ଭାଇରାଲ୍‌ ହେଉଛି ଅରିନ୍ଦମଙ୍କ ଫଟୋ

ଯୁବ ସମ୍ମିଳନୀ ପରେ ଅରିନ୍ଦମ ଗଣମାଧ୍ୟମକୁ କହିଥିଲେ, ମୁଁ କାହା ସହ ଦେଖାକରିବାରେ କିଛି ଅସୁବିଧା ନାହିଁ। ଯିଏ ଯାହା ଭାବୁଛନ୍ତି ଭାବନ୍ତୁ।

BJP

ବିଜେପି ନେତା ପ୍ରକାଶ ବେହେରାଙ୍କ ସହିତ ଅରିନ୍ଦମ

Manoranjan Sial
  • Published: Monday, 15 January 2024
  • Updated: 15 January 2024, 05:08 PM IST

Sports

Latest News

ପୁଣି ଥରେ ଚର୍ଚ୍ଚାରେ ବିଜେଡି ନେତା ଅରିନ୍ଦମ ରାୟ। କଟକ ବିଜେପି ଜିଲ୍ଲା ସଭାପତି ପ୍ରକାଶ ବେହେରାଙ୍କ ସହ ତାଙ୍କର ଏକ ଫଟୋ ସୋଶାଲ୍‌ ମିଡ଼ିଆରେ ଭାଇରଲ ହେଉଛି। ଗୋଟିଏ ଟେବୁଲରେ ପାଖାପାଖି ଅରିନ୍ଦମ ଓ ପ୍ରକାଶ ବେହେରା ବସିଥିବା ଦେଖିବାକୁ ମିଳିଛି। ତେବେ ଏହି ଫଟୋ କେବେକାର, ତାହା ଜଣାପଡ଼ି ନାହିଁ। ତେବେ ଏହି ଫଟୋଟି ପ୍ରକାଶ ବେହେରାଙ୍କ ସାଲେପୁର ସ୍ଥିତ ଘର ବୋଲି ଚର୍ଚ୍ଚା ହେଉଛି। ଲଗାତାର ଭାବେ ଅରିନ୍ଦମଙ୍କ ଏପରି ଗୋଟିଏ ପରେ ଗୋଟିଏ ଫଟୋ ଭାଇରାଲ୍‌ ହେଉଥିବାରୁ କଟକ ରାଜନୀତିରେ ହଟଚମଟ ଆରମ୍ଭ ହୋଇଛି।

କିଛି ଦିନ ତଳେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଦେଖା କରିଥିଲେ ଅରିନ୍ଦମ। ଆଉ ଏବେ ଏହି ଫଟୋକୁ ସାମ୍ନାକୁ ଆସିବା ପରେ ନାନା ଚର୍ଚ୍ଚା ହେଉଛି। ସେ ବିଜେପିରେ ଯୋଗଦେଇ ପାରନ୍ତି ବୋଲି ଆଲୋଚନା ହେଉଛି। କିନ୍ତୁ ଏନେଇ ତାଙ୍କର କିମ୍ୱା ପ୍ରକାଶ ବେହେରାଙ୍କର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

Also Read

ସେପଟେ ଦେଖିବାକୁ ଗଲେ ଅରିନ୍ଦମ ଦୀର୍ଘ ଦିନ ଧରି ବିଜେଡିରୁ କୋଣଠେସା ହୋଇ ରହିଛନ୍ତି। ଯେଉଁଥିପାଇଁ ସେ କିଛି ଦିନ ତଳେ ଅସନ୍ତୋଷ ଝାଡ଼ିଥିଲେ। ଏମିତିକି ଗତ ୧୨ ତାରିଖରେ କଟକ ବାଲିଯାତ୍ରା ପଡିଆଠାରେ ଏକ ଯୁବ ସମ୍ମିଳନୀ ଆୟୋଜନ କରିଥିଲେ। ସେଠାରେ ଲାଗିଥିବା ବ୍ୟାନରରେ ବିଜେଡି ନାମ ଗନ୍ଧ ନଥିଲା। ଅରିନ୍ଦମଙ୍କ ସେହି ସଭାରେ ବହୁ ଯୁବକ ଓ ବୁଦ୍ଧିଜୀବୀ ସାମିଲ୍‌ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story