ପଶ୍ଚିମଓଡ଼ିଶାରୁ ପୁଣି କାହିଁକି ପ୍ରାର୍ଥୀ ହେଲେ ନବୀନ : କ’ଣ ରହିଛି ବିଜେଡିର ରଣନୀତି, ସମ୍ଭାବ୍ୟ ୭ କାରଣ

ତେବେ ବଲାଙ୍ଗୀର ସଂସଦୀୟ କ୍ଷେତ୍ରର ଏହି ଆସନରୁ ନବୀନଙ୍କୁ ଲଢ଼ାଇବା ପାଇଁ ବିଜେଡି କାହିଁକି ନିଷ୍ପତ୍ତି ନେଲା, କ’ଣ ରହିଛି ଦଳର ରଣନୀତି ତାକୁ ନେଇ ନାନାଦି ଚର୍ଚ୍ଚା ଆରମ୍ଭ ହୋଇଛି।

Naveen Patnaik

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Ordigital Desk
  • Published: Wednesday, 17 April 2024
  • Updated: 17 April 2024, 07:22 PM IST

Sports

Latest News

ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଭୁଷୁଡ଼ୁଥିବା ନିଜର ଗଡ଼କୁ ବଂଚାଇବା ପାଇଁ ବିଜେଡି ପୁଣିଥରେ ଦଳିୟ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚଳିତ ନିର୍ବାଚନରେ ପଶ୍ଚିମଓଡ଼ିଶାରୁ ପ୍ରାର୍ଥୀ କରିଛି । ୨୦୧୯ ସାଧାରଣ ନିର୍ବାଚନ ଭଳି ନବୀନ ନିଜର ପାରମ୍ପରିକ ହିଞ୍ଜଳି ଆସନ ସହ ବିଜେପୁର ବଦଳରେ କଣ୍ଟାବାଞ୍ଜିରୁ ପ୍ରାର୍ଥୀ ହେବେ । ତେବେ ବଲାଙ୍ଗୀର ସଂସଦୀୟ କ୍ଷେତ୍ରର ଏହି ଆସନରୁ ନବୀନଙ୍କୁ ଲଢ଼ାଇବା ପାଇଁ ବିଜେଡି କାହିଁକି ନିଷ୍ପତ୍ତି ନେଲା, କ’ଣ ରହିଛି ଦଳର ରଣନୀତି ତାକୁ ନେଇ ନାନାଦି ଚର୍ଚ୍ଚା ଆରମ୍ଭ ହୋଇଛି । ଯଦିଓ ୨୦୧୯ ନିର୍ବାଚନରେ ନବୀନ ବିଜେପୁରରୁ ଲଢ଼ିଥିଲେ ମଧ୍ୟ ବିଜେଡିକୁ ବିଶେଷ ଫାଇଦା ମିଳିନଥିଲା, ଓଲଟା ପଶ୍ଚିମଓଡ଼ିଶାର ସମସ୍ତ ୫ଟି ଯାକ ଲୋକସଭା ଆସନ ବିଜେପି ଖାତାକୁ ଚାଲିଯାଇଥିଲା ।

ସୂଚନା ଅନୁସାରେ, ଗତ ସାଧାରଣ ନିର୍ବାଚନରେ ପଶ୍ଚିମ ଓଡ଼ିଶାର ଭୋଟର ନୂଆ ଢଙ୍ଗରେ ଭୋଟ ବିଭାଜନ କରି ସମସ୍ତ ୫ଟି ଲୋକସଭା ଆସନକୁ ବିଜେପି ହାତକୁ ଟେକି ଦେଇଥିଲେ । ନବୀନ ନିଜେ ବରଗଡ଼ ସଂସଦୀୟ କ୍ଷେତ୍ରର ବିଜେପୁର ଆସନରୁ ପ୍ରାର୍ଥୀ ହୋଇଥିଲେ ସେହି ଲୋକସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିବା ଦଳର ବରିଷ୍ଠ ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଜିତାଇବାରେ ସକ୍ଷମ ହୋଇପାରିନଥିଲେ । ପଶ୍ଚିମଓଡ଼ିଶାର ଭୋଟରମାନେ ସୁନ୍ଦରଗଡ଼ ସମେତ ବରଗଡ଼, ସମ୍ବଲପୁର,କଳାହାଣ୍ଡି ଓ ବଲାଙ୍ଗୀର ଲୋକସଭା ଆସନରେ ବିଜେଡି ପ୍ରାର୍ଥୀଙ୍କୁ ପ୍ରତ୍ୟାଖ୍ୟାନ କରିଥିଲେ ।  ଭୋଟରଙ୍କ ଏଭଳି ଭୋଟ ବିଭାଜନର ଫାଇଦା ମଧ୍ୟ ବିଜେପିକୁ ଭୁବନେଶ୍ୱର ଓ ବାଲେଶ୍ୱର ଆସନରେ ମିଳିଥିଲା ତଥା ଦଳ ଏହି ଦୁଇ ଲୋକସଭା ଆସନକୁ ମଧ୍ୟ ଜିତିଥିଲା । ବିଜେପି ମୋଟ ୨୧ରୁ ୮ଟି ଲୋକସଭା ଆସନ ହାତେଇଥିଲା ।

ତେବେ ୨୦୧୯ ସାଧାରଣ ନିର୍ବାଚନରେ ବିଜେପିକୁ ପଶ୍ଚିମଓଡ଼ିଶାର ସବୁ ଲୋକସଭା ଆସନକୁ ଜିତିବାର ଯେଭଳି ଏକତରଫା ସଫଳତା ମିଳିଥିଲା, ଅନୁରୂପ ସଫଳତା ବିଧାନସଭା ଆସନରେ ମିଳିପାରିନଥିଲା । ୨୦୧୪ରେ ବିଜେପି ମୋଟ ୧୦ରୁ ୮ଟି ଆସନ ପଶ୍ଚିମଓଡ଼ିଶାରୁ ଜିତିଥିବାବେଳେ ୨୦୧୯ରେ ବି ଅନୁରୂପ ଭାବେ ଏହି ଅଂଚଳରୁ ୮ଟି ଆସନ ଜିତିବାରେ ସକ୍ଷମ ହୋଇଥିଲା । ପଶ୍ଚିମଓଡ଼ିଶାର ୯ଟି ଜିଲ୍ଲା ଅଧୀନରେ ୫ ସଂସଦୀୟ କ୍ଷେତ୍ର ଓ ୩୩ଟି ବିଧାନସଭା ରହିଛି । ୨୦୧୯ରେ ଏଥିରୁ ବିଜେଡିକୁ ୨୦ଟି,ବିଜେପିକୁ ୮ଟି, କଂଗ୍ରେସକୁ ୪ଟି ଓ ସିପିଏମକୁ ଗୋଟିଏ ଆସନ ମିଳିଥିଲା ।

ତେବେ ୨୦୧୯ରେ ବିଜେଡି ପାଇଁ ସର୍ବାଧିକ ବିପର୍ଯ୍ୟୟ ସୁନ୍ଦରଗଡ଼ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ବିଧାନସଭା ଆସନରେ ହୋଇଥିଲେ ମଧ୍ୟ ଦଳ ଏଥର ବଲାଙ୍ଗୀର ସଂସଦୀୟ କ୍ଷେତ୍ର ଉପରେ ଫୋକସ କରିଛି । ସୋନପୁର ଜିଲ୍ଲାର ୨ଟି ଓ ବଲାଙ୍ଗୀର ଜିଲ୍ଲାର ୫ଟି ଆସନକୁ ମିଶାଇ ବଲାଙ୍ଗୀର ସଂସଦୀୟ କ୍ଷେତ୍ର ଗଠିତ । ବଲାଙ୍ଗୀରର ୫ଟିରୁ ୨ଟି କଂଗ୍ରେସ ଓ ଗୋଟିଏ ବିଜେପି ପାଖକୁ ଯାଇଥିଲା । ବିଜେଡି ସେଠାରେ ଭଙ୍ଗାଗଢ଼ା ରାଜନୀତି କରିବାକୁ ପ୍ରୟାସ କରି ଫେଲ୍ ମାରିବା ପରେ ନିଜର ଟ୍ରମ୍ପ କାର୍ଡ ନବୀନ ପଟ୍ଟନାୟକଙ୍କୁ ମଇଦାନକୁ ଓହ୍ଲାଇଛି ।

Also Read

ବଲାଙ୍ଗୀରର କଣ୍ଟାବାଞ୍ଜିରେ ନବୀନ ପ୍ରାର୍ଥୀ ହେବାର ସମ୍ଭାବ୍ୟ କାରଣ...

୧- ପଶ୍ଚିମଓଡ଼ିଶାରେ ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବି ଜୋର ଧରିଛି । କଂଗ୍ରେସ ସାଂସଦ ପ୍ରାର୍ଥୀ ଅଭିନେତା ମନୋଜ ମିଶ୍ର ‘କୋଶଳୀ’ କାର୍ଡକୁ ଖେଳି କଂଗ୍ରେସ ଭୋଟକୁ ଏକଜୁଟ କରିବାର ସମ୍ଭାବନା ରହିଛି । ନରସିଂହ ମିଶ୍ର ଓ ସନ୍ତୋଷସିଂ ସାଲୁଜାଙ୍କ ଭଳି ପୁରୁଖା କଂଗ୍ରେସ ନେତା ମଧ୍ୟ ସେଠାରେ ଅଛନ୍ତି । ତେଣୁ ଆଂଚଳିକ ବୈଷମ୍ୟ ଓ ଅଂଚଳର ବିକାଶର କଥା କହି କଂଗ୍ରେସ ‘କୋଶଳ’ରାଜ୍ୟ ଗଠନ ଦାବିକୁ ସ୍ଥାନୀୟସ୍ତରରେ ଜୋରଦାର କରିପାରେ । ଯାହାର ପ୍ରଭାବ ପଶ୍ଚିମଓଡ଼ିଶାର ଅନ୍ୟ ଜିଲ୍ଲାରେ ପଡ଼ିବାର ଆଶଙ୍କା ରହିଛି । ତେଣୁ ବିଜେଡି ଏହାର ମୁକାବିଲା ପାଇଁ ନବୀନଙ୍କୁ ସେଠାରେ ମଇଦାନକୁ ଓହ୍ଲାଇଥାଇପାରେ ।

୨- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ରାଜ୍ୟରେ ବେଶ୍ ଅଧିକ ରହିଛି । ସବୁ ସର୍ଭେ ମଧ୍ୟ ଏହାର ସଙ୍କେତ ଦେଉଛନ୍ତି । ପଶ୍ଚିମଓଡ଼ିଶାରେ ବିଜେଡିର ଚେହେରା ବିବାଦୀୟ ଦିବ୍ୟଶଙ୍କର ମିଶ୍ର ଓ ସୁଶାନ୍ତ ସିଂଙ୍କ ଯୋଗୁ ଦଳର ଭାବମୂର୍ତ୍ତି ନଷ୍ଟ ହୋଇଛି । ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଓ ଉକ୍ତ ହତ୍ୟାର ମୁଖ୍ୟ ଅଭିଯୁକ୍ତର ଜେଲ ଭିତରେ ସନ୍ଦେହଜନକ ଆତ୍ମହତ୍ୟା ସହ କ୍ୟାବିନେଟ୍ ମନ୍ତ୍ରୀ ନବ ଦାସ ହତ୍ୟା ଘଟଣା ବିଜେଡିର ଭାବମୂର୍ତ୍ତି ନଷ୍ଟ କରିଛି । ତେଣୁ ନରେନ୍ଦ୍ର ମୋଦିଙ୍କ ଲୋକସଭା ପ୍ରାର୍ଥୀ(ବିଜେପିର) ଭୋଟ ଦେବାକୁ ଯାଇ ଯଦି ଭୋଟ ବିଭାଜନ( ସ୍ପ୍ଲିଟ୍ ଭୋଟିଂ) ହେଲେ ତା’ର ସିଧାସଳଖ ପ୍ରଭାବ ବିଧାନସଭା ପ୍ରାର୍ଥୀଙ୍କ ଭୋଟ ଉପରେ ପଡ଼ିବ ଓ ବିଜେଡିର ବେଶୀ କ୍ଷତି ହେବାର ଆଶଙ୍କା ରହିଛି । ତେଣୁ ପଶ୍ଚିମଓଡ଼ିଶାରେ ଏହି ଭୋଟ ବିଭାଜନକୁ ରୋକିବା ପାଇଁ ‘ଓଡ଼ିଶାରେ ନବୀନ’କୁ ଜୋରଦାର ଢଙ୍ଗରେ ଦଳ ଉଠାଇବ ।

୩- ପଶ୍ଚିମଓଡ଼ିଶା ଏକଦା କଂଗ୍ରେସର ଗଡ଼ ଭାବେ ପରିଚିତ ଥିଲା । କିନ୍ତୁ ୨୦୧୪ ସାଧାରଣ ନିର୍ବାଚନରେ କଂଗ୍ରେସକୁ ପଛରେ ପକାଇ ବିଜେପି ସେଠାରେ ନିଜକୁ ନମ୍ବର-ଟୁ କରିଛି । ବିଜେପିର ଭୋଟହାର ମଧ୍ୟ କ୍ରମାଗତ ଭାବେ ବଢ଼ିବାରେ ଲାଗିଛି । ତେଣୁ ବିଜେପିକୁ ରୋକିବା ପାଇଁ ନବୀନଙ୍କୁ ଦଳ ପ୍ରାର୍ଥୀ କରିବା ସହ କଂଗ୍ରେସର ଗଡ଼ ଥିବା ବଲାଙ୍ଗୀର ଜିଲ୍ଲାକୁ ସମ୍ପୂର୍ଣ୍ଣ ଭାବେ ନିଜ ଦଖଲକୁ ନେବାକୁ ପ୍ରୟାସ କରିଛି । ପଶ୍ଚିମଓଡ଼ିଶାରେ ବଲାଙ୍ଗୀର ଏକମାତ୍ର ଜିଲ୍ଲା ଯେଉଁଠି କଂଗ୍ରେସ ୨ଟି ଆସନକୁ ନିଜ ପାଖରେ ରଖିଛି ।

୪-  ୨୦୧୯ ନିର୍ବାଚନରେ ନବୀନ ବରଗଡ଼ ସଂସଦୀୟ କ୍ଷେତ୍ରର ବିଜେପୁର ଆସନରୁ ପ୍ରାର୍ଥୀ ହୋଇଥିଲେ ଓ ୫୭ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଥିଲେ । ବରଗଡ଼ ଲୋକସଭା କ୍ଷେତ୍ରର ସମସ୍ତ ୭ଟି ଯାକ ବିଧାନସଭା ଆସନରେ ବିଜେଡି ବିଜୟୀ ହୋଇଥିଲା ମାତ୍ର ଲୋକସଭା ଆସନଟି ବିଜେପିକୁ ପଳାଇଥିଲା । ଏହି ସଂସଦୀୟ କ୍ଷେତ୍ରରେ ବିଜେଡି ବିଧାୟକ ପ୍ରାର୍ଥୀମାନଙ୍କୁ ୫୧% ଭୋଟ୍ ମିଳିଥିବାବେଳେ ସାଂସଦ ପ୍ରାର୍ଥୀଙ୍କୁ ୪୧.୪୫% ଭୋଟ୍ ମିଳିଥିଲା । ମାତ୍ର ବିଜେପି ବିଧାୟକମାନଙ୍କୁ ମାତ୍ର ୩୭% ଭୋଟ୍ ମିଳିଥିବାବେଳେ ସାଂସଦ ପ୍ରାର୍ଥୀଙ୍କୁ ୪୬.୬% ଭୋଟ୍ ମିଳିଥିଲା । ନବୀନଙ୍କ ମ୍ୟାଜିକ୍ କାମ ଦେଇନଥିଲା, ମାତ୍ର ନବୀନଙ୍କୁ ଓହ୍ଲାଇ ଦଳ ବିଧାନସଭା ଆସନଗୁଡ଼ିକୁ ନିଜ ପାଖରେ ରଖିବାରେ ସକ୍ଷମ ହୋଇଥିଲା ।

୫- କଣ୍ଟାବାଞ୍ଜିରେ ବିଜେଡିର ତୀବ୍ର ଗୋଷ୍ଠୀକନ୍ଦଳ ରହିଛି । ସେଠାରେ ପୂର୍ବତନ ବିଧାୟକ ଆୟୁବ ଖାନ୍‌, ବିଜେଡିର ପରାଜିତ ପ୍ରାର୍ଥୀ ଅଜୟ ଦାସ ଓ ଅନ୍ୟଜଣେ ନେତା ହଂସରାଜ ଜୈନଙ୍କ ଭଳି ନେତାଙ୍କ ମଧ୍ୟରେ ଛକାପଞ୍ଝା ଯୋଗୁ ବିଜେଡି ପ୍ରାର୍ଥୀ ଜିତିବାର ସମ୍ଭାବନା କ୍ଷୀଣ । ୨୦୧୯ ନିର୍ବାଚନରେ ବିଜେଡି ଏହି ଆସନରେ ତୃତୀୟ ସ୍ଥାନରେ ରହିଥିଲା । ଦଳ ଆୟୁବ ଖାନଙ୍କ ପରିବର୍ତ୍ତେ ଅଜୟ ଦାସଙ୍କୁ ଟିକେଟ୍ ଦେଇଥିଲା । କଂଗ୍ରେସର ସନ୍ତୋଷ ସିଂ ସାଲୁଜା ମାତ୍ର ୪୫୮ଖଣ୍ଡ ଭୋଟରେ ଜିତିଥିଲେ । ବିଜେପିର ଲକ୍ଷ୍ମଣ ବାଗଙ୍କ ପ୍ରଭାବ ଏଠାରେ ବେଶ୍ ଅଧିକ ରହିଛି । ଦଳ ତାଙ୍କୁ କ୍ରମାଗତ ଭାବେ ୨୦୧୪ ଓ ୨୦୧୯ରେ ମଇଦାନକୁ ଓହ୍ଲାଇଛି ତଥା ବିଜେପିର ଭୋଟ ହାର ୧୮ରୁ ୩୪%କୁ ବୃଦ୍ଧି ପାଇଛି । ଏଥର ସାଲୁଜା ଓ ଲକ୍ଷ୍ମଣ ବାଗଙ୍କ ଉପରେ ସେମାନଙ୍କ ଦଳ ଆସ୍ଥା ପ୍ରକଟ କରି ପୁଣିଥରେ ମଇଦାନକୁ ଓହ୍ଲାଇଛି। ଆପ୍ ଓ ବିଜେପି ଛାଡ଼ି ବିଜେଡିକୁ ଆସିଥିବା ଅଜୟ ଦାସଙ୍କ ପଛରେ ବିଜେଡିର ବିବାଦୀୟ ନେତାଙ୍କ ଆଶୀର୍ବାଦ ରହିଛି । ତେଣୁ ସେମାନଙ୍କ ବଳରେ ଅଜୟ ଉକ୍ତ ଆସନରେ ଅସ୍ଥିରତା ସୃଷ୍ଟି କରିବା ଦଳ ପାଇଁ ବୁମେରାଂ ହୋଇଛି । ନବୀନ ପ୍ରାର୍ଥୀ ହେଲେ ଏହି ସମସ୍ତ ନେତା ଏକାଠି କାମ କରିବାକୁ ଏକରକମ ବାଧ୍ୟ ହେବେ ।

୬-  ବିଜେଡି ନିଜର ଜଣେ ଆଗଧାଡ଼ିର ପ୍ରଭାବଶାଳୀ ନେତ୍ରୀଙ୍କୁ ସେଠାରୁ ଜିତାଇ ବିଧାନସଭାକୁ ଆଣିବା ପାଇଁ ଏବେ ନବୀନଙ୍କୁ ପ୍ରାର୍ଥୀ କରାଇଛି । ନବୀନ ଜିତିଲେ ବିଜେପୁର ଭଳି ସେଠାରୁ ଇସ୍ତଫା ଦେବେ ଓ ଉପନିର୍ବାଚନ ହେଲେ ବିଜେଡି ନିଜର ସମ୍ପୃକ୍ତ ନେତ୍ରୀଙ୍କୁ ବିଧାନସଭାକୁ ଆଣିବାକୁ ଏବେଠୁ ରଣନୀତି କରିଛି । ଦଳ ଏହି ନେତ୍ରୀଙ୍କୁ ସମ୍ଭାବ୍ୟ ସାଂସଦ ପ୍ରାର୍ଥୀ କରି ୬ମାସ ବୁଲାଇଥିଲା । ତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ବିଜେଡି ଏହି ପଦକ୍ଷେପ ନେଇଥାଇପାରେ ବୋଲି ଚର୍ଚ୍ଚା ।

୭- କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ଦଳକୁ ଆଣି ସେଠାରୁ ପ୍ରାର୍ଥୀ କରିବାକୁ ବିଜେଡି ରଣନୀତି କରିଥିଲା । ଏନେଇ ବ୍ୟାକଡୋରରେ କଥାବାର୍ତ୍ତା ହୋଇଥିବା ବି ଚର୍ଚ୍ଚା ହେଉଛି । କିନ୍ତୁ ଅଦୃଶ୍ୟ କାରଣରୁ ଏହା ବାସ୍ତବ ରୂପ ନେଇପାରିଲା ନାହିଁ । ତେଣୁ ଶେଷ ମୁହୂର୍ତ୍ତରେ ଯାହାକୁ ପ୍ରାର୍ଥୀ କଲେ ଦଳ ସେଠାରେ ନିଶ୍ଚିତ ପରାଜିତ ହେବ ଜାଣି ନବୀନଙ୍କୁ ଦଳ କଣ୍ଟାବାଞ୍ଜିରେ ମଇଦାନକୁ ଓହ୍ଲାଇଥାଇପାରେ ବୋଲି କୁହାଯାଉଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story