ସୌଭିକଙ୍କ ଏରିଆର ଲୋକେ କହିଲେଣି, ଏଥର ଭୋଟ ବର୍ଜନ

ବିଜେଡି ଯୁବ ବିଧାୟକ ସୌଭିକ ବିଶ୍ବାଳଙ୍କ ଅଞ୍ଚଳରୁ ଆସିଲାଣି ଭୋଟ ବର୍ଜନର ଧମକ।

Manoj Swain
  • Published: Tuesday, 16 April 2024
  • Updated: 16 April 2024, 01:35 PM IST

Sports

Latest News

ବିଜେଡି ଯୁବ ବିଧାୟକ ସୌଭିକ ବିଶ୍ବାଳଙ୍କ ଅଞ୍ଚଳରୁ ଆସିଲାଣି ଭୋଟ ବର୍ଜନର ଧମକ। ସହି ସହି ଅତିଷ୍ଠ ହୋଇପଡିଲେଣି ଭୋଟର। ଆସୁଛି ସମୟ, ଉଚିତ ଜବାବ ଦେବେ ଭୋଟର । କଟକ ଜିଲ୍ଲା ଚୌଦ୍ବାର ନିର୍ବାଚନମଣ୍ଡଳୀର ଓ.ଟି.ଏମ୍ କଲୋନୀ ବାସିନ୍ଦାଙ୍କ କଥା ଶୁଣିଲେ, ଆପଣ ମୁଣ୍ଡରେ ହାତ ଦେବେ । ଦୁର୍ଗନ୍ଧରେ ନାକ ଫାଟୁ ପଡୁଛି, ଝରକା-କବାଟ ଦେଇ ଲୋକେ ଖାଦ୍ୟ ଖାଉଛନ୍ତି। ଖରାଦିନରେ ଅସହ୍ୟ ଗରମରେ ଛୋଟ ଛୋଟ ପିଲାମାନେ ଚିତ୍କାର କରିବାର ସ୍ବର ବାପା-ମାଆ ଶୁଣିଛନ୍ତି। ବିଦ୍ୟୁତ କାଟ ଯୋଗୁ ଅସ୍ତବ୍ୟସ୍ତ କଲୋନୀ ବାସିନ୍ଦା। କହି କହି ଥକିପଡ଼ିଲେଣି କିନ୍ତୁ ସମସ୍ୟାର ସମାଧାନ ହୋଇପାରୁନି। ଆମର ସ୍ବତନ୍ତ୍ର କାର୍ଯ୍ୟକ୍ରମ 'ଗାଁ ଗାଁରେ ପଲଟିକାଲ ଖଟି' ରେ ଓ.ଟି.ଏମ୍ କଲୋନୀ ବାସିନ୍ଦା କହିଲେ, ସେମାନଙ୍କ ଦୁଃଖ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos