ମୃତ୍ୟୁ ପରେ ବି ମିଳୁନି ସମ୍ମାନ: ୬ ବର୍ଷର ପୁଅର ଶବକୁ କାହିଁକି ଟ୍ରଲିରେ ବୋହିଲା ବାପା, ପଢନ୍ତୁ ଏ ରିପୋର୍ଟ

ବାଲେଶ୍ୱର: ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଲୋକଙ୍କ ପାଇଁ ସରକାର ବହୁ ଯୋଜନା କରୁଛନ୍ତି। ମୃତ୍ୟୁ ପରେ ମେଡିକାରରୁ ଶବ ନେବାକୁ ମଧ୍ୟ ବ୍ୟବସ୍ଥା କରିଛନ୍ତି। ହେଲେ ଏସବୁ ଯୋଜନା ଓ ବ୍ୟବସ୍ଥା ସତ୍ତ୍ୱେ ଦାନ ମାଝି ପରି ଘଟଣା ବାରମ୍ବାର ଘଟୁଛି ରାଜ୍ୟରେ। ଜୀବିତ ଲୋକଙ୍କ କଥା ଛାଡନ୍ତୁ, ମୃତକଙ୍କୁ ମଧ୍ୟ ସମ୍ମାନ ଦେବାକୁ ପୂର୍ବ ଘଟଣାରୁ ସରକାର, ପ୍ରଶାସନ, ବ୍ୟବସ୍ଥା କିଛି ଯେ ଶିଖି ପାରିନାହିଁ ତାହା ଆଜି ଆଉ ଥରେ ପ୍ରମାଣିତ ହୋଇଛି। ଏଠାରେ ୬ବର୍ଷର ଶିଶୁପୁତ୍ରର ଶବ ବାପାକୁ ଟ୍ରଲିରେ ନେବାକୁ ପଡୁଛି। ଏମିତି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲାରେ। ଅକାଳରେ ପିଲା ଆରପାରିକୁ ଚାଲିଯିବା ପରେ ଶବ ଟ୍ରଲିରେ ନିଆଯିବାର ଦୃଶ୍ୟ ଆଜି ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳବାସୀଙ୍କ ପାଇଁ ଥିଲା ବେଶ ହୃଦୟ ବିଦାରକ। ଏହାଠାରୁ ଲଜ୍ଜାଜନକ ଥିଲା ବ୍ୟବସ୍ଥା ଓ ଏହାର ଉପାଦେୟତା।

[vc_video link="" align="center"]

ଦାନ ମାଝି ସ୍ତ୍ରୀର ଶବକୁ କାନ୍ଧରେ ନେଇ ସାରା ବିଶ୍ୱରେ ଓଡ଼ିଶାରେ ଦାରିଦ୍ର୍ୟତାର ସ୍ଥିତିକୁ ଜାହିର କରିଥିଲେ। ଏହାର କିଛି ଦିନ ପରେ ରାଜ୍ୟ ରାଜଧାନୀରେ ଦେଖିବାକୁ ମିଳିଥିଲା ଦାରିଦ୍ର୍ୟର ଆଉ ଏକ ନଗ୍ନ ଦୃଶ୍ୟ। କ୍ୟାପିଟାଲ ହସପିଟାଲରୁ ମଶାଣିକୁ ଶବ ଯାଇଥିଲା ଟ୍ରଲିରେ। ଆଉ ଆଜି ଏପରି ଏକ ଘଟଣାର ପୁନରାବୃତ୍ତି ହୋଇଛି ବାଲେଶ୍ୱର ଜିଲ୍ଲାରେ।

ଷ୍ଟେସନ ସାହିର ଏକ ୬ ବର୍ଷର ଶିଶୁକୁ ସାପ କାମୁଡି ଦେଇଥିଲା। ଗୁରୁତର ଅବସ୍ଥାରେ ତାକୁ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତ କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତା’ର ମୃତ୍ୟୁ ଘଟିଥିଲା। ହେଲେ ଗରିବ ବାପାକୁ ପୁଅର ଶବ ନେବାକୁ ମହାପ୍ରୟାଣ ଗାଡ଼ି ମିଳି ନ ଥିଲା। ଫଳରେ ବାଧ୍ୟ ହୋଇ ପୁଅର ଶବକୁ ଟ୍ରଲିରେ ବୋହିବାକୁ ପଡିଥିଲା ବାପାକୁ।

Ordigital Desk
• Published: Sunday, 04 June 2017
• Updated: 04 June 2017, 05:52 PM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos