ବିଦ୍ରୋହ ଭୟ:୧୦୭ରୁ ମାତ୍ର ୨୫ ବିଧାୟକଙ୍କୁ ଟିକେଟ୍ ଦେଲାନି ବିଜେଡି, ତଥାପି ସବୁଠି କନ୍ଦଳ

ବିଜେଡିର ମୋଟ ୧୦୭ ବିଧାୟକଙ୍କ ମଧ୍ୟରୁ ଦଳ ଏଥର ୨୫ଜଣ ବିଧାୟକଙ୍କ ଟିକେଟ୍ ସମ୍ପୂର୍ଣ୍ଣ ଭାବେ କାଟି ଦେଇଛି

BJD

ମୁଖ୍ୟମନ୍ତ୍ରୀଙ୍କ ସହ ଭିକେ ପାଣ୍ଡିଆନ

Ordigital Desk
  • Published: Thursday, 02 May 2024
  • Updated: 02 May 2024, 08:48 PM IST

ଯେଉଁ ଗୋଷ୍ଠୀକନ୍ଦଳର ଆଶଙ୍କାରେ ବିଜେଡି ନିଜର ଟିକେଟ୍ କସରତ କରି ପୁରୁଣା ନେତାମାନଙ୍କୁ ତୁଷ୍ଟୀକରଣ କଲା, ଏବେ ସେହି ଫର୍ମୂଲା ଦଳ ପାଇଁ ବୁମେରାଂ ହେବାରେ ଲାଗିଛି । ତୃଣମୂଳସ୍ତରରେ ସରକାରବିରୋଧୀ ହାୱା, ଦଳୀୟ ସଂଗଠନରେ ତୀବ୍ର କନ୍ଦଳ ଓ ସାଧାରଣ ଲୋକଙ୍କଠୁ ଦୂରେଇ ଯାଇଥିବା ବିଧାୟକମାନଙ୍କୁ ପୁଣିଥରେ ଦଳୀୟ ଟିକେଟ୍ ଧରାଇବା ବିଜେଡି ପାଇଁ ମହଙ୍ଗା ସାବ୍ୟସ୍ତ ହେବାର ଆଶଙ୍କା ଦେଖାଦେଇଛି । ଗୋଷ୍ଠୀକନ୍ଦଳକୁ ଏଡ଼ାଇବା ଓ ବିଦ୍ରୋହରୁ ବଂଚିବା ପାଇଁ ଦଳ ପ୍ରଥମଥର ପାଇଁ ୨୪%ରୁ ଅଧିକ ସିଟିଂ ବିଧାୟକଙ୍କ ଟିକେଟ୍ କାଟିବାକୁ ସାହାସ କରିପାରିନି । ଦଳ ୧୦୭ ବିଧାୟକଙ୍କ ମଧ୍ୟରୁ ମାତ୍ର ୨୫ଜଣଙ୍କ ଟିକେଟ କାଟିଛି। ୨୦୧୯ରେ ଦଳ ୪୨ଜଣ ବିଧାୟକ(୩୫.୮୯%) ଓ ୨୦୧୪ରେ ୪୦ଜଣ(୩୮.୮୩%) ବିଧାୟକଙ୍କ ଟିକେଟ୍ କାଟିଥିଲା । ସର୍ଭେ ରିପୋର୍ଟର ଆଳ ଦେଖାଇ ବିଜେଡି ପାଇଁ ଅଫିସରମାନେ ପ୍ରସ୍ତୁତ କରିଥିବା ପ୍ରାର୍ଥୀ ଚୂଡ଼ାନ୍ତ କରିଛି ସତ, ମାତ୍ର ଅଧିକାଂଶ ସ୍ଥାନରେ ଦଳରେ ବଢ଼ୁଥିବା କନ୍ଦଳ ଏବେ ବିଧାୟକ ପ୍ରାର୍ଥୀମାନଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି ।

ସୂଚନା ଅନୁସାରେ, ବିଜେଡିର ମୋଟ ୧୦୭ ବିଧାୟକଙ୍କ ମଧ୍ୟରୁ ଦଳ ଏଥର ୨୫ଜଣ ବିଧାୟକଙ୍କ ଟିକେଟ୍ ସମ୍ପୂର୍ଣ୍ଣ ଭାବେ କାଟି ଦେଇଛି । ୮ଜଣ ବିଧାୟକଙ୍କ ପତ୍ନୀଙ୍କୁ ଓ ୨ଜଣ ବିଧାୟକଙ୍କ ପୁଅ ଓ ଝିଅକୁ ଟିକେଟ୍ ଦେଇଛି । ୨ଜଣ ବିଧାୟକଙ୍କୁ ସାଂସଦ ପ୍ରାର୍ଥୀ ଭାବେ ମଇଦାନକୁ ଛାଡ଼ିଛି । ବାକି ୭୦ଜଣ ବିଧାୟକଙ୍କୁ ପୁଣିଥରେ ମଇଦାନକୁ ଓହ୍ଲାଇଛି । ଗୋଟିଏ ପରିବାରରୁ ଗୋଟିଏ ଟିକେଟ୍ କଥା କହି ମଧ୍ୟ ଶେଷମୁହୂର୍ତ୍ତରେ ସେଥିରୁ ଓହରି ଯାଇଛି । ଦଳ ସୁଧୀର ସାମଲ, ପ୍ରଣବପ୍ରକାଶ ଦାସ ଓ ସୁଦାମ ମାର୍ଣ୍ଡିଙ୍କ ପରିବାରକୁ ୨ଟି ଲେଖାଁଏ ଟିକେଟ୍ ଦେଇଛି । ଏହି ଦୁଇ ବିଧାୟକଙ୍କୁ ସାଂସଦ ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇଛି । ମାତ୍ର ସେମାନଙ୍କର ପରାଜୟର ଆଶଙ୍କା କରି ପ୍ରଣବଙ୍କ ମା’ଙ୍କୁ କୋରେଇ ଓ ସୁଦାମଙ୍କ ପତ୍ନୀଙ୍କୁ ବାଙ୍ଗିରିପୋଷି ବିଧାନସଭା ଆସନରେ ଟିକେଟ୍ ଦେଇଛି । ସେହିପରି ଅଦୃଶ୍ୟ କାରଣରୁ ଢେଙ୍କାନାଳ ବିଧାୟକଙ୍କ ପୁତୁରାଙ୍କୁ ମଧ୍ୟ ସେଠାରେ ସାଂସଦ ଟିକେଟ୍ ଦଳ ଦେଇଛି । ବିଜେଡି ସୁପ୍ରିମୋ ନିଜେ ୨ଟି ଆସନରୁ ଲଢ଼ୁଛନ୍ତି । ଦଳ ଦୁଇଜଣ ସାଂସଦ ରମେଶ ମାଝୀ ଓ ମହେଶ ସାହୁଙ୍କୁ ଏଥର ବିଧାୟକ ପ୍ରାର୍ଥୀ କରିଛି। ଦଳ ୬ଜଣ ବିଧାୟକ ବିକ୍ରମ ପଣ୍ଡା, ରୋହିତ ପୂଜାରୀ, ଉମାକାନ୍ତ ସାମନ୍ତରାୟ, ରାଜେନ୍ଦ୍ର ସାହୁ, ସଞ୍ଜିବ ମଲ୍ଲିକ ଓ ପ୍ରଫୁଲ୍ଲ ସାମଲଙ୍କ ଆସନକୁ ବଦଳାଇଛି।

ବିଜେଡିର ଟିକେଟ୍ ଚୟନ ପ୍ରକ୍ରିୟାରେ ସମ୍ପୃକ୍ତ ବ୍ୟକ୍ତିମାନେ ସ୍ଥାନୀୟ ସମୀକରଣ ଓ କର୍ମୀଙ୍କ ଭାବାବେଗକୁ ଅଣଦେଖା କରି ଅଧିକାଂଶ ସ୍ଥାନରେ ବିବାଦୀୟ ନେତାମାନଙ୍କୁ ଟିକେଟ୍ ଦେଇଛନ୍ତି । କେତେକ ସଂଗଠନ ନଥିବା ବ୍ୟକ୍ତିମାନଙ୍କୁ ବି ଟିକେଟ୍ ଧରାଇବାକୁ ପଛାଇ ନାହାନ୍ତି । ଦଳ ଜିତୁ ବା ହାରୁ କିନ୍ତୁ ନିଜର ପତିଆରା ଜାହିର କରିବାକୁ କିଛି ଆସନରେ ମନଇଚ୍ଛା ନିଷ୍ପତ୍ତି ନିଆଯାଇଥିବା ବିଜେଡି ସୂତ୍ରରୁ ଜଣାପଡ଼ିଛି । ଯେଉଁଥିପାଇଁ ବିଜେଡିର ଏହି ଟିକେଟ୍ ଘୋଷଣା ପରେ ଅନେକ ସ୍ଥାନରେ ଦଳୀୟ ପ୍ରାର୍ଥୀମାନେ କଡ଼ା ବିରୋଧର ସମ୍ମୁଖୀନ ହେଉଛନ୍ତି ଓ ସ୍ଥାନୀୟ ଲୋକଙ୍କ ଦ୍ୱାରା ଗ୍ରହଣୀୟ ହୋଇପାରୁନଥିବା ଚର୍ଚ୍ଚା ହେଉଛି।

Also Read

ସେହିପରି ୨୦୧୯ ନିର୍ବାଚନ ପୂର୍ବରୁ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣର ଡିଣ୍ଡିମ ପିଟୁଥିବା ବିଜେଡି ଏଥର ମାତ୍ର ୨୩.୮୦% ମହିଳାଙ୍କୁ ଟିକେଟ୍ ଦେଇଛି । ଦଳ ୧୪୭ରୁ ମାତ୍ର ୩୫ଟି ଆସନରେ ମହିଳାଙ୍କୁ ପ୍ରାର୍ଥୀ କରିଛି । ଏହି ମହିଳାଙ୍କ ମଧ୍ୟରେ ୧୧ଜଣ ବିଧାୟିକାଙ୍କୁ ପୁନଃ ଟିକେଟ୍ ପାଇଛନ୍ତି । ୮ଜଣ ବିଧାୟକଙ୍କ ପତ୍ନୀ ଓ ଜଣେ ବିଧାୟକଙ୍କ ମା’କୁ ଟିକେଟ୍ ମିଳିଛି । ବାକି ୫ଜଣ ବରିଷ୍ଠ ନେତାଙ୍କ ପତ୍ନୀ ଓ କନ୍ୟାଙ୍କ ଟିକେଟ ଦେଇ ଦଳ ସେମାନଙ୍କୁ ସନ୍ତୁଷ୍ଟ କରିଛି । ତେବେ ଦଳ ନିଜର ଗଡ଼ ଉପକୂଳ ଓଡ଼ିଶାର ୮ଟି ଜିଲ୍ଲା ଯଥା-ପୁରୀ, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡ଼ା, ଭଦ୍ରକ, ଜଗତସିଂହପୁର, ନୟାଗଡ଼ ଓ ଢେଙ୍କାନାଳର ମୋଟ ୪୫ଟି ଆସନ ମଧ୍ୟରୁ ମାତ୍ର ଗୋଟିଏ ଆସନରେ ମହିଳାଙ୍କୁ(ପାରାଦୀପ ବିଧାୟକଙ୍କ ପତ୍ନୀ) ଟିକେଟ୍ ଦେବାକୁ ସକ୍ଷମ ହୋଇଛି।

ଚଳିତଥର ବିଜେଡି ଏତେ ବିଚଳିତ ହୋଇପଡ଼ିଛି ଯେ, ଖଣି ପରିବହନ ବ୍ୟବସାୟୀ ସନାତନ ମହାକୁଡ଼ ବିଜେଡିରେ ସାମିଲ ନହୋଇ ମଧ୍ୟ ଦଳ ତାଙ୍କୁ ଟିକେଟ୍ ଧରାଇଛି । ସେହିପରି ଟିକେଟ୍ ଚୟନ ପ୍ରକ୍ରିୟାରେ ସମ୍ପୃକ୍ତ ବ୍ୟକ୍ତିମାନେ ନିଜର ପତିଆରା ଦେଖାଇବାକୁ ଯାଇ ସର୍ଭେ ରିପୋର୍ଟ ଆଳ ଦେଖାଇ ୧୫-୧୭ଟି ବିଧାନସଭା ଆସନରେ ଦଳୀୟ କର୍ମୀ ଓ ସ୍ଥାନୀୟ ଲୋକଙ୍କ ଭାବାବେଗକୁ ବି ବଳି ପକାଇ ଦେଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ମୋଟ ୧୧୨ଟି ଆସନରେ ବିଜୟୀ ହୋଇଥିଲା। ପରେ ପାଟକୁରାରୁ ସାବିତ୍ରୀ ଅଗ୍ରୱାଲ ଓ ନବୀନ ବିଜେପୁର ଆସନ ଛାଡ଼ିବାରୁ ସେଠାରୁ ରୀତା ସାହୁ ବିଜୟୀ ହୋଇଥିଲେ। ବାଲେଶ୍ୱର ଉପନିର୍ବାଚନରେ ବିଜେପିଠୁ ଆସନକୁ ଛଡ଼ାଇ ଆଣିଥିଲା ବିଜେଡି। ଏଭଳି ଭାବେ ମୋଟ ୧୧୪ଜଣ ବିଧାୟକ ବିଜେଡିର ଥିଲେ। ମାତ୍ର ୨୦୨୪ ସାଧାରଣ ନିର୍ବାଚନକୁ ଦଳ ଯିବା ପୂର୍ବରୁ ୪ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, ସୁଧାଂଶୁ ପରିଡ଼ା, ପ୍ରଶାନ୍ତ ଜଗଦେବ ଓ ପ୍ରଦୀପ ପାଣିଗ୍ରାହୀଙ୍କୁ ଦଳରୁ ବିଦା କରିସାରିଥିଲା। ଅନ୍ୟ ଦୁଇ ବିଧାୟକ ପ୍ରେମାନନ୍ଦ ନାଏକ ଓ ଅରବିନ୍ଦ ଢ଼ାଲି ଦଳରୁ ଇସ୍ତଫା ଦେଇଥିଲେ। ଏମାନଙ୍କ ବ୍ୟତୀତ ବିଧାୟକ ସୂର୍ଯ୍ୟନାରାୟଣ ପାତ୍ରଙ୍କ ଦେହାନ୍ତ ମଧ୍ୟ ହୋଇଥିଲା। ଏହି ୭ଜଣ ବିଧାୟକଙ୍କୁ ବାଦ୍ ଦେଲେ ଦଳ ପାଖରେ ୧୦୭ଜଣ ବିଧାୟକ ଥିଲେ। ୨୦୧୯ରେ ୧୧୭ ବିଧାୟକଙ୍କ ମଧ୍ୟରୁ ୪୨ଜଣ ଓ ୨୦୧୪ରେ ୧୦୩ ବିଧାୟକଙ୍କ ମଧ୍ୟରୁ ୪୦ଜଣଙ୍କ ଟିକେଟ୍ କାଟିଥିଲା। ଏଥର କନ୍ଦଳ ଓ ବିଦ୍ରୋହକୁ ଦେଖି ମାତ୍ର ୨୫ଜଣଙ୍କ ଟିକେଟ୍ କାଟିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story