ବିଶ୍ୱକପ: ତୃତୀୟ ବ୍ୟାଟର ଭାବେ ଭାରତରେ ଏମିତି ରେକର୍ଡ କଲେ ମଲାନ

ଏହା ତାଙ୍କ ଦିନିକିଆ କ୍ୟାରିୟର୍‌ର ୬ଷ୍ଠ ଶତକ ହୋଇଥିବା ବେଳେ ସେ ଇଂଲଣ୍ଡର ୮ମ ବ୍ୟାଟର ଭାବେ ୫୦ ଓଭର ବିଶିଷ୍ଟ ଆଇସିସି ଟୁର୍ଣ୍ଣାମେଣ୍ଟରେ ୧୦୦ କିମ୍ବା ତା’ ଠାରୁ ଅଧିକ ରନ କରିବାର ରେକର୍ଡ କରିଛନ୍ତି।

Malan

ଶଟ ଖେଳୁଛନ୍ତି ମଲାନ

Hemant Lenka
  • Published: Tuesday, 10 October 2023
  • Updated: 10 October 2023, 04:01 PM IST

ଇଂଲଣ୍ଡର ଓପନର ଡାୱିଡ ମଲାନ ଆଜି ବାଂଲାଦେଶ ବିପକ୍ଷ ବିଶ୍ୱକପ ମ୍ୟାଚ୍‌ରେ ଦମଦାର ଶତକ ହାସଲ କରିଛନ୍ତି। ଭାରତୀ ଧର୍ମଶାଳାରେ ଖେଳା ଯାଉଥିବା ଏହି ମ୍ୟାଚ୍‌ରେ ମଲାନ ୧୦୭ ବଲରେ ବିସ୍ଫୋରକ ୧୪୦ ରନର ଇନିଂସ ଖେଳିଛନ୍ତି। ଏହି ଇନିଂସ ବଲରେ ଇଂଲଣ୍ଡ ନିର୍ଦ୍ଧାରିତ ୫୦ ଓଭର୍‌ରେ ୯ ୱିକେଟ ହରାଇ ୩୬୪ ରନ କରିଛି।

ବିଶ୍ୱକପରେ ମଲାନ ଆଜି ପ୍ରଥମଥର ପାଇଁ ଶତକ ହାସଲ କରିଛନ୍ତି। ଏହା ତାଙ୍କ ଦିନିକିଆ କ୍ୟାରିୟର୍‌ର ୬ଷ୍ଠ ଶତକ ହୋଇଥିବା ବେଳେ ସେ ଇଂଲଣ୍ଡର ୮ମ ବ୍ୟାଟର ଭାବେ ୫୦ ଓଭର ବିଶିଷ୍ଟ ଆଇସିସି ଟୁର୍ଣ୍ଣାମେଣ୍ଟରେ ୧୦୦ କିମ୍ବା ତା’ ଠାରୁ ଅଧିକ ରନ କରିବାର ରେକର୍ଡ କରିଛନ୍ତି।

Also Read

ଆଜି ମଲାନ ମାତ୍ର ୯୧ ବଲରେ ନିଜର ମେଡେନ ବିଶ୍ୱକପ ଶତକ ହାସଲ କରିଥିଲେ। ଏଥିରେ ସେ ୧୨ଟି ଚୌକା ଓ ୨ଟି ଛକା ମାରିଥିଲେ। ଏହାପରେ ସେ ଆଉ ୩ଟି ଚୌକା ଓ ୩ଟି ଛକା ମାରିଥିଲେ। ଚଳିତ ବିଶ୍ୱକପରେ ଏହା ଇଂଲଣ୍ଡ ପାଇଁ ପ୍ରଥମ ଶତକ।

ଭାରତରେ ଚାଲିଥିବା ବିଶ୍ୱକପରେ ମଲାନ ଶତକ ହାସଲ କରି ନୂଆ ରେକର୍ଡ କରିଛନ୍ତି। ସେ ଇଂଲଣ୍ଡର ତୃତୀୟ ବ୍ୟାଟର ଭାବେ ଭାରତରେ ଅନୁଷ୍ଠିତ ହୋଇଥିବା କୌଣସି ବିଶ୍ୱକପରେ ଶତକ ହାସଲ କରିଛନ୍ତି।

ମଲାନଙ୍କ ପୂର୍ବରୁ ଇଂଲଣ୍ଡର ଆଉ ୨ ଜଣ ଏପରି କୀର୍ତ୍ତିମାନ ହାସଲ କରିଥିଲେ। ୧୯୮୭ ବିଶ୍ୱକପରେ ଗ୍ରାହାମ ଗୁଚ୍‌ ଭାରତ ବିପକ୍ଷ ମ୍ୟାଚ୍‌ରେ ୧୧୫ ରନର ଇନିଂସ ଖେଳିଥିଲେ। ସେହିପରି ୨୦୧୧ ବିଶ୍ୱକପରେ ଆଣ୍ଡ୍ର୍ୟୁ ଷ୍ଟ୍ରଅସ୍‌ ଭାରତ ବିପକ୍ଷରେ ୧୫୮ ରନର ଇନିଂସ ଖେଳିଥିଲେ। ମଲାନ କିନ୍ତୁ ବାଂଲାଦେଶ ବିପକ୍ଷରେ ୧୪୦ ରନ କରିଛନ୍ତି।

ଇଂଲଣ୍ଡର ୩୨ତମ ଓଭର୍‌ରେ ମଲାନ ନିଜର ବିଶ୍ୱକପ ଶତକ ହାସଲ କରିଥିଲେ। ଶତକ ହାସଲ କରିବା ପରେ ସେ ଗିୟର ବଦଳାଇଥିଲେ। ବାଂଲାଦେଶର ମେହିଦୀ ହାସନ ମିରାଜଙ୍କୁ ସେ ୪,୬,୬ ଓ ୪ ମାରି ନିଜର ବିସ୍ଫୋରକ ରୂପ ଦେଖାଇଥିଲେ। ଏହାପରେ ସେ ୩୮ତମ ଓଭର୍‌ରେ ମାହେଦି ହାସନଙ୍କ ବଲରେ ୧୪୦ ରନ କରି ବୋଲ୍ଡ ହୋଇଯାଇଥିଲେ।

ବିଶ୍ୱକପରେ ଶତକ ହାସଲ କରିଥିବା ଇଂଲଣ୍ଡ ଓପନର

  • ଡିଏ ଅମିସ- ୧୮୭୫ରେ ୧୨୭ ରନ
  • ଗ୍ରାହାମ ଗୁଚ- ୧୯୮୭ରେ ୧୧୫ ରନ
  • ଆଣ୍ଡ୍ର୍ୟୁ ଷ୍ଟ୍ରଅସ- ୨୦୧୧ରେ ୧୫୮ ରନ
  • ମୋଇନ ଅଲୀ- ୨୦୧୫ରେ ୧୨୮ ରନ
  • ଜାସନ ରୟ- ୨୦୧୯ରେ ୧୫୩ ରନ
  • ଜୋ ରୁଟ-୨୦୧୯ରେ ୧୦୦ ରନ
  • ଜନ୍ନି ବେୟାରଷ୍ଟୋ- ୨୦୧୯ରେ ୧୧୧ ରନ ଓ ୧୧୬ ରନ
  • ଡାୱିଡ ମଲାନ- ୨୦୨୩ରେ ୧୪୦ ରନ

ମଲାନ ଏବେ ଜବରଦଣ୍ଡ ଫର୍ମରେ ଅଛନ୍ତି। ବିଶ୍ୱକପ ପୂର୍ବରୁ ସେ ଏକାଧିକ ଶତକ ଚଳିତ ବର୍ଷ ହାସଲ କରିଥିଲେ। ଜାସନ ରୟ ଆହତ ହେବାରୁ ତାଙ୍କୁ ଇଂଲଣ୍ଡର ବିଶ୍ୱକପ ସ୍କ୍ୱାଡରେ ସୁଯୋଗ ମିଳିଥିଲା। ଏବେ ସେ ଏହାର ଭରପୂର ଫାଇଦା ଉଠାଇଛନ୍ତି। ବିଶ୍ୱକପର ପ୍ରଥମ ମ୍ୟାଚରେ ମଲାନ କେବଳ ୧୪ ରନ କରିବାକୁ ସକ୍ଷମ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story