ପ୍ରବଳ ବର୍ଷା: ଜିଲ୍ଲାପାଳମାନଙ୍କୁ ଆଲର୍ଟ, ହେଡକ୍ୱାର୍ଟର ଛାଡ଼ିବେନି କର୍ମଚାରୀ

୧୫ରୁ ୧୯ତାରିଖ ମଧ୍ୟରେ ରାଜ୍ୟରେ ପ୍ରବଳ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି ।

Waterlog PhotoOR

ବର୍ଷା ଯୋଗୁ ରାସ୍ତାରେ ପାଣି

Ordigital Desk
  • Published: Saturday, 15 July 2023
  • Updated: 15 July 2023, 02:21 PM IST

ରାଜ୍ୟରେ ପ୍ରବଳ ବର୍ଷା ଆଶଙ୍କାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ଜିଲ୍ଲାପାଳ ଓ ମହାନଗର ନିଗମ କମିଶନରଙ୍କୁ ସତର୍କ ରହିବାକୁ ପରାମର୍ଶ ଦେବା ସହ ସମସ୍ତ କ୍ଷେତ୍ରସ୍ତରୀୟ ଅଫିସର ଓ କର୍ମଚାରୀଙ୍କୁ ହେଡକ୍ୱାର୍ଟର ନଛାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରବଳ ବର୍ଷା ଯୋଗୁ ବନ୍ୟା ଓ ଜଳବନ୍ଦୀ ସମସ୍ୟା ଏବଂ ଯେକୌଣି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବା ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବାକୁ କହିଛନ୍ତି ।

ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ ଆଜି ସମସ୍ତ ଜିଲ୍ଲାପାଳ ଓ ମହାନଗର ନିଗମ କମିଶନରଙ୍କୁ ଚିଠି ଲେଖି ଆନ୍ଧ୍ରପ୍ରଦେଶର ଉତ୍ତର ପୂର୍ବ ଉପକୂଳ ଓ ପଡ଼ୋଶୀରେ ସମୁଦ୍ର ପତନଠୁ ୫.୮ରୁ ୭.୬କିମି ମଧ୍ୟରେ ଏକ ଘୂର୍ଣ୍ଣବଳୟ ସୃଷ୍ଟି ହୋଇଛି, ସେହିପରି ଏକ ଘୂର୍ଣ୍ଣିବଳୟ ଜୁଲାଇ ୧୬ତାରିଖରେ ବଙ୍ଗୋପସାଗରର ଉତ୍ତର-ପଶ୍ଚିମରେ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ୧୫ରୁ ୧୯ତାରିଖ ମଧ୍ୟରେ ରାଜ୍ୟରେ ପ୍ରବଳ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି ।  ସେଥିଯୋଗୁ ଅଚାନକ ବନ୍ୟା ଭଳି ପରିସ୍ଥିତି, ତଳଅଂଚଳରେ ଜଳବନ୍ଦୀ ସମସ୍ୟା ଉପୁଜିବାର ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ତୁରନ୍ତ ପଦକ୍ଷେପ ନେବାକୁ ସେ ଜିଲ୍ଲାପାଳ ଓ ମହାନଗର ନିଗମ କମିଶନରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Also Read

ଏସଆରସି ଶ୍ରୀ ସାହୁ କହିଛନ୍ତି ଯେ, କ୍ଷେତ୍ର ସ୍ତରର(ଫିଲଡ୍ ଲେଭଲ) କର୍ମଚାରୀମାନଙ୍କୁ ବନ୍ୟା ଓ ଜଳବନ୍ଦୀ ହେବାକୁ ଥିବା ଅଂଚଳଗୁଡ଼ିକରେ ମୁତୟନ କରିବା ସହ ସମସ୍ତ ପ୍ରକାରର ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ କହିଛନ୍ତି । ସେମାନେ ହେଡକ୍ୱାର୍ଟର ଛାଡ଼ି ଯିବେ ନାହିଁ । ସହରାଂଚଳରେ ତଳିଆ ଅଂଚଳରେ ଜଳବନ୍ଦୀ ସମସ୍ୟା ଉପୁଜି ରାସ୍ତା ଓ ଡ୍ରେନ ଜଳମଗ୍ନ ହୋଇପାରେ । ଯଦି ପ୍ରବଳ ବର୍ଷା ଲାଗିରୁହେ, ତା’ହେଲେ ତଳିଆ ଅଂଚଳରେ ରହୁଥିବା ଲୋକଙ୍କୁ ଅସ୍ଥାୟୀ ସ୍ଥାନାନ୍ତର କରିବାକୁ ପରାମର୍ଶ ଦେଇଛନ୍ତି । ପୌରସଂସ୍ଥାଗୁଡ଼ିକ ଡ୍ରେନଗୁଡ଼ିକରେ ଜଳନିଷ୍କାସନ ପାଇଁ ଆବଶ୍ୟକ ବ୍ୟବସ୍ଥା କରିବେ । ଯେଉଁଠି ଆବଶ୍ୟକ ପଡ଼ିବ ପର୍ଯ୍ୟାପ୍ତ ପରିମାଣର ପମ୍ପ ରଖି ଜଳ ନିଷ୍କାସନ କରାଇବେ । ଜଳମଗ୍ନ ରାସ୍ତାରେ ଗାଡ଼ି ଚଳାଚଳକୁ ନିୟନ୍ତ୍ରିତ କରିବା ଏବଂ ଯେଉଁଠି ଜଳମଗ୍ନ ରହିବ ସେଠାରେ ପମ୍ପ ଯୋଗେ ଜଳ ନିଷ୍କାସନ କରାଇବାକୁ କହିଛନ୍ତି । ବିଭିନ୍ନ ନଦୀ ଓ କେନାଲର ଦୁର୍ବଳ ବନ୍ଧ ଉପରେ ନଜର ରଖିବା ସହ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ବିଭିନ୍ନ ସ୍ଥାନରେ ଆବଶ୍ୟକ ସାମଗ୍ରୀ ରଖିବାକୁ ପରାମର୍ଶ ଦେଇଛନ୍ତି । ବନ୍ୟା ଓ ବର୍ଷା ଜଳ ନିଷ୍କାସନ ପାଇଁ ଡ୍ରେନଗୁଡ଼ିକ ସଫା ରହିବାକୁ ସୁନିଶ୍ଚିତ କରାଇବାକୁ ଶ୍ରୀ ସାହୁ ନିର୍ଦ୍ଦେଶ ଦେଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story