ନାତି କହୁଛି-ଠାକୁମା ଚକୋଲେଟ୍‌ ଖାଇବି; ଜେଜେମା କହୁଛନ୍ତି- ବାପା ମୁଁ ପଇସା କେଉଁଠୁ ଆଣିବି?

ସ୍ୱାମୀଙ୍କ ମୃତ୍ୟୁ ପରେ ଅସହାୟ ହୋଇପଡ଼ିଲା ପୂରା ପରିବାର। ଘରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତିଙ୍କ ମୃତ୍ୟୁରେ ପୂରା ପରିବାର ଦୋହଲି ଯାଇଥିଲା। ବିଧବା ପତ୍ନୀ, ବୃଦ୍ଧ ଶାଶୁ ଓ କୁନି କୁନି ଦୁଇ ପିଲାଙ୍କ ଚଳିବାରେ ବହୁ ଅସୁବିଧା ହେଉଥିଲା।

Balasore PhotoOR

ଜେଜେ ମାଆଙ୍କ କୋଳରେ ଦୁଇ ନାତି

Manoranjan Sial
  • Published: Friday, 05 April 2024
  • Updated: 05 April 2024, 06:31 PM IST

Sports

Latest News

କଅଁଳ ବୟସର ଦୁଇ ଅବୁଝା ନାତି ଅଳି କରି କହୁଛନ୍ତି, ଠାକୁମା ଚକୋଲେଟ୍‌ ଖାଇବୁ। ହେଲେ ବାପା, ମୁଁ ପଇସା କେଉଁଠୁ ପାଇବି? ତୁମ ମୁହଁରେ ଦାନା ଗଣ୍ଡାଏ ଯୋଗାଡ଼ କରିବା ପାଇଁ ନାନା ଦହଗଞ୍ଜ ହେଉଛି। ଏପରି ସ୍ଥିତିରେ ଚକୋଲେଟ ଦେବା ପାଇଁ ପଇସା କେଉଁଠୁ ଆଣିବି? ଇଏ ହେଉଛି ଜଣେ ୭୫ ବର୍ଷୀୟା ଜେଜେ ମାଆଙ୍କ କ୍ଷୋଭ ବା ଅସହାୟତା। ଦାରିଦ୍ର୍ୟ ଯନ୍ତ୍ରଣାରେ ପଡ଼ି ସିଏ ଆଜି ଏତେ ଅସହାୟ ଯେ ନିଜ ଦୁଇ ନାତିଙ୍କୁ ଚକୋଲେଟ୍‌ଟିଏ ଦେଇପାରୁ ନାହାନ୍ତି। ଖାଇବା କଥା ଛାଡ଼ନ୍ତୁ? ଦେଶର ନମ୍ୱର ୱାନ୍‌ ମୁଖ୍ୟମନ୍ତ୍ରୀଙ୍କ ରାଜ୍ୟ ବାଲେଶ୍ୱରରୁ ଆସିଛି ଦାରିଦ୍ର୍ୟର ଏପରି ବିକଳ ଚିତ୍ର।

ଭୋଗରାଇ ବ୍ଲକ୍‌ କାଁଥିଭଉଁରୀ ଗାଁର ବାବୁଲା ଭୋଳ ଜଣେ ଦିନ ମଜୁରିଆ ଭାବେ କାମ କରନ୍ତି। କାମଦାମ କରି ଯାହା ରୋଜଗାର କରନ୍ତି, ସେଥିରେ ଚଳୁଥିଲା ପୂରା ପରିବାର। ବାବୁଲାଙ୍କ ପରିବାର କହିଲେ ପତ୍ନୀ ସୁଗୁନି, ବୃଦ୍ଧା ମାଆ ପୋଚି ଓ କୁନି କୁନି ଦୁଇ ପୁଅ। ଦୁଃଖେ କଷ୍ଟେ ଚଳି ଯାଉଥିଲା ପରିବାର। ହେଲେ ଆଜକୁ ଦୁଇ ବର୍ଷ ତଳେ ଅଭାବୀ ପରିବାର ଭିତରକୁ ମାଡ଼ି ଆସିଲା ଦୁଃଖର କଳା ବାଦଲ। ରାତିରେ ଖାଇ ପିଇ ଘରେ ଶୋଇଥିବା ବେଳେ ଅର୍ଦ୍ଧ ରାତିରେ ଚାଲିଗଲା ବାବୁଲାଙ୍କ ଜୀବନ। ସକାଳେ ବିଛଣାରୁ ତାଙ୍କ ମୃତଦେହ ମିଳିଲା। କେମିତି ରାତିରେ ତାଙ୍କର ମୃତ୍ୟୁ ହେଲା? ତାହାର ରହସ୍ୟ ଆଜି ପର୍ଯ୍ୟନ୍ତ ଜଣାପଡ଼ିଲା ନାହିଁ।

Also Read

ସ୍ୱାମୀଙ୍କ ମୃତ୍ୟୁ ପରେ ଅସହାୟ ହୋଇପଡ଼ିଲା ପୂରା ପରିବାର। ଘରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତିଙ୍କ ମୃତ୍ୟୁରେ ପୂରା ପରିବାର ଦୋହଲି ଯାଇଥିଲା। ବିଧବା ପତ୍ନୀ, ବୃଦ୍ଧ ଶାଶୁ ଓ କୁନି କୁନି ଦୁଇ ପିଲାଙ୍କ ଚଳିବାରେ ବହୁ ଅସୁବିଧା ହେଉଥିଲା। ମାଗି ଜାଚି କିଛି ଦିନ ତଳାଇଲେ। ହେଲେ ଆଉ ପରିବାର ଚଳାଇବା କଷ୍ଟକର। ସେପଟେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମିଳିଥିବା ଘର ନିର୍ମାଣ କାର୍ଯ୍ୟ ଅଧାରେ ରହିଥିବାରୁ ମୁଣ୍ଡ ଗୁଞ୍ଜିବାରେ ନାନା ଅସୁବିଧା ହେଲା।

ରହିବା ପାଇଁ ଘର ନାହିଁ, ଖାଇବା ପାଇଁ ହାଣ୍ଡିରେ ଦାନା ନାହିଁ। ତେଣୁ କରିବେ କଣ? କେମିତି ୩ ପ୍ରାଣୀ କୁଟୁମ୍ୱ ମୁହଁ ଦାନା ଦେବେ ସୁଗୁନି ଭୋଳ? ତେଣୁ ଚାରି କାନ୍ଥ ଭିତରୁ ସେ ଗୋଡ଼ କାଢ଼ିଲେ। ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଚାଲିଥିଲେ। ଆଉ ଦୁଇ ପୁଅଙ୍କୁ ଜେଜେ ମାଆଙ୍କ ପାଖରେ ଛାଡ଼ି ଯାଇଥିଲେ। ଗଲା ବେଳେ କଥା ଦେଇ ଯାଇଥିଲେ, ଟଙ୍କା ଧରି ଫେରିଲେ ନର୍ଦ୍ଧ ନିର୍ମିତ ଘରର ଛାତ ପଡ଼ିବ ଓ ପିଲାମାନେ ପାଠ ପଢ଼ିବେ। ହେଲେ ସେ ଆଜି ପର୍ଯ୍ୟନ୍ତ ଘରକୁ ଫେରୁ ନାହାନ୍ତି। ଏପରିକି ଘରକୁ ଫୋନ୍‌ କରୁନାହାନ୍ତି କି ଟଙ୍କା ପଠାଉ ନାହାନ୍ତି। ଯେଉଁଥିପାଇଁ ୭୫ ବର୍ଷୀୟା ଜେଜେ ମାଆଙ୍କ ବେକରେ ବନ୍ଧା ପଡ଼ିଛନ୍ତି ଦୁଇ ନାତି।

ଦୁଇ ନାତିଙ୍କ ଭିତରୁ ବଡ଼କୁ ଏବେ ପ୍ରାୟ ୧୦ ବର୍ଷ ହୋଇଥିବା ବେଳେ ସୁନକୁ ୬। ଅଭାବୀ ସଂସାର ଭିତରେ ମାଗିଜାଚି ବଡ଼ ନାତି ୭ ଶ୍ରେଣୀ ପାସ୍‌ କରିଛି। ହେଲେ ପାଖରେ ଚାରଣିଟିଏ ନଥିବାରୁ ଅଷ୍ଟମ ଶ୍ରେଣୀରେ ନାଁ ଲେଖାଇପାରୁନି। ସାନ ନାତି ଦ୍ୱିତୀୟ ଶ୍ରେଣୀରେ ପଢ଼ୁଛି। ଜେଜେ ଆମାଙ୍କ କୋଳରେ ନୂଆ ଦୁନିଆ ଦେଖୁଛନ୍ତି ଦୁଇ ନାତି। ସେପଟେ ୭୫ ବର୍ଷର ଜେଜେ ମାଆଙ୍କ ଅଣ୍ଟାରେ ଏତେ ଶକ୍ତି ନାହିଁ ଯେ ଦୁଇ ନାତିଙ୍କୁ କାନ୍ଧରେ ବୋହି ପାରିବେ। ତଥାପି ହାର ମାନି ନାହାନ୍ତି। ବୋଝ ନୁହେଁ, ନିଜର କର୍ତ୍ତବ୍ୟ ବୋଲି ଭାବି ଦୁଇ ନାତିଙ୍କ ମୁହଁରେ ମୁଠାଏ ଦେବା ପାଇଁ ଗାଁ ଗାଁରେ ବୁଲି ଭିକ ମାଗୁଛନ୍ତି। ଯିଏ ଯାହା ଦେଲା, ତାକୁ ଧରି ଘରକୁ ଫେରୁଛନ୍ତି। ସେଥିରେ ନିଜର ନୂଆଣିଆ ପଲିଥିନ୍‌ ଘରେ ଚଳୁଛନ୍ତି।

ସରକାରୀ ଯୋଜନା କହିଲେ ମାସକୁ ୨୫ କେଜି ଚାଉଳ ମିଳୁଛି। ସେଥିରେ ୩ ପ୍ରାଣୀ କୁଟୁମ୍ୱ ଚଳିବା କଷ୍ଟକର ହେଉଛି ବୋଲି ଜେଜେ ମାଆ ଜେଜେ ମାଆ କହିଛନ୍ତି। ତେଣୁ ଦୁଇ ଛୁଆଙ୍କ ଭବିଷ୍ୟତ ପାଇଁ ସହାଯ୍ୟ କରିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ଜେଜେ ମାଆ। ଦୀର୍ଘ ଦୁଇ ବର୍ଷ ଧରି ଛୋଟ ଛୋଟ ପିଲାଙ୍କୁ ଧରି ବୁଡ଼ି ମାଆ ଜଣକ ଅତି ଦୟନୀୟ ଭାବେ ଜୀବନ କାଟୁଛନ୍ତି। ଏ ସମ୍ପର୍କରେ ଭୋଗରାଇ ବିଡିଓଙ୍କ ସହ ଯୋଗାଯୋଗ କରାଯାଇଥିଲା। ମାତ୍ର ସେ କୌଣସି ଉତ୍ତର ଦେଇ ପାରିନଥିଲେ। ତେବେ ଭୋଗରାଇ ତହସିଲ୍‌ଦାର ହିମାଂଶୁ ଶେଖର ଗିରି କହିଛନ୍ତି, ଖୁବଶୀଘ୍ର ସରକାରୀ ସ୍ତରରେ ସେମାନଙ୍କୁ ସହାୟତା ଯୋଗାଇବା ପାଇଁ ବ୍ୟବସ୍ଥା କରାଯିବ।

ରିପୋର୍ଟ- ଜଳେଶ୍ୱରରୁ ଅଜିତ କୁମାର ଦାସ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story