ମରୁଭୂମି ଦେଶରେ ବର୍ଷାର ତାଣ୍ଡବ; ଘାତକ ହେଲା କି କୃତ୍ରିମ ବର୍ଷା?

ୟୁନାଇଟେଡ ଆରବ ଏମିରେଟସ୍‌( ୟୁଏଇ)ର ଏପରି ସାଂଘାତିକ ସ୍ଥିତି ପଛରେ ଆଂଶିକ ଭାବେ କୃତ୍ରିମ ବର୍ଷାର ଅବଦାନ ରହିଥିବା ବିଶେଷଜ୍ଞମାନେ ସୂଚନା ଦେଇଛନ୍ତି।

Cars drive through a flooded street during a rain storm in Dubai.

ଜଳମଗ୍ନ ଦୁବାଇ ରାସ୍ତାରେ କାର୍‌ ବୁଡ଼ି ରହିଛି।

Niharika Rout
  • Published: Wednesday, 17 April 2024
  • Updated: 17 April 2024, 01:13 PM IST

Sports

Latest News

ମରୁଭୂମି ସହର ଦୁବାଇରେ ଜାରି ରହିଛି ବର୍ଷାର ତାଣ୍ଡବ । ଦିନକରେ ଏଠାରେ ଏପରି ବର୍ଷା ହେଲା ଯେ, ବର୍ଷକର ରେକର୍ଡ ଭାଙ୍ଗିଦେଲା। ରାସ୍ତାଘାଟଠୁ ଆରମ୍ଭ କରି ଅନ୍ତର୍ଜାତୀୟ ବିମାନବନ୍ଦର ସବୁ ବୁଡ଼ିଗଲା। ଅଦିନିଆ ବର୍ଷା ଯୋଗୁ ସହରର ମୁଖ୍ୟ ରାସ୍ତାଘାଟରେ ପାଣି ଲହଡ଼ି ମାରିଲା। ଓମାନରେ ସୃଷ୍ଟି ହୋଇଥିବା ଝଡ଼ ଯୋଗୁଁ ଏପରି ହୋଇଥିବା ଜଣାଥିଲେ ମଧ୍ୟ ୟୁନାଇଟେଡ ଆରବ ଏମିରେଟସ୍‌( ୟୁଏଇ)ର ଏପରି ସାଂଘାତିକ ସ୍ଥିତି ପଛରେ କୃତ୍ରିମ ବର୍ଷାର ଆଂଶିକ ଅବଦାନ ରହିଥିବା ବିଶେଷଜ୍ଞମାନେ ସୂଚନା ଦେଇଛନ୍ତି।

ୟୁଏଇ ମୁଖ୍ୟତଃ ବିଶ୍ୱର ଉତ୍ତପ୍ତ ସହର ମଧ୍ୟରୁ ଅନ୍ୟତମ ହୋଇଥିବା ବେଳେ ଏଠାରେ ପାଣିର ଘୋର ଅଭାବ ପରିଲକ୍ଷିତ ହୋଇଥାଏ। ଏଥିସହ ଖରା ଦିନେ ଏଠାକାର ତାପମାତ୍ରା ୫୦ ଡିଗ୍ରୀ ଅତିକ୍ରମ କରି ଯାଇଥାଏ। ଏହି ସବୁ ପ୍ରତିକୂଳ ପରିସ୍ଥିତିର ମୁକାବିଲା କରିବାକୁ କ୍ଲାଉଡ ସିଡିଂ ବା କୃତ୍ରିମ ବର୍ଷା ଟେକନୋଲଜିକୁ ବ୍ୟବହାର କରାଯାଇଥାଏ।

ମରୁଭୂମି ଦେଶରେ ବର୍ଷାର ପରିମାଣକୁ ବୃଦ୍ଧି କରିବାକୁ ଏପରି ଟେକନୋଲଜିକୁ ବ୍ୟବହାର କରାଯାଇଥାଏ। ୟୁଏଇ ପ୍ରଥମେ ୧୯୮୨ ମସିହାରେ କ୍ଲାଉଡ ସିଡିଂର ପରୀକ୍ଷଣ କରିଥିଲା। ଏହି ପଦ୍ଧତି ଦ୍ୱାରା ବର୍ଷକୁ ଶହେ ମିଲିମିଟରରୁ କମ୍‌ ବର୍ଷା କରାଯିବାକୁ ଟାର୍ଗେଟ ରଖାଯାଇଥାଏ।

Also Read

ଏହି କୌଶଳ ବଳରେ ଦେଶବାସୀଙ୍କ ଜଳ ଆବଶ୍ୟକତାକୁ ପୂରଣ କରିବା ସହ ଏହାକୁ ପର୍ଯ୍ୟଟନ, ଶିଳ୍ପ ଆଦି କ୍ଷେତ୍ରରେ ମଧ୍ୟ ବିନିଯୋଗ କରାଯାଇଥାଏ। ୟୁଏଇକୁ ବାଦ ଦେଲେ ସାଉଦି ଆରବ, ଓମାନ ମଧ୍ୟ ନିଜ ଦେଶରେ ସମାନ ପଦ୍ଧତିରେ କୁତ୍ରିମ ବର୍ଷା କରାଇଥାନ୍ତି।

କ’ଣ ଏହି କୃତ୍ରିମ ବର୍ଷା?

ମୁଖ୍ୟତଃ କୁତ୍ରିମ ଉପାୟରେ ପାଣିପାଗକୁ ପରିବର୍ତ୍ତନ କରାଯାଇ କୁତ୍ରିମ ବର୍ଷା ବା କ୍ଲାଉଡ ସିଡିଂ କରାଯାଇଥାଏ। ଏଥିନିମନ୍ତେ ପ୍ରଥମେ ପୃଥିବୀ ପୃଷ୍ଠରେ ଥିବା ଜଳକୁ ବାଷ୍ଫୀୟକରଣ ପଦ୍ଧତିରେ ଉପରକୁ ପଠାଯାଇଥାଏ। ଏହାପରେ ଆକାଶରେ ତାହାକୁ ଶୀତଳ କରାଯାଏ। ଉକ୍ତ ଜଳ କଣିକା ଅତ୍ୟଧିକ ଥଣ୍ଡା ହୋଇ ତାହା ବାଦଲରେ ପରିଣତ ହୋଇଥାଏ। ଏହାପରେ ତାହା ବର୍ଷା ଆକାରରେ ତଳକୁ ଆସିଥାଏ। ମୁଖ୍ୟତଃ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଏହି ବର୍ଷା କରାଯାଇଥାଏ।

ଆକାଶରୁ ଏହି ବର୍ଷା କରାଇବା ନିମନ୍ତେ ଏକ ବିମାନ ଯୋଗେ ଆକାଶରେ ଭାସୁଥିବା ମେଘ ଖଣ୍ଡ ଉପରକୁ ଏକ ପ୍ରକାର ରାସାୟନିକ ପଦାର୍ଥ ସ୍ପ୍ରେ କରାଯାଇଥାଏ। ଏହା ମଧ୍ୟରେ ସିଲଭର ଆୟୋଡାଇଡ ବା ପୋଟାସିୟମ ଆୟୋଡାଇଡ ନାମକ ରସାୟନିକ ପଦାର୍ଥକୁ ବାଦଲ ଖଣ୍ଡ ଉପରକୁ ସ୍ପ୍ରେ କଲେ ତାହା ବର୍ଷା ରୂପେ ତଳକୁ ଆସିଥାଏ।

ଏଥିନିମନ୍ତେ ଛୋଟ ଛୋଟ ଏୟାର କ୍ରାଫ୍ଟକୁ ବ୍ୟବହାର କରାଯାଇଥାଏ। ଦ୍ରୁତ ଗତିରେ ଯାଉଥିବା ବଡ଼ ବଡ଼ ବିମାନକୁ ଏଥିନିମନ୍ତେ ବ୍ୟବହାର କଲେ ଆବଶ୍ୟକ ରେଜଲ୍ଟ ମିଳି ନ ଥାଏ। କାରଣ ସେମାନେ କ୍ଷୀପ୍ର ବେଗରେ ଯାଉଥିବାରୁ ବାଦଲରେ ଠିକ ପରିମାଣର ରସାୟନ ସ୍ପ୍ରେ କରିବାକୁ ସକ୍ଷମ ହୋଇ ନ ଥାନ୍ତି।

କୁତ୍ରିମ ବର୍ଷା ହୋଇପାରେ କି ଘାତକ?

ବର୍ଷାର ଆବଶ୍ୟକତା ପୂରଣ ପାଇଁ ବିଭିନ୍ନ ଦେଶ ଏବେ କୃତ୍ରିମ ବର୍ଷା ଉପରେ ନିର୍ଭର କରୁଥିବା ବେଳେ ଏହା ଘାତକ ବି ସାବ୍ୟସ୍ତ ହୋଇପାରେ। ଗୋଟିଏ ନିର୍ଦ୍ଦିଷ୍ଟ ଜାଗାରେ କୃତ୍ରିମ ବର୍ଷା କରାଇବା ନିମନ୍ତେ ଯୋଜନା ହୋଇଥିବା ବେଳେ ଭୁଲବଶଃତ ତାହା ଅନ୍ୟତ୍ର ବି ହୋଇପାରେ। ଫଳରେ ଉକ୍ତ ଅଞ୍ଚଳରେ ପ୍ରଭୂତ କ୍ଷୟକ୍ଷତି ଘଟିବା ସହ ଜୀବନହାନୀ ହୋଇଥାଏ।

ଏଥିସହ ଯେଉଁ ସବୁ ଅଞ୍ଚଳରେ କୃତ୍ରିମ ବର୍ଷା ନିମନ୍ତେ ଯୋଜନା କରାଯାଇଥାଏ, ସେଠାରେ ଏକ ସଙ୍ଗେ ବହୁ ପରିମାଣର ବର୍ଷା ଜଳକୁ ସଂରକ୍ଷିତ ରଖିବାକୁ କିଛି ଭିତ୍ତିଭୂମି ନ ଥାଏ। ଫଳରେ ଅତ୍ୟଧିକ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥାଏ।

ବିଶେଷଜ୍ଞଙ୍କ ସୂଚନା ଅନୁସାରେ ବାଦଲରେ ରସାୟନ ପ୍ରୟୋଗ କରି ବର୍ଷା କରିବା ଦ୍ୱାରା ଏହା ବାୟୁମଣ୍ଡଳ ଉପରେ ଗଭୀର ପ୍ରଭାବ ପକାଇଥାଏ। ଏହାଦ୍ୱାରା ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ସ୍ତର ବଢ଼ିଯିବା ସହ ଓଜନ ସ୍ତରକୁ ପ୍ରଭାବିତ କରିଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story