ନବୀନଙ୍କ ପଟ୍ଟଶିଷ୍ୟ ହେଉଛନ୍ତି ପାଣ୍ଡିଆନ, କହିଲେ ବବି: ଦେଲେ ‘ବିଜୁ ଲିଗାସୀ’ ଅନ୍ତ ସନ୍ଦେଶ

ପାଣ୍ଡିଆନ କହିଥିଲେ ‘ବବିବାବୁ ମୁଁ ଏଭଳି ଜଣେ ବସ୍ ଖୋଜୁଥିଲି । ଯାହାଙ୍କ ଦୃଷ୍ଟିଭଙ୍ଗୀ ଓ ପ୍ରତିବଦ୍ଧତା ଲୋକଙ୍କ ପାଇଁ ରହିଥିବ, ଆଉ ସେଭଳି ବ୍ୟକ୍ତି ଭାବେ ମୁଖ୍ୟମନ୍ତ୍ରୀଙ୍କୁ ପାଇଛି । ପାଣ୍ଡିଆନ ଆହୁରି ବି କହିଥିଲେ-ଯେଉଁଦିନ ମୁଖ୍ୟମନ୍ତ୍ରୀ କହିବେ ଧନ୍ୟବାଦ ପାଣ୍ଡିଆନ, ସେଦିନ ନିଜ ଗାଁକୁ ଯାଇ ବିଲରେ କାମ କରିବି’ ।

Naveen Patnaik PhotoOR

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଭିକେ ପାଣ୍ଡିଆନ ଓ ପ୍ରଣବ ପ୍ରକାଶ ଦାସ

Ordigital Desk
  • Published: Saturday, 11 November 2023
  • Updated: 11 November 2023, 08:53 PM IST

Sports

Latest News

“ଯାହା ପୁଅ କରିପାରିବ ନାହିଁ ତାହା ଜଣେ ପଟ୍ଟଶିଷ୍ୟ କରିପାରିବ । ପାଣ୍ଡିଆନ ହେଉଛନ୍ତି ସେହି ପଟ୍ଟଶିଷ୍ୟ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଓଡ଼ିଶା, ଯାଜପୁର ଓ ଶ୍ରୀଜଗନ୍ନାଥ ମନ୍ଦିର ପାଇଁ ସେ ଯେଉଁସବୁ କାର୍ଯ୍ୟ କରିଛନ୍ତି ସେଥିପାଇଁ ତାଙ୍କୁ ଧନ୍ୟବାଦ” । ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ଏକ ସରକାରୀ କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଆଇଏଏସ୍ ଭିକେ ପାଣ୍ଡିଆନଙ୍କର ଏଭଳି ଢଙ୍ଗରେ ଗୁଣଗାନ କରିଛନ୍ତି । ଏପରି କହି ବିଜେଡି ଓ ନବୀନଙ୍କ ପ୍ରକୃତ ଉତ୍ତରାଧିକାରୀ ପାଣ୍ଡିଆନ ତଥା ‘ବିଜୁ ଲିଗାସୀ’ର ଅନ୍ତ ହେବାକୁ ଯାଉଛି ବୋଲି ପରୋକ୍ଷରେ ସନ୍ଦେଶ ଦେଇଛନ୍ତି । ପାଣ୍ଡିଆନ ବିଜେଡିରେ ସାମିଲ ହେବାକୁ ନେଇ ୁଚର୍ଚ୍ଚା ଲାଗି ରହିଥିବାବେଳେ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମରେ ବବିଙ୍କ ଏଭଳି ବୟାନ ହିଁ ନବୀନଙ୍କ ଉତ୍ତରାଧିକାରୀ ଚୟନ(ପାଣ୍ଡିଆନଙ୍କ ରାଜତିଳକ) ନିମନ୍ତେ ଲୋକଙ୍କ ମୁଡ୍ ପରଖିବାକୁ ଏକ ସୁଚିନ୍ତିତ ଯୋଜନାର ଅଂଶବିଶେଷ ବୋଲି କୁହାଯାଉଛି । ଆଉ ୨୦୦୯ ସାଧାରଣ ନିର୍ବାଚନର ମାତ୍ର ୩ମାସ ପୂର୍ବରୁ ବିଜେଡିରେ ସାମିଲ ଦେଇଥିବା ବବିଙ୍କ ମନ୍ତବ୍ୟରୁ(୨୦୧୨-୧୩ରେ ପାଣ୍ଡିଆନ ଏଭଳି ‘ବସ୍‌’ ଖୋଜୁଥିବା କଥା କହିଥିଲେ)ହିଁ ଜଳଜଳ ଜଣାପଡ଼ୁଛି ।

ସୂଚନା ଅନୁସାରେ, ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନା ଅନ୍ତର୍ଗତ ପ୍ରତ୍ୟେକ ପଂଚାୟତକୁ ୫୦ଲକ୍ଷ ଟଙ୍କାର ପ୍ରକଳ୍ପ ମଞ୍ଜୁରୀର ଶେଷଦିନରେ ଗତକାଲି ଯାଜପୁର ଜିଲ୍ଲାରେ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯାଜପୁର ବିଧାୟକ ଭାବେ ପ୍ରଣବପ୍ରକାଶ ଦାସ ଯୋଗ ଦେଇଥିଲେ । ଆଉ ସେହି କାର୍ଯ୍ୟକ୍ରମରେ ନିଜର ଭାଷଣ ମାଧ୍ୟମରେ ପାଣ୍ଡିଆନଙ୍କ ବିଜେଡିରେ ‘ରାଜତିଳକ’ ନିମନ୍ତେ ମାର୍ଗ ପ୍ରଶସ୍ତ କରିବାକୁ ପଛାଇ ନଥିଲେ । ନବୀନ ପଟ୍ଟନାୟକ, ଓଡ଼ିଶା, ଶ୍ରୀଜଗନ୍ନାଥ ମନ୍ଦିର ପାଇଁ ପାଣ୍ଡିଆନ ଯାହାସବୁ କରିଛନ୍ତି ସେଥିପାଇଁ ତାଙ୍କୁ ହୃଦୟରୁ ଧନ୍ୟବାଦ ଦେଉଛି । ନବୀନ ପଟ୍ଟନାୟକଙ୍କର ଓଡ଼ିଶା ଓ ଓଡ଼ିଆ ଜାତିକୁ ଆଗେଇ ନେବାପାଇଁ ଯାହା ଦୃଷ୍ଟିଭଙ୍ଗୀ ଓ ଚିନ୍ତାଧାରା ରହିଛି ତାକୁ ପ୍ରକୃତ ପଟ୍ଟଶିଷ୍ୟ ଭାବେ ପାଣ୍ଡିଆନ ଆଗେଇ ନେଉଛନ୍ତି ବୋଲି ବବି କହିଥିଲେ ।

ଏପରିକି ୨୦୧୨-୧୩ ମସିହାରେ ମୁଖ୍ୟମନ୍ତ୍ରୀ ଓ ପାଣ୍ଡିଆନଙ୍କ ମଧ୍ୟରେ ଏକ କଥୋପକଥନକୁ ଉଲ୍ଲେଖ କରି ବବି କହିଥିଲେ ଯେ, ମୁଖ୍ୟମନ୍ତ୍ରୀଙ୍କୁ ପଚରାଯାଇଥିଲା ଆପଣଙ୍କୁ କ’ଣ ଭଲ ଲାଗେ । ଓଡ଼ିଶା ଓ ଓଡ଼ିଶାବାସୀଙ୍କ ପାଇଁ କାର୍ଯ୍ୟ କରିବାକୁ ଭଲ ଲାଗେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଆଉ ଏହାପରେ ଆମେ ଉଭୟ (ବବି ଓ ପାଣ୍ଡିଆନ) ଲୋକସେବା ଭବନ ଆସିଥିଲୁ । ସେଠାରେ ପାଣ୍ଡିଆନ କହିଥିଲେ ‘ବବିବାବୁ ମୁଁ ଏଭଳି ଜଣେ ବସ୍ ଖୋଜୁଥିଲି । ଯାହାଙ୍କ ଦୃଷ୍ଟିଭଙ୍ଗୀ ଓ ପ୍ରତିବଦ୍ଧତା ଲୋକଙ୍କ ପାଇଁ ରହିଥିବ, ଆଉ ସେଭଳି ବ୍ୟକ୍ତି ଭାବେ ମୁଖ୍ୟମନ୍ତ୍ରୀଙ୍କୁ ପାଇଛି । ପାଣ୍ଡିଆନ ଆହୁରି ବି କହିଥିଲେ-ଯେଉଁଦିନ ମୁଖ୍ୟମନ୍ତ୍ରୀ କହିବେ ଧନ୍ୟବାଦ ପାଣ୍ଡିଆନ ସେଦିନ ନିଜ ଗାଁକୁ ଯାଇ ବିଲରେ କାମ କରିବି’ ।

ତେବେ ପାଣ୍ଡିଆନଙ୍କ ପ୍ରଶଂସା କରିବା ପାଇଁ ବବି ଯେଉଁ ୨୦୧୨-୧୩ ମସିହାର ଘଟଣାକ୍ରମକୁ ଲୋକଙ୍କ ଆଗରେ ଅବତାରଣା କଲେ ସେଥିରେ କେତେ ସତ୍ୟତା ରହିଛି ତାହା ନିଜେ ବବି ଅନୁଭବ କରିଥିବେ । କାରଣ ସେସମୟରେ ବିଜେଡିର ପ୍ରଭାବଶାଳୀ ନେତା ଓ କ୍ଷମତାକେନ୍ଦ୍ର ସହ ଘନିଷ୍ଠ ଥିବା ନେତାମାନଙ୍କ ମତରେ ୨୦୧୨-୧୩ ମସିହାରେ ବବିଙ୍କ ଅସ୍ତିତ୍ୱ କ’ଣ ଥିଲା ତାହା ସେ ନିଜେ ଜାଣନ୍ତି । କଳ୍ପତରୁ ଦାସଙ୍କ ଆଶୀର୍ବାଦରେ ୨୦୧୪ ସାଧାରଣ ନିର୍ବାଚନବେଳେ ସେ ପାଣ୍ଡିଆନଙ୍କ ନିକଟତର ହେବାର ସୁଯୋଗ ପାଇଥିଲେ । ଅବଶ୍ୟ ରାଜ୍ୟର ବିକାଶ ଦିଗରେ ପାଣ୍ଡିଆନଙ୍କ ପରିଶ୍ରମ ଓ କାର୍ଯ୍ୟ ପ୍ରଶଂସନୀୟ । ନବୀନ ନିଜର ଉତ୍ତରାଧିକାରୀ ଭାବେ ପାଣ୍ଡିଆନଙ୍କୁ ବାଛି ସାରିଛନ୍ତି । କେବଳ ଆନୁଷ୍ଠାନିକ ଘୋଷଣା ବାକି ରହିଛି । ମୁଖ୍ୟମନ୍ତ୍ରୀଙ୍କ ବାସଭବନ ‘ନବୀନ ନିବାସ’ରେ ପାଣ୍ଡିଆନଙ୍କୁ ବିଭିନ୍ନ ବର୍ଗର ଶହ ଶହ ଲୋକ ଭେଟିବା ଓ ଶୁଭେଚ୍ଛା ଜଣାଇବାରୁ ଏହା ସ୍ପଷ୍ଟ ହୋଇଥିବା ବିଜେଡି ସୂତ୍ରରୁ ଜଣାପଡ଼ିଛି ।

ଅନ୍ୟପକ୍ଷରେ ଗତ ଅକ୍ଟୋବର ମାସରେ ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଥିବା ପାଣ୍ଡିଆନ ଖୁବଶୀଘ୍ର ବିଜେଡିର ସଦସ୍ୟତା ଗ୍ରହଣ କରିବାର ସ୍ପଷ୍ଟ ଆଭାସ ମିଳିଛି । ବିଜେଡି ସୂତ୍ର ଅନୁସାରେ, ପାଣ୍ଡିଆନ ଖୁବଶୀଘ୍ର ବିଜେଡିର କାର୍ଯ୍ୟକାରୀ ସଭାପତି ଦାୟିତ୍ୱ ତୁଲାଇବା ସହ ନବୀନ ପଟ୍ଟନାୟକଙ୍କ ଉତ୍ତରାଧିକାରୀ ହେବେ । ଆନୁଷ୍ଠାନିକ ଭାବେ ଉଭୟ ଦଳ ଓ ସରକାର ତାଙ୍କ ନିର୍ଦ୍ଦେଶରେ ପରିଚାଳିତ ହେବ । ପାଣ୍ଡିଆନଙ୍କ ‘ରାଜତିଳକ’ ନିମନ୍ତେ ବିଭିନ୍ନ ଢଙ୍ଗରେ ଉଭୟ ସାଧାରଣ ଲୋକ, ଦଳୀୟ କର୍ମୀ ଓ ନେତାମାନଙ୍କ ମୁଡକୁ ଆକଳନ କରାଯାଉଛି ।

ପାଣ୍ଡିଆନ ଆନୁଷ୍ଠାନିକ ଭାବେ ବିଜେଡିର ଉତ୍ତରାଧିକାରୀ ହେବାପରେ ବିଜେଡିରେ ‘ବିଜୁ ଲିଗାସୀ’ର ଅନ୍ତ ହେବ । ଯେଉଁ ବିଜୁବାବୁଙ୍କ ସ୍ୱପ୍ନକୁ ସାକାର କରିବା ନିମନ୍ତେ ବିଜେଡି ଗଠନ ହୋଇଥିଲା, ସେହି ବିଜୁବାବୁଙ୍କୁ ବିଜେଡି ସବୁଦିନ ପାଇଁ ବାଏବାଏ କରିବ । ଆଉ ନବୀନ ପଟ୍ଟନାୟକଙ୍କ ସ୍ୱପ୍ନ ଓ ଚିନ୍ତାଧାରାକୁ ଗ୍ରାଉଣ୍ଡରେ ପ୍ରତିଫଳିତ କରିବା ଦିଗରେ କାର୍ଯ୍ୟ କରିବ ବୋଲି ସନ୍ଦେଶ ମିଳିଛି । ଏହାସହିତ ‘ବିଜୁ ପଟ୍ଟନାୟକଙ୍କ ପରିବାର ସଦସ୍ୟ’ଙ୍କ ବିଜେଡିରେ ଉତ୍ତରାଧିକାରୀ ହେବେ ନାହିଁ ବୋଲି ସ୍ପଷ୍ଟ ହୋଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story