କାମ ଚାଲୁଥିଲା ବେଳେ ମାଟିତଳେ ଫସିଗଲେ ଶ୍ରମିକ। ଆହାତ ଶ୍ରମିକଙ୍କ ନାଁ ହେଉଛି ରାଜୁ ସେନାପତି। ତାଙ୍କ ଘର ଜଗତସିଂହପୁର ଜିଲ୍ଲାରେ ବୋଲି ଜଣାପଡ଼ିଛି। ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ମାଲଗୋଦାମ ଅଞ୍ଚଳରେ।
Also Read
ଆଜି ସକାଳେ ରାଜୁ କାମକୁ ଯାଇଥିଲେ। ସେଠାରେ ନିର୍ମାଣ କାମ ଚାଲୁଥିବା ସମୟରେ ମାଟି ଧସିଥିଲା। ରାଜୁ ମାଟିତଳେ ଚାପି ହୋଇଥିଲେ। ମାଟି ତଳେ ଫସି ଯିବା ବେଳେ ଅଣନିଃଶ୍ୱାସୀ ହୋଇଯାଇ ଚିତ୍କାର କରିଥିଲେ। ତାଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଓ ଅନ୍ୟ ଶ୍ରମିକମାନେ ସେଠାକୁ ଧାଇଁ ଯାଇଥିଲେ। ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ।
ଉଦ୍ଧାର ପରେ ତାଙ୍କୁ ସଙ୍ଗେ ସଙ୍ଗେ ଏସିସିବି ମାଡିକାଲରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର ଚିକିତ୍ସା ଚାଲିଛି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।