୨୫ ବର୍ଷରେ କରିଛ କ’ଣ? ଅରୁନ୍ଧତୀ ଦେବୀଙ୍କୁ ପଚାରିଲେ ଲୋକେ

ଦେବଗଡ଼ ରାଣୀ ତଥା ବିଜେଡି ବିଧାୟକ ପ୍ରାର୍ଥୀ ଅରୁନ୍ଧତୀ ଦେବୀ। ବିଜେଡିରେ ମିଶିବାର ଗୋଟିଏ ଦିନ ପରେ ପ୍ରାର୍ଥୀ ହୋଇଥିଲେ। ପ୍ରାର୍ଥୀ ହେବା ପରେ ପୁଅ ସହ ମିଶି ପ୍ରଚାର ଆରମ୍ଭ କରିଛନ୍ତି ଅରୁନ୍ଧତୀ ଦେବୀ।

Queen Arundhati Devi of Deogarh PhotoOR

ଗାଁ ଲୋକଙ୍କ ପ୍ରଶ୍ନ ଉତ୍ତର ଦେଉଛନ୍ତି

Manoranjan Sial
  • Published: Tuesday, 23 April 2024
  • Updated: 23 April 2024, 06:20 PM IST

Sports

Latest News

୨୫ ବର୍ଷରେ କରିଛ କ’ଣ? ଆଜି ଯାଏଁ କେଉଁଠି ଥିଲ? ଆଜି କାହିଁକି ଆସିଛ? ଦେବଗଡ଼ ରାଣୀ ତଥା BJD ପ୍ରାର୍ଥୀ ଅରୁନ୍ଧତୀ ଦେବୀଙ୍କୁ ଏମିତି ନାନା ପ୍ରଶ୍ନ ପଚାରିଛନ୍ତି ନିଜ ଅଞ୍ଚଳର ପ୍ରଜା। ବିଜେଡି ପାଇଁ ଭୋଟ୍‌ ମାଗିବାକୁ ଯାଇ ଗାଁ ଲୋକଙ୍କ ପ୍ରଶ୍ନ ବାଣରେ ଘାଇଲା ହୋଇ ଫେରିଛନ୍ତି ରାଣୀ ମାଆ। ଯାହାର ଭିଡିଓ ଏବେ ସୋଶାଲ୍‌ ମିଡ଼ିଆରେ ଭାଇରାଲ୍‌ ହେଉଛି। ଦିନେ ଯିଏ ରାଣୀ ମାଆ ବୋଲି ମୁଣ୍ଡରେ ବସାଇଥିଲେ ଆଜି ସେହି ପ୍ରଜା ତାଙ୍କର ମଜାକ ଉଡାଉଛନ୍ତି। ଆଉ ମୁହେଁ ମୁହେଁ ସମାଲୋଚନା କରୁଛନ୍ତି।

ଦେବଗଡ଼ ରାଣୀ ତଥା ବିଜେଡି ବିଧାୟକ ପ୍ରାର୍ଥୀ ଅରୁନ୍ଧତୀ ଦେବୀ। ବିଜେଡିରେ ମିଶିବାର ଗୋଟିଏ ଦିନ ପରେ ପ୍ରାର୍ଥୀ ହୋଇଥିଲେ। ପ୍ରାର୍ଥୀ ହେବା ପରେ ପୁଅ ସହ ମିଶି ପ୍ରଚାର ଆରମ୍ଭ କରିଛନ୍ତି ଅରୁନ୍ଧତୀ ଦେବୀ। କିଛି ଦିନ ତଳେ ସେ ଓ ତାଙ୍କ ପୁଅ ତଥା ଯୁବରାଜ ରିଆମାଳ ବ୍ଲକ୍‌ ଖଇରପାଲି ଗାଁକୁ ଯାଇଥିଲେ। ରାଣୀ ମାଆ ଆସିଛନ୍ତି ବୋଲି ଭାବି ଗାଁ ଲୋକେ ପ୍ଲାଷ୍ଟିକ୍‌ ଚେୟାରରେ ଗାଁ ଦାଣ୍ଡରେ ବସାଇଥିଲେ।

Also Read

ଗାଁ ଲୋକଙ୍କ ସ୍ୱାଗତ ଦେଖି ରାଣୀ ମାଆ ଗଦ୍‌ଗଦ୍‌ ହୋଇଥିଲେ। ଆଉ ନିଜ ଢ଼ଙ୍ଗରେ ଲୋକଙ୍କୁ ଭୋଟ୍‌ ମାଗିଥିଲେ। ବିଜେଡିକୁ ଭୋଟ୍‌ ଦେବା ପାଇଁ ଅପିଲ୍‌ କରିଥିଲେ। ରାଣୀ ମାଆଙ୍କ ଭୋଟ୍‌ ମାଗିବାକୁ ଦେଖି ତାତି ଯାଇଥିଲେ ପ୍ରଜା। ଆଉ ପଚାରିଥିଲେ ପ୍ରଶ୍ନ ପରେ ପ୍ରଶ୍ନ। ପ୍ରଜାଙ୍କ ପ୍ରଶ୍ନ ଶୁଣି ଆଶ୍ଚର୍ଯ୍ୟ ହୋଇଥିଲେ ରାଣୀ ମାଆ ଅରୁନ୍ଧତୀ ଦେବୀ। ପ୍ରାୟତଃ ଜୀବନରେ କେବେ କାହାର ପ୍ରଶ୍ନ ଶୁଣିନଥିବା ଅରୁନ୍ଧତୀ ଦେବୀ ଗାଁ ଲୋକଙ୍କ ପ୍ରଶ୍ନରେ ଘାବରାଇ ଯାଇଥିଲେ। ପାଖରେ ବସିଥିବା ତାଙ୍କୁ କେବଳ ସାନ୍ତ୍ୱନା ଦେବାଛଡ଼ା ଅନ୍ୟ କିଛି ବିକଳ୍ପ ନଥିଲା। ଯାହାର ଭିଡ଼ିଓ ଏବେ ସୋଶାଲ ମିଡ଼ିଆରେ ଭାଇରାଲ୍‌ ହେଉଛି।

ଭାଇରାଲ୍‌ ହେଉଥିବା ଭିଡିଓରେ ଦେଖିବାକୁ ଜଣେ ବ୍ୟକ୍ତି ପଚାରୁଛନ୍ତି, ୨୫ ବର୍ଷର ଶାସନ କାଳ ଭିତରେ ମୁଖ୍ୟମନ୍ତ୍ରୀଙ୍କର ଯଦି ବୁଦ୍ଧିଥାଏ, ତାହାହେଲେ ସେ ପର ଦ୍ୱାରା କେମିତି ପରିଚାଳିତ ହେଉଛନ୍ତି? ପ୍ରଥମେ ପ୍ୟାରୀମୋହନ ମହାପାତ୍ରଙ୍କ ଦ୍ୱାରା କିଛି ବର୍ଷ ହେଲା ପରିଚାଳିତ ହେଲେ। ସିଏ ଯେତେବେଳେ ଅଧିକାର ସାବ୍ୟସ୍ତ କଲେ, ତାକୁ ତଡି ଦେଲେ। ଆଜି ସେହି ମୁଖ୍ୟମନ୍ତ୍ରୀ ନିଜର ବୁଦ୍ଧି ନଥିବାରୁ ପର ଦ୍ୱାରା ପରିଚାଳିତ ହେଉଛନ୍ତି... ପାଣ୍ଡିଆନ୍‌ କେଉଁଠୁ ଆସିଛନ୍ତି? ତେଣୁ ଆମେ ବିଜେଡିକୁ ଭରସା କରିପାରୁନୁ ବୋଲି ଲୋକମାନେ କହିଥିଲେ।

ଆଉ ଏକ ଭିଡିଓରେ ଦେଖିବାକୁ ମିଳୁଛି ଜଣେ ବ୍ୟକ୍ତି ପଚାରୁଛନ୍ତି (ଅରୁନ୍ଧତୀ ଦେବୀ) ଆଗରୁ କେଉଁଠି ଥିଲେ। ଏହାର ଜବାବରେ ଅରୁନ୍ଧତୀ ଦେବୀ କହୁଛନ୍ତି, ଆଗରୁ କିଛି ନଥିଲି। ଏବେ ଟିକଟ ମିଳିଲା ବୋଲି ଆସିଲି। ନହେଲେ ମୁଁ ଆସିନଥାଆନ୍ତି। ମୁଁ ଚାହୁଁଛି ପିଲାମାନେ ଭଳ ମଣିଷ ହୁଅନ୍ତୁ।

ଏଭଳି ପ୍ରଶ୍ନୋତ୍ତର ଚାଲିଥିବାବେଳେ କିଛି ଯୁବକ ହସୁଥିଲେ। ଏହାଦେଖି ଅରୁନ୍ଧତୀ ଦେବୀ ତାତି ଯାଇଥିଲେ। ଆଉ ଯୁବକମାନଙ୍କୁ କହିଥିଲେ, ଏମିତି ହସ ନାହିଁ। ମୁଁ ଗୋଟିଏ ସ୍ତ୍ରୀ ଅଛି। ଦୁର୍ଗା ମାଆ ମଧ୍ୟ ଜଣେ ସ୍ତ୍ରୀ। ସ୍ତ୍ରୀ ଲୋକଙ୍କୁ ଇଜ୍ଜତ ଦେବା ଶିଖ...। ଏମିତି କେତେକଥା କହିଥିଲେ। ଏହା ପରେ ଅରୁନ୍ଧତୀ ଦେବୀ ଯିବାକୁ ଚାହିଁଥିଲେ। ହେଲେ ତାଙ୍କୁ ଛାଡ଼ିନଥିଲେ ଲୋକେ। ବସାଇ ପୁଣି ବହେ ଧୋଇଥିଲେ।

ରିପୋର୍ଟ- ଦେବଗଡ଼ରୁ ସିଦ୍ଧାର୍ଥ ଗୁରୁ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story