ଓଡ଼ିଶାରେ ଏନଏଚ୍ ପ୍ରକଳ୍ପର ସମୀକ୍ଷା କଲେ ଗଡକରୀ, ଶୀଘ୍ର ସରିବ କାର୍ଯ୍ୟ: ଧର୍ମେନ୍ଦ୍ର

କୋଷ୍ଟାଲ ହାଇୱେ, ସମ୍ବଲପୁର ରିଙ୍ଗରୋଡ୍ , ଭୁବନେଶ୍ୱର କ୍ୟାପିଟାଲ ରିଙ୍ଗ ରୋଡ୍ କାର୍ଯ୍ୟର ଅଗ୍ରତି ଓ ନିର୍ମାଣ କାର୍ଯ୍ୟ ନେଇ ଏହି ସମୀକ୍ଷା ହୋଇଥିଲା।

Dharmendra Pradhan

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (ଫାଇଲ ଫଟୋ)

Ordigital Desk
  • Published: Thursday, 27 July 2023
  • Updated: 27 July 2023, 10:16 PM IST

Sports

Latest News

ଓଡ଼ିଶାରେ ଜାତୀୟ ରାଜପଥ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ଓ ନିର୍ମାଣ କାର୍ଯ୍ୟର ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ସମୀକ୍ଷା କରିଛନ୍ତି । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ନିଜ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନଙ୍କ ସହ ଓଡ଼ିଶାରେ କାର୍ଯ୍ୟକାରୀ ହେଉଥିବା ଏନଏଚ୍ ପ୍ରକଳ୍ପଗୁଡ଼ିକର ସ୍ଥିତି ସମ୍ପର୍କରେ ଅବଗତ ହୋଇଥିଲେ । ଏହି ବୈଠକ ପରେ କେନ୍ଦ୍ରମନ୍ତ୍ରୀ ପ୍ରଧାନ ସୂଚନା ଦେଇ କହିଛନ୍ତି ଯେ, କଟକ-ସମ୍ବଲପୁର ଜାତୀୟ ରାଜପଥ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ନେଇ କେନ୍ଦ୍ରମନ୍ତ୍ରୀ ଗଡ଼କରୀଙ୍କ ସହ ଆଲୋଚନା ହୋଇଛି ।

କୋଷ୍ଟାଲ ହାଇୱେ, ସମ୍ବଲପୁର ରିଙ୍ଗରୋଡ୍ , ଭୁବନେଶ୍ୱର କ୍ୟାପିଟାଲ ରିଙ୍ଗ ରୋଡ୍ କାର୍ଯ୍ୟର ଅଗ୍ରତି ଓ ନିର୍ମାଣ କାର୍ଯ୍ୟ ନେଇ ଏହି ସମୀକ୍ଷା ହୋଇଥିଲା। ସେହିପରି ଢେଙ୍କାନାଳ ଜିଲ୍ଲାର ଭୁବନ ଓ କାମାକ୍ଷାନଗର ଦେଇ ଯାଇଥିବା ଡୁବୁରିରୁ ବହ୍ଲର ଛକ ପର୍ଯ୍ୟନ୍ତ ୫୩ ନମ୍ବର ଜାତୀୟ ରାଜପଥ, ଗୋଡ଼ିବନ୍ଧରୁ ବଅଁରପାଳ ପର୍ଯ୍ୟନ୍ତ ରାଜପଥର ପ୍ରଶସ୍ତିକରଣ ସମେତ ଅନ୍ୟାନ୍ୟ ପ୍ରକଳ୍ପ ଉପରେ ମଧ୍ୟ ବୈଠକରେ ଚର୍ଚ୍ଚା ହୋଇଛି ।

Also Read

ଏହି ସବୁ ରାଜପଥ ପ୍ରକଳ୍ପଗୁଡ଼ିକର ପରିବଶେ ମଞ୍ଜୁରୀ, ଟେଣ୍ଡର ପ୍ରକ୍ରିୟା, ଆଲାଇନ୍‌ମେଂଟ ଓ ଅନ୍ୟାନ୍ୟ ସମସ୍ୟା ବିଷୟରେ ଆଲୋଚନା ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୂର୍ବୋଦୟ ବିକାଶରେ ଓଡ଼ିଶାର ସଡ଼କପଥ ଭିତ୍ତିଭୂମିକୁ ମଜଭୁତ କରାଯାଉଛି । ଭାରତ ସରକାରଙ୍କ ଏନଏଚଏଆଇ ଦ୍ୱାରା ଓଡ଼ିଶାରେ ଅନେକ ଉନ୍ନୟନମୂଳକ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । ଆଜି ବୈଠକରେ ଆଲୋଚନା ହୋଇଥିବା ସମସ୍ତ ଜାତୀୟ ରାଜପଥ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଶୀଘ୍ର ଶେଷ କରିବା ପାଇଁ ଶ୍ରୀ ଗଡ଼କରୀ ଆଶ୍ୱସ୍ତ କରିଥିବା ଶ୍ରୀ ପ୍ରଧାନ କହିଛନ୍ତି ।

ଆଜିର ଏହି ବୈଠକରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ସମେତ ଏନଏଚଏଆଇର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story