସମାଲୋଚନା ସହ ସରକାର ବିରୁଦ୍ଧରେ ବିକ୍ଷୋଭ-ଧାରଣା ଆଦି ଜାରି ରଖିଛନ୍ତି । ହିନ୍ଦି ହାର୍ଟଲ୍ୟାଣ୍ଡରେ ବିଜେପିର ବୃହତ୍ ବିଜୟ ପରେ ବିଜେଡି ମୁଖ୍ୟମନ୍ତ୍ରୀ ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟେଲିଫୋନ୍ କରି ଶୁଭେଚ୍ଛା ଜଣାଇଛନ୍ତି ।

କେନ୍ଦ୍ରୀୟ ରାଜନୀତିକ ପରିଦୃଶ୍ୟରେ ବିଜେଡିର ଭୂମିକା ସର୍ବଦା ବିଜେପିର ବି-ଟିମ୍ ସଦୃଶ ବୋଲି ବିରୋଧୀ ଦଳଗୁଡ଼ିକ ଅଭିଯୋଗ କରି ଆସୁଛନ୍ତି । ଯଦିଓ ଏଭଳି ଚର୍ଚ୍ଚା ଓ ଅଭିଯୋଗକୁ ଉଭୟ ବିଜେଡି ଓ ରାଜ୍ୟ ବିଜେପି ନେତୃତ୍ୱ ଖଣ୍ଡନ କରିଆସୁଛନ୍ତି ।

ତେବେ ସାଧାରଣ ନିର୍ବାଚନର ମାତ୍ର ୪ମାସ ପୂର୍ବରୁ ନିର୍ବାଚନୀ ସେମିଫାଇନାଲରେ ବିଜେପିର ଅଦ୍ଭୂତପୂର୍ବ ବିଜୟ ପରେ ବିଜେଡିର ଟେନସନ୍ ବଢ଼ିଯାଇଛି । ନିଜ ଉପରେ ଚାପ ବଢ଼ିବାର ଆଶଙ୍କା ବିଜେଡି କରୁଛି । ବିଜେପି ରାଜ୍ୟରେ ଫ୍ରେଣ୍ଡଲି ମ୍ୟାଚ୍ ଖେଳିବ ନା ଏକପାଖିଆ କ୍ଷମତା ଦଖଲ ପାଇଁ ରଣନୀତିକୁ କାର୍ଯ୍ୟକାରୀ କରାଇବ ତାହା ମଧ୍ୟ ବିଜେଡିକୁ ଆଶଙ୍କାରେ ପକାଇଛି ।

୪ ରାଜ୍ୟର ଫଳାଫଳ କାହିଁକି ବିଜେଡିକୁ ଟେନସନରେ ପକାଇଛି?

୧- ପଡ଼ୋଶୀ ଛତିଶଗଡ଼ରେ ବିଜେପି ଦେଇଥିବା ନିର୍ବାଚନୀ ପ୍ରତିଶ୍ରୁତିକୁ ‘ମୋଦି ଗ୍ୟାରେଣ୍ଟି’ ନାଁରେ ଲୋକଙ୍କ ପାଖରେ ପହଂଚା ଯାଇଛି । ବିଶେଷକରି ‘ମହାତ୍ରି ବନ୍ଦନ ଯୋଜନା’ରେ ପ୍ରତ୍ୟେକ ମହିଳାଙ୍କୁ ବାର୍ଷିକ ୧୨ହଜାର ଟଙ୍କା ଦେବା ପାଇଁ ପ୍ରାର୍ଥୀମାନେ ଘରକୁ ଘର ବୁଲି ଫର୍ମ ପୂରଣ କରିବା ବିଜେପି ପାଇଁ ଗେମଚେଞ୍ଜର ହୋଇଛି । ଓଡ଼ିଶାରେ ଅନୁରୂପ ଘୋଷଣା ସହ ‘ମୋଦି ଗ୍ୟାରେଣ୍ଟି’ର ଛାପ ଲାଗିଲେ ନବୀନ ସରକାର ବ୍ୟାକଫୁଟକୁ ଯିବା ନିଶ୍ଚିତ। ମିଶନ ଶକ୍ତି ମହିଳା ଏସଏଚଜିରେ ଛିଦ୍ର ହେବ ଓ ମହିଳା ଭୋଟର ବିଜେପିକୁ ମୁହାଁଇବାର ସମ୍ଭାବନା ବି ରହିବ ।

୨- ବିଭିନ୍ନ ପ୍ରକାରର ଅଭିଯୋଗ ସତ୍ତ୍ୱେ ବିଜେଡି ନିଜର ଦାଗୀ ବିଧାୟକ ଓ ମନ୍ତ୍ରୀଙ୍କ ସାଥ୍ ଦେଇଛି । ବିଧାୟକ ଓ ମନ୍ତ୍ରୀମାନଙ୍କ କାର୍ଯ୍ୟ ଓ ପ୍ରଦର୍ଶନର ସମୀକ୍ଷା ବି କରିବାକୁ ଚାହିଁନି । ନେତାମାନଙ୍କ ପ୍ରତି ଥିବା ଆକ୍ରୋଶକୁ ଦଳ ଏପର୍ଯ୍ୟନ୍ତ ଅଣଦେଖା କରି ଆସୁଛି । ଦଳ ଏଥର ଅତିକମରେ ୭୦% ନେତାଙ୍କୁ ପୁନଃ ଟିକେଟ୍ (ପୁଅ ବା ପତ୍ନୀଙ୍କ ବିକଳ୍ପକୁ ମିଶାଇ) ଦେବାର ସମ୍ଭାବନା ଅଛି । ତେଣୁ ଲୋକଙ୍କ ରୋଷ ବଢ଼ିବ, ଯାହା ଦଳ ପାଇଁ ବୁମେରାଂ ହେବ । ଅନୁରୂପ ତ୍ରୁଟି ଛତିଶଗଡ଼ରେ କଂଗ୍ରେସ ଓ ତେଲେଙ୍ଗାନାରେ ବିଆରଏସ୍ କରିଥିଲା ତଥା ଅଧିକାଂଶ ବିଧାୟକଙ୍କୁ ପୁଣି ପ୍ରାର୍ଥୀ କରିଥିଲା ।

୩- ବିଜେଡି ଯେଉଁ ସବୁ ଲୋଭନୀୟ ସ୍କିମ୍ ଆଣି ରାଜ୍ୟବାସୀଙ୍କ ଆସ୍ଥା ଜିଣୁଥିଲା, ସେସବୁ ଆଉ ଏବେ ଲୋକଙ୍କୁ ଆକୃଷ୍ଟ କରିପାରୁନି । ଆଗାମୀ ନିର୍ବାଚନ ପାଇଁ ଶାସକ ଦଳ ପାଖରେ ସେଭଳି ‘ଗେମଚେଞ୍ଜର’ ସ୍କିମ୍ ମଧ୍ୟ ନାହିଁ । ମଧ୍ୟପ୍ରଦେଶର ‘ଲାଡଲୀ ବେହେନା’ ହେଉ କି ଛତିଶଗଡ଼ରେ ‘ମହାତ୍ରି ବନ୍ଦନ’ ଯୋଜନା । ରାଜ୍ୟରେ ପ୍ରାୟ ୬୦ଲକ୍ଷ ଗରିବ ପରିବାରର ବୃଦ୍ଧାବୃଦ୍ଧାଙ୍କୁ ମାସିକ ଭତ୍ତା ବୃଦ୍ଧି କରିବାରେ ବି ବିଜେଡି ସରକାର ସକ୍ଷମ ହେଲାନି । ଯଦିଓ ପଡ଼ୋଶୀ ରାଜ୍ୟଗୁଡ଼ିକରେ ଏହି ଭତ୍ତା ୧ହଜାରରୁ ୪ହଜାର ଟଙ୍କା ଛୁଇଁଲାଣି ।

୪- ବିଜେଡି ଭିତରେ ଗୋଷ୍ଠୀକନ୍ଦଳ ଓ ଛକାପଞ୍ଝା ସହ ସବୁ ଜିଲ୍ଲାରେ ପ୍ରାୟତଃ ସମାନ୍ତରାଳ ସଂଗଠନ ରହିଛି । ଦଳ ଏସବୁ କନ୍ଦଳକୁ ପ୍ରଶମିତ କରିବାକୁ ବିଶେଷ ଆଗ୍ରହ ଦେଖାଉ ନାହିଁ । ବିଜେଡି ସଂଗଠନ ସମ୍ପାଦକ ପ୍ରଣବପ୍ରକାଶ ଦାସ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀକୁ ଗୁରୁତ୍ୱ ଦେଉଥିବାରୁ ଦଳ ଭିତରେ ଅସନ୍ତୋଷ ତୀବ୍ରରୂପ ଧାରଣ କରିବାରେ ଲାଗିଛି । ଭିକେ ପାଣ୍ଡିଆନ ଦଳରେ ସାମିଲ ହେବାପରେ ଏହି ଅସନ୍ତୋଷ ପ୍ରଶମିତ ହେବାର ସମ୍ଭାବନା ସୃଷ୍ଟି ହୋଇଥିଲା । ମାତ୍ର ପାଣ୍ଡିଆନ୍ ନିଜେ ସାଂଗଠନିକ କାର୍ଯ୍ୟ ପାଇଁ ଏବେବି ପ୍ରଣବପ୍ରକାଶଙ୍କ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ଥିବାରୁ ଦଳରେ ୭୦ରୁ ୮୦ ପ୍ରତିଶତ ନେତା-କର୍ମୀ ରାଜନୀତିକ ଅନିଶ୍ଚିତତା ଭିତରେ ଗତି କରୁଛନ୍ତି । ନିର୍ବାଚନ ପାଖେଇ ଆସିଲେ ଏହି ଅସନ୍ତୋଷ ବିସ୍ଫୋରକ ରୂପ ଧାରଣ କରିବାର ଆଶଙ୍କା ରହିଛି । ଯାହା ବିରୋଧୀ ବିଜେପିକୁ ସୁହାଇବ।

୫- ତେଲେଙ୍ଗାନାରେ ବିଆରଏସ୍ ଯେଭଳି ଲୋକପ୍ରିୟ ସ୍କିମ୍ ସହ ସରକାରୀ କଳକୁ ନିଜର ଏଜେଣ୍ଟ ଭାବେ ଉପଯୋଗ କରୁଥିଲା, ଅନୁରୂପ ଶୈଳୀରେ ବିଜେଡି ଏଠି କାମ କରୁଛି । ବିଆରଏସ୍ ଶାସନରେ ତେଲେଙ୍ଗାନାର ମୁଣ୍ଡପିଛା ଆୟ ଦେଶରେ ସର୍ବାଧିକ । ସର୍ବାଧିକ ନିଯୁକ୍ତି, ଆଇଟି କ୍ଷେତ୍ରରେ ବ୍ୟାପକ ସମ୍ଭାବନା, ବିଦ୍ୟୁତ ଯୋଗାଣରେ ଆଗୁଆ ସହ ଅନେକ ଲୋକାଭିମୁଖୀ ଯୋଜନା ହୋଇଥିଲା । ତା’ସତ୍ତ୍ୱେ ତେଲେଙ୍ଗାନାବାସୀ ଏଥର କଂଗ୍ରେସକୁ ସୁଯୋଗ ଦେଲେ । ତେଲେଙ୍ଗାନାରେ କଂଗ୍ରେସ ଜିତିବା ପରେ ବିଜେଡି ଚିନ୍ତାରେ ପଡ଼ିଯାଇଛି । କେବଳ ପୁରୁଣା ସ୍କିମ୍ , ନବୀନଙ୍କ ଭାବମୂର୍ତ୍ତି ଓ ସରକାରୀ କଳର ଭରସାରେ ନିର୍ବାଚନ ଜିତିବା ସମ୍ଭବପର ହେବନି ବୋଲି ଦଳ ଅନୁଭବ କରିବାକୁ ଏକପ୍ରକାର ବାଧ୍ୟ ହୋଇଛି । ଅବଶ୍ୟ ନିର୍ବାଚନର ଠିକ୍ ପୂର୍ବରୁ ତେଲେଙ୍ଗାନାରେ ବିଜେପି ନିଜର ପ୍ରଭାବଶାଳୀ ରାଜ୍ୟ ସଭାପତିଙ୍କୁ ପଦରୁ ହଟାଇ ସେଠାରେ ନିର୍ବାଚନ ଦଳର ଫୋକସରେ ନଥିବା ସ୍ପଷ୍ଟ ସନ୍ଦେଶ ଦେଇଥିଲା ।

୬- ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ଶୀର୍ଷ ନେତୃତ୍ୱ ଯଦି ଏବେଠୁ ଓଡ଼ିଶାରେ ‘ମୋଦି ଗ୍ୟାରେଣ୍ଟି’ ସହ ନିର୍ବାଚନୀ ପ୍ରତିଶ୍ରୁତି ଦେଇ କାର୍ଯ୍ୟ କରିବେ ତା’ହେଲେ ବିଜେଡିକୁ କ୍ଷମତାଚ୍ୟୁତ କରିବା ପାଇଁ ଆଗାମୀ ୩-୪ମାସ ହିଁ ଯଥେଷ୍ଟ ବୋଲି ଚର୍ଚ୍ଚା ହେଉଛି ।

୭- ଅବଶ୍ୟ ନିର୍ବାଚନୀ ଫଳାଫଳ ଆସିବା ପରଠୁ ବିଜେଡି ନିଜର ରଣନୀତିରେ ପରିବର୍ତ୍ତନ କରିବାର ଯଥେଷ୍ଟ ସମ୍ଭାବନା ରହିଛି । ଯଦି ବିଜେପି ନିଜର ଆଭିମୁଖ୍ୟ ବଦଳାଏ ତା’ହେଲେ ବିଜେଡି ମଧ୍ୟ ଅନୁରୂପ ଭାବେ ‘ପ୍ଲାନ-ବି’କୁ ନେଇ ଆଗକୁ ବଢ଼ିବ ବୋଲି ଜଣାପଡ଼ିଛି । ଦଳରେ ବଢ଼ୁଥିବା ଅସନ୍ତୋଷକୁ ଦୂର କରିବାକୁ ପାଣ୍ଡିଆନ ନିଜେ ଡିସେମ୍ବର ଶେଷ ସପ୍ତାହରୁ ବିଭିନ୍ନ ଜିଲ୍ଲା ଓ ନିର୍ବାଚନମଣ୍ଡଳୀର ଦଳୀୟ ନେତାମାନଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡ଼ିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story