ବିଜେଡି ଦେଶର ତୃତୀୟ ଧନୀ ଦଳ: କରୋନା ବର୍ଷରେ ବି ବଢ଼ିଛି ୧୪୩ % ସମ୍ପତ୍ତି

୨୦୨୦-୨୧ ଆର୍ଥିକ ବର୍ଷରେ ଦେଶର ୪୪ଟି ଆଂଚଳିକ ଦଳର ମୋଟ ସମ୍ପତ୍ତି ୨୨୪୯.୨୫କୋଟି ଟଙ୍କା ଥିବାବେଳେ ୨୦୨୧-୨୨ରେ ଏହା ୩୦୦୦.୬୨କୋଟି ଟଙ୍କାକୁ ବୃଦ୍ଧି ପାଇଛି ।

Naveen Patnaik

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Ordigital Desk
  • Published: Saturday, 02 December 2023
  • Updated: 02 December 2023, 09:47 PM IST

Sports

Latest News

ଦେଶର ପ୍ରମୁଖ ୪୪ଟି ଆଂଚଳିକ ରାଜନୀତିକ ଦଳ ଭିତରେ ବିଜେଡି ତୃତୀୟ ଧନୀ ଦଳ । ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡିର ସମ୍ପତ୍ତି ବର୍ଷକ ମଧ୍ୟରେ ପ୍ରାୟ ୧୪୩.୯୨ ପ୍ରତିଶତ(୨୮୦କୋଟି ଟଙ୍କା) ବୃଦ୍ଧି ପାଇଛି । ଯାହାକି ସମଗ୍ର ଦେଶରେ ଦ୍ୱିତୀୟ ସର୍ବାଧିକ । କରୋନା କାଳରେ ସାଧାରଣ ଲୋକଙ୍କ ପାଖରେ ଅର୍ଥାଭାବ ଥିବାବେଳେ ବିଜେଡିର ସମ୍ପତ୍ତିରେ ଆଖିଦୃଶିଆ ବୃଦ୍ଧି ହୋଇଛି । ଆସୋସିଏସନ୍ ଫର ଡେମୋକ୍ରାଟିକ୍ ରିଫର୍ମସ(ଏଡିଆର) ପକ୍ଷରୁ ଆଜି ପ୍ରକାଶିତ ରିପୋର୍ଟରୁ ଏହା ଜଣାପଡ଼ିଛି ।

ଦେଶର ପ୍ରମୁଖ ୪୪ଟି ଆଂଚଳିକ ଦଳ ପକ୍ଷରୁ ନିର୍ବାଚନ କମିଶନଙ୍କ ପାଖରେ ଦାଖଲ କରାଯାଇଥିବା ସମ୍ପତ୍ତି ବିବରଣୀକୁ ବିଶ୍ଲେଷଣ କରି ଏଡିଆର ଏହି ରିପୋର୍ଟ ପ୍ରସ୍ତୁତ କରିଛି । ୨୦୨୦-୨୧ ଓ ୨୦୨୧-୨୨ ଆର୍ଥିକ ବର୍ଷରେ ଏହି ଆଂଚଳିକ ଦଳଗୁଡ଼ିକର ସମ୍ପତ୍ତି, ଆୟ-ବ୍ୟୟ,ଋଣ ଆଦିର ଏକ ତୁଳନାତ୍ମକ ବିସ୍ତୃତ ରିପୋର୍ଟ ଆଜି ଏଡିଆର ପ୍ରକାଶ କରିଛି ।

୨୦୨୦-୨୧ ଆର୍ଥିକ ବର୍ଷରେ ଏହି ୪୪ଟି ଆଂଚଳିକ ଦଳର ମୋଟ ସମ୍ପତ୍ତି ୨୨୪୯.୨୫କୋଟି ଟଙ୍କା ଥିବାବେଳେ ୨୦୨୧-୨୨ରେ ଏହା ୩୦୦୦.୬୨କୋଟି ଟଙ୍କାକୁ ବୃଦ୍ଧି ପାଇଛି । ଅବଶ୍ୟ ୨୦୨୦-୨୧ରେ ୪୪ଟି ଆଂଚଳିକ ଦଳ ଓ ୨୦୨୧-୨୨ରେ ୩୭ଟି ଆଂଚଳିକ ଦଳ ସେମାନଙ୍କର ସମ୍ପତ୍ତି ବିବରଣୀ ସାର୍ବଜନୀନ କରିଥିଲେ ।

ବିଜେଡି ସମେତ ଦେଶର ପ୍ରମୁଖ ୧୦ଟି ଆଂଚଳିକ ଦଳର ସମ୍ପତ୍ତି ୨୦୨୦-୨୧ରେ ୧୯୫୯.୩୫୧ କୋଟି ଟଙ୍କା ଥିବାବେଳେ ୨୦୨୧-୨୨ରେ ତାହା ୪୮.୪୮% ବୃଦ୍ଧି ପାଇ ୨୯୦୯.୧୮୬କୋଟିରେ ପହଂଚିଛି । ସମାଜବାଦୀ ପାର୍ଟି ସବୁଠୁ ଧନୀ ଆଂଚଳିକ ଦଳ ଭାବେ ୫୬୧.୪୬କୋଟି ଟଙ୍କାର ମାଲିକ । ସେହିପରି ତେଲେଙ୍ଗାନାର ବିଆରଏସ୍‌ର ମୋଟ ସମ୍ପତ୍ତି ୫୧୨.୨୪କୋଟି ଟଙ୍କା । ବିଆରଏସ୍ ଦ୍ୱିତୀୟ ଧନୀ ଦଳ ଭାବେ ପରିଗଣିତ ହେଉଛି । ସମାଜବାଦୀ ପାର୍ଟିର ସମ୍ପତ୍ତି ବର୍ଷକ ମଧ୍ୟରେ ୬.୯୦କୋଟି ଟଙ୍କା(୧.୨୩%) ଓ ବିଆରଏସର ସମ୍ପତ୍ତି ୧୯୨.୬୯(୬୦.୩୦%) ବୃଦ୍ଧି ପାଇଛି ।

Also Read

ମୋଟ ୪୭୪.୪୨କୋଟିର ସମ୍ପତ୍ତି ସହ ଦେଶର ତୃତୀୟ ଆଂଚଳିକ ଧନୀ ଦଳ ଭାବେ ଓଡ଼ିଶାରେ କ୍ଷମତାସୀନ ବିଜେଡି ରହିଛି । ବିଜେଡିର ସମ୍ପତ୍ତି ୨୦୨୦-୨୧ ଆର୍ଥିକ ବର୍ଷରେ ମାତ୍ର ୧୯୪.୫୦କୋଟି ଟଙ୍କା ଥିଲା । କରୋନାର ମହାମାରୀ ସତ୍ତ୍ୱେ ବିଜେଡିର ସମ୍ପତ୍ତି ପରିମାଣ ୨୦୨୧-୨୨ ସୁଦ୍ଧା(ବର୍ଷକ ମଧ୍ୟରେ) ୧୪୩.୯୨% ବୃଦ୍ଧି ପାଇ ୪୭୪.୪୨କୋଟି ଟଙ୍କା ହୋଇଛି । ବର୍ଷକରେ ଅର୍ଥାତ୍ ୨୭୯.୯୨କୋଟି ଟଙ୍କା ସମ୍ପତ୍ତି ବୃଦ୍ଧି ହୋଇଛି । ଏହି ବର୍ଷକ ମଧ୍ୟରେ ବିଜେଡିର ଋଣ ପରିମାଣ ୮୬ହଜାର ଟଙ୍କାରୁ ୧.୩୬କୋଟି ଟଙ୍କାକୁ ବୃଦ୍ଧି ପାଇଥିବା ଏଡିଆର ରିପୋର୍ଟରେ ଉଲ୍ଲେଖ ଅଛି ।

ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି, କରୋନା ମହାମାରୀ କାଳରେ ଅର୍ଥାତ୍ ଏହି ଆର୍ଥିକ ବର୍ଷ ମଧ୍ୟରେ ଡିଏମକେ ପରେ ବିଜେଡି ଏକମାତ୍ର ଦଳ ଯାହାର ସମ୍ପତ୍ତି ଏତେ ପରିମାଣରେ ବୃଦ୍ଧି ପାଇଛି । ଅନ୍ୟ କୌଣସି ଦଳର ସମ୍ପତ୍ତିରେ ଏତେ ପ୍ରତିଶତ ବୃଦ୍ଧି ହୋଇନି । ଡିଏମକେର ସମ୍ପତ୍ତି ୧୧୫.୭୦କୋଟି ଟଙ୍କାରୁ ୩୯୯.୦୫ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ବର୍ଷକ ମଧ୍ୟରେ ଡିଏମକେର ସମ୍ପତ୍ତିରେ ୨୮୩.୩୪କୋଟି ଟଙ୍କା(୨୪୪.୮୮%) ବୃଦ୍ଧି ହୋଇଛି। ଅନ୍ୟ କୌଣସି ଆଂଚଳିକ ଦଳଗୁଡ଼ିକର ସମ୍ପତ୍ତିରେ ଏତେ ପରିମାଣ ବୃଦ୍ଧି ପାଇନି । ବର୍ଷକ ମଧ୍ୟରେ ଅନ୍ୟ ଦଳ ମଧ୍ୟରେ ଜେଡିୟୁର ସମ୍ପତ୍ତିରେ ୯୫.୭୮ ପ୍ରତିଶତ(୮୨.୬୨କୋଟି ଟଙ୍କା), ଆମ୍ ଆଦମୀ ପାର୍ଟିର ସମ୍ପତ୍ତିରେ ୭୧.୭୬% (୧୫.୬୫କୋଟି ଟଙ୍କା) ଓ ବିଆରଏସ୍ ୬୦.୩୦%(୧୯୨.୬୯କୋଟି ଟଙ୍କା) ସମ୍ପତ୍ତି ବୃଦ୍ଧି ହୋଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story