ବର୍ଷାଙ୍କ ୮ଟି ନାଁ, ସତ୍ୟପାଠ ଖୋଲିଲା ଗୁମର: ସ୍କୁଲ ସାର୍ଟିଫିକେଟ, ବ୍ୟାଙ୍କ ଖାତା, ପ୍ୟାନ୍ ଓ ଆଧାର ସବୁଠି ଭିନ୍ନ ଭିନ୍ନ ନାମ

ବର୍ଷା ଆଜି ନିଜର ନାମାଙ୍କନ ପତ୍ର ସହ ଅତିରିକ୍ତ ତଥ୍ୟ ଭାବେ ଯେଉଁ ସତ୍ୟପାଠ ଦାଖଲ କରିଛନ୍ତି ତାହା ତାଙ୍କର ବିବାଦୀୟ ଭୂମିକା ଆଡ଼କୁ ଇଙ୍ଗିତ କରିଛି।

Varsha Priyadarshini PhotoOR

ବିଜେଡି ବିଧାୟକ ପ୍ରାର୍ଥୀ ବର୍ଷା ପ୍ରିୟଦର୍ଶିନୀ

Ordigital Desk
  • Published: Friday, 10 May 2024
  • Updated: 10 May 2024, 10:55 PM IST

Sports

Latest News

ବଡ଼ଚଣା ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଆଜି ନିଜର ୪ସେଟ୍ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।  ତେବେ ବର୍ଷା ଦାଖଲ କରିଥିବା ସତ୍ୟପାଠ ଏବେ ବିଜେଡି ବଡ଼ପଣ୍ଡାମାନଙ୍କ ନିଦ ହଜାଇ ଦେଇଛି। ବର୍ଷାଙ୍କ ବିଭିନ୍ନ ସରକାରୀ ରେକର୍ଡରେ ନାଁ ଭିନ୍ନ ଭିନ୍ନ ଥିବା, ଏପରିକି ତାଙ୍କ ବାପା-ମା’ଙ୍କ ନାଁ ବି ସରକାରୀ ରେକର୍ଡରେ ତ୍ରୁଟିପୂର୍ଣ୍ଣ ରହିବାର ନୂଆ ତଥ୍ୟ ପଦାକୁ ଆସିଛି। ବିଭିନ୍ନ ସରକାରୀ ରେକର୍ଡରେ ବର୍ଷାଙ୍କର ୮ ଟି ନାଁ ରହିଛି ଓ ସେସମସ୍ତ ନାଁ ତାଙ୍କର ବୋଲି ବର୍ଷା ଆଜି ସତ୍ୟପାଠରେ ଦର୍ଶାଇବା ପରେ ସେ ଆରମ୍ଭରୁ ହିଁ ନିଜର ପରିଚୟକୁ ନେଇ ଆଇନ ସହ ଲୁଚକାଳି ଖେଳୁଥିବା ଜଣାପଡ଼ିଛି। ହାଇସ୍କୁଲ ସାର୍ଟିଫିକେଟଠୁ ଆରମ୍ଭ କରି ବ୍ୟାଙ୍କ ଖାତା, ପ୍ୟାନ୍ ଓ ଆଧାର ନମ୍ବର ଆଦି ସରକାରୀ ରେକର୍ଡରେ କିଭଳି ତାଙ୍କ ନାଁ’ରେ ତ୍ରୁଟି ରହୁଥିଲା ଏବଂ ସେସବୁ ସମ୍ପର୍କରେ ବର୍ଷା କାହିଁକି ସଙ୍ଗେସଙ୍ଗେ ଆପତ୍ତି ଉଠାଉ ନଥିଲେ ତାହା ଏବେ ସବୁଠୁ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ଓ ତାଙ୍କର ଭୂମିକାକୁ ସନ୍ଦେହଘେରକୁ ଆସିଛି । ସେହିପରି ବର୍ଷା ଓଡ଼ିଶାର ଏକମାତ୍ର ମହିଳା ପ୍ରାର୍ଥୀ ଯାହାଙ୍କ ନାଁରେ ବିଭିନ୍ନ ଥାନାରେ ଭିନ୍ନ ଭିନ୍ନ ତାରିଖରେ ପଞ୍ଜିକୃତ ୫ଟି ଅପରାଧିକ ମାମଲା ଏବେବି କୋର୍ଟଙ୍କ ବିଚାରାଧୀନ ରହିଥିବା ତାଙ୍କ ସତ୍ୟପାଠରୁ ଜଣାପଡ଼ିଛି ।

ବର୍ଷା ଆଜି ନିଜର ନାମାଙ୍କନ ପତ୍ର ସହ ଅତିରିକ୍ତ ତଥ୍ୟ ଭାବେ ଯେଉଁ ସତ୍ୟପାଠ ଦାଖଲ କରିଛନ୍ତି ତାହା ତାଙ୍କର ବିବାଦୀୟ ଭୂମିକା ଆଡ଼କୁ ଇଙ୍ଗିତ କରିଛି । ସରକାରୀ ଦସ୍ତାବିଜରେ ବର୍ଷା କିଭଳି ନିୟମିତ ବ୍ୟବଧାନରେ ନିଜର ଭିନ୍ନ ଭିନ୍ନ ନାଁ ଦର୍ଶାଇଛନ୍ତି ଓ ତାହା ସମ୍ପୃକ୍ତ ସରକାରୀ ଅଫିସ ଦ୍ୱାରା ହୋଇଥିବା ତ୍ରୁଟି ବୋଲି କହି ଏବେ ନିଜର ସଦ୍ୟ ସତ୍ୟପାଠ ମାଧ୍ୟମରେ ଖସିଯିବାକୁ ବସିଛନ୍ତି ତାହା ଆଜି ସ୍ପଷ୍ଟ ହୋଇଯାଇଛି।

ବର୍ଷାଙ୍କ ସତ୍ୟପାଠ ଅନୁସାରେ ତାଙ୍କ ଘର କଟକସ୍ଥିତ ବକ୍ସିବଜାର ବେପାରୀ ସାହିରେ । ସେ ରେଭେନ୍ସା ବାଳିକା ହାଇସ୍କୁଲର ଛାତ୍ରୀ ଥିଲେ ଓ ମାଟ୍ରିକ ବୋର୍ଡ ସାର୍ଟିଫିକେଟରେ ତାଙ୍କ ନାଁ ‘Barsha Priyadarshinee Sahu’ ରହିଥିଲା । ସେଥିରେ ତାଙ୍କ ମା’ଙ୍କ ନାଁ Deepa Sahu ଓ ବାପାଙ୍କ ନାଁ Sisir kumar Sahu ଉଲ୍ଲେଖ ଥିଲା । ତେବେ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ତାଙ୍କୁ ମିଳିଥିବା ଯୁକ୍ତଦୁଇ ସାର୍ଟିଫିକେଟରେ ତାଙ୍କ ନାଁ ତ୍ରୁଟିବଶତଃ Barsha Priyadarshinee Sahu ବଦଳରେ Barasa Priyadarshini Sahoo ଏବଂ ତାଙ୍କ ମା’ଙ୍କ ନାଁ Deepa Sahu ବଦଳରେ Dipa Sahoo ଏବଂ ପିତାଙ୍କ ନାଁ Sisir kumar Sahu ବଦଳରେ Sisir kumar sahoo ଉଲ୍ଲେଖ ରହିଥିଲା ।

Also Read

ଏହି ତ୍ରୁଟିକୁ ସୁଧାରିବା ପାଇଁ ସେ ୨୦୦୮ ଏପ୍ରିଲ ୩ତାରିଖରେ ଏକ ସତ୍ୟପାଠ ମାଧ୍ୟମରେ ନିଜର ନାଁକୁ Barsha Priyadarshinee Sahu ରୁ Varsha Priyadarshini କୁ ପରିବର୍ତ୍ତନ କରିଥିଲେ। ତାଙ୍କର ସମସ୍ତ ରେକର୍ଡରେ ଏହି ସଂଶୋଧିତ ନାଁରେ ସେ ପରିଚିତ ହେବେ ବୋଲି ଦର୍ଶାଇଥିଲେ। ଏହି ନାମ ସଂଶୋଧନ ସତ୍ୟପାଠ ମଧ୍ୟ ୨୦୦୮ ଏପ୍ରିଲ ୫ତାରିଖରେ ରାଜ୍ୟର ଏକ ପ୍ରମୁଖ ସମ୍ବାଦପତ୍ରରେ ପ୍ରକାଶିତ ହୋଇଥିଲା ବୋଲି ଦର୍ଶାଇଛନ୍ତି। ତେବେ ୨୦୦୮ ମସିହା ପରଠୁ ଆଇନଗତ ଭାବେ ତାଙ୍କୁ ଯେଉଁସବୁ ଦସ୍ତାବିଜ ଜାରି ହୋଇଛି ସେଥିରେ ତାଙ୍କର ନାଁରେ ତ୍ରୁଟି ଥିଲେ ମଧ୍ୟ ସେଗୁଡ଼ିକୁ ସେ ଆଇନତଃ ସଂଶୋଧନ କରିନଥିବା ଜଣାପଡ଼ିଛି । ବ୍ୟାଙ୍କ ଆକାଉଣ୍ଟ ହେଉ ଅବା ଏଲଆଇସି ପଲିସି ହେଉ ଅବା ମ୍ୟୁଚୁଆଲ ଫଣ୍ଡ ଆକାଉଣ୍ଟ ।

ତେବେ ନିର୍ବାଚନ କମିଶନଙ୍କ ଦ୍ୱାରା ଜାରି ଭୋଟ ପରିଚୟ ପତ୍ରରେ ଭୁଲବଶତଃ ତାଙ୍କ ମା’ଙ୍କ ନାଁ Deepa Sahu ପରିବର୍ତ୍ତେ Dipa Sahu ଉଲ୍ଲେଖ ରହିଥିଲା। ତେଣୁ ତାଙ୍କ ମା’ଙ୍କ ଠିକ୍ ନାଁ ହେଉଛି Deepa Sahu ଓ ସେ Dipa Sahoo ଓ Dipa Sahu ନାମରେ ମଧ୍ୟ ପରିଚିତ ଏବଂ ସମାନ ବ୍ୟକ୍ତି ।କର୍ତ୍ତୃପକ୍ଷଙ୍କ ଦ୍ୱାରା ଟାଇପଜନିତ ତ୍ରୁଟି ଯୋଗୁ ଏଭଳି ଭିନ୍ନ ଭିନ୍ନ ନାମ ହୋଇଛି ବୋଲି ବର୍ଷା ସତ୍ୟପାଠରେ ଉଲ୍ଲେଖ କରିଛନ୍ତି ।ସେହିପରି ତାଙ୍କର ପିତାଙ୍କ ନାଁ ମଧ୍ୟ ଭିନ୍ନ ଭିନ୍ନ ହେବା ପଛରେ କର୍ତ୍ତୃପକ୍ଷଙ୍କ ଦ୍ୱାରା ଟାଇପଜନିତ ତ୍ରୁଟି ବୋଲି ବର୍ଷା ସତ୍ୟପାଠରେ ଦର୍ଶାଇଛନ୍ତି। ତେବେ ଏତିକିରେ ବର୍ଷାଙ୍କ ନାଁକୁ ନେଇ ସନ୍ଦେହଜନକ ଭୂମିକାରେ ପୂର୍ଣ୍ଣଚ୍ଛେଦ ପଡ଼ିନି ।

ବର୍ଷା ଦର୍ଶାଇଛନ୍ତି ଯେ, Varsha Priyadarshini ନାଁରେ ପୂର୍ବରୁ ଜାରି ହୋଇଥିବା ପ୍ୟାନ କାର୍ଡରେ ତାଙ୍କ ନାଁ ଭୁଲବଶତଃ Barsha Priyadarshini ଉଲ୍ଲେଖ ଥିଲା। ମାତ୍ର ସେ ଏହାର ସଂଶୋଧନ ପାଇଁ ଆବେଦନ କରିବା ପରେ ତାଙ୍କୁ ସମାନ ପ୍ୟାନ୍ ନମ୍ବର ଥାଇ ସଂଶୋଧିତ ନାମରେ ଆୟକର ବିଭାଗ ପ୍ୟାନକାର୍ଡ ଦେଇଛନ୍ତି। ସେହିପରି ଏଲଆଇସି ପଲିସିରେ ତାଙ୍କ ନାଁ ଅଜାଣତରେ Varsha Priyadarshini ବଦଳରେ Barsha Priyadarshini  ରହିଛି।

ଆୟକର ଦାଖଲବେଳେ ଅଜାଣତରେ ଟାଇପଜନିତ ତ୍ରୁଟି ଯୋଗୁ ତାଙ୍କ ନାଁ  Varsha Priyadarshini ବଦଳରେ Varsha Priyadashani ରହିଥିଲା। ସେହିପରି ମ୍ୟୁଚୁଆଲ ଫଣ୍ଡ ଦସ୍ତାବିଜରେ ତାଙ୍କର ନାଁ Varsha Priyadarshini ବଦଳରେ Barsha Priyadarshani ରହିଛି । ଯାହାକି ଟାଇପଜନିତ ତ୍ରୁଟି ବୋଲି ସେ ଦର୍ଶାଇଛନ୍ତି।

ତେଣୁ Varsha Priyadarshini(ଭର୍ଷା ପ୍ରିୟଦର୍ଶିନି) , Varsha Priyadashani  (ଭର୍ଷା ପ୍ରିୟଦର୍ଶନୀ) ,Barsha Priyadarshini((ବର୍ଷା ପ୍ରିୟଦର୍ଶିନୀ) , Barsha Priyadarshani(ବର୍ଷା ପ୍ରିୟଦର୍ଶନି), Barsha Priyadarshinee((ବର୍ଷା ପ୍ରିୟଦର୍ଶିନୀ) , Barsha Priyadarshani Sahu (ବର୍ଷା ପ୍ରିୟଦର୍ଶିନି ସାହୁ), Barasa Priyadarshini Sahoo(ବରଷା ପ୍ରିୟଦର୍ଶିନି ସାହୁ), Barsha Priyadarshinee Sahu(ବର୍ଷା ପ୍ରିୟଦର୍ଶିନୀ ସାହୁ) ସମସ୍ତ ନାଁ ହିଁ ଜଣେ ଓ ସମାନ ବ୍ୟକ୍ତିଙ୍କର, ଯାହାକି ସେ ନିଜେ ବୋଲି ସତ୍ୟପାଠରେ ଦର୍ଶାଇଛନ୍ତି ।

ତେବେ ଡିଜିଟାଲ ଭାରତରେ କୋଟିକୋଟି ଲୋକ ରହୁଥିଲେ ମଧ୍ୟ ସରକାରୀ ଦସ୍ତାବିଜରେ ଏତେ ପରିମାଣରେ ଟାଇପଜନିତ ତ୍ରୁଟି କିଭଳି କେବଳ ବର୍ଷାଙ୍କ କ୍ଷେତ୍ରରେ ବାରମ୍ବାର ହେଉଥିଲା ଓ ବର୍ଷା କାହିଁକି ନିରବ ରହିଥିଲେ?  ନିଜର ୮ ଟି ନାଁ ଓ ପିତାମାତାଙ୍କ ନାଁ’ରେ ବାରମ୍ବାର ତ୍ରୁଟି ବର୍ଷାଙ୍କ ସନ୍ଦେହଜନକ ଭୂମିକାକୁ ପଦାରେ ପକାଇଛି ।

୪୧ବର୍ଷୀୟା ବର୍ଷା ନିଜର ସତ୍ୟପାଠରେ ଦର୍ଶାଇଛନ୍ତି ଯେ, ସେ ୨୦୦୦ ମସିହାରେ କଟକସ୍ଥିତ ଖ୍ରୀଷ୍ଟ କଲେଜରୁ ଯୁକ୍ତ ଦୁଇ କଳାରେ ପାସ୍ କରିଛନ୍ତି । ତାଙ୍କର ବିବାହ ବିଚ୍ଛେଦ ହୋଇସାରିଛି । ବର୍ଷାଙ୍କର ମୋଟ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ପରିମାଣ ୧ କୋଟି ୩ ଲକ୍ଷ ୫୨ହଜାର ୭୭୪ଟଙ୍କା ଦର୍ଶାଇଛନ୍ତି । ଏଥିରେ ସେ ନିର୍ବାଚନ ଲଢ଼ିବା ପାଇଁ ୩୦ଲକ୍ଷ ଟଙ୍କା ବିଜେଡିଠୁ ଋଣ ନେଇଛନ୍ତି । ଶେୟାର ମାର୍କେଟରେ ପ୍ରାୟ ୪୦ଲକ୍ଷ ଟଙ୍କା ବିନିଯୋଗ କରିଛନ୍ତି । ୨୪.୫୦ଲକ୍ଷ ଟଙ୍କାର ସୁନାଅଳଙ୍କାର ତାଙ୍କର ରହିଛି । ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ ତହସିଲ ଅନ୍ତର୍ଗତ ବେଗୁନିଆ ମୌଜାରେ ୪ଟି ଅଣକୃଷି ଜମି ରହିଛି, ଯାହାର ଆନୁମାନିକ ମୂଲ୍ୟ ୯୦ହଜାର ଟଙ୍କା ଦର୍ଶାଇଛନ୍ତି ।

ବର୍ଷା ତାଙ୍କ ନାଁରେ ପୁରୀଘାଟ ଥାନାରେ ୩ଟି ଭିନ୍ନ ଭିନ୍ନ ମାମଲା ସହ ଶହୀଦନଗର ଥାନାରେ ଗୋଟିଏ ଓ ନୂଆଦିଲ୍ଲୀର ନର୍ଥ ଏଭେନ୍ୟୁ ଥାନାରେ ଗୋଟିଏ ମାମଲା ରହିଥିବା ଦର୍ଶାଇଛନ୍ତି । ଏସବୁ ଥାନାରେ ପଞ୍ଜିକୃତ ମାମଲାଗୁଡ଼ିକ ଏବେ କୋର୍ଟଙ୍କ ବିଚାରାଧୀନ ରହିଛି । କୌଣସି ମାମଲାରେ ତାଙ୍କ ନାଁରେ ଏପର୍ଯ୍ୟନ୍ତ ଚାର୍ଜଫ୍ରେମ ହୋଇନାହିଁ । ତାଙ୍କ ନାଁରେ ଆଇପିସିର ଧାରା -୧୮୬, ୩୪୧, ୩୪, ୫୦୦, ୧୭୦,୪୪୮,୪୬୧,୧୨୦(ଖ), ୪୨୦,୨୯୪ ସମେତ ଅନୁସୂଚିତ ଜାତି-ଜନଜାତି ମାମଲା ମଧ୍ୟ ରହିଥିବା ଦର୍ଶାଇଛନ୍ତି ।

ଚଳିତ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବିଜେଡି, ବିଜେପି ଓ କଂଗ୍ରେସର ମୋଟ ୬୮ଜଣ ମହିଳା ବିଧାୟିକା ପ୍ରାର୍ଥୀଙ୍କ ମଧ୍ୟରୁ ସମ୍ଭବତଃ ବର୍ଷା ଏକମାତ୍ର ମହିଳା ପ୍ରାର୍ଥୀ ଯାହାଙ୍କ ନାଁରେ ଏତେ ପରିମାଣର ଅପରାଧିକ ମାମଲା ରହିଛି । ଅବଶ୍ୟ ବର୍ଷା ନିଜର ନାଁକୁ ନେଇ ଜାଲିଆତି କରିଛନ୍ତି ବୋଲି ୨୦୨୨ ଜୁନ୍ ମାସରେ ତାଙ୍କ ପୂର୍ବତନ ସ୍ୱାମୀ ଅନୁଭବ ମହାନ୍ତି ଅଭିଯୋଗ ଆଣିଥିଲେ । ଯେଉଁଥିରେ ବର୍ଷାଙ୍କ ମାଟ୍ରିକ ସାର୍ଟିଫିକେଟ୍‌, ଆଧାର କାର୍ଡ, ପ୍ୟାନ କାର୍ଡ ଓ ପାସପୋର୍ଟ, ସହ ବ୍ୟାଙ୍କ ଆକାଉଣ୍ଟରେ ଭିନ୍ନ ଭିନ୍ନ ନାଁ ଥିବା ସେ ଦର୍ଶାଇଛନ୍ତି ।

   ତେବେ ନିର୍ବାଚନ କମିଶନଙ୍କ ପାଖରେ ବର୍ଷା ଦାଖଲ କରିଥିବା ଫର୍ମ ୨୬ ରୁଲସ-୪(କ)ରେ ନିଜ ପିତାଙ୍କ ନାଁ ଉଲ୍ଲେଖ କରିନଥିବାବେଳେ ମା’ଙ୍କ ନାଁ Dipa Sahu ଉଲ୍ଲେଖ କରିଛନ୍ତି । ଯଦିଓ ଏହି ନାମାଙ୍କନ ପତ୍ର ସହ ସେ ଦାଖଲ କରିଥିବା ଅନ୍ୟ ଏକ ଅତିରିକ୍ତ ସତ୍ୟପାଠରେ ବର୍ଷା ତାଙ୍କ ମା’ଙ୍କ ଠିକ୍ ନାଁ Deepa Sahuଦର୍ଶାଇଛନ୍ତି । ମା’ଙ୍କ ନାମ ନିର୍ବାଚନ କମିଶନଙ୍କ ଦ୍ୱାରା ଜାରି ଭୋଟ ପରିଚୟ ପତ୍ରରେ ଭୁଲ୍ ଅଛି ବୋଲି ଉଲ୍ଲେଖ କରିଥିବା ବର୍ଷା କାହିଁକି ଏପର୍ଯ୍ୟନ୍ତ ନିଜ ମା’ଙ୍କ ସଂଶୋଧିତ ପରିଚୟ ପତ୍ର ଜାରି କରିନାହାନ୍ତି ତାକୁ ନେଇ ବି ସନ୍ଦେହ ସୃଷ୍ଟି ହୋଇଛି । ଏସବୁକୁ ବିବାଦୀୟ ସ୍ଥିତିକୁ ଦେଖିଲେ ନିର୍ବାଚନ ରିଟର୍ଣ୍ଣିଂ ଅଫିସର ଏଭଳି ତ୍ରୁଟିଯୁକ୍ତ ନାମାଙ୍କନକୁ ରଦ୍ଦ କରୁଛନ୍ତି କି ଅନୁମୋଦନ ଦେଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର ।

ଉଲ୍ଲେଖଯୋଗ୍ୟ, ସ୍ୱାଧୀନତା ସଂଗ୍ରାମୀଙ୍କ ମାଟି ବଡ଼ଚଣାରେ ଦଳୀୟ ନେତା ଓ କର୍ମୀଙ୍କୁ ଅଣଦେଖା କରି ବିଜେଡି ଅପ୍ରତ୍ୟାଶିତ ଭାବେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ସେଠାରେ ବିଧାୟକ ପ୍ରାର୍ଥୀ କରିଛି । ବର୍ଷା ବଡ଼ଚଣାର ପାଣିପବନ, ଭୂଗୋଳ-ଇତିହାସ ସହ ଜଡ଼ିତ ନଥାଇ ମଧ୍ୟ ବିଜେଡି ନେତୃତ୍ୱ ନିଜର ପତିଆରା ଦେଖାଇବାକୁ ସେଠାରେ ତାଙ୍କୁ ପ୍ରାର୍ଥୀ କରି ଦଳୀୟ କର୍ମୀ ଓ ସାଧାରଣ ଲୋକଙ୍କ ଉପରେ ବର୍ଷାଙ୍କୁ ଜିତାଇବା ପାଇଁ ଚାପ ପକାଉଥିବା ଜଣାପଡ଼ିଛି । ବର୍ଷାଙ୍କ ପ୍ରାର୍ଥୀତ୍ୱକୁ ନେଇ ବଡ଼ଚଣା ବିଜେଡିରେ ଅସନ୍ତୋଷ ଲାଗି ରହିଥିବାବେଳେ ବର୍ଷା ଆଜି ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଆଉ ସେ ଦାଖଲ କରିଥିବା ନିର୍ବାଚନୀ ସତ୍ୟପାଠକୁ ଦେଖିଲେ ବର୍ଷା ବିଗତ ଦିନରେ ଆଇନ ସହ କିଭଳି ଖେଳିଛନ୍ତି ଓ ନିଜ ନାଁକୁ ନେଇ ଜାଲିଆତି କରିଛନ୍ତି ତା’ର ବିବାଦୀୟ ଚିତ୍ର ସ୍ପଷ୍ଟ ପ୍ରତିଫଳିତ ହେଉଥିବା ସାଧାରଣରେ ଚର୍ଚ୍ଚା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story