ଡକେଟଙ୍କ ଆକ୍ରମଣାତ୍ମକ ଶତକ, ଭାରତକୁ ଦୃଢ଼ ଜବାବ ଦେଲା ଇଂଲଣ୍ତ

ଇଂଲିଶ ଟିମର ଓପନର ବେନ ଡକେଟ ନିଜର ଜଲୱା ଦେଖାଇବା ସହ ମାତ୍ର ୮୮ ବଲରେ ଶତକ ହାସଲ କରିଛନ୍ତି। ଦ୍ୱିତୀୟ ଦିନର ଷ୍ଟମ୍ପ ଅପସାରଣ ବେଳକୁ ଇଂଲଣ୍ଡ ତା’ର ପ୍ରଥମ ଇନିଂସରେ ୩୫ ଓଭର ବ୍ୟାଟିଂ କରି ୨ ୱିକେଟ ହରାଇ ୨୦୭ ରନ କରିନେଇଛି।

Ben Duckett

ଶତକ ପରେ ବେନ ଡକେଟ୍‌

Hemant Lenka
  • Published: Friday, 16 February 2024
  • Updated: 16 February 2024, 05:45 PM IST

Sports

Latest News

ବାଜବଲ୍‌ କ୍ରିକେଟ ଖେଳୁଥିବା ଇଂଲଣ୍ଡ ତୃତୀୟ ଟେଷ୍ଟର ଦ୍ୱିତୀୟ ଦିନରେ ନିଜର ଦମ ଦେଖାଇଛି। ଭାରତ ତା’ର ପ୍ରଥମ ଇନିଂସରେ ୪୪୫ ରନ କରିଥିବା ବେଳେ ଇଂଲଣ୍ଡ ଗୋଟିଏ ସେସନ୍ସରେ ୨୦୭ ରନ କରି ନେଇଛି।

ଏବେ ଦଳ ଭାରତର ପ୍ରଥମ ଇନିଂସ ସ୍କୋର ଠାରୁ ମାତ୍ର ୨୩୮ ରନ ପଛରେ ରହିଛି। ଷ୍ଟମ୍ପ ଅପସାରଣ ବେଳକୁ ବେନ ଡକେଟ ୧୧୮ ବଲରେ ୧୩୩ ଓ ଜୋ ରୁଟ ୧୩ ବଲରେ ୯ ରନ କରି ଅପରାଜିତ ରହିଛନ୍ତି। ବ୍ୟାଟରଙ୍କୁ ସୁହାଉଥିବା ରାଜକୋଟ ପିଚ୍‌ରେ ଇଂଲଣ୍ଡ ଏବେ ବଡ଼ ସ୍କୋର କରିବା ଲକ୍ଷ୍ୟରେ ରହିଛି।

Also Read

ପ୍ରଥମ ଦିନରେ ୫ ୱିକେଟ ହରାଇ ୩୨୬ ରନ କରିଥିବା ଭାରତ ଆଜି ପ୍ରାରମ୍ଭିକ ଝଟକାର ସମ୍ମୁଖୀନ ହୋଇଥିଲା। ନାଇଟ ୱାଚମ୍ୟାନ କୁଲଦୀପ ଯାଦବ ୪ ଓ ଗତକାଲି ୧୧୦ ରନ କରିଥିବା ରବୀନ୍ଦ୍ର ଜାଡେଜା ଏଥିରେ ଆଉ ୨ ରନ ଯୋଡ଼ି ପ୍ୟାଭିଲିୟନ ଫେରିଥିଲେ।

ତେବେ ରବି ଅଶ୍ୱିନ(୩୭) ଓ ଧ୍ରୁବ ଜୁରେଲ(୪୬) ସ୍ଥିତି ସମ୍ଭାଳି ୭୭ ରନର ଭାଗିଦାରୀ କରିଥିଲେ। ସେହିପରି ଶେଷ ୱିକେଟ ପାଇଁ ଯଶପ୍ରୀତ ବୁମ୍ରା ଦ୍ରୁତ ୨୬ ରନର ଇନିଂସ ଖେଳିବାରୁ ଭାରତ ୪୪୫ ରନ କରିବାକୁ ସକ୍ଷମ ହୋଇଥିଲା।

ଚା’ ପାନ ବିରତୀର ଠିକ ପୂର୍ବରୁ ଭାରତ ଅଲଆଉଟ ହୋଇଯିବାରୁ ଇଂଲଣ୍ଡ ଟିମ ତା’ର ପ୍ରଥମ ଇନିଂସ ଆରମ୍ଭ କରିଥିଲା। ଆରମ୍ଭରୁ ହିଁ ଜ୍ୟାକ କ୍ରାଉଲୀ ଓ ଡକେଟ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ। ଦଳର ମୁଖ୍ୟକୋଚ ବ୍ରେଣ୍ଡନ ମ୍ୟାକକୁଲମଙ୍କ ନିକ ନେମ ଅନୁସାରେ ବାଜବଲ କ୍ରିକେଟ ଖେଳୁଥିବା ଇଂଲଣ୍ଡ ଭାରତୀୟ ବୋଲରଙ୍କୁ ସେଟଲ ହେବାକୁ ଦେଇ ନଥିଲା।

ଦୁଇ ବ୍ୟାଟର ଦମଦାର ବ୍ୟାଟିଂ କରି ଦଳୀୟ ସ୍କୋରକୁ ୮୯ରେ ପହଞ୍ଚାଇ ଦେଇଥିଲେ। ଡକେଟ ମଧ୍ୟ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଏତିକି ବେଳେ ବୋଲିଂ କରିବାକୁ ଆସିଥିଲେ ଅଭିଜ୍ଞ ରବି ଅଶ୍ୱିନ। ସେ ୧୫ ରନ କରିଥିବା କ୍ରାଉଲୀଙ୍କୁ ଆଉଟ କରି ଭାରତକୁ ପ୍ରଥମ ସଫଳତା ଦେଇଥିଲେ।

ହେଲେ ଏହି ୱିକେଟର ପ୍ରଭାବ ଡକେଟଙ୍କ ଉପରେ ପଡ଼ି ନଥିଲା। ସେ ଓଲି ପପଙ୍କୁ ସାଥୀ କରି ଦ୍ରୁତ ଗତିରେ ରନ ସଂଗ୍ରହ କରି ଚାଲିଥିଲେ। ଟେଷ୍ଟ କ୍ରିକେଟ ଖେଳା ଯାଉଥିଲେ ହେଁ ଡକେଟ ଦିନିକିଆ ଭଳି ଦ୍ରୁତ ଗତିରେ ରନ ସଂଗ୍ରହ କରିଥିଲେ। ଓଲି ପପ ମଧ୍ୟ ତାଙ୍କର ଭରପୂର ସାଥ ଦେଇଥିଲେ।

ଉଭୟ ଦ୍ୱିତୀୟ ୱିକେଟ ପାଇଁ ୯୩ ରନ ଯୋଡ଼ିଥିଲେ। ଡକେଟ ମଧ୍ୟ ୮୮ ବଲରେ ନିଜର ଶତକ ହାସଲ କରିଥିଲେ। ଶତକ ପରେ ମଧ୍ୟ ସେ ବଡ଼ ଶଟ ଖେଳିବା ବନ୍ଦ କରି ନେଇଥିଲେ। ହେଲେ ଅନ୍ୟପଟେ ମହମ୍ମଦ ସିରାଜ ୩୯ ରନ କରିଥିବା ପପଙ୍କୁ ଆଉଟ କରି ଭାରତକୁ କିଛିଟା ଆଶ୍ୱସ୍ତି ଦେଇଥିଲେ।

ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ଜୋ ରୁଟ ଦ୍ୱିତୀୟ ଦିନରେ ଭାରତକୁ ଆଉ କୌଣସି ବିପର୍ଯ୍ୟୟ ଘଟାଇବାକୁ ଦେଇ ନଥିଲେ। ଡକେଟ ବଡ଼ ଶଟ ଖେଳୁଥିବାରୁ ରୁଟ କେବଳ ୱିକେଟ ବଞ୍ଚାଇବାକୁ ଚେଷ୍ଟା କରିଥିଲେ। ଶେଷରେ ଇଂଲଣ୍ଡ ଆଜି ୩୫ ଓଭର ବ୍ୟାଟିଂ କରି ଦଳୀୟ ସ୍କୋରକୁ ୨୦୭ରେ ପହଞ୍ଚାଇ ଦେଇଛି।

୧୩୩ ରନ କରି ଅପରାଜିତ ଥିବା ଡକେଟ ୨୧ଟି ଚୌକା ଓ ୨ଟି ବଡ଼ ଛକା ମାରିଛନ୍ତି। ଆସନ୍ତାକାଲି ଭାରତକୁ କମବ୍ୟାକ କରିବାକୁ ହେଲେ ଡକେଟଙ୍କୁ ଯଥାଶୀଘ୍ର ଆଉଟ କରିବାକୁ ପଡ଼ିବ। ନଚେତ ସେ ଭାରତ ହାତରୁ ମ୍ୟାଚ୍‌ ଛଡ଼ାଇ ନେବାକୁ ସକ୍ଷମ ହେବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story