ଗତ ରାତିରେ ମୁମ୍ବାଇର ଏକ ୪ ତାଲା ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୨ ଜଣ ଜୀବନ୍ତ ଦଗ୍ଧ ହୋଇ ଯାଇଥିବା ବେଳେ ୯ ଜଣ ଆହତ ହୋଇଛନ୍ତି।
ଗତକାଲି ରାତି ପ୍ରାୟ ୧୦ଟା ବେଳେ ମୁମ୍ବାଇସ୍ଥିତ ଏକ ୪ ତାଲା ବିଲ୍ଡିଂରେ ନିଆଁ ଲାଗି ଯାଇଥିଲା। ଖବର ପାଇ ତୁରନ୍ତ ୧୫ ଦମକଳ ଗାଡ଼ି ଘଟଣା ସ୍ଥଳରେ ପହଞ୍ଚିଥିଲେ। ଦୀର୍ଘ ସମୟର ପରିଶ୍ରମ ପରେ ନିଆଁକୁ ପ୍ରଶମିତ କରାଯାଇଥିଲା। ଏହାପରେ ତୁରନ୍ତ ବିଲ୍ଡିଂରେ ଫସି ରହିଥିବା ୯ ଜଣଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି।
ନିଆଁ ସମ୍ପୂର୍ଣ୍ଣ ଲିଭିବା ପରେ ଅଗ୍ନିଶମ କର୍ମଚାରୀ ସମ୍ପୂର୍ଣ୍ଣ ବିଲ୍ଡିଂରେ ଖୋଜାଖୋଜି କରି ୨ ମୃତଦେହ ପାଇଥିଲେ। ମୃତକଦ୍ୱୟ ହିରେନ ଶାହ ଓ ନଳୀନି ଶାହ ବୋଲି ଜଣାଯାଇଛି। ମୃତଦେହ ଦୁଇଟିକୁ ବ୍ୟବଚ୍ଛେଦ ନିମନ୍ତେ ନିକଟସ୍ଥ ହସ୍ପିଟାଲକୁ ପଠାଯାଇଛି।
ଅଗ୍ନିକାଣ୍ଡର କାରଣ ଖୋଜା ଚାଲିଥିବା ବେଳେ ଏନେଇ କିଛି ସ୍ପଷ୍ଟ ସୂଚନା ମିଳି ପାରିନି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।