ପ୍ରଦୀପ ସାହୁଙ୍କ ଅଡିଓ ଭାଇରାଲ, କହିଲେ ଚକ୍ରବ୍ୟୁହରେ ଫସିଗଲେ ଶ୍ରୀମୟୀ: ଚକ୍ରବ୍ୟୁହର ମାଷ୍ଟରମାଇଣ୍ଡ କିଏ?

ବେଗୁନିଆ ବିଧାୟକ ପ୍ରାର୍ଥୀ ଦୌଡ଼ରେ ଆଗରେ ଥିବା ପ୍ରଦୀପ ସାହୁ କୌଣସି ଜଣେ ନେତ୍ରୀଙ୍କ ସହ କରୁଥିବା କଥାବାର୍ତ୍ତାର ଅଡିଓ ରେକର୍ଡିଂ ପଦାକୁ ଆସିଛି

Shreemayee Mishra PhotoOR

ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର

Ordigital Desk
  • Published: Tuesday, 23 April 2024
  • Updated: 23 April 2024, 08:41 PM IST

Sports

Latest News

ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ଖୋର୍ଦ୍ଧା ଓ ବେଗୁନିଆ ବିଧାନସଭା ଆସନର ପ୍ରାର୍ଥୀ ଚୂଡ଼ାନ୍ତ କରିପାରିନଥିବା ବିଜେଡି ନିଜ ଦଳର ଆଗଧାଡ଼ିର ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କ ପାଇଁ ଚକ୍ରବ୍ୟୁହ ରଚିଥିଲା । ବେଗୁନିଆରୁ ବିଜେଡିର ସମ୍ଭାବ୍ୟ ପ୍ରାର୍ଥୀ ଦୌଡ଼ରେ ଥିବା ପ୍ରଦୀପ ସାହୁ ଏଭଳି ଚାଂଚଲ୍ୟକର ଟିପ୍ପଣୀ ଦେଇଛନ୍ତି । ପ୍ରଦୀପ ସାହୁଙ୍କର ୬ମିନିଟ୍ ୫୮ସେକେଣ୍ଡର କଥୋପକଥନର ଏକ ଅଡିଓ ଏବେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ‘ଶ୍ରୀମୟୀ ଚକ୍ରବ୍ୟୁହରେ ଫସିଗଲେ’ ବୋଲି ସେ କହିଛନ୍ତି । ମାତ୍ର ବିଜେଡିର ଏହି ପ୍ରଭାବଶାଳୀ ନେତ୍ରୀଙ୍କ ପାଇଁ କିଏ ଚକ୍ରବ୍ୟୁହ ରଚିଥିଲା ଓ ଏହାର ମାଷ୍ଟରମାଇଣ୍ଡ କିଏ, ସେ ସମ୍ପର୍କରେ ପ୍ରଦୀପ କିଛି ମୁହଁ ଖୋଲିନଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ, ବେଗୁନିଆ ବିଧାୟକ ପ୍ରାର୍ଥୀ ଦୌଡ଼ରେ ଆଗରେ ଥିବା ପ୍ରଦୀପ ସାହୁ କୌଣସି ଜଣେ ନେତ୍ରୀଙ୍କ ସହ କରୁଥିବା କଥାବାର୍ତ୍ତାର ଅଡିଓ ରେକର୍ଡିଂ ପଦାକୁ ଆସିଛି । ସେଥିରେ ଶ୍ରୀମୟୀ ବିଜେଡିର ଚକ୍ରବ୍ୟୁହରେ ଫସିଗଲେ ଓ କିଛି ଜାଣିପାରିଲେ ନାହିଁ ବୋଲି କହିଛନ୍ତି । ଆଉ ପ୍ରଦୀପ ବିଜେଡି ଟିକେଟ୍ ପାଇବା ନେଇ ତାଙ୍କ ‘ବସ୍‌’ଙ୍କଠୁ ନିର୍ଭର ପ୍ରତିଶ୍ରୁତି ପାଇଥିବା କଥା ମଧ୍ୟ ଏହି ଅଡିଓରୁ ଶୁଣିବାକୁ ମିଳୁଛି । ଏହି ଅଡିଓ ପଦାକୁ ଆସିବା ପରେ ଖୋର୍ଦ୍ଧା ଜିଲ୍ଲା ବିଜେଡି ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

ତେବେ ପ୍ରଶ୍ନ ଉଠୁଛି, ବିଜେଡିର ସମ୍ଭାବ୍ୟ ସାଂସଦ ପ୍ରାର୍ଥୀ ଶ୍ରୀମୟୀ ମିଶ୍ରଙ୍କ ପାଇଁ ଚକ୍ରବ୍ୟୁହ ରଚିଥିଲା କିଏ? ଏହି ଚକ୍ରବ୍ୟୁହର ମାଷ୍ଟରମାଇଣ୍ଡ କିଏ? ଯଦି ପ୍ରଦୀପ ଚକ୍ରବ୍ୟୁହ କଥା ଜାଣିଛନ୍ତି ତା’ହେଲେ ତା’ର ମାଷ୍ଟରମାଇଣ୍ଡ କିଏ ନିଶ୍ଚିତ ଜାଣିଥିବେ ବୋଲି ଦଳୀୟ ମହଲରେ ଚର୍ଚ୍ଚା ହେଉଛି । ପ୍ରଦୀପଙ୍କ ଏହି ବୟାନ ଏବେ ଶ୍ରୀମୟୀଙ୍କ କଟା ଘା’ରେ ଚୂନ ଦେବା ସଦୃଶ ହୋଇଛି । ପୂର୍ବରୁ ମଧ୍ୟ ଅନୁରୂପ ବୟାନ ବିଜେଡିର ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ମନ୍ମଥ ରାଉତରାୟ ‘ଓଡ଼ିଶା ରିପୋର୍ଟର’କୁ ଦେଇଥିଲେ । ବିଜେଡି ତାଙ୍କୁ ପ୍ରାର୍ଥୀ କରିବାର ପ୍ରତିଶ୍ରୁତି ୨୦୨୩ ଏପ୍ରିଲ ମାସରୁ ଦେଇଥିଲା ଓ ଗଣମାଧ୍ୟମ ଏହା ଜାଣିବାରେ ବହୁ ବିଳମ୍ବ କଲା ବୋଲି ମନ୍ମଥ କହିଥିଲେ ।

Also Read

ଭୁବନେଶ୍ୱରରୁ ଦଳର ସମ୍ଭାବ୍ୟ ସାଂସଦ ପ୍ରାର୍ଥୀ ଭାବେ ଶ୍ରୀମୟୀଙ୍କୁ ବିଜେଡି  ୨୦୨୩ ଅକ୍ଟୋବର-ନଭେମ୍ବର ମାସରୁ ଆଗକୁ ଆଣିଥିଲା । ଏପରିକି ସମସ୍ତ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡିର ନେତାମାନେ ମଧ୍ୟ ଶ୍ରୀମୟୀଙ୍କୁ ସାଂସଦ ପ୍ରାର୍ଥୀ ଭାବେ ବୁଲାଇ ଲୋକଙ୍କ ସହ ପରିଚିତ କରାଉଥିଲେ । ଏପରିକି ବେଗୁନିଆରେ ବିଧାୟକ ରାଜେନ୍ଦ୍ର ସାହୁ ଓ ପ୍ରଦୀପ ସାହୁ ଉଭୟ ଶ୍ରୀମୟୀଙ୍କ ପାଇଁ ସଭାର ଆୟୋଜନ କରୁଥିଲେ । ମାତ୍ର ବିଜେଡି ଅଚାନକ ମନ୍ମ୍‌ଥଙ୍କୁ ଦଳରେ ମିଶାଇ ମାତ୍ର ୨ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ଦଳୀୟ ଲୋକସଭା ପ୍ରାର୍ଥୀ ଭାବେ ଘୋଷଣା କଲା । ସେବେଠୁ ଶ୍ରୀମୟୀ ସମ୍ପୂର୍ଣ୍ଣ ନିରବ ଓ ନିଖୋଜ ଅଛନ୍ତି । ବିଜେଡିର ମହିଳା ଚେହେରା ଭାବେ ସର୍ବଦା ଆଗରେ ରହୁଥିବା ଶ୍ରୀମୟୀ ଏବେ ସୋସିଆଲ ମିଡିଆରେ ସମ୍ପୂର୍ଣ୍ଣ ନିଷ୍କ୍ରିୟ ଅଛନ୍ତି ଓ ଦଳୀୟ କାର୍ଯ୍ୟକ୍ରମରେ ଦୃଶ୍ୟମାନ ହେଉନାହାନ୍ତି ।

ତେଣୁ ବିଜେଡିର ଏହି ପ୍ରଭାବଶାଳୀ ନେତ୍ରୀଙ୍କ ପାଇଁ କିଏ ଓ କାହିଁକି ଚକ୍ରବ୍ୟୁହ ରଚିଥିଲା, ଏଥିରେ କେଉଁମାନେ ସାମିଲ ଥିଲେ ଏବଂ ଏକଥାର ଟେର୍ ଶ୍ରୀମୟୀ କିଭଳି ପାଇଲେ ନାହିଁ ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଯଦି ଶ୍ରୀମୟୀଙ୍କ ବିରୁଦ୍ଧରେ ଚକ୍ରବ୍ୟୁହ ରଚନା ହୋଇଥିଲା ତା’ହେଲେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ଅନ୍ୟ ଆଗଧାଡ଼ିର ବିଜେଡି ନେତାମାନେ କିଭଳି ଟେର୍ ପାଇଲେ ନାହିଁ । ଦଳୀୟ ପ୍ରୋତ୍ସାହନ ବିନା ଶ୍ର୍ରୀମୟୀ ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ବୁଲିବା ସମ୍ଭବପର ମଧ୍ୟ ନୁହେଁ । ଯଦି ପ୍ରଦୀପ ସାହୁ ଏହି ଚକ୍ରବ୍ୟୁହ କଥା କହୁଛନ୍ତି ତା’ହେଲେ ସେଥିରେ ତାଙ୍କର ବସ୍ ବା ଗଡ଼ଫାଦରଙ୍କ ସମ୍ପୃକ୍ତି ରହିଛି କି? ଏଭଳି ପ୍ରଶ୍ନ ସାଧାରଣରେ ଚର୍ଚ୍ଚାର ଖୋରାକ୍ ଯୋଗାଇଛି ।

୬ମାସ ସମ୍ଭାବ୍ୟ ସାଂସଦ ପ୍ରାର୍ଥୀ ଭାବେ ବୁଲାଇ ଶ୍ରୀମୟୀଙ୍କୁ ହତାଦର କରିବା ଏବେ ବିଜେଡି ପାଇଁ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ଅଡ଼ୁଆ ପରିସ୍ଥିତି କରିଛି । ବିଶେଷକରି ଦଳର ମହିଳା ଭୋଟବ୍ୟାଙ୍କ ଉପରେ ଏହାର ପ୍ରଭାବ ପଡ଼ୁଥିବା ଚର୍ଚ୍ଚା ହେଉଛି । ବିଜେଡି ଏପର୍ଯ୍ୟନ୍ତ ଶ୍ରୀମୟୀଙ୍କୁ ଦଳ ସପକ୍ଷରେ ପ୍ରଚାର ମଇଦାନକୁ ଓହ୍ଲାଇ ପାରିନି । ଯଦିଓ ତାଙ୍କୁ ଷ୍ଟାର ପ୍ରଚାରକ ତାଲିକାରେ ସାମିଲ କରିଛି । ଏପଟେ ବେଗୁନିଆ ଓ ଖୋର୍ଦ୍ଧା ଜିଲ୍ଲାର ବିଜେଡି ସଂଗଠନ ଓ କର୍ମୀମାନେ ଏବେବି କଂଗ୍ରେସରୁ ଆସିଥିବା ପ୍ରଦୀପଙ୍କୁ ଗ୍ରହଣ କରିପାରୁନଥିଲେ ବି ସେ ତାଙ୍କର ‘ଗଡ଼ଫାଦର’ଙ୍କୁ ସନ୍ତୁଷ୍ଟ କରି ବିଜେଡି ଟିକେଟ୍ ହାତେଇବେ ବୋଲି ଦୃଢ଼ ନିଶ୍ଚିତ ଥିବା ଜଣାପଡ଼ିଛି ।

ପ୍ରଦୀପ ସାହୁଙ୍କ ‘ଚକ୍ରବ୍ୟୁହରେ ଫସିଗଲେ’ ବୟାନ ଓ ମନ୍ମଥ ରାଉତରାୟଙ୍କ ‘୨୦୨୩ ଏପ୍ରିଲ ମାସରୁ ବିଜେଡି ସହ ଡିଲ’ ବୟାନରୁ ହିଁ ଶ୍ରୀମୟୀଙ୍କୁ ହତାଦର କରିବାକୁ ନେଇ ହୋଇଥିବା ସୁଚିନ୍ତିତ ଷଡ଼ଯନ୍ତ୍ରକୁ ପଦାରେ ପକାଇଛି । ଯଦି ପୂର୍ବରୁ ସବୁ ସ୍ଥିରୀକୃତ ଥିଲା ତା’ହେଲେ ଶ୍ରୀମୟୀଙ୍କୁ ସମ୍ଭାବ୍ୟ ସାଂସଦ ପ୍ରାର୍ଥୀ ଭାବେ ଦଳ କାହିଁକି ଆଗକୁ ଆଣିଥିଲା ତାହା ପୁଣିଥରେ ଦଳୀୟ ମହଲରେ ଚର୍ଚ୍ଚାର ଖୋରାକ୍ ଯୋଗାଇଛି । ଏହି ଷଡ଼ଯନ୍ତ୍ର କେଉଁମାନେ ରଚିଥିଲେ ତାହା କିଭଳି ବିଜେଡି ସୁପ୍ରିମୋ ଓ ଦ୍ୱିତୀୟ କ୍ଷମତାକେନ୍ଦ୍ର ଜାଣିପାରିଲେ ନାହିଁ ତାକୁ ନେଇ ଦଳୀୟ ମହଲରେ ଚର୍ଚ୍ଚା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story